ETV Bharat / sports

ମହିଳା ପ୍ରିମିୟର ଲିଗ, ଗୁଜୁରାଟକୁ 5 ୱିକେଟରେ ହରାଇଲା ମୁମ୍ବାଇ

author img

By ETV Bharat Odisha Team

Published : Feb 26, 2024, 7:39 AM IST

WPL 2024
WPL 2024

WPL 2024: ଡବ୍ଲୁପିଏଲର ତୃତୀୟ ମ୍ୟାଚରେ ମୁମ୍ବାଇ ଇଣ୍ଡିଆନ୍ସର ଦମଦାର ବିଜୟ । 5 ଓ୍ବିକେଟରେ ହାରିଲା ଗୁଜୁରାଟ । ଅଧିକ ପଢନ୍ତୁ

ବେଙ୍ଗାଲୁରୁ: ଚଳିତ ମହିଳା ପ୍ରିମିୟର ଲିଗରେ ମୁମ୍ବାଇ ଇଣ୍ଡିଆନ୍ସର ଦ୍ବିତୀୟ ବିଜୟ । 5 ଓ୍ବିକେଟରେ ଗୁଜୁରାଟ ଜାଏଣ୍ଟସକୁ ହରାଇଲା ମୁମ୍ବାଇ । 19 ଓଭର ଶେଷ ସୁଦ୍ଧା 5 ଓ୍ବିକେଟ ହରାଇ 129 ରନରେ ମୁମ୍ବାଇ ଇଣ୍ଡିଆନ୍ସ ବିଜୟୀ ହୋଇଛି । ମୁମ୍ବାଇ ପକ୍ଷରୁ ହର୍ମନପ୍ରୀତ ଅପରାଜିତ 46 ଓ ଆମେଲିଆ ସର୍ବାଧିକ 30 ରନ କରିଛନ୍ତି । ଆମେଲିଆ ଓ ସବନିମଙ୍କ ଘାତକ ବୋଲିଂରେ ଚିତପଟାଙ୍ଗ ହେଲେ ଗୁଜୁରାଟ ବ୍ୟାଟର ।

ଏହା ମଧ୍ୟ ପଢନ୍ତୁ-ଗୁଜୁରାଟ ଟାଇଟନ୍ସକୁ ଝଟକା, ଆଇପିଏଲରୁ ବାଦ ପଡ଼ିଲେ ଷ୍ଟାର ବୋଲର ସାମି

ରବିବାର ସନ୍ଧ୍ୟା 7ଟା 30ରେ ବେଙ୍ଗାଲୁରୁ ସ୍ଥିତ ଏମ ଚିନାସ୍ବାମୀ ଷ୍ଟାଡିୟମରେ ମୁମ୍ବାଇ ଓ ଗୁଜୁରାଟ ମଧ୍ୟରେ ମ୍ୟାଚ ଖେଳାଯାଇଥିଲା । ମୁମ୍ବାଇ ଇଣ୍ଡିଆନ୍ସ ଟସ ଜିତି ବ୍ୟାଟିଂ ପାଇଁ ଗୁଜୁରାଟ ଜାଏଣ୍ଟସକୁ ଆମନ୍ତ୍ରଣ କରିଥିଲା । କିନ୍ତୁ ବିପକ୍ଷ ଦଳର ବୋଲରଙ୍କୁ ସାମ୍ନା କରିବାରେ ଫେଲ ମାରିଥିଲେ ଗୁଜୁରାଟ ବ୍ୟାଟର । ଫଳରେ ପ୍ରଥମରୁ ହିଁ ବ୍ୟାଟିଂ ବିପର୍ଯ୍ୟୟର ସମ୍ମୁଖୀନ ହୋଇଥିଲା ଦଳ । ଆମେଲିଆ ଓ ସବନିମଙ୍କ ଘାତକ ବୋଲିଂ ଯୋଗୁଁ କୌଣସି ବି ଖେଳାଳି 30 ରନ କରିବାକୁ ସକ୍ଷମ ହୋଇନଥିଲେ । ଶେଷରେ 20 ଓଭରରେ 9 ଓ୍ବିକେଟ ହରାଇ 126 ରନ କରିଥିଲା ଜାଏଣ୍ଟସ । ଦଳ ପକ୍ଷରୁ ତନୁଜା କନଓ୍ବାର 28, କାଥେରିଆନ ଅପରାଜିତ 25 ଓ ବେଥ ମୋନି ସର୍ବାଧିକ 24 ରନ କରିଥିଲେ । ମୁମ୍ବାଇ ଇଣ୍ଡିଆନ୍ସ ପକ୍ଷରୁ ଆମେଲିଆ 4 ଓ୍ବିକେଟ ଅକ୍ତିଆର କରିଥିବା ବେଳେ ସମନିମ 3ଟି ଓ୍ବିକେଟ ନେଇଥିଲେ ।

ଏହା ମଧ୍ୟ ପଢନ୍ତୁ-ମହିଳା ପ୍ରିମିୟର ଲିଗ 2024: ସିଗ୍ନେଚର ପୋଜ ଦେଲେ କିଙ୍ଗ ଖାନ, ପରଫର୍ମରେ ଚାର୍ ଚାନ୍ଦ୍ ଲଗାଇଲେ ସେଲିବ୍ରିଟି

ଏହାପରେ ବିଜୟ ରନର ପିଛା କରି ପଡିଆକୁ ଓହ୍ଲାଇଥିଲା ମୁମ୍ବାଇ ଇଣ୍ଡିଆନ୍ସ । ଆରମ୍ଭରୁ ରନ କରିବା ମୁମ୍ବାଇ ବ୍ୟାଟରଙ୍କୁ କଷ୍ଟକର ହୋଇପଡିଥିଲା । କିନ୍ତୁ ପାଳି ସମ୍ଭାଳିଥିଲେ ହର୍ମନପ୍ରୀତ । ଧୌର୍ଯ୍ୟର ସହ ବ୍ୟାଟିଂ କରି ଶେଷ ପର୍ଯ୍ୟନ୍ତ ଲଢିଥିଲେ ହର୍ମନପ୍ରୀତ । 19 ଓଭର ଶେଷ ସୁଦ୍ଧା 5 ଓ୍ବିକେଟ ହରାଇ 129 ରନ କରି ମୁମ୍ବାଇ ବିଜୟୀ ହୋଇଥିଲା । ହର୍ମନପ୍ରୀତ ସର୍ବାଧିକ 46 ରନ କରିଥିବା ବେଳେ ଆମେଲି କେର 31 ରନ କରିଥିଲେ । ଗୁଜୁରାଟ ପକ୍ଷରୁ ତନୁଜା କନଓ୍ବାର 2ଟି ଓ୍ବିକେଟ ନେଇଥିଲା ବେଳେ ଲି ତାହୁ ଓ କାଥେରିଆନ ଗୋଟିଏ ଲେଖାଏଁ ଓ୍ବିକେଟ ନେଇଥିଲେ ।

ETV Bharat Logo

Copyright © 2024 Ushodaya Enterprises Pvt. Ltd., All Rights Reserved.