ETV Bharat / sports

5ମ ଟେଷ୍ଟ ଖେଳିବେନି ରାହୁଲ ! ଫେରିବେ ବୁମ୍‌ରା

author img

By ETV Bharat Odisha Team

Published : Feb 28, 2024, 10:35 PM IST

5ମ ଟେଷ୍ଟ ଖେଳିବେନି ରାହୁଲ !
5ମ ଟେଷ୍ଟ ଖେଳିବେନି ରାହୁଲ !

KL Rahul doubtful for Dharamshala Test: ଧର୍ମଶାଳାରେ ଖେଳାଯିବାକୁ ଥିବା ଇଂଲଣ୍ଡ ବିପକ୍ଷ 5ମ ତଥା ଅନ୍ତିମ ଟେଷ୍ଟ ମ୍ୟାଚ୍‌ ଖେଳି ନପାରନ୍ତି ମଧ୍ୟକ୍ରମ ବ୍ୟାଟର କେଏଲ୍‌ ରାହୁଲ । ପ୍ରତ୍ୟାବର୍ତ୍ତନ କରିବେ ଯଶପ୍ରୀତ ବୁମ୍‌ରା । ଅଧିକ ପଢ଼ନ୍ତୁ

ହାଇଦ୍ରାବାଦ: ଭାରତ ଓ ଇଂଲଣ୍ଡ ମଧ୍ୟରେ ଖେଳାଯାଉଥିବା ଟେଷ୍ଟ ସିରିଜ୍‌ ଏବେ ଭାରତ କବ୍‌ଜା କରିସାରିଛି । 5 ମ୍ୟାଚ୍‌ ବିଶିଷ୍ଟ ଟେଷ୍ଟ ଶୃଙ୍ଖଳାରେ ଆହୁରି ଗୋଟିଏ ମ୍ୟାଚ୍‌ ବାକିଥିଲେ ମଧ୍ୟ ଆଗୁଆ 3-1ରେ ସିରିଜ୍‌ ହାତେଇ ସାରିଛି ଭାରତ । ତେବେ ସିରିଜ୍‌ର 5ମ ତଥା ଅନ୍ତିମ ମ୍ୟାଚ୍‌ ଧର୍ମଶାଳାରେ ଖେଳାଯିବ । ସିରିଜ୍‌ ହାରିଥିଲେ ମଧ୍ୟ ଶେଷ ମ୍ୟାଚ୍‌ ଜିତି ସମ୍ମାନ ରକ୍ଷା କରିବାକୁ ଖେଳିବ ଇଂଲଣ୍ଡ । ସେପଟେ ବିଶ୍ବ ଟେଷ୍ଟ ଚମ୍ପିଆନ୍‌ସିପ୍‌ ପଏଣ୍ଟ ଟେବୁଲ ଉନ୍ନତି ପାଇଁ ଭାରତ ମଧ୍ୟ ଏହି ମ୍ୟାଚ୍‌ ଜିତିବାକୁ ଚାହିଁବ । ହେଲେ ଏହା ପୂର୍ବରୁ ଭାରତକୁ ଏକ ଝଟ୍‌କା ଲାଗିଛି । ଦଳର ମଧ୍ୟକ୍ରମ ଷ୍ଟାର ବ୍ୟାଟର କେଏଲ୍‌ ରାହୁଲ ଏହି ମ୍ୟାଚ୍‌ରେ ଅନୁପସ୍ଥିତ ରହିବା ଭଳି ସ୍ଥିତି ଉପୁଜିଛି ।

  • " class="align-text-top noRightClick twitterSection" data="">

ରାହୁଲଙ୍କୁ ମିଳିପାରେ ବିଶ୍ରାମ: ଜାତୀୟ ଗଣମାଧ୍ୟମରେ ପ୍ରସାରିତ ଖବର ଅନୁସାରେ ଏହି ଷ୍ଟାର ବ୍ୟାଟର ନିଜ ଡାହାଣ ସଙ୍ଘରେ କଷ୍ଟ ଅନୁଭବ କରୁଛନ୍ତି । ଏହାର ଅଧିକ ଚିକିତ୍ସା ପାଇଁ ସେ ଲଣ୍ଡନ ଗସ୍ତ କରିଥିବା ଖବର ଆସୁଛି । ବର୍ତ୍ତମାନ ସୁଦ୍ଧା 3-1ରେ ଏହି ସିରିଜ୍‌ ଭାରତ କବ୍‌ଜା କରିସାରିଥିବାରୁ ରାହୁଲଙ୍କୁ ନେଇ କୌଣସି ତରବରିଆ ନିଷ୍ପତ୍ତି ନେବାକୁ ଚାହୁଁନାହାନ୍ତି ଚୟନକର୍ତ୍ତା ବା ବିସିସିଆଇ । ଯଦିଓ ଏହି ମ୍ୟାଚ୍‌କୁ ହାତରେ ଆହୁରି ଗୋଟିଏ ସପ୍ତାହରୁ ଅଧିକ ଦିନ ବାକି ଅଛି, ତଥାପି ଲଣ୍ଡନରୁ ଫେରିବା ପରେ ରାହୁଲଙ୍କୁ ବିଶ୍ରାମ ଦେବା ପାଇଁ ଚିନ୍ତା କରୁଛି ବିସିସିଆଇ । ଆଗକୁ ଆଇପିଏଲ୍‌ ମଧ୍ୟ ଆସୁଛି । ଏହାବାଦ ଆମେରିକା ଓ ୱେଷ୍ଟଇଣ୍ଡିଜ୍‌ରେ ହେବାକୁ ଥିବା ଟି20 ବିଶ୍ବକପ୍‌ ସମ୍ଭବତଃ ଆସନ୍ତା ଜୁନ ମାସରେ ଖେଳାଯିବ । ଏଥିରେ ରାହୁଲଙ୍କ ଉପସ୍ଥିତି ବେଶ ଗୁରୁତ୍ବପୂର୍ଣ୍ଣ ରହିବ । ତେଣୁ ତାଙ୍କ ଆଘାତ ସମସ୍ୟା ଉପରେ ବିଶେଷ ଧ୍ୟାନ ଦିଆଯାଉଛି ।

ଏହା ମଧ୍ୟ ପଢ଼ନ୍ତୁ...ମହମ୍ମଦ ଶାମିଙ୍କ ଗୋଇଠିର ସଫଳ ଅସ୍ତ୍ରୋପଚାର

ଫେରିବେ ବୁମ୍‌ରା: ଅନ୍ୟପଟେ ଝାଡଖଣ୍ଡର ରାଞ୍ଚିଠାରେ ଖେଳାଯାଇଥିବା କ୍ରିକେଟ ଷ୍ଟାଡିୟମରେ ଖେଳାଯାଇଥିବା 4ର୍ଥ ଟେଷ୍ଟ ମ୍ୟାଚ୍‌ରେ ସ୍ପିଡ୍‌ଷ୍ଟାର ଯଶପ୍ରୀତ ବୁମ୍‌ରାଙ୍କୁ ବିଶ୍ରାମ ମିଳିଥିଲା । ବୁମ୍‌ରାଙ୍କ ସ୍ଥାନରେ ପେସ୍‌ ବୋଲର ଆକାଶ ଦୀପ ଭାରତ ପାଇଁ ଡେବ୍ୟୁ କରିଥିଲେ । ସେ ମଧ୍ୟ ଚିତାକର୍ଷକ ବୋଲିଂ ପ୍ରଦର୍ଶନ କରି ପ୍ରଥମ ଦିନରେ 3 ୱିକେଟ୍‌ ଦଖଲ କରିଥିଲେ । ହେଲେ ଧର୍ମଶାଳାରେ ଖେଳାଯିବାକୁ ଥିବା 5ମ ତଥା ଅନ୍ତିମ ଟେଷ୍ଟରେ ବୁମ୍‌ରା ପୁଣିଥରେ ଦଳକୁ ଫେରିବାର ସମ୍ଭାବନା ରହିଛି । ଏପରି ହେଲେ ଚୟନକର୍ତ୍ତାଙ୍କ ପାଖରେ ଦୁଇଟି ବିକଳ୍ପ ରହିଛି । ବୁମ୍‌ରାଙ୍କ ଫେରିବା ସହ ଆକାଶ ଦୀପଙ୍କୁ ବେଞ୍ଚକୁ ଆଣି ପାରନ୍ତି ଚୟନକର୍ତ୍ତା । ନହେଲେ ମହମ୍ମଦ ସିରାଜଙ୍କୁ ମଧ୍ୟ ବିଶ୍ରାମ ଦେଇପାରେ ବିସିସିଆଇ ।

ବ୍ୟୁରୋ ରିପୋର୍ଟ, ଇଟିଭି ଭାରତ

ETV Bharat Logo

Copyright © 2024 Ushodaya Enterprises Pvt. Ltd., All Rights Reserved.