ETV Bharat / sports

ଆଇପିଏଲରେ ଆଜି ମୁମ୍ବାଇ-ରାଜସ୍ଥାନ ମୁକାବିଲା, ପ୍ରତିଶୋଧ ନେବା ଲକ୍ଷ୍ୟରେ MI - IPL 2024

author img

By ETV Bharat Odisha Team

Published : Apr 22, 2024, 2:25 PM IST

Etv Bharat
Etv Bharat

IPL 2024: ଆଇପିଏଲର 38ତମ ମ୍ୟାଚରେ ଆଜି ମୁହାଁମୁହିଁ ହେବେ ରାଜସ୍ଥାନ ଓ ମୁମ୍ବାଇ । ସାମସନଙ୍କ ବାହିହୀ ଠାରୁ ପ୍ରତିଶୋଧ ନେବା ଲକ୍ଷ୍ୟରେ ମୁମ୍ବାଇ । ଅଧିକ ପଢନ୍ତୁ

ଜୟପୁର: ଆଇପିଏଲରେ ଆଜି ଏକ ରୋମାଞ୍ଚକର ମୁକାବିଲା ରହିଛି । 38ତମ ମୁକାବିଲାରେ ମୁହାଁମୁହିଁ ହେବେ ରାଜସ୍ଥାନ ରୟାଲ୍ସ ଓ ମୁମ୍ବାଇ ଇଣ୍ଡିଆନ୍ସ । ପୂର୍ବ ପରାଜୟର ପ୍ରତିଶୋଧ ନେବା ଲକ୍ଷ୍ୟରେ ମୁ୍ମ୍ବାଇ ଇଣ୍ଡିଆନ୍ସ । ପଏଣ୍ଟ ଟେବୁଲରେ ନିଜ ଆଧିପତ୍ୟ ବଜାୟ ରଖିବା ଲକ୍ଷ୍ୟରେ ରହିଛି ସଞ୍ଜୁ ସାମସନଙ୍କ ବାହିନୀ । ରାଜସ୍ଥାନର ସୱାଇ ମାନସିଂହ ଷ୍ଟାଡିୟମରେ ଆଜି ସନ୍ଧ୍ୟା 7ଟା 30ରେ ଏହି ମ୍ୟାଚ ଖେଳାଯିବ ।

ଦ୍ବିତୀୟ ଥର ପାଇଁ ମୁହାଁମୁହିଁ ହେବେ MI-RR: ଚଳିତ ସିଜିନରେ ଦ୍ବିତୀୟ ଥର ପାଇଁ ଏହି ଦଳ ମୁହାଁମୁହିଁ ହେବାକୁ ଯାଉଛନ୍ତି । ଏପ୍ରିଲ 1 ତାରିଖରେ ମୁମ୍ବାଇ ଇଣ୍ଡିଆନ୍ସ ଓ ରାଜସ୍ଥାନ ମଧ୍ୟଚରେ ମୁକାବିଲା ହୋଇଥିଲା । ଏଥିରେ ପାଣ୍ଡ୍ୟାଙ୍କ ବାହିନୀଙ୍କୁ 6 ଓ୍ବିକେଟରେ ପରାସ୍ତ କରିଥିଲା ସାମସନଙ୍କ ବାହିନୀ । ତେଣୁ ପୂର୍ବ ମ୍ୟାଚର ପ୍ରତିଶୋଧ ନେବାକୁ ରଣନୀତି ସହ ପଡିଆକୁ ଓହ୍ଲାଇବାକୁ ପ୍ରସ୍ତୁତ ଏମଆଇ ।

ଏହା ମଧ୍ୟ ପଢନ୍ତୁ-ଅରେଞ୍ଜ କ୍ୟାପ ଓ ପର୍ପଲ କ୍ୟାପ ରେସ, ଦେଖନ୍ତୁ କିଏ ରହିଛି ଆଗରେ ? - IPL 2024

ସ୍ଥାନ ବଜାୟ ରଖିବା ଲକ୍ଷ୍ୟରେ ରାଜସ୍ଥାନ: ଚଳିତ ସିଜିନରେ ରାଜସ୍ଥାନ ରୟାଲ୍ସର ପ୍ରଦର୍ଶନ ଭଲ ରହିଛି । ବର୍ତ୍ତମାନ ପର୍ଯ୍ୟନ୍ତ 7ଟି ମ୍ୟାଚ ଖେଳି 6ଟିରେ ବିଜୟୀ ହେବା ସହ 12 ପଏଣ୍ଟ ପାଇ ପଏଣ୍ଟ ଟେବୁଲର ଶିର୍ଷରେ ରହିଛି । ବିଜୟ ଧାରାକୁ ବଜାୟ ରଖିବାକୁ ସଞ୍ଜୁ ସାମସନଙ୍କ ବାହିନୀ ପ୍ରସ୍ତୁତ । ଉଭୟ ବ୍ୟାଟିଂ ଓ ବୋଲିରେ ଦଳର ପ୍ରଦର୍ଶନ ଭଲ ରହିଛି । ଜୟସ୍ବାଲଙ୍କ ବ୍ୟାଟର ଯାଦୁ ଏପର୍ଯ୍ୟନ୍ତ ଦେଖିବାକୁ ପାଇନାହାନ୍ତି ଦର୍ଶକ । ଗତ ସିଜିନରେ ତାଙ୍କର ପ୍ରଦର୍ଶନ ସମସ୍ତଙ୍କୁ ଚକିତ କରିଥିଲା । କିନ୍ତୁ ଚଳିତ ସିଜିନରେ ନୈରାଶ୍ୟଜନକ ରହିଛି । ରିୟାନ ପରାଗଙ୍କ ବ୍ୟାଟରୁ ଆଜି ଭଲ ରନ ଆସିବା ନେଇ ଦଳ ଆଶାବାଦୀ । ପ୍ରତି ମ୍ୟାଚରେ ତାଙ୍କର ପ୍ରଦର୍ଶନ ଭଲ ରହିଛି । ବୋଲିଂରେ ଚହଲ ଘାତକ ସାବ୍ୟସ୍ତ ହୋଇଛନ୍ତି ।

ଚତୁର୍ଥ ବିଜୟ ଲକ୍ଷ୍ୟରେ ପାଣ୍ଡ୍ୟା ବାହିନୀ: ଅନ୍ୟପଟେ ଦେଖିବାକୁ ଗଲେ ଚଳିତ ସିଜିନରେ ମୁମ୍ବାଇ ଇଣ୍ଡିଆନ୍ସର ପ୍ରଦର୍ଶନ ଏତେଟା ବି ଭଲ ନାହିଁ । ଆରମ୍ଭରୁ ଲଗାତାର 3ଟି ମ୍ୟାଚ ହାରିବା ପରେ 2ଟିରେ ବିଜୟୀ ଓ ପରେ ଗୋଟିଏ ମ୍ୟାଚରେ ପରାଜିତ ଓ ସପ୍ତମ ମ୍ୟାଚରେ ଦଳ ବିଜୟୀ ହୋଇଥିଲା । ମୋଟ 7ଟି ମ୍ୟାଚ ଖେଳି ଦଳ ମାତ୍ର 3ଟିରେ ବିଜୟୀ ହୋଇ ପଏଣ୍ଟ ଟେବୁଲର ସପ୍ତମ ସ୍ଥାନରେ ରହିଛି 5ଥର ଟ୍ରଫି ହାତେଇଥିବା ଟିମ ମୁମ୍ବାଇ । ଚତୁର୍ଥ ବିଜୟ ଲକ୍ଷ୍ୟ ନେଇ ଆଜି ପଡିଆକୁ ଓହ୍ଲାଇବ ପାଣ୍ଡ୍ୟା ବାହିନୀ । ସୂର୍ଯ୍ୟକୁମାର ଓ ରୋହିତ ଶର୍ମାଙ୍କ ବ୍ୟାଟରୁ ଆଜି ଭଲ ରନ ଆସିବା ନେଇ ଆଶା କରାଯାଉଛି ।

ETV Bharat Logo

Copyright © 2024 Ushodaya Enterprises Pvt. Ltd., All Rights Reserved.