ETV Bharat / sports

ଆଇପିଏଲରେ ଆଜି ବେଙ୍ଗାଲୁରୁ-ହାଇଦ୍ରାବାଦ ମୁକାବିଲା, ହୋମ୍ ଟର୍ଫର ଫାଇଦା ନେବ କି ଡୁପ୍ଲେସି ବାହିନୀ ! - IPL 2024

author img

By ETV Bharat Odisha Team

Published : Apr 15, 2024, 2:30 PM IST

IPL 2024
IPL 2024

IPL 2024: ଆଅଇପିଏଲରେ ଆଜି ବେଙ୍ଗାଲୁରୁ ଓ ହାଇଦ୍ରାବାଦ ମଧ୍ୟରେ ହେବ ଫାଇଟ । ଦ୍ବିତୀୟ ବିଜୟ ଲକ୍ଷ୍ୟରେ ଆରସିବି । ଅଧିକ ପଢନ୍ତୁ

ବେଙ୍ଗାଲୁରୁ: ଆଇପିଏଲର 17ତମ ସଂସ୍କରଣରେ ଆଜି ରହିଛି 30 ତମ ମୁକାବିଲା । ମୁହାଁମୁହିଁ ହେବେ ରୟାଲ ଚ୍ୟାଲେଞ୍ଜର୍ସ ବେଙ୍ଗାଲୁରୁ ଓ ସନ ରାଇଜର୍ସ ହାଇଦ୍ରାବାଦ । ବିଜୟ ଲକ୍ଷ୍ୟ ନେଇ ପଡିଆକୁ ଓହ୍ଲାଇବେ ଦୁଇ ଦଳ । ଆଜି ସନ୍ଧ୍ୟା 7ଟା 30ରେ ବେଙ୍ଗାଲୁରୁର ଏମ ଚିନ୍ନାସ୍ବାମୀ ଷ୍ଟାଡିୟମରେ ଏହି ମ୍ୟାଚ ଖେଳାଯିବ । ଆରସିବି ସପ୍ତମ ମୁକାବିଲା ଖେଳି ଦ୍ବିତୀୟ ବିଜୟ ହାସଲର ଲକ୍ଷ୍ୟ ରଖିଛି । ସେପଟେ ଏସଆରଏଚ ଚତୁର୍ଥ ବିଜୟ ପାଇଁ ଜୋରଦାର ପ୍ରସ୍ତୁତ କରିଛି ।

ଏହା ମଧ୍ୟ ପଢନ୍ତୁ-ପାଣ୍ଡ୍ୟାଙ୍କ ବଲରେ ଧୋନିଙ୍କ ଛକା ବର୍ଷା; ରୋହିତଙ୍କ ଶତକ ବ୍ୟର୍ଥ, 20 ରନରେ ଚେନ୍ନାଇଠୁ ହାରିଲା ମୁମ୍ବାଇ - IPL 2024

ଚଳିତ ସିଜିନରେ ଆରସିବିରି ପ୍ରଦର୍ଶନ କ୍ରମାଗତ ନୈରାଶ୍ୟ ଜନକ ରହିଛି । ଦଳ ବର୍ତ୍ତମାନ ସୁଦ୍ଧା 6ଟି ମ୍ୟାଚ ଖେଳିଛି । ମାତ୍ର ଗୋଟିଏ ମ୍ୟାଚ ଜିତିଥିବା ବେଳେ 5ଟିରେ ହାରିଛି । ଫଳରେ ପଏଣ୍ଟ ଟେବୁଲର ଶେଷରେ ରହିଛି । ଆଜି ଘରୋଇ ଗ୍ରାଉଣ୍ଡରେ ବିଜୟ ଧାରାକୁ ଫେରିବାକୁ ଜୋରଦାର କସରତ କରିବ ଡୁପ୍ଲେସି ବାହିନୀ । କୋହଲିଙ୍କୁ ଛାଡି ଦେଲେ RCBରେ ଅନ୍ୟ କୌଣସି ବ୍ୟାଟର ପ୍ରଦର୍ଶନ ଏତେ ବି ଭଲ ନାହିଁ । ପୂର୍ବ ମ୍ୟାଚରେ ଫାଫ ଡୁ ପ୍ଲେସି ରଜତ ପଟିଦାର ଓ ଦିନେଶ କାର୍ତ୍ତିକ ଅର୍ଦ୍ଧଶତକ ହାସଲ କରିଥିଲେ । ବୋଲିଂ ବିଭାଗରେ ଦଳ ଅଧିକ ଦୃଷ୍ଟି ଦେବା ଜରୁରୀ ହୋଇ ପଡିଛି । ପୂର୍ବ ଭୁଲକୁ ସୁଧାରି ଦଳ ଆଜି ଭଲ ପ୍ରଦର୍ଶନ କରିବ ବୋଲି ଆଶା ରଖିଛି ।

IPL 2024
IPL 2024

ଏହା ମଧ୍ୟ ପଢନ୍ତୁ-ଆଇପିଏଲ୍ ୨୦୨୪: ବିପଦରେ ରୈନାଙ୍କ ରେକର୍ଡ, ଭାଙ୍ଗିବେ ରୋହିତ-ଧୋନି ! - IPL 2024

ଅନ୍ୟପଟେ ସନରାଇଜର୍ସ ହାଇଦ୍ରାବାଦ ଚଳିତ ସିଜିନରେ ବିସ୍ଫୋରକ ବ୍ୟାଟିଂ କରି ଆତଙ୍କ ଖେଳାଇଛି । ବୋଲିଂ ଓ ବ୍ୟାଟିଂ ବିଭାଗ ଦଳର ଭଲ ରହିଛି । ହେନେରିକ କ୍ଲାସେନ ଧୁଆଁଧାର ବ୍ୟାଟିଂ କରି ଦୁଇ ଥର ଦଳକୁ ବିଜୟୀ କରାଇଛନ୍ତି । ତାଙ୍କୁ ଅଟକାଇବା ଆରସିବି ବୋଲରଙ୍କ ନିକଟରେ ସହଜ ହେବ ନାହିଁ । ପୂର୍ବ ମ୍ୟାଚରେ ଚେନ୍ନାଇକୁ ହରାଇ ଥିବାରୁ ଦଳର ମନୋବଳ ଦୃଢ ରହିଛି । ବୋଲିଂରେ ପ୍ୟାଟ କମିନ୍ସ ଓ ଭୁବନେଶ୍ବର କୁମାର ଘାତକ ସାବ୍ୟସ୍ତ ହୋଇଛନ୍ତି । ପୂର୍ବ ମ୍ୟାଚ ପରି ଆଜିର ମ୍ୟାଚରେ ମଧ୍ୟ ଦଳ ବିଜୟୀ ହେବ ବୋଲି ଆଶାବାଦୀ ।

ETV Bharat Logo

Copyright © 2024 Ushodaya Enterprises Pvt. Ltd., All Rights Reserved.