ETV Bharat / sports

ସର୍ବଭାରତୀୟ ପୁଟବଲ ଟୁର୍ଣ୍ଣାମେଣ୍ଟ ଉଦଯାପିତ: କଲିକତାକୁ ହରାଇ କଟକ ଚମ୍ପିଆନ

author img

By ETV Bharat Odisha Team

Published : Mar 1, 2024, 9:23 AM IST

All India Footbal Tournament: ବେଗୁନିଆ ବ୍ଲକ କୁଶପଲ୍ଲାରେ ଉଦଯାପିତ ହେଲା ସର୍ବଭାରତୀୟ ଫୁଟବଲ ଟୁର୍ଣ୍ଣାମେଣ୍ଟ । କଲିକତା ହାୱାଡା ଫ୍ରେଣ୍ଡସ କ୍ଲବ ହରାଇ ଚମ୍ପିଆନ ହେଲା ଖେଳ ୟଙ୍ଗ ଉତ୍କଳ କଟକ । ଅଧିକ ପଢନ୍ତୁ

ସର୍ବଭାରତୀୟ ପୁଟବଲ ଟୁର୍ଣ୍ଣାମେଣ୍ଟ ଉଦଯାପିତ: କଲିକତାକୁ ହରାଇ କଟକ ଚମ୍ପିଅନ
ସର୍ବଭାରତୀୟ ପୁଟବଲ ଟୁର୍ଣ୍ଣାମେଣ୍ଟ ଉଦଯାପିତ: କଲିକତାକୁ ହରାଇ କଟକ ଚମ୍ପିଅନ

ସର୍ବଭାରତୀୟ ପୁଟବଲ ଟୁର୍ଣ୍ଣାମେଣ୍ଟ ଉଦଯାପିତ: କଲିକତାକୁ ହରାଇ କଟକ ଚମ୍ପିଅନ

ଖୋର୍ଦ୍ଧା: ଉଦଯାପିତ ହେଲା ସର୍ବଭାରତୀୟ ଫୁଟବଲ ଟୁର୍ଣ୍ଣାମେଣ୍ଟ । ଖୋର୍ଦ୍ଧା ଜିଲ୍ଲା ବେଗୁନିଆ ବ୍ଲକ କୁଶପଲ୍ଲା ଆଥଲେଟିକ ଆସୋସିଏସନ ଆନୁକୂଲ୍ୟରେ ସ୍ଥାନୀୟ ଷ୍ଟାଡିୟମରେ ଚାଲିଥିବା ୩୭ତମ ସର୍ବଭାରତୀୟ ଫୁଟବଲ ଟୁର୍ଣ୍ଣାମେଣ୍ଟ ଆୟୋଜିତ ହୋଇଯାଇଛି । ଏଥିରେ ବିଭିନ୍ନ ରାଜ୍ୟରୁ ଫୁଟବଲ ଖେଳାଳିମାନେ ଯୋଗ ଦେଇଥିଲେ ।

ଗତକାଲି(ଗୁରୁବାର)ଦିନ ଏହି ଟୁର୍ଣ୍ଣାମେଣ୍ଟ ଶେଷ ଦିନ ରହିଥିଲା । ଫାଇନାଲ ମ୍ୟାଚରେ ଖେଳ ୟଙ୍ଗ ଉତ୍କଳ କଟକ ଏବଂ କଲିକତା ହାୱାଡା ଫ୍ରେଣ୍ଡସ କ୍ଲବ ମଧ୍ୟରେ ଅନୁଷ୍ଠିତ ହୋଇଥିଲା । କଟକ ୟଙ୍ଗ ଉତ୍କଳ ୩-୦ଗୋଲରେ ହାୱାଡା ଫ୍ରେଣ୍ଡସ କ୍ଲବକୁ ହରାଇ ଚମ୍ପିଆନ ହୋଇଛି । ଖେଳ ପ୍ରଥମାର୍ଦ୍ଧରେ ୟଙ୍ଗ ଉତ୍କଳ କଟକର ୮୧ ନମ୍ବର ଖେଳାଳୀ ଗଣେଶ ସେଠୀ ୨ଟି ଗୋଲ କରିଥିଲେ । ପ୍ରଥମାର୍ଦ୍ଧ ଖେଳ ଶେଷସୁଦ୍ଧା ହାୱାଡା ଫ୍ରେଣ୍ଡସ କ୍ଲବ ଗୋଲ କରି ପାରିନଥିଲା ।

ସେହିପରି ଦ୍ଵିତୀୟାର୍ଦ୍ଧ ଖେଳ ଆରମ୍ଭରୁ ଉଭୟ ଦଳ ସଂଘର୍ଷ ପୂର୍ଣ୍ଣ ଖେଳ ଜାରି ରଖିଥିଲେ । ଖେଳ ଶେଷବେଳକୁ ୟଙ୍ଗ ଉତ୍କଳ କଟକ ଆଉ ଗୋଟିଏ ଗୋଲ କରିବାରେ ସକ୍ଷମ ହୋଇଥିଲା । ଖେଳ ଶେଷସୁଧା ହାୱାଡା ଫ୍ରେଣ୍ଡସ କ୍ଲବ କଲିକତା ଗୋଟିଏ ମଧ୍ୟ ଗୋଲ କରିବାରେ ସଫଳ ହୋଇନଥିଲା । ଏହି ମ୍ୟାଚରେ ରେଫରି ଭାବେ ରାଜୁ ମହାନ୍ତି ଓ ଲାଇନରେ ପ୍ରିୟବ୍ରତ ବାହିନୀପତି, ବିଦେଶୀ ନାୟକ ପରିଚାଳନା କରିଥିଲେ । ୪ର୍ଥ ରେଫରି ଭାବେ ସଗିର ଅହମ୍ମଦ ଓ ମ୍ୟାଚ କମିଶନର ଭାବେ ଅବଦୁଲ ଦୈୟାନ ଖାଁ ଦାୟିତ୍ୱ ବହନ କରିଥିଲେ ।

ଏହା ମଧ୍ୟ ପଢନ୍ତୁ .....'ବ୍ୟାଡମିଣ୍ଟନ ଏସିଆ'ର ବିବାଦୀୟ ମାନଚିତ୍ର, ଭାରତରୁ ଲଦାଖ-ଅରୁଣାଚଳର ଅନେକ ଅଂଶ ଗାଏବ

ଏହା ମଧ୍ୟ ପଢନ୍ତୁ ......ମହିଳା ପ୍ରିମିୟର ଲିଗ୍, ଆଜି ବାଙ୍ଗାଲୋର-ଦିଲ୍ଲୀ ମୁକାବିଲା

ଏହି ଉଦଯାପନୀ ଉତ୍ସବରେ ଆଥେଲେଟି ଆସୋସିଏସନ ସଭାପତି ଶେଖ ମନସୁରଙ୍କ ଅଧ୍ୟକ୍ଷତାରେ ମୁଖ୍ୟ ଅତିଥି ଭାବେ ବିଜେଡ଼ି ରାଜ୍ୟ ସାଧାରଣ ସଂପାଦକ ପ୍ରଦୀପ କୁମାର ସାହୁ ଯୋଗ ଦେଇ ଫୁଟବଲ ଖେଳ ଭାଇଚାରା ସୃଷ୍ଟି କରିଥାଏ ବୋଲି କହିଥିଲେ । ବିଜେତା କଟକ ଦଳକୁ ୧୫ହଜାର ଆର୍ଥିକ ରାଶି ସହ ଟ୍ରଫି ଏବଂ ଉପବିଜେତା ଦଳକୁ ୧୦ହଜାର ଆର୍ଥିକ ରାଶି ସହିତ ଟ୍ରଫି ପ୍ରଦାନ କରାଯାଇଥିଲା । ଚଳିତବର୍ଷ ଏହି ସର୍ବ ଭାରତୀୟ ଫୁଟବଲ ଟୁର୍ଣ୍ଣାମେଣ୍ଟରେ ଭାଇଯାଗ ସିଟି ଫୁଟବଲ ଟିମ, ଝାରଖଣ୍ଡ, କଲିକତା ଏବଂ ଓଡ଼ିଶାର ବଛାବଛା ଫୁଟବଲ ଟିମ୍ ଭାଗ ନେଇଥିଲେ । ରାଜ୍ୟ ସରକାର କ୍ରୀଡ଼ାକୁ ପ୍ରାଧାନ୍ୟ ଦେଇଥିବା ବେଳେ ସ୍ଥାନୀୟ ଅଞ୍ଚଳରେ ଏଭଳି ଫୁଟବଲ ମ୍ୟାଚ ଖେଳାଳୀଙ୍କୁ ପ୍ରେରଣା ଯୋଗାଇବ ବୋଲି କହିଥିଲେ ଅତିଥି ।

  • " class="align-text-top noRightClick twitterSection" data="">

ଇଟିଭି ଭାରତ, ଖୋର୍ଦ୍ଧା

ETV Bharat Logo

Copyright © 2024 Ushodaya Enterprises Pvt. Ltd., All Rights Reserved.