ETV Bharat / politics

ଭୁବନେଶ୍ବରର 4 ଆସନରେ ବିଜେପିର ପ୍ରାର୍ଥୀ ଘୋଷଣା, କେବେ ପ୍ରାର୍ଥୀ ଦେବ ବିଜେଡି ? - Bhubaneswar Assembly Constituencies

author img

By ETV Bharat Odisha Team

Published : Apr 2, 2024, 4:06 PM IST

Bhubaneswar Assembly Constituencies
Bhubaneswar Assembly Constituencies

Bhubaneswar Assembly Constituencies: ଲୋକସଭା ପରେ ବିଧାନସଭା ନିର୍ବାଚନ ଲାଗି ପ୍ରାର୍ଥୀ ଘୋଷଣା କରିଛି ଓଡ଼ିଶା ବିଜେପି । ଭୁବନେଶ୍ବରର 4 ଆସନ ଲାଗି ଦଳ ପ୍ରାର୍ଥୀ ଘୋଷଣା କରିଥିବା ବେଳେ ବିଜେଡି କେବେ ପ୍ରାର୍ଥୀ ଦେବେ ତାକୁ ନେଇ ଚର୍ଚ୍ଚା । ଅଧିକ ପଢନ୍ତୁ

ଭୁବନେଶ୍ବର: 112 ବିଧାନସଭା ଆସନ ପାଇଁ ପ୍ରାର୍ଥୀ ଘୋଷଣା କରିଛି ବିଜେପି । ଆଉ ଏହାରି ଭିତରେ ରହିଛି ଭୁବନେଶ୍ବରର 4 ଆସନ ଭୁବନେଶ୍ବର ମଧ୍ୟ, ଏକାମ୍ର, ଜୟଦେବ ଏବଂ ଉତ୍ତର । ଭୁବନେଶ୍ବର ମଧ୍ୟରେ ଜଗନ୍ନାଥ ପ୍ରଧାନଙ୍କୁ ପ୍ରାର୍ଥୀ କରିଛି ଦଳ । ସେହିପରି ଏକାମ୍ରରୁ ବାବୁ ସିଂଙ୍କୁ ପ୍ରାର୍ଥୀ କରିଛି ବିଜେପି । ଜୟଦେବରୁ ଅରବିନ୍ଦ ଢାଲି ପ୍ରାର୍ଥୀ ହୋଇଥିବା ବେଳେ ଭୁବନେଶ୍ବର ଉତ୍ତରରୁ ପ୍ରାର୍ଥୀ ହୋଇଛନ୍ତି ପ୍ରିୟଦର୍ଶୀ ମିଶ୍ର । ଏହି 4 ଆସନ ଏବେ ଚର୍ଚ୍ଚାରେ ରହିଛି ।

ଭୁବନେଶ୍ବର ମଧ୍ୟରୁ ପ୍ରାର୍ଥୀ ହୋଇଥିବା ଜଗନ୍ନାଥ ପ୍ରଧାନ ବିଗତ ନିର୍ବାଚନ ଗୁଡିକରେ ଅଳ୍ପ ବ୍ୟବଧାନରେ ପରାଜୟ ହୋଇଥିଲେ । 2019 ବିଧାନସଭା ନିର୍ବାଚନରେ ଜଗନ୍ନାଥ ପ୍ରଧାନ ବିଜେଡି ପ୍ରାର୍ଥୀ ଅନନ୍ତ ନାରାୟଣ ଜେନାଙ୍କଠାରୁ ପରାସ୍ତ ହୋଇଥିଲେ । ଅନନ୍ତ ନାରାୟଣ ଜେନା 54022ଖଣ୍ଡ ଭୋଟ ପାଇଥିବା ବେଳେ ଜଗନ୍ନାଥ ପ୍ରଧାନଙ୍କୁ ମିଳିଥିଲା 42580ୱଖଣ୍ଡ ଭୋଟ । ଭୋଟ ପ୍ରତିଶତ ଥିଲା 53.40 ଏବଂ 42.09 । ସେହିପରି 2014 ବିଧାନସଭା ନିର୍ବାଚନରେ ବିଜେଡି ପ୍ରାର୍ଥୀ ବିଜୟ କୁମାର ମହାନ୍ତି ବିଜେପି ପ୍ରାର୍ଥୀ ଜଗନ୍ନାଥ ପ୍ରଧାନଙ୍କୁ ହରାଇଥିଲେ ।

ବିଜୟ କୁମାର ମହାନ୍ତି 50107ଖଣ୍ଡ ଭୋଟ ପାଇଥିବା ବେଳେ ଜଗନ୍ନାଥ ପ୍ରଧାନଙ୍କୁ ମିଳିଥିଲା 27718 ଖଣ୍ଡ ଭୋଟ । ଭୋଟ ପ୍ରତିଶତ ଥିଲା 53.71 ଏବଂ 29.71 । 2009 ବିଧାନସଭା ନିର୍ବାଚନରେ ବିଜେଡି ପ୍ରାର୍ଥୀ ବିଜୟ କୁମାର ମହାନ୍ତି ବିଜେପି ପ୍ରାର୍ଥୀ ଜଗନ୍ନାଥ ପ୍ରଧାନଙ୍କୁ ପରାସ୍ତ କରିଥିଲେ । ବିଜୟ ପାଇଥିଲେ 46417 ଖଣ୍ଡ ଭୋଟ ଏବଂ ଜଗନ୍ନାଥ ପାଇଥିଲେ 8 159 ଖଣ୍ଡ ଭୋଟ । ତୃତୀୟ ସ୍ଥାନରେ ରହିଥିଲେ ଜଗନ୍ନାଥ । ଭୋଟ ପ୍ରତିଶତ ଥିଲା 60.89 ଏବଂ 10.70 ।

ଏହା ବି ପଢନ୍ତୁ- ବିଜେପି ବିଧାନସଭା ପ୍ରାର୍ଥୀ ତାଲିକା: ଚାନ୍ଦବାଲିରୁ ମନମୋହନ-ସମ୍ବଲପୁରରୁ ଜୟନାରାୟଣ-ଦିଗପହଣ୍ଡିରୁ ସିଦ୍ଧାନ୍ତ, ୧୭ ବିଧାୟକ ରିପିଟ୍

ଏକାମ୍ର ନିର୍ବାଚନ ମଣ୍ଡଳୀରୁ ପ୍ରାର୍ଥୀ ହୋଇଥିବା ବାବୁ ସିଂହ ମଧ୍ୟ ଜିତି ନାହାନ୍ତି ବିଗତ ନିର୍ବାଚନରେ। 2019 ବିଧାନସଭା ନିର୍ବାଚନରେ ବାବୁ ସିଂ ବିଜେଡି ପ୍ରାର୍ଥୀ ଅଶୋକ ପଣ୍ଡାଙ୍କ ଠାରୁ ପରାସ୍ତ ହୋଇଥିଲେ । ଅଶୋକ ପଣ୍ଡା 75020ଖଣ୍ଡ ଭୋଟ ପାଇଥିବା ବେଳେ ବାବୁ ସିଂହଙ୍କୁ ମିଳିଥିଲା 46363 ଖଣ୍ଡ ଭୋଟ । ଭୋଟ ପ୍ରତିଶୱତ ରହିଥିଲା 57.07 ଏବଂ 35.27 । 2014ରେ ଅଶୋକ ପଣ୍ଡା ଅମିୟ ଦାସଙ୍କୁ ହରାଇଥିବା ବେଳେ 2009ରେ ଅଶୋକ ପଣ୍ଡାଙ୍କ ଠାରୁ ହାରିଥିଲେ ସମୀର ମହାନ୍ତି ।

ଭୁବନେଶ୍ବର ଉତ୍ତର ଏଥର ଏଥିପାଇଁ ଚର୍ଚ୍ଚାରେ ରହିଛି କାରଣ ଏଠାକାର ବିଜେଡି ନେତା ପ୍ରିୟଦର୍ଶୀ ମିଶ୍ର ବିଜେଡି ଛାଡି ବିଜେପିରେ ଯୋଗ ଦେଇଛନ୍ତି । 2024 ପାଇଁ ଟିକେଟ ମଧ୍ୟ ପାଇଛନ୍ତି । 2014 ବିଧାନସଭା ନିର୍ବାଚନରେ ପ୍ରିୟଦର୍ଶୀ ମିଶ୍ର ବିଜେଡିରୁ ପ୍ରାର୍ଥୀ ହୋଇ ପାଇଥିଲେ 73728 ଖଣ୍ଡ ଭୋଟ । ବିଜେପି ପ୍ରାର୍ଥୀ ଦିଲ୍ଲୀପ ମହାନ୍ତି ପାଇଥିଲେ 24971 ଖଣ୍ଡ ଭୋଟ । ଭୋଟ ପ୍ରତିଶତ ରହିଥିଲା 66 ପ୍ରତିଶତ ଏବଂ 22 ପ୍ରତିଶତ ।

ଭୁବନେଶ୍ବର ଜୟଦେବ ଆସନ ମଧ୍ୟ ଚର୍ଚ୍ଚାରେ ରହିଛି । କାରଣ ବିଜେଡି ନେତା ଅରବିନ୍ଦ ଢାଲି ବିଜେଡି ଛାଡି ବିଜେପିରେ ଯୋଗ ଦେଇଛନ୍ତି ଏବଂ ଜୟଦେବ ଆସନ ପାଇଁ ଟିକେଟ ମଧ୍ୟ ପାଇଛନ୍ତି । 2019 ବିଧାନସଭା ନିର୍ବାଚନରେ ବିଜେଡି ପ୍ରାର୍ଥୀ ଅରବିନ୍ଦ ଢାଲି ପାଇଥିଲେ 63ହଜାର ଭୋଟ । ଯାହାକି 44.72 ପ୍ରତିଶତ । ସେସ୍ବାଧୀନପ୍ରାର୍ଥୀଙ୍କୁ ହରାଇ ବିଜୟୀ ହୋଇଥିଲେ । ଏଥର କିନ୍ତୁ ବିଜେପି ଟିକେଟରୁ ଲଢିବେ ଅରବିନ୍ଦ ଢାଲି । ଏହି 4ଟି ଯାକ ଆସନରେ ବିଜେଡି ପ୍ରାର୍ଥୀ ଘୋଷଣା କରିନାହିଁ । ବିଜେପିର ଦମଦାର ପ୍ରାର୍ଥୀଙ୍କୁ ଟକ୍କର ଦେବା ପାଇଁ ବିଜେଡି କିପରି ଅଙ୍କ କଷୁଛି ତା' ଉପରେ ନଜର ।

ଇଟିଭି ଭାରତ, ଭୁବନେଶ୍ବର

ETV Bharat Logo

Copyright © 2024 Ushodaya Enterprises Pvt. Ltd., All Rights Reserved.