ETV Bharat / politics

କେଉଁ ଦଳରେ ପୂର୍ବତନ କିର୍ମିରା ବ୍ଳକ ଅଧ୍ୟକ୍ଷ ? ଟିକେଟ୍ ପାଇଁ ତେଜରାଜ ମିଛ କହୁଥିବା ଅଭିଯୋଗ - Tejraj Wants Congress Ticket

author img

By ETV Bharat Odisha Team

Published : Apr 19, 2024, 10:29 PM IST

Jharsuguda assembly constituency
Jharsuguda assembly constituency

Tejraj Wants Congress Ticket: କଂଗ୍ରେସରୁ ଟିକେଟ୍ ଆଶାୟୀ ଅଛନ୍ତି ନବ ଦାସଙ୍କ ସମର୍ଥକ ତେଜରାଜ ସାହୁ । ଅନ୍ୟପଟେ ଟିକେଟ୍ ପାଇଁ ସେ ମିଛ କହୁଥିବା ଅଭିଯୋଗ ହୋଇଛି । ଅଧିକ ପଢନ୍ତୁ

Jharsuguda assembly constituency

ଝାରସୁଗୁଡ଼ା: କଂଗ୍ରେସ ଟିକେଟ ପାଇବା ପାଇଁ ଆଶାବାଦୀ ପୂର୍ବତନ କିର୍ମିରା ବ୍ଳକ ଅଧ୍ୟକ୍ଷ । ସେପଟେ ସେ ଟିକେଟ୍ ପାଇଁ ମିଛ କହୁଥିବା ଅଭିଯୋଗ ହୋଇଛି । ସୂଚନା ଅନୁସାରେ, ଝାରସୁଗୁଡ଼ା ଜିଲ୍ଲାର କିର୍ମିରା ବ୍ଳକର ପୂର୍ବତନ ଅଧ୍ୟକ୍ଷ ତେଜରାଜ ସାହୁ ଗତକାଲି (ଗୁରୁବାର) ଏକ ସାମ୍ବାଦିକ ସମ୍ମିଳନୀ କରିଛନ୍ତି । ସେ ଆଗରୁ କଂଗ୍ରେସରେ ଥିଲେ ଏବଂ ଏବେବି କଂଗ୍ରେସରେ ଅଛନ୍ତି ବୋଲି ସାମ୍ବାଦିକ ସମ୍ମିଳନୀରେ ସୂଚନା ଦେଇଛନ୍ତି । ଅନ୍ୟପଟେ ଦେଖିବାକୁ ଗଲେ ଗତ ୨୦୧୭ ପଞ୍ଚାୟତ ନିର୍ବାଚନରେ ପୂର୍ବତନ ବିଧାୟକ ତଥା ସ୍ଵାସ୍ଥ୍ୟମନ୍ତ୍ରୀଙ୍କ ପାଖ ଲୋକ କୁହାଯାଉଥିବା ତେଜରାଜ ସାହୁ ବ୍ଳକ ଅଧ୍ୟକ୍ଷ ହୋଇଥିଲେ । ୨୦୨୨ ପଞ୍ଚାୟତ ନିର୍ବାଚନରେ ତାଙ୍କ ଧର୍ମପତ୍ନୀ ସମିତି ସଭ୍ୟା ହୋଇ କିର୍ମିରା ବ୍ଳକର ଅଧ୍ୟକ୍ଷା ହୋଇଥିଲେ । ନବ ଦାସଙ୍କ ଦେହାନ୍ତ ପରେ ସେ ଗତ ଉପନିର୍ବାଚନରେ ବିଜେଡ଼ି ପ୍ରାର୍ଥିନୀ ଦୀପାଳି ଦାସଙ୍କ ପ୍ରଚାରରେ ସାମିଲ ହୋଇଥିଲେ ।

ସମୟକ୍ରମେ ଦୀପାଳି ଦାସ ଏବଂ ତାଙ୍କ ଭାଇ ବିଶାଲ ଦାସ ତେଜରାଜଙ୍କୁ ଅଣଦେଖା କରୁଥିବା ନେଇ ଅଭିଯୋଗ ହୋଇଥିଲା । ଯାହାକୁ ନେଇ ତେଜରାଜ ସେମାନଙ୍କୁ ବିରୋଧ କରି କଂଗ୍ରେସ ଟିକେଟ୍ ହାତେଇଛନ୍ତି । ଆଉ ଚଳିତ ସାଧାରଣ ନିର୍ବାଚନରେ କଂଗ୍ରେସ ଟିକେଟରୁ ପ୍ରାର୍ଥୀ ହେବା ପାଇଁ ଇଚ୍ଛା ଜାହିର କରୁଥିବା ପ୍ରକାଶ କରିଛନ୍ତି । ଏହାକୁ ନେଇ ଝାରସୁଗୁଡ଼ା ଜିଲ୍ଲା କଂଗ୍ରେସ କର୍ମୀମାନେ ମଧ୍ୟ ତାଙ୍କ ସମର୍ଥନରେ ଥିବାବେଳେ ଝାରସୁଗୁଡା ଜିଲ୍ଲା ଓବିସି ମଞ୍ଚ ମଧ୍ୟ ତାଙ୍କ ସପକ୍ଷରେ ରହିଥିବା ଦେଖାଦେଇଛି ।

ଏହା ବି ପଢନ୍ତୁ...ନିମାପଡାରେ ତେଜିଲା ଟିକେଟ ବିବାଦ, ସମୀରଙ୍କୁ ପୁଣି ଟିକେଟ ଦେବାକୁ ସମର୍ଥକଙ୍କ ଦାବି - Nimapara Assembly Constituency

ଏହା ବି ପଢନ୍ତୁ...ମହିଳା ଭୋଟର ଉପରେ ଫୋକସ, ବିଜେପି କରୁଛି 'ନାରୀ ଶକ୍ତି ବନ୍ଦନା' କାର୍ଯ୍ୟକ୍ରମ - General Election 2024

ଚଳିତ ସାଧାରଣ ନିର୍ବାଚନରେ ବିଜେଡି ଏବଂ ବିଜେପି ତାଙ୍କ ପ୍ରାର୍ଥୀ ଘୋଷଣା କରିବା ପରେ କଂଗ୍ରେସ ଏପର୍ଯ୍ୟନ୍ତ ଝାରସୁଗୁଡା ପ୍ରାର୍ଥୀ ଘୋଷଣା କରିନାହିଁ । ଯଦି କଂଗ୍ରେସ ପୂର୍ବତନ ବ୍ଳକ ଅଧ୍ୟକ୍ଷଙ୍କୁ ପ୍ରାର୍ଥୀ କରେ ତେବେ ଝାରସୁଗୁଡ଼ାରେ ତ୍ରିମୁଖୀ ଲଢେଇ ହେବ ବୋଲି ଚର୍ଚ୍ଚା ହେଉଛି । ଅନ୍ୟପଟେ ସ୍ବର୍ଗତ ନବ ଦାସଙ୍କ ଅନୁଗାମୀ ତେଜରାଜ ସାହୁ ବର୍ତ୍ତମାନ ଦୀପାଳି ଦାସଙ୍କୁ ଟକ୍କର ଦେବା ପାଇଁ କଂଗ୍ରେସ ଟିକେଟରୁ ନିର୍ବାଚନ ଲଢ଼ିବେ କି ତାହା ଏବେ ବଡ଼ ପ୍ରଶ୍ନବାଚୀ ସୃଷ୍ଟି ହୋଇଛି । କାରଣ ବିଜେଡି ଶିବିରରୁ ତାଙ୍କୁ ଅନେକାଂଶରେ ବିରୋଧ କରାଯାଉଛି । ଜିଲ୍ଲା ସଭାପତି ରବି ସିଂ ତେଜରାଜଙ୍କ ଦଳ ବଦଳ କଥା କହି ବର୍ଷିଛନ୍ତି ।

ଇଟିଭି ଭାରତ, ଝାରସୁଗୁଡ଼ା

ETV Bharat Logo

Copyright © 2024 Ushodaya Enterprises Pvt. Ltd., All Rights Reserved.