ETV Bharat / politics

ବିଜେପିର ମିଶ୍ରଣ ପର୍ବରେ କେନ୍ଦ୍ରମନ୍ତ୍ରୀଙ୍କ ଉପସ୍ଥିତିରେ ବିଜେଡିର ଶତାଧିକ କର୍ମୀ ସାମିଲ - BJP Joining Program In Dhenkanal

author img

By ETV Bharat Odisha Team

Published : Apr 2, 2024, 10:23 PM IST

ବିଜେପିର ମିଶ୍ରଣ ପର୍ବରେ କେନ୍ଦ୍ରମନ୍ତ୍ରୀଙ୍କ ଉପସ୍ଥିତିରେ ବିଜେଡିର ଶତାଧିକ କର୍ମୀ ସାମିଲ
ବିଜେପିର ମିଶ୍ରଣ ପର୍ବରେ କେନ୍ଦ୍ରମନ୍ତ୍ରୀଙ୍କ ଉପସ୍ଥିତିରେ ବିଜେଡିର ଶତାଧିକ କର୍ମୀ ସାମିଲ

BJP Joining Program In Dhenkanal: କେନ୍ଦ୍ରମନ୍ତ୍ରୀ ଧର୍ମେନ୍ଦ୍ର ପ୍ରଧାନ ଉପସ୍ଥିତିରେ ବରିଷ୍ଠ ବିଜେଡି ନେତା ଅକ୍ଷୟ ମହାନ୍ତି, ଯୁବ ନେତା ଡାକ୍ତର ଶାନ୍ତି ଭୂଷଣ ପଣ୍ଡା ବିଜେଡି ଛାଡି ଶତାଧିକ ସମର୍ଥକଙ୍କ ସହିତ ବିଜେପିରେ ସାମିଲ । ପ୍ରଧାନମନ୍ତ୍ରୀ ମୋଦିଙ୍କ 'ଅଵ କି ବାର ୪୦୦ ପାର' ଆହ୍ବାନକୁ ମନେପକାଇ ଦେଇ ସମସ୍ତେ ସଂଗଠିତ ଭାବେ କାମ କରିବାକୁ କେନ୍ଦ୍ରମନ୍ତ୍ରୀଙ୍କ ଆହ୍ବାନ । ଅଧିକ ପଢନ୍ତୁ

ବିଜେପିର ମିଶ୍ରଣ ପର୍ବରେ କେନ୍ଦ୍ରମନ୍ତ୍ରୀଙ୍କ ଉପସ୍ଥିତିରେ ବିଜେଡିର ଶତାଧିକ କର୍ମୀ ସାମିଲ

ଢେଙ୍କାନାଳ: ଢେଙ୍କାନାଳରେ ବିଜେପିର ବଢିଲା ବଳ । ଆଜି ଢେଙ୍କାନାଳ ଜିଲ୍ଲା ବିଜେପି କାର୍ଯ୍ୟାଳୟରେ ବିଜେପିର ମିଶ୍ରଣ ପର୍ବ ଅନୁଷ୍ଠିତ ହୋଇଯାଇଛି । ଏହି ଅବସରରେ କେନ୍ଦ୍ର ଶିକ୍ଷା, ଦକ୍ଷତା ବିକାଶ ଓ ଉଦ୍ୟମିତା ମନ୍ତ୍ରୀ ଧର୍ମେନ୍ଦ୍ର ପ୍ରଧାନ ଉପସ୍ଥିତି ଥିଲେ । କେନ୍ଦ୍ରମନ୍ତ୍ରୀଙ୍କ ଉପସ୍ଥିତିରେ ରାଜ୍ୟ ସମବାୟ ବ୍ୟାଙ୍କ ସମୂହର ପୂର୍ବତନ ସଭାପତି ତଥା ବରିଷ୍ଠ ବିଜେଡି ନେତା ଅକ୍ଷୟ ମହାନ୍ତି ବିଜେପିରେ ସାମିଲ ହୋଇଛନ୍ତି । ଅପରପକ୍ଷରେ ବିଶିଷ୍ଟ ସମାଜସେବୀ ତଥା ଯୁବ ନେତା ଡାକ୍ତର ଶାନ୍ତି ଭୂଷଣ ପଣ୍ଡା ମଧ୍ୟ ବିଜେଡି ଛାଡି ତାଙ୍କର ଶତାଧିକ ସମର୍ଥକଙ୍କ ସହିତ ବିଜେପିରେ ସାମିଲ ହୋଇଛନ୍ତି ।

କେନ୍ଦ୍ରମନ୍ତ୍ରୀ ଉଭୟଙ୍କୁ ବିଜେପି ଦଳୀୟ ଟୋପି ଓ ଉତ୍ତରୀୟ ପ୍ରଦାନ ପୂର୍ବକ ଦଳ ପକ୍ଷରୁ ସ୍ବାଗତ କରିଥିଲେ । ତେବେ ବିଜେଡି ଦଳରେ ସେ ଅଣନିଶ୍ବାସୀ ହୋଇପଡିଥିବା ସହିତ ନିଜର ସ୍ବାଭିମାନ ବଞ୍ଚାଇବା ପାଇଁ ବିଜେଡି ଛାଡିଛନ୍ତି । କେନ୍ଦ୍ରରେ ନରେନ୍ଦ୍ର ମୋଦିଙ୍କ ବିକଶିତ ଭାରତବର୍ଷର ସ୍ବପ୍ନ ଓ ରାଜ୍ୟର ଜଣେ ଯୁବ ,ଦୃଢ଼ ସଙ୍ଗଠକ ଓ ନିଷ୍ଠବାନ ବ୍ୟକ୍ତିତ୍ବ କେନ୍ଦ୍ରମନ୍ତ୍ରୀ ଧର୍ମେନ୍ଦ୍ର ପ୍ରଧାନଙ୍କ କାର୍ଯ୍ୟକଳାପ ତାଙ୍କୁ ବିଜେପିରେ ସାମିଲ ପାଇଁ ପ୍ରେରଣା ଯୋଗାଇଥିଲା ବୋଲି ପ୍ରକାଶ କରିଛନ୍ତି ଅକ୍ଷୟ ମହାନ୍ତି ।

ଏହା ମଧ୍ୟ ପଢନ୍ତୁ ... ଟିକେଟ ପାଇବା ପରେ କଣ କହୁଛନ୍ତି ସମ୍ବଲପୁର ଜିଲ୍ଲାର ବିଜେପି ପ୍ରାର୍ଥୀ ? - BJP MLA Candidates

ଏହି ଅବସରରେ ଯୋଗ ଦେଇଥିବା ଶତାଧିକ ଲୋକଙ୍କୁ ଦଳକୁ ସ୍ବାଗତ କରିଥିଲେ ଧର୍ମେନ୍ଦ୍ର । ତେବେ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦିଙ୍କ 'ଅଵ କି ବାର ୪୦୦ ପାର' ଆହ୍ବାନକୁ ମନେପକାଇ ଦେଇ ସମସ୍ତେ ସଂଗଠିତ ଭାବେ କାମ କରିବା ସହିତ ବିକଶିତ ଭାରତ ବର୍ଷ ସଂଗ୍ରାମରେ ସାମିଲ ହେବାକୁ କେନ୍ଦ୍ରମନ୍ତ୍ରୀ ଉପସ୍ଥିତ ବିଜେପି କର୍ମୀ ମାନଙ୍କୁ ଆହ୍ବାନ ଦେଇଥିଲେ । ଏହି ଅବସରରେ ଜିଲ୍ଲା ବିଜେପି ସଭାପତି , ଢେଙ୍କାନାଳ ନଗରପାଳ ଜୟନ୍ତୀ ପାତ୍ର, ବିଜେପି ବରିଷ୍ଠ ନେତା ତଥା ଢେଙ୍କାନାଳ ଲୋକସଭା ପ୍ରାର୍ଥୀ ରୁଦ୍ର ପାଣି, ବିଧାନସଭା ପ୍ରାର୍ଥୀ କୃଷ୍ଣଚନ୍ଦ୍ର ପାତ୍ର, ପରଜଙ୍ଗ ବିଧାନସଭା ପ୍ରାର୍ଥୀ ବିଭୁତି ପ୍ରଧାନ ଓ କାମାକ୍ଷାନଗର ପ୍ରାର୍ଥୀ ଶତ୍ରୁଘ୍ନ ଜେନା ତଥା ପୂର୍ବତନ ମନ୍ତ୍ରୀ ଅଞ୍ଜଳି ବେହେରା ପ୍ରମୁଖ ବିଜେପି ନେତା ଓ ଶତାଧିକ କର୍ମୀ ଉପସ୍ଥିତ ଥିଲେ ।

ପୂର୍ବରୁ ମାର୍ଚ୍ଚ ୪ ତାରିଖରେ ଜିଲ୍ଲା ବିଜେପି କାର୍ଯ୍ୟାଳୟଠାରେ ଅନୁଷ୍ଠିତ ମିଶ୍ରଣ ପର୍ବରେ କେନ୍ଦ୍ରମନ୍ତ୍ରୀ ଧର୍ମେନ୍ଦ୍ର ପ୍ରଧାନଙ୍କ ଉପସ୍ଥିତିରେ କଂଗ୍ରେସ ଛାଡ଼ିଥିବା ପୂର୍ବତନ ମନ୍ତ୍ରୀ ନବୀନ ଚନ୍ଦ୍ର ନାରାୟଣ ଦାସ, ପୂର୍ବତନ ଜିଲ୍ଲା କଂଗ୍ରେସ ସଭାପତି ସରୋଜ ପଟ୍ଟନାୟକ, ସୁରେଶ ପାଣିଗ୍ରାହୀ, ପୂର୍ବତନ ସରପଞ୍ଚ ପ୍ରମୋଦ ନାୟକ, ବ୍ଲକ ସଭାପତିଙ୍କ ସମେତ ତାଙ୍କର ସମର୍ଥକ ବିଜେପିରେ ଯୋଗ ଦେଇଥିଲେ ।

ଇଟିଭି ଭାରତ, ଢେଙ୍କାନାଳ

ETV Bharat Logo

Copyright © 2024 Ushodaya Enterprises Pvt. Ltd., All Rights Reserved.