ETV Bharat / politics

ବିଜେପିରେ ମିଶିଲେ ପ୍ରଦୀପ ପାଣିଗ୍ରାହୀ: କହିଲେ 'ହିଞ୍ଜିଳିରୁ ଆରମ୍ଭ ହେବ ମିଶନ, ଭୁବନେଶ୍ୱରରେ ହେବ ଶେଷ'

author img

By ETV Bharat Odisha Team

Published : Feb 21, 2024, 11:59 AM IST

Updated : Feb 21, 2024, 3:47 PM IST

Gopalpur MLA Pradeep Panigrahi Joins BJP: ପଦ୍ମ ଧରିଲେ ପ୍ରଦୀପ ପାଣିଗ୍ରାହୀ । ଭୁବନେଶ୍ବରରେ ରାଜ୍ୟ ବିଜେପି ସଭାପତି ମନମୋହନ ସାମଲଙ୍କ ଉପସ୍ଥିତିରେ ଦଳରେ ସାମିଲ ହେଲେ ଗୋପାଳପୁର ବିଧାୟକ । ଅଧିକ ପଢନ୍ତୁ

ବିଜେପିରେ ମିଶିଲେ ପ୍ରଦୀପ ପାଣିଗ୍ରାହୀ
ବିଜେପିରେ ମିଶିଲେ ପ୍ରଦୀପ ପାଣିଗ୍ରାହୀ

ବିଜେପିରେ ମିଶିଲେ ପ୍ରଦୀପ ପାଣିଗ୍ରାହୀ

ଭୁବନେଶ୍ବର: ବିଜେପିରେ ଯୋଗ ଦେଲେ ଗୋପାଳପୁର ବିଧାୟକ ପ୍ରଦୀପ ପାଣିଗ୍ରାହୀ । ରାଜ୍ୟ ବିଜେପି ସଭାପତି ମନମୋହନ ସାମଲଙ୍କ ଉପସ୍ଥିତିରେ ସେ ବିଜେପିରେ ସାମିଲ ହୋଇଛନ୍ତି । ରାଜ୍ୟ ବିଜେପି କାର୍ଯ୍ୟାଳୟରେ ବିଧିବଦ୍ଧ ଭାବେ ଦଳରେ ଯୋଗ ଦେଇଛନ୍ତି ଗୋପାଳପୁର ବିଧାୟକ ପ୍ରଦୀପ ପାଣିଗ୍ରାହୀ । ବିଜେପିରେ ସାମିଲ ହେବା ସହ ରାଜ୍ୟ ସରକାର ଏବଂ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକଙ୍କ ଉପରେ ସେ ପ୍ରବଳ ବର୍ଷିଛନ୍ତି ।

ପ୍ରଦୀପ ପାଣିଗ୍ରାହୀ ବିଜେପିରେ ଯୋଗ ଦେବା ପରେ ପ୍ରଥମ ପ୍ରତିକ୍ରିୟା ରଖିଛନ୍ତି, "ଓଡ଼ିଶାରେ ପରିବର୍ତ୍ତନର ସମୟ ଆସିଛି। ରାଜ୍ୟରେ ଥିବା ଅନ୍ଧ ମୂକ ବଧିର, ଗର୍ବି, ଅହଙ୍କାରୀ ସରକାର ହଟାଇବା । ଏକଛତ୍ରବାଦୀ ସରକାର ହଟାଇ, ଶାନ୍ତି ମୈତ୍ରୀ ସରଳ ଓ ଲୋକତନ୍ତ୍ରର ସରକାର ଆଣିବା। ନବୀନଙ୍କୁ ହଟାଇବା, ଓଡ଼ିଆଙ୍କୁ ଗୁରୁତ୍ବ ଦେବା । ବିଜେପିକୁ ଥରଟିଏ ସୁଯୋଗ ଦିଅନ୍ତୁ, ନୂଆ ସରକାର ଆଣନ୍ତୁ ବୋଲି ପ୍ରଦୀପ ରାଜ୍ୟବାସୀଙ୍କୁ ନିବେଦନ କରିଛନ୍ତି। ବର୍ତ୍ତମାନର ସମୟ ପରିବର୍ତ୍ତନର ସମୟ। ଦେଶ ତଥା ରାଜ୍ୟ ଆଗକୁ ନେବାର ସମୟ ଆସିଛି। ପ୍ରଦୀପ କହିଛନ୍ତି ଓଡ଼ିଶା ଫାଷ୍ଟ, ଓଡ଼ିଆ ଫାଷ୍ଟ ପାଇଁ ସଂକଳ୍ପ ନେବା । ବିଜେଡି ୨୦୧୪ ରୁ ବିଜେପି ଆଗରେ ଅଘୋଷିତ ସମର୍ପଣ କରି ସାରିଛି। ତେଣୁ ବିଜେପିକୁ ପୂର୍ଣ ସମର୍ଥନ ଦେଇ ଓଡ଼ିଶାରେ ସରକାର କରିବା ପାଇଁ ସୁଯୋଗ ଦିଅନ୍ତୁ ବୋଲି ପ୍ରଦୀପ ରାଜ୍ୟବାସୀଙ୍କୁ ଆହ୍ଵାନ ଦେଇଛନ୍ତି । ହିଞ୍ଜିଳିରୁ ମିଶନ ଆରମ୍ଭ ହେବ, ଭୁବନେଶ୍ୱରରେ ଶେଷ ହେବ।"

ପୂର୍ବରୁ ବିଜୁ ଜନତା ଦଳର ଜଣେ ସକ୍ରିୟ ସଦସ୍ୟ ଥିଲେ ପ୍ରଦୀପ । 2004 ମସିହାରୁ ପ୍ରଦୀପ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକଙ୍କ ନିର୍ବାଚନ ମଣ୍ଡଳୀ ହିଞ୍ଜିଳିକାଟୁ ଦାୟିତ୍ବରେ ରହିଥିଲେ। ସେହିଦିନଠାରୁ 2020 ପର୍ଯ୍ୟନ୍ତ ସେ ପ୍ରତ୍ୟେକ୍ଷ ଭାବେ ମୁଖ୍ୟମନ୍ତ୍ରୀଙ୍କ ନିର୍ବାଚନ ମଣ୍ଡଳୀର ସମସ୍ତ କାର୍ଯ୍ୟ ତଦାରଖ କରୁଥିଲେ। 2009 ମସିହାରେ ମୁଖ୍ୟମନ୍ତ୍ରୀ ପ୍ରଦୀପଙ୍କୁ ଗୋପାଳପୁରରୁ ବିଧାନସଭା ପାଇଁ ପ୍ରାର୍ଥୀ କରିଥିଲେ। 2009, 2014 ଏବଂ 2019ରେ ଲଗାତାର ସେ ଗୋପାଳପୁର ବିଧାୟକ ଭାବେ ନିର୍ବାଚିତ ହୋଇଆସିଛନ୍ତି। 2014ରୁ 2017 ମସିହା ପର୍ଯ୍ୟନ୍ତ ସେ ମନ୍ତ୍ରୀ ଭାବେ ମଧ୍ୟ କାର୍ଯ୍ୟ କରିଥିଲେ ।

ଏହା ମଧ୍ୟ ପଢନ୍ତୁ...ଶୂନ ଓ ଶୂନ ମିଶିଲେ 1 ହେବନି: ମୁଖ୍ୟମନ୍ତ୍ରୀ ସମ୍ବିଧାନର ଊର୍ଦ୍ଧ୍ବରେ ନୁହଁନ୍ତି କହିଲେ ପ୍ରଦୀପ

ଗତ କିଛି ଦିନ ତଳେ ଗୋପାଳପୁର ବିଧାୟକ ପ୍ରଦୀପ କୁମାର ପାଣିଗ୍ରାହୀ ସାମ୍ବାଦିକ ସମ୍ମିଳନୀ କରି ରାଜ୍ୟ ସରକାର ବିଜେଡି ଉପରେ ପ୍ରବଳ ବର୍ଷିଛନ୍ତି । ସେ ବିଜେପିରେ ମିଶିବା ନେଇ ଜୋରଦାର ଚର୍ଚ୍ଚା ହେଉଥିଲା । ଏପରିକି ସେ ଆଗକୁ 'ଅରେଞ୍ଜ' ଲହର ଆସିବାକୁ ଯାଉଛି କହି ଦଳରେ ମିଶିବା ନେଇ ଇଶାରା ମଧ୍ୟ କରିଥିଲେ । ଏ ପ୍ରସଙ୍ଗରେ ପୂର୍ବରୁ ରାଜ୍ୟ ବିଜେପି ସଭାପତି ମନମୋହନ ସାମଲ ଗଣମାଧ୍ୟମକୁ କହିଥିଲେ, "ବିଜେପିର ଦ୍ଵାର ସବୁବେଳେ ଖୋଲା ରହିଛି । ଯିଏ ଆସିବାକୁ ଚାହିଁବେ ତାଙ୍କୁ ସ୍ବାଗତ କରାଯିବ।"

ଇଟିଭି ଭାରତ, ଭୁବନେଶ୍ବର

Last Updated :Feb 21, 2024, 3:47 PM IST
ETV Bharat Logo

Copyright © 2024 Ushodaya Enterprises Pvt. Ltd., All Rights Reserved.