ETV Bharat / politics

ଆଠମଲ୍ଲିକରେ ବିଜେଡିର ବିରାଟ ଶୋଭାଯାତ୍ରା: ବିଧାୟକ ଅନୁପସ୍ଥିତ, ନଳିନୀଙ୍କୁ ସାଙ୍ଗରେ ନେଇ ଚାଲିବାକୁ କହିଲେ ପ୍ରଣବ

author img

By ETV Bharat Odisha Team

Published : Feb 26, 2024, 7:46 AM IST

BJD Power Show
BJD Power Show

BJD Power Show: ଆଠମଲ୍ଲିକ ନିର୍ବାଚନ ମଣ୍ଡଳୀରେ ବିଜେଡିର ପାୱାର ଶୋ' । ମାନଯୋର ଜଳସେଚନ ପ୍ରକଳ୍ପଠାରେ ଦଳର କର୍ମୀ ସମ୍ମିଳନୀରେ କର୍ମୀଙ୍କୁ ଗୁରୁମନ୍ତ୍ର ଦେଇଛନ୍ତି ପ୍ରଣବ ପ୍ରକାଶ ଦାସ। ଅଧିକ ପଢନ୍ତୁ

BJD Power Show

ଅନୁଗୋଳ: ଆଠମଲ୍ଲିକ ନିର୍ବାଚନ ମଣ୍ଡଳୀରେ ବିଜେଡିର ପାୱାର ଶୋ' । ପଦଯାତ୍ରା କରିଛନ୍ତି ଦଳର ସାଂଗଠନିକ ସମ୍ପାଦକ । ମାନଯୋର ଜଳସେଚନ ପ୍ରକଳ୍ପଠାରେ ଦଳର କର୍ମୀ ସମ୍ମିଳନୀରେ କର୍ମୀଙ୍କୁ ଗୁରୁମନ୍ତ୍ର ଦେଇଛନ୍ତି ପ୍ରଣବ ପ୍ରକାଶ ଦାସ । ବିଜେଡିର ନେତା ଓ କର୍ମୀଙ୍କ ସହ ଆସନ୍ତା ନିର୍ବାଚନ ଷ୍ଟ୍ରାଟେଜୀ ବାବଦରେ ଆଲୋଚନା କରିଛନ୍ତି । ଦଳର ବିଜୟ ପାଇଁ କାମ କରିବାକୁ ସେ ତୃଣମୂଳ ସ୍ତରର କର୍ମୀମାନଙ୍କୁ ଆହ୍ୱାନ ଦେଇଛନ୍ତି ।


ନିର୍ବାଚନ ମଣ୍ଡଳୀର ଆରମ୍ଭରୁ ଅର୍ଥାତ୍ ଆଠମଲ୍ଲିକର ବଇଣ୍ଡା ଛକଠାରେ ଏକ ପଟୁଆରରେ ବାହାରି ଥିଲା ବିଜେଡି ଶୋଭାଯାତ୍ରା । ପରେ ଆଠମଲ୍ଲିକ NAC ଅଫିସ ସମ୍ମୁଖରୁ ବଜାରରେ ପଦଯାତ୍ରା କରିଥିଲେ ବବି ଦାସ ଓ ବିଜେଡି ନେତା ନଳିନୀ ପ୍ରଧାନ । ପରେ ପରେ ସେଠାରୁ ଯାଇ ମାନଯୋର ଜଳସେଚନ ପକଳ୍ପ ନିକଟରେ ଥିବା ଗେଷ୍ଟ ହାଉସ ପଡିଆରେ ଏକ କର୍ମୀ ସମ୍ମିଳନୀ କରିଥିଲେ । ସେଠାରେ ବିଜେଡି ନେତା ଓ କର୍ମୀ ଗୁରୁମନ୍ତ୍ର ଦେଇଥିଲେ ଦଳର ସଂଗଠନ ସମ୍ପାଦକ ପ୍ରଣବ ପ୍ରକାଶ ଦାସ । ବିରୋଧୀଙ୍କୁ ହିସାବ ମାଗିବା ସହ ନବୀନ ସରକାରର ବିକାଶ କଥା କହିଥିଲେ ପ୍ରଣବ । ନଳିନୀ ପ୍ରଧାନଙ୍କୁ ସାଙ୍ଗରେ ନେଇ ଚାଲିବାକୁ ସେ ଲୋକଙ୍କୁ ନିବେଦନ କରିଥିଲେ। ବହୁ ସଂଖ୍ୟାରେ ସମର୍ଥକମାନେ ମଧ୍ୟ ଏହି ଶୋଭାଯାତ୍ରାରେ ସାମିଲ ହୋଇଥିବା ଦେଖିବାକୁ ମିଳିଛି ।

ଏହା ମଧ୍ୟ ପଢନ୍ତୁ...ରାଜଧାନୀରେ ନିର୍ବାଚନୀ ତାତି, ୩ ନିର୍ବାଚନ ମଣ୍ଡଳୀରେ ଆଶାୟୀ ବହୁତ

ତେବେ ଆଠମଲ୍ଲିକରେ କାହାକୁ ଏଥର ଦଳ ପାର୍ଥୀ କରିବ ସେନେଇ କିଛି ସ୍ପଷ୍ଟ କରି ନଥିଲେ ବି ସ୍ଥାନୀୟ ବିଧାୟକ ଏହି ସଭାରେ ସାମିଲ ନଥିଲେ । ବିଗତ କିଛିଦିନ ହେବେ ବିଜେଡି ନେତା ନଳିନୀ ପ୍ରଧାନ ଓ ବିଧାୟକ ରମେଶ ସାଏଙ୍କ ମଧ୍ୟରେ ରାଜନୈତିକ ଶତ୍ରୁତା ବଢି ଥିବାବେଳେ ଏଠାରୁ ଚଳିତ ଥର କିଏ ପ୍ରାର୍ଥୀ ହେବ ସେନେଇ ଲାଗି ରହିଛି କଳ୍ପନାଜଳ୍ପନା । ଦଳ କିଛି ସ୍ପଷ୍ଟ ସୂଚନା ନ ଦେଲେବି ନଳିନୀଙ୍କ ସହ କାମ କରିବାକୁ ପ୍ରଣବ କର୍ମୀଙ୍କୁ ନିବେଦନ କରିବା ଟିକେଟ ଅଙ୍କକୁ ଆହୁରି ଜଟିଳ କରୁଛି । ଏନେଇ ନଳିନୀ କହିଛନ୍ତି, "ମୁଖ୍ୟମନ୍ତ୍ରୀ ଯାହା ନିର୍ଦ୍ଦେଶ ତେବେ ସେହି ଅନୁସାରେ କାର୍ଯ୍ୟ କରିବି । ଯାହା ଦାୟିତ୍ଵ ଦେବେ, ତାହା ତୁଲାଇବି ।" ଏହି କର୍ମୀ ସମ୍ମିଳନୀରେ ଅନ୍ୟ ଦଳର ବହୁ କର୍ମୀ ବିଜେଡିରେ ସାମିଲ ହୋଇଥିବା ଦେଖିବାକୁ ମିଳିଛି । ଯାହାକୁ ନେଇ ଅନୁଗୋଳ ରାଜନୀତି ସରଗରମ ରହିଛି ।

ଇଟିଭି ଭାରତ, ଅନୁଗୋଳ

ETV Bharat Logo

Copyright © 2024 Ushodaya Enterprises Pvt. Ltd., All Rights Reserved.