ETV Bharat / politics

ବିଜୁ ସ୍ୱାସ୍ଥ୍ୟକଲ୍ୟାଣ ସହ ବିକାଶର ଗାଥା ନେଇ ବିଜୟୀ ହେବ ବିଜେଡି: ପ୍ରତାପ ଦେବ - Aul Assembly Constituency

author img

By ETV Bharat Odisha Team

Published : Apr 26, 2024, 4:06 PM IST

ବିଜୁ ସ୍ୱାସ୍ଥ୍ୟକଲ୍ୟାଣ ସହ ବିକାଶର ଗାଥା ନେଇ ବିଜୟୀ ହେବ ବିଜେଡି
ବିଜୁ ସ୍ୱାସ୍ଥ୍ୟକଲ୍ୟାଣ ସହ ବିକାଶର ଗାଥା ନେଇ ବିଜୟୀ ହେବ ବିଜେଡି

Aul Assembly Constituency: କେନ୍ଦ୍ରାପଡ଼ାର ବହୁ ଚର୍ଚ୍ଚିତ ଆସନ ଆଳି ନିର୍ବାଚନ ମଣ୍ଡଳୀ । ଏଠାରୁ ବିଜେଡି ପକ୍ଷରୁ ପ୍ରାର୍ଥୀ ହୋଇଥିବା ପ୍ରତାପ କେଶରୀ ଦେବଙ୍କ ସହ ଇଟିଭି ଭାରତର ସ୍ବତନ୍ତ୍ର ସାକ୍ଷାତକାର ।

ବିଜୁ ସ୍ୱାସ୍ଥ୍ୟକଲ୍ୟାଣ ସହ ବିକାଶର ଗାଥା ନେଇ ବିଜୟୀ ହେବ ବିଜେଡି

କେନ୍ଦ୍ରାପଡ଼ା: ଜିଲ୍ଲାର ବହୁ ଚର୍ଚ୍ଚିତ ବିଧାନସଭା ଆସନ ଆଳି ନିର୍ବାଚନ ମଣ୍ଡଳୀ । ନିର୍ବାଚନ ପାଖେଇ ଆସୁଥିବା ବେଳେ ଆଳିରେ ଦେଖିବାକୁ ମିଳିଛି ରାଜନୈତିକ ବିଗ ଫାଇଟ । ଷଷ୍ଠ ଥର ପାଇଁ ବିଜେଡି ଟିକଟରୁ ଲଢ଼ୁଥିବା ଆଳିର ବର୍ତ୍ତମାନ ବିଧାୟକ ତଥା ରାଜ୍ୟ କ୍ୟାବିନେଟର ପାୱାରଫୁଲ ମନ୍ତ୍ରୀ ପ୍ରତାପ କେଶରୀ ଦେବଙ୍କୁ କଡ଼ା ଟକ୍କର ଦେଉଛନ୍ତି ବିରୋଧି ବିଜେପି ଓ କଂଗ୍ରେସ ପ୍ରାର୍ଥୀ ।

ତେବେ ୨୦୦୦ ମସିହା ନିର୍ବାଚନରୁ ୨୦୦୯ ମସିହା ପର୍ଯ୍ୟନ୍ତ ଆଳି ନିର୍ବାଚନ ମଣ୍ଡଳୀରେ ଦବଦବା ରଖୁଥିବା ରାଜ ପରିବାରର ପ୍ରତାପ ଦେବ ହ୍ୟାଟ୍ରିକ ବିଜୟ ହାସଲ କରିଥିବା ବେଳେ ୨୦୧୪ ମସିହାରେ କଂଗ୍ରେସର ଦେବେନ୍ଦ୍ର ଶର୍ମାଙ୍କ ଠାରୁ ତାଙ୍କୁ ପରାଜୟ ବରଣ କରିବାକୁ ପଡିଥିଲା । ହେଲେ ପାର୍ଟି ସୁପ୍ରିମୋ ତଥା ମୁଖ୍ୟମନ୍ତ୍ରୀଙ୍କ ଗୁଡ୍‌ ବୁକରେ ରହିଥିବା କାରଣରୁ ତାଙ୍କୁ ରାଜ୍ୟସଭା ସାଂସଦ ଭାବେ ମନୋନୀତ କରାଯାଇଥିଲା । ପରେ ନିର୍ବାଚନ ମଣ୍ଡଳୀରେ ବେଶ ସକ୍ରିୟ ରହି ୨୦୧୯ ନିର୍ବାଚନରେ ପୁଣିଥରେ ବିଧାୟକ ଭାବରେ ବିଜୟ ବାନା ଉଡାଇଥିଲେ । ଏବେ ୨୦୨୪ ସାଧାରଣ ନିର୍ବାଚନରେ ଆଳି ନିର୍ବାଚନ ମଣ୍ଡଳୀରୁ ବିଜେଡି ପୁନଃ ଟିକେଟ ଦେଇ ଦଳ ତାର ମାନିଫେଷ୍ଟୋ କମିଟିରେ ମନ୍ତ୍ରୀ ପ୍ରତାପଙ୍କୁ ସ୍ଥାନ ଦେଇଛି ।

ତେବେ ପ୍ରତାପ ଦେବ କହିଛନ୍ତି, "ରାଜ୍ୟ ସରକାରଙ୍କ ଗରିବ ଲୋକମାନଙ୍କ ପାଇଁ ବିଜୁ ସ୍ୱାସ୍ଥ୍ୟ କଲ୍ୟାଣ ଯୋଜନା, ରାସ୍ତାଘାଟର ବିକାଶ, ବିଦ୍ୟାଳୟ ଓ ହସ୍ପିଟାଲ ଗୁଡିକର 5T ଅଧିନରେ ରୂପାନ୍ତରିକରଣ ଇତ୍ୟାଦି ପ୍ରସଙ୍ଗକୁ ନେଇ ବିଜେଡି ନିର୍ବାଚନ ଲଢ଼ିବ । ବିଜେଡି ସରକାର ସମୟରେ ନିର୍ବାଚନ ମଣ୍ଡଳୀର ଅନେକ ବିଚ୍ଛିନ୍ନାଞ୍ଚଳକୁ ସବୁଦିନିଆ ରାସ୍ତା ତିଆରି ହୋଇଥିବା ବେଳେ ଅନେକ ଦିଗରେ ବିକାଶ ହୋଇଛି । କ୍ୟାଲେଣ୍ଡରରେ ବର୍ଷ ବଦଳିବା ପରେ ଲୋକମାନଙ୍କର ଆବଶ୍ୟକତା ମଧ୍ୟ ବୃଦ୍ଧି ପାଉଛି ଯେଉଁଥିପାଇଁ ଦାବି ଗୁଡିକ ବଢ଼ୁଛି ଏବଂ ଏ ଗୁଡ଼ିକୁ ପୂରଣ କରିବା ପାଇଁ ବିଜେଡି ଦଳ ଓ ମୁଖ୍ୟମନ୍ତ୍ରୀ ସଦା ତତ୍ପର ।

ଏହା ମଧ୍ୟ ପଢ଼ନ୍ତୁ...ଦୁର୍ନୀତି ରୋଗର ଚିକିତ୍ସା ପାଇଁ ରାଜନୀତିକୁ ଓହ୍ଲାଇଛି: କଂଗ୍ରେସ ପ୍ରାର୍ଥିନୀ ଦେବସ୍ମିତା - Odisha Assembly Election 2024

ସେହିପରି ଅନେକ ଆଶାୟୀ ଟିକେଟ ନପାଇ ନିରାଶ ହୋଇ ଦଳ ଛାଡୁଥିବା ପ୍ରସଙ୍ଗରେ ଉତ୍ତର ରଖି ପ୍ରତାପ କେଶରୀ ଦେବ କହିଛନ୍ତି, "ସମସ୍ତଙ୍କୁ ସନ୍ତୁଷ୍ଟ କରିବା ସମ୍ଭବ ନୁହେଁ । ୧୪୭ଟି ନିର୍ବାଚନ ମଣ୍ଡଳୀରେ ୧୪୭ ଜଣ ହିଁ ପ୍ରାର୍ଥୀ ହେବେ ।" ଅନ୍ୟପଟେ କେନ୍ଦ୍ରାପଡା ଜିଲ୍ଲାର ଜିଲ୍ଲା ପରିଷଦ ଅଧ୍ୟକ୍ଷା ଓ ଉପାଧ୍ୟକ୍ଷ ଦଳର ପ୍ରାଥମିକ ସଦସ୍ୟ ପଦରୁ ଇସ୍ତଫା ଦେବା ଘଟଣାର ପ୍ରତିକ୍ରିୟା ରଖି ପ୍ରତାପ କହିଛନ୍ତି, "ଯିଏ ଅନ୍ୟ ଦଳକୁ ଯାଇଛନ୍ତି ସେମାନେ ନିଜ ଇଚ୍ଛାରେ ଯାଇଛନ୍ତି । କିନ୍ତୁ ଦଳୀୟ କର୍ମୀ ଦଳରେ ହିଁ ଅଛନ୍ତି । ସାରା ରାଜ୍ୟରେ ଏଥର ଡବଲ ଶଙ୍ଖ ବାଜିବ ।"


ଇଟିଭି ଭାରତ, କେନ୍ଦ୍ରାପଡା

ETV Bharat Logo

Copyright © 2024 Ushodaya Enterprises Pvt. Ltd., All Rights Reserved.