ETV Bharat / politics

ତଳସରା ଆସନରେ ପ୍ରାର୍ଥୀ ବଦଳାଇଲା କଂଗ୍ରେସ, ପ୍ରବୋଧ ତିର୍କୀଙ୍କ ସ୍ଥାନରେ ଦେବେନ୍ଦ୍ର ଭିତରିଆ - ODISHA ASSEMBLY ELECTION 2024

author img

By ETV Bharat Odisha Team

Published : Apr 15, 2024, 11:30 AM IST

Updated : Apr 15, 2024, 4:35 PM IST

Talsara Assembly constituency: ତଳସରା ବିଧାନସଭା ଆସନରେ ପ୍ରାର୍ଥୀ ବଦଳାଇଲା କଂଗ୍ରେସ । ପ୍ରବୋଧ ତିର୍କୀଙ୍କୁ ହଟାଇ ଦେବେନ୍ଦ୍ର ଭିତରିଆଙ୍କୁ ପ୍ରାର୍ଥୀ କଲା ଦଳ । ଅଧିକ ପଢନ୍ତୁ

Etv Bharat
Etv Bharat

ରାଉରକେଲା: ଟିକେଟ ଦେଇ ଟିକେଟ ଫେରାଇ ନେଲା କଂଗ୍ରେସ । 3 ଆସନରେ ପ୍ରାର୍ଥୀ ବଦଳାଇଲା କଂଗ୍ରେସ । ତଳସରା, ବାଲିଗୁଡ଼ା ଓ କବି ସୂର୍ଯ୍ୟନଗର ବିଧାନସଭା ଆସନରେ ପ୍ରାର୍ଥୀ ବଦଳାଇଛି ଦଳ । ତଳସରାରେ ପ୍ରବୋଧ ତିର୍କୀଙ୍କ ସ୍ଥାନରେ ଦେବେନ୍ଦ୍ର ଭିତରିଆ, ବାଲିଗୁଡ଼ାରେ ସୁରଦା ପ୍ରଧାନଙ୍କ ସ୍ଥାନରେ ଉପେନ୍ଦ୍ର ପ୍ରଧାନ ଓ କବି ସୂର୍ଯ୍ୟନଗର ଚିରଞ୍ଜୀବ ବିଷୋଇଙ୍କ ସ୍ଥାନରେ ବିପିନ ବିହାରୀ ସ୍ବାଇଁଙ୍କୁ ଟିକେଟ୍ ଦେଇଛି ଦଳ ।

ଏହା ମଧ୍ୟ ପଢନ୍ତୁ-ତଳସରାରେ ତ୍ରିମୁଖୀ ଲଢେଇ: କଂଗ୍ରେସ ହାତକୁ ଫେରିବ କି ଗଡ ? - talasara politics

ତଳସରାରେ କଂଗ୍ରେସ ପାର୍ଥୀ ବଦଲାଇ ଜିଲ୍ଲାର ରାଜନୀତିକୁ ସରଗରମ କରି ଦେଇଛି । ତଳସରା ଆସନରେ ଭାରତୀୟ ହକି ଦଳର ପୂର୍ବତନ ଅଧିନାୟକ ପ୍ରବୋଧ ତିର୍କୀଙ୍କ ବଦଳି ବର୍ତ୍ତମାନ ସମ୍ପୂର୍ଣ୍ଣ ଜିଲ୍ଲାରେ ଚର୍ଚ୍ଚାର ବିଷୟ ପାଲଟିଛି । ପ୍ରାର୍ଥୀ ଚୟନର ପ୍ରଥମ ପର୍ଯ୍ୟାୟରେ କଂଗ୍ରେସ ପକ୍ଷରୁ ପ୍ରବୋଧ ତିର୍କୀଙ୍କ ନାମ ଘୋଷଣା କରାଯାଇଥିଲା । ଏଥର କଡା ପ୍ରତିଦ୍ବନ୍ଦ୍ବିତା ହେବ ବୋଲି ଆଶା ରଖିଥିଲେ ପ୍ରବୋଧ ଓ ତାଙ୍କ କର୍ମୀ । ଏମିତିକି ନିର୍ବାଚନୀ ପ୍ରଚାର ମଧ୍ୟ ଆରମ୍ଭ କରିଦେଇଥିଲେ ସେ । ବର୍ତ୍ତମାନ ତାଙ୍କର ବଦଳି ଦଳର ଆଭ୍ୟନ୍ତରୀଣ ଗତିଶୀଳତା ଓ ନିଷ୍ପତ୍ତି ପ୍ରକ୍ରିୟା ଉପରେ ପ୍ରଶ୍ନବାଚୀ ସୃଷ୍ଟି କରିଛି । ଯଦିଓ ଏହି ପରିବର୍ତ୍ତନ ପଛରେ ପ୍ରକୃତ କାରଣ ବର୍ତ୍ତମାନ ମଧ୍ୟ ଜଣା ପଡ଼ିନାହିଁ ତାହା ଆଗାମୀ ଦିନରେ ଜଣା ପଡିବ ବୋଲି ଅନୁମାନ କରାଯାଉଛି । ତଳସରା ଆସନରେ କଂଗ୍ରେସର ପ୍ରାର୍ଥୀ ବଦଳାଇବା ଉକ୍ତ ନିର୍ବାଚନ ମଣ୍ଡଳୀରେ ରାଜନୈତିକ ହଟଚମଟ ସୃଷ୍ଟି କରିଛି ।

ଏହା ମଧ୍ୟ ପଢନ୍ତୁ-Interview With Prabodh Tirkey: ତଳସରା ନିର୍ବାଚନ ମଣ୍ଡଳୀରେ ଜିତିବା ସ୍ବପ୍ନ, କହିଲେ ପ୍ରବୋଧ ତିର୍କୀ

କିଛି ମାସ ତଳେ କଂଗ୍ରେସ ଦଳର ସାମିଲ ହୋଇଥିଲେ ଭାରତୀୟ ହକି ଦଳର କ୍ୟାପଟେନ ପ୍ରବୋଧ ତିର୍କୀ । କଂଗ୍ରେସର ପ୍ରଥମ ପର୍ଯ୍ୟାୟ ପ୍ରାର୍ଥୀ ତାଲିକାରେ ତାଙ୍କ ନାମ ମଧ୍ୟ ଆସିଥିଲା । ଏବେ ଦଳ ତାଙ୍କ ଠାରୁ ଟିକଟ ଫେରାଇ ନେଇଛି । ଏହାର କାରଣ କଣ ତାହା ଅସ୍ପଷ୍ଟ ରହିଥିବା ବେଳେ ପ୍ରବୋଧଙ୍କ ପ୍ରତିକ୍ରିୟା ମଧ୍ୟ ମିଳିପାରି ନାହିଁ । ରାହୁଲ ଗାନ୍ଧୀଙ୍କ ଆର୍ଦଶରେ ଅନୁପ୍ରାଣିତ ହୋଇଗତ ବର୍ଷ ସେପ୍ଟେମ୍ବର ମାସରେ କଂଗ୍ରେସରେ ସାମିଲ ହୋଇଥିଲେ ପ୍ରବୋଧ ତିର୍କୀ ।

ଇଟିଭି ଭାରତ, ସୁନ୍ଦରଗଡ

Last Updated : Apr 15, 2024, 4:35 PM IST
ETV Bharat Logo

Copyright © 2024 Ushodaya Enterprises Pvt. Ltd., All Rights Reserved.