ETV Bharat / politics

ଷଷ୍ଠ ଦିନରେ ବରଗଡ଼ରେ ନାମାଙ୍କନ ଭରିଲେ ୧୪ ପ୍ରାର୍ଥୀ, ଶୋଭାଯାତ୍ରା କରି ଶକ୍ତି ପ୍ରଦର୍ଶନ - BARGARH CANDIDATES FILE NOMINATION

author img

By ETV Bharat Odisha Team

Published : May 2, 2024, 7:10 AM IST

MP and MLA Candidates File Nomination: ନାମାଙ୍କନ ଦାଖଲ ପ୍ରକ୍ରିୟାର ଷଷ୍ଠ ଦିନରେ ବରଗଡ ଜିଲ୍ଲାରେ ୧୪ ବିଧାୟକ ଓ ସାଂସଦ ପ୍ରାର୍ଥୀ ନାମାଙ୍କନ ଦାଖଲ କରିଛନ୍ତି । ଭଟଲି ବିଧାନସଭା ଆସନ ପାଇଁ ବିଜେପି ଦଳର ପ୍ରାର୍ଥୀ ଇରାଶିଷ ଆଚାର୍ଯ୍ୟ ଓ ବରଗଡ ଲୋକସଭା ପ୍ରାର୍ଥୀ ପ୍ରଦୀପ ପୁରୋହିତ ସହିତ ବିଜେପୁର ପାଇଁ ବିଜେଡିରୁ ରୀତା ସାହୁ ଭରିଛନ୍ତି ନାମାଙ୍କନ । ଅଧିକ ପଢନ୍ତୁ

ଷଷ୍ଠ ଦିନରେ ବରଗଡ଼ରେ ନାମାଙ୍କନ ଭରିଲେ ୧୪ ପ୍ରାର୍ଥୀ, ଶୋଭାଯାତ୍ରା କରି ଦେଖାଇଲେ ଶକ୍ତି ପ୍ରଦର୍ଶନ
ଷଷ୍ଠ ଦିନରେ ବରଗଡ଼ରେ ନାମାଙ୍କନ ଭରିଲେ ୧୪ ପ୍ରାର୍ଥୀ, ଶୋଭାଯାତ୍ରା କରି ଦେଖାଇଲେ ଶକ୍ତି ପ୍ରଦର୍ଶନ

ଷଷ୍ଠ ଦିନରେ ବରଗଡ଼ରେ ନାମାଙ୍କନ ଭରିଲେ ୧୪ ପ୍ରାର୍ଥୀ, ଶୋଭାଯାତ୍ରା କରି ଦେଖାଇଲେ ଶକ୍ତି ପ୍ରଦର୍ଶନ

ବରଗଡ଼: ଆସନ୍ତା ମେ ମାସ 20 ତାରିଖରେ ବରଗଡ ଜିଲ୍ଲାରେ ହେବାକୁ ଯାଉଛି ମତଦାନ ପ୍ରକ୍ରିୟା । ଏଥିପାଇଁ ଗତ ୨୬ ଏପ୍ରିଲରୁ ଆରମ୍ଭ ହୋଇଯାଇଛି ନାମାଙ୍କନ ପତ୍ର ଦାଖଲ ପ୍ରକ୍ରିୟା । ଆଜି ନାମାଙ୍କନ ପତ୍ର ଦାଖଲର ଷଷ୍ଠ ଦିନରେ ବିଜେପୁର ବିଧାନସଭା ଆସନ ପାଇଁ ବିଜେଡି ଦଳର ବିଧାୟକ ପ୍ରାର୍ଥିନୀ ରୀତା ସାହୁ ତାଙ୍କର ନାମାଙ୍କନ ପତ୍ର ସ୍ଥାନୀୟ DRDA ହଲ ସ୍ଥିତ CDA ଙ୍କ ଠାରେ ଦାଖଲ କରିଛନ୍ତି | ସେହିପରି ଭଟଲି ବିଧାନସଭା ଆସନ ପାଇଁ ବିଜେପି ଦଳର ପ୍ରାର୍ଥୀ ଇରାଶିଷ ଆଚାର୍ଯ୍ୟ ଅତିରିକ୍ତ ଜିଲ୍ଲାପାଳଙ୍କ ଠାରେ ତାଙ୍କର ନାମାଙ୍କନ ପତ୍ର ଦାଖଲ କରିଛନ୍ତି ।

ଏହା ମଧ୍ୟ ପଢନ୍ତୁ ... ନାମାଙ୍କନ ପତ୍ର ଦାଖଲର 5ମ ଦିନ, ବରଗଡ଼ରେ ପ୍ରାର୍ଥୀପତ୍ର ଦାଖଲ କଲେ 4 ବିଧାୟକ ପ୍ରାର୍ଥୀ - MLA Candidates File Nomination

ଅତାବିରା ବିଧାନସଭା ଆସନ ପାଇଁ କଂଗ୍ରେସ ଦଳର ପ୍ରାର୍ଥୀ ଅଭିଶେଖ ସେଠ ଓ ସ୍ବାଧୀନ ପ୍ରାର୍ଥୀ ଭାବେ ବଲ୍ଲଭ ପାତ୍ର ଏବଂ ଆମ ଆଦମୀ ପାର୍ଟିର ପ୍ରାର୍ଥୀ ଏମ ଡି ଶାହାରୁଖ ଲୋଧିଆ ଭଟଲି ବିଧାନସଭା ଆସନ ପାଇଁ ପ୍ରାର୍ଥୀପତ୍ର ଦାଖଲ କରିଛନ୍ତି | ବହୁଜନ ସମାଜ ପାର୍ଟିର ପ୍ରାର୍ଥୀ ଭୁବନ ଭୋସାଗର ଓ ଆମ ଆଦମୀ ପାର୍ଟିର ପ୍ରାର୍ଥୀ ଜୟକ୍ରିଷ୍ଣା ଛୁରିଆ ଅତାବିରା ଆସନ ପାଇଁ ପ୍ରାର୍ଥୀପତ୍ର ଦାଖଲ କରିଛନ୍ତି l ବରଗଡ଼ ବିଧାନସଭା ଆସନ ପାଇଁ ନିର୍ବାଚନ ମଇଦାନକୁ ଓହ୍ଲାଇଥିବା ଆମ ଆଦ୍‌ମୀ ପାର୍ଟିର ପ୍ରାର୍ଥୀ ଡା. ଆଶିଷ ଶତପଥୀ ଆଜି ନାମାଙ୍କନ ପତ୍ର ଦାଖଲ କରିଥିବା ବେଳେ ସ୍ବାଧୀନ ପ୍ରାର୍ଥୀ ଭାବେ ଭକ୍ତ ବିନୋଦ ବାବା ଓ ରାଷ୍ଟ୍ରୀୟ ମାନବ ପାର୍ଟିର ପ୍ରାର୍ଥୀ ମୁକ୍ତା ନାଗ ବରଗଡ଼ ବିଧାନସଭା ଆସନ ପାଇଁ ପ୍ରାର୍ଥୀପତ୍ର ଦାଖଲ କରିଛନ୍ତି l ସେହିପରି ବରଗଡ ଲୋକସଭା ଆସନ ପାଇଁ ଆଜି 4 ଜଣ ନାମାଙ୍କନ ପତ୍ର ଦାଖଲ କରିଛନ୍ତି l ବିଜେପି ଦଳର ପ୍ରାର୍ଥୀ ପ୍ରଦୀପ ପୁରୋହିତ ଆଜି ତାଙ୍କର ନାମାଙ୍କନ ପତ୍ର ଜିଲ୍ଲାପାଳଙ୍କ ଠାରେ ଦାଖଲ କରିଥିବାବେଳେ ବିଏସପି ଦଳର ପ୍ରାର୍ଥୀ ଜୟରାମ ବାଘ, ସ୍ବାଧୀନ ପ୍ରାର୍ଥୀ ଭାବେ ପ୍ରଭାତ କୁମାର ଧରୁଆ ଓ ବିଏଚପି ଦଳରୁ କୌଶିକ ସୁନା ବରଗଡ ଲୋକସଭା ଆସନ ପାଇଁ ନାମାଙ୍କନ ପତ୍ର ଦାଖଲ କରିଥିଲେ |

ବିଜେପି, ବିଜେଡି ଓ କଂଗ୍ରେସ ସମସ୍ତ ଦଳର ପ୍ରାର୍ଥୀ ମାନେ ନିଜ ନିଜର ଶକ୍ତି ପ୍ରଦର୍ଶନ କରିଥିଲେ ଯାହାଫଳରେ ବରଗଡ ସହରରେ ବ୍ୟାପକ ଟ୍ରାଫିକ ସମସ୍ୟା ମଧ୍ୟ ଦେଖାଯାଇଥିଲା । ବିଜେଡି ଦଳର ପ୍ରାର୍ଥିନୀ ରୀତା ସାହୁଙ୍କ ବିରାଟ ରାଲିରେ 5000 ରୁ ଅଧିକ ଲୋକ ସାମିଲ ହୋଇଥିବାବେଳେ ବିଜେପି ଦଳର ଉଭୟ ଭଟଲି ବିଧାନସଭା ପ୍ରାର୍ଥୀ ଓ ଲୋକସଭା ପ୍ରାର୍ଥୀଙ୍କ ରାଲିରେ ସମୁଦାୟ 8000 ରୁ ଅଧିକ ଲୋକଙ୍କ ଭିଡ ରହିଥିଲା । ସେହିପରି ଅତାବିରା କଂଗ୍ରେସ ଦଳର ପ୍ରାର୍ଥୀ ମଧ୍ୟ ନିଜର ଶକ୍ତି ପ୍ରଦର୍ଶନ କରିଥିଲେ, ଯେଉଁଥିରେ ପାଖାପାଖି 2000 ଲୋକଙ୍କ ଭିଡ ରହିଥିଲା । ଆମ ଆଦମୀ ପାର୍ଟିର ନିଆରା ରାଲି ରହିଥିଲା ଶତାଧିକ ମହିଳା ଝାଡୁ ଧରି ଜିଲ୍ଲାପାଳଙ୍କ ଅଫିସ ପର୍ଯ୍ୟନ୍ତ ରାସ୍ତାରେ ଝାଡୁ କରି ନିଜ ପ୍ରାର୍ଥୀ ଓ ଦଳର ପ୍ରଚାର କରିବା ସହିତ ପ୍ରାର୍ଥୀପତ୍ର ଦାଖଲ କରିଥିଲେ । ତେବେ ଆଜି ନାମାଙ୍କନ ପତ୍ର ଦାଖଲର ଷଷ୍ଠ ଦିନରେ ସମୁଦାୟ 14 ଜଣ ନାମାଙ୍କନ ପତ୍ର ଦାଖଲ କରିଥିଲେ । ମେ ୩ ତାରିଖ ନାମାଙ୍କନ ଦାଖଲ ପ୍ରକ୍ରିୟାର ଶେଷ ଦିନ ହୋଇଥିବା ବେଳେ ମେ ୬ ସୁଦ୍ଧା ପ୍ରାର୍ଥୀପତ୍ର ପ୍ରତ୍ୟାହାର କରିବାର ତାରିଖ ରହିଛି ।

ଇଟିଭି ଭାରତ, ବରଗଡ଼

ETV Bharat Logo

Copyright © 2024 Ushodaya Enterprises Pvt. Ltd., All Rights Reserved.