ETV Bharat / politics

BJP ଇସ୍ତାହାର କେବଳ ଏକ ମିଛ ବଣ୍ଡଲ୍‌, ବେକାରୀ ସମ୍ପର୍କରେ କିିଛି ନାହିଁ: କଂଗ୍ରେସ - Congress target BJP Manifesto

author img

By ETV Bharat Odisha Team

Published : Apr 14, 2024, 4:27 PM IST

Congress Calls BJP Manifesto a Bundle of Lies: ବିଜେପି ଘୋଷଣା କଲା ନିର୍ବାଚନୀ ଇସ୍ତାହାର । କଂଗ୍ରେସ କହିଲେ ବେକାରୀ ଓ ମୁଦ୍ରାସ୍ଫୀତି ସମ୍ପର୍କରେ କିଛି ନାହିଁ । କେବଳ ଗତଥର ପୂରଣ ହୋଇପାରିନଥିବା ପ୍ରତିଶୃତିର କପି ପେଷ୍ଟ । ଅଧିକ ପଢନ୍ତୁ

ବିଜେପି ଇସ୍ତାହାର କେବଳ ଏକ ମିଥ୍ୟା ପ୍ରତିଶୃତି, ବେକାରୀ ସମ୍ପର୍କରେ କିିଛି ନାହିଁ
ବିଜେପି ଇସ୍ତାହାର କେବଳ ଏକ ମିଥ୍ୟା ପ୍ରତିଶୃତି, ବେକାରୀ ସମ୍ପର୍କରେ କିିଛି ନାହିଁ

ନୂଆଦିଲ୍ଲୀ: ଆଜି ଭାରତୀୟ ଜନତା ପାର୍ଟି (ବିଜେପି) ସାଧାରଣ ନିର୍ବାଚନ ପାଇଁ ଇସ୍ତାହାର ଘୋଷଣା କରିଛି । ‘ମୋଦି ଗ୍ୟାରେଣ୍ଟି’ ନାମରେ ଦଳ ଆଜି ଏକାଧିକ ପ୍ରସଙ୍ଗରେ ବଡ ପ୍ରତିଶୃତି ଘୋଷଣା କରିଛି । ତମାମ ଦଳୀୟ ନେତାଙ୍କ ଉପସ୍ଥିତିରେ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି ଆଜି ଏହି ଘୋଷଣାପତ୍ର ଉନ୍ମୋଚନ କରିଛନ୍ତି । ଏହି ଘୋଷଣାନାମାକୁ ନାପସନ୍ଦ କରିବା ସହ ବିରୋଧୀ କଂଗ୍ରେସ କଡା ଭାଷାରେ ସମାଲୋଚନା କରିଛି । ଏହି ଘୋଷଣାପତ୍ର କେବଳ ଏକ ମିଥ୍ୟା ପ୍ରତିଶୃତିର ବଣ୍ଡଲ । ଏଥିରେ ନିଯୁକ୍ତି ଓ ଦେଶରେ ଜାରି ରହିଥିବା ବେକାରୀ ସମସ୍ୟା ସମ୍ପର୍କରେ କିଛି ନାହିଁ ବୋଲି କଂଗ୍ରେସ କହିଛି ।

ସେହିପରି କଂଗ୍ରେସ ଆଜି ବିଜେପିର 2014 ନିର୍ବାଚନୀ ଇସ୍ତାହାରକୁ ମଧ୍ୟ ପୁଣି ସ୍ମରଣ କରାଇଛି । ବିଜେପି ସେତେବେଳେ ବିଦେଶୀ ବ୍ୟାଙ୍କରେ ଥିବା କଳାଧନ ଫେରାଇବା ନେଇ ପ୍ରତିଶୃତି ଦେଇଥିଲା । ହେଲେ ସେମାନେ କ୍ଷମତାର 10ବର୍ଷ ପରେ ମଧ୍ୟ ଏହା ଆଣିବାକୁ ସକ୍ଷମ ହୋଇଛନ୍ତି କି ବୋଲି ଦଳ ପ୍ରଶ୍ନ କରିଥିଲା । ସେମାନେ କଳାଧନ ଆଣିବା ପରିବର୍ତ୍ତେ ଦେଶରେ ନିର୍ବାଚନୀ ବଣ୍ଡ ଯୋଜନା କାର୍ଯ୍ୟକାରୀ କଲେ ବୋଲି କଂଗ୍ରେସ ପାଲଟା ଅଭିଯୋଗ କରିଛି ।

କଂଗ୍ରେସ ମୁଖ୍ୟ ମଲ୍ଲିକାର୍ଜୁନ ଖଡଗେ ଏହି ଘୋଷଣାକୁ ନେଇ ଉଭୟ ବିଜେପି ଓ ପ୍ରଧାନମନ୍ତ୍ରୀଙ୍କୁ ସମାଲୋଚନା କରିଛନ୍ତି । ବିଜେପି ପୂର୍ବ ନିର୍ବାଚନଗୁଡିକରେ ମଧ୍ୟ ଯେଉଁ ପ୍ରତିଶୃତି ଦେଇଥିଲା, ତାହା ଏପର୍ଯ୍ୟନ୍ତ ପୂରଣ ହୋଇପାରନି । ଏହା କେବଳ ପୂର୍ବ ମିଛ ଘୋଷଣାର ଏକ ନକଲ । ବିଜେପି ଗତ 10 ବର୍ଷ କ୍ଷମତାରେ ରହିବା ପରେ ମଧ୍ୟ ଦେଶରେ ଯୁବପିଢି ଓ କୃଷକଙ୍କ ପାଇଁ କିଛି କରିନି । ଉଭୟ ବର୍ଗ ଏବେ ରାସ୍ତାକୁ ଆସିବାକୁ ବାଧ୍ୟ ହେଉଛନ୍ତି । ବେକାରୀ ଓ ମୁଦ୍ରାସ୍ଫୀତି ପରି ସମସ୍ୟା ବିଜେପି ଅମଳରେ ବୃଦ୍ଧି ପାଇଛି । ବିଜେପି ନିଜ ନିର୍ବାଚନୀ ଘୋଷଣାପତ୍ରରେ ସେ ସମ୍ପର୍କରେ କିଛି ଉଲ୍ଲେଖ କରିନଥିବା ଖଡଗେ ଅଭିଯୋଗ କରିଛନ୍ତି ।

ଅନ୍ୟପଟେ କଂଗ୍ରେସ ଇସ୍ତାହାର କମିଟି ସଦସ୍ୟ ତଥା ଛତିଶଗଡ ପୂର୍ବତନ ଉପମୁଖ୍ୟମନ୍ତ୍ରୀ ଟି.ଏସ ସିଂଦେଓ କହିଛନ୍ତି, କଂଗ୍ରେସ ସମସ୍ତ ବର୍ଗକୁ ଦୃଷ୍ଟିରେ ରଖି ନିଜର ନିର୍ବାଚନୀ ଇସ୍ତାହାର ଘୋଷଣା କରିଛି । ଦଳ ବିଭିନ୍ନ ବର୍ଗରୁ ମତାମତ ସଂଗ୍ରହ କରି ଦୀର୍ଘ 3ମାସ ବିଚାରବିମର୍ଶ କରିବା ପରେ ଇସ୍ତାହାର ପ୍ରସ୍ତୁତ କରିଛି । ଯୁବପିଢିଙ୍କ ପାଇଁ ନିଯୁକ୍ତି ଓ ମୁଦ୍ରାସ୍ଫୀତି ନିୟନ୍ତ୍ରଣ କଂଗ୍ରେସର ମୁଖ୍ୟ ଏଜେଣ୍ଡା ରହିଛି । ମାତ୍ର ବିଜେପି ଇସ୍ତାହାରରେ ଏହାର ଉଲ୍ଲେଖ ମଧ୍ୟ ନାହିଁ ।

ଏହା ମଧ୍ୟ ପଢନ୍ତୁ :- ବିଜେପି ସଂକଳ୍ପପତ୍ର: ମହିଳା-ଯୁବକ-ଗରିବଙ୍କ ପାଇଁ ମୋଦିଙ୍କ ପ୍ରତିଶୃତି ବର୍ଷା, ଏସବୁ ବର୍ଗକୁ ଫୋକସ୍‌ - BJP Manifesto

ଏଠାରେ ସୂଚନାଯୋଗ୍ୟ ଯେ, ଆଜି ଭାରତୀୟ ଜନତା ପାର୍ଟି ଘୋଷଣା କରିଥିବା ଇସ୍ତାହାରରେ ଗୋଟିଏ ଦେଶ, ଗୋଟିଏ ନିର୍ବାଚନ, ଦେଶରେ ଏକକ ନାଗରିକ ସଂହିତା କାର୍ଯ୍ୟକାରୀ, ଅଲିମ୍ପିକ୍ସ ଆୟୋଜନ, କୃଷକଙ୍କ ଏମଏସପି ବୃଦ୍ଧି, ବନ୍ଦେ ଭାରତ ମେଟ୍ରୋ ସେବା ଓ ବିଭିନ୍ନ କ୍ଷେତ୍ରରେ ଭିତ୍ତିଭୂମି ସୁଦୃଢୀକରଣ ପରି ବଡ ପ୍ରତିଶୃତି ରହିଛି । ଏହି ପ୍ରତିଶୃତିକୁ ପାଥେୟ କରି ଦଳ ଏବେ ଦେଶବ୍ୟାପୀ ଭୋଟ ମାଗିବ ।

ବ୍ୟୁରୋ ରିପୋର୍ଟ, ଇଟିଭି ଭାରତ

ETV Bharat Logo

Copyright © 2024 Ushodaya Enterprises Pvt. Ltd., All Rights Reserved.