ETV Bharat / politics

ହେମନ୍ତ ଗିରଫଦାରୀ ମାମଲା: ଇଡିକୁ ଉତ୍ତର ମାଗିଲେ ଝାଡ଼ଖଣ୍ଡ ହାଇକୋର୍ଟ

author img

By ETV Bharat Odisha Team

Published : Feb 5, 2024, 12:07 PM IST

Updated : Feb 5, 2024, 12:19 PM IST

Hemant Soren petition: ଝାଡ଼ଖଣ୍ଡ ହାଇକୋର୍ଟରେ ଇଡିର ଗିରଫଦାରୀକୁ ନେଇ ହେମନ୍ତ ସୋରେନଙ୍କ ଆବେଦନ ଉପରେ ଶୁଣାଣି । ଇଡିକୁ ଉତ୍ତର ମାଗିଲେ ହାଇକୋର୍ଟ । ଅଧିକ ପଢନ୍ତୁ

ଝାଡଖଣ୍ଡ ହାଇକୋର୍ଟ
Hemant Soren

ରାଞ୍ଚି: ଇଡିର ଗିରଫଦାରୀକୁ ନେଇ ଝାଡ଼ଖଣ୍ଡର ପୂର୍ବତନ ମୁଖ୍ୟମନ୍ତ୍ରୀ ହେମନ୍ତ ସୋରେନ କରିଥିବା ଆବେଦନ ଉପରେ ଆଜି ଝାଡ଼ଖଣ୍ଡ ହାଇକୋର୍ଟରେ ଶୁଣାଣି ହୋଇଛି । ହାଇକୋର୍ଟ ଇଡିକୁ ଗିରଫଦାରୀ ମାମଲାରେ ଉତ୍ତର ମାଗିଛନ୍ତି। ଆସନ୍ତା ଫେବୃଆରୀ 9 ତାରିଖ ସୁଦ୍ଧା ଏହାର ଉତ୍ତର ଦାଖଲ କରିବାକୁ ହାଇକୋର୍ଟ ଇଡିକୁ ନିର୍ଦ୍ଦେଶ ଦେଇଛନ୍ତି । ଫେବୃଆରୀ 12 ରେ ହେବ ପରବର୍ତ୍ତୀ ଶୁଣାଣି । ସେପଟେ ଆଜି ଝାଡଖଣ୍ଡ ବିଧାନସଭାରେ ସଂଖ୍ୟା ଗରିଷ୍ଠତା ନେଇ ପ୍ରମାଣ ଦେବେ ନୂଆ ମୁଖ୍ୟମନ୍ତ୍ରୀ ଚମ୍ପଇ ସୋରେନ । ଏଥିପାଇଁ ବିଧାନସଭାରେ ପହଞ୍ଚିଛନ୍ତି ହେମନ୍ତ ସୋରେନ ।

ଏହା ମଧ୍ୟ ପଢନ୍ତୁ-ଗିରଫ ପରେ ସୋରେନଙ୍କ ପ୍ରଥମ ପ୍ରତିକ୍ରିୟା; ମୁଁ କେବେ ହାର୍ ମାନିବିନି, ଡରିବିନି

ଜମି ଦୁର୍ନୀତି ମାମଲାରେ ଗତ ସୋମବାର ଦିନ ଝାଡ଼ଖଣ୍ଡର ପୂର୍ବତନ ମୁଖ୍ୟମନ୍ତ୍ରୀ ସୋରେନଙ୍କୁ ଗିରଫ କରିଥିଲା ଇଡି । ଇଡିର ଗିରଫଦାରୀକୁ ଚ୍ୟାଲେଞ୍ଜ କରି ସୋରେନ ସର୍ବୋଚ୍ଚ ଅଦାଲତଙ୍କ ଦ୍ବାରସ୍ଥ ହୋଇଥିଲେ । ଫେବୃଆରୀ 2 ତାରିଖରେ ସୁପ୍ରିମକୋର୍ଟର ପ୍ରଧାନ ବିଚାରପତି ଡି.ୱାଇ ଚନ୍ଦ୍ରଚୂଡ଼ଙ୍କ ଦ୍ବାରା ଗଠିତ 3 ଜଣିଆ ସ୍ବତନ୍ତ୍ର ଖଣ୍ଡପୀଠ ଏହି ଆବେଦନ ଉପରେ ଆବେଦନ ଉପରେ ଶୁଣାଣି କରିଥିଲେ । କିନ୍ତୁ ଆବେଦନ ଉପରେ ଶୁଣାଣି ପାଇଁ ମନା କରିଦେଇଥିଲେ ସୁପ୍ରିମକୋର୍ଟ । ସୋରେନଙ୍କ ଓକିଲ କପିଲ ଶିବଲ ସୁପ୍ରିମକୋର୍ଟରେ ଆବେଦନ ଦାୟର କରିଥିଲେ ।

ଏହା ମଧ୍ୟ ପଢନ୍ତୁ-ଆଜି ଚମ୍ପଇ ସୋରେନଙ୍କ ଅଗ୍ନି ପରୀକ୍ଷା, ଗୃହରେ ଦେବେ ସଂଖ୍ୟା ଗରିଷ୍ଠତା ପ୍ରମାଣ

ସର୍ବୋଚ୍ଚ କୋର୍ଟକୁ କହିଥିଲେ ଯେ, ଏହି ମାମଲାରେ ଝାଡଖଣ୍ଡ ହାଇକୋର୍ଟରେ ମଧ୍ୟ ଶୁଣାଣି ଚାଲିଛି । କିନ୍ତୁ ଉକ୍ତ ମାମଲାକୁ ଫେରାଇ ନିଆଯିବ । ଏହାପରେ କୋର୍ଟ ହେମନ୍ତ ସୋରେନଙ୍କ ଆବେଦନକୁ ଆଜି ଶୁଣାଣି ପାଇଁ ତାଲିକାଭୁକ୍ତ କରିଥିଲେ ଗୁରୁବାର ସୋରେନଙ୍କ ଓକିଲ କପିଲ ଶିବଲ ଆବେଦନ ଦାୟର କରି ଥିଲେ । ଏହି ମାମଲାରେ ଝାଡଖଣ୍ଡ ହାଇକୋର୍ଟରେ ମଧ୍ୟ ଶୁଣାଣି ଚାଲିଛି ବୋଲି ସର୍ବୋଚ୍ଚ କୋର୍ଟକୁ କହିଥିଲେ ସୋରେନଙ୍କ ଓକିଲ ।

ଏହା ମଧ୍ୟ ପଢନ୍ତୁ-ସୋରେନଙ୍କୁ 'ସୁପ୍ରିମ' ଝଟକା: ଶୁଣାଣି ଆବେଦନ ଖାରଜ, ଝାଡ଼ଖଣ୍ଡ ହାଇକୋର୍ଟ ଯିବାକୁ ପରାମର୍ଶ

ଝାଡ଼ଖଣ୍ଡ ବିଧାନସବାରେ ମହାମେଣ୍ଟ ସରକାରର ଆଜି ଫ୍ଲୋର ଟେଷ୍ଟ । ଏନେଇ ଦୁଇ ଦିନିଆ ଅଧିବେଶନ ଆରମ୍ଭ ହୋଇଯାଇଚି । ସକାଳ 10 ସମୟରେ ସମସ୍ତ ବିଧାୟକ ଓ ହେମନ୍ତ ସୋରେନ ବିଧାନସବାରେ ପହଞ୍ଚିଥିଲେ । ଆଜି ରାଜ୍ୟ ଭାର ଗ୍ରହଣ କରିବାର ତିନିଦିନ ପରେ ସଂଖ୍ୟା ଗରିଷ୍ଠତା ନେଇ ପ୍ରମାଣ ଦେବେ ଚମ୍ପଇ ।

Last Updated :Feb 5, 2024, 12:19 PM IST
ETV Bharat Logo

Copyright © 2024 Ushodaya Enterprises Pvt. Ltd., All Rights Reserved.