ETV Bharat / politics

ହରିୟାଣାରେ ଭାଙ୍ଗିଲା BJP-JJP ମେଣ୍ଟ ସରକାର: ଇସ୍ତଫା ଦେଲେ ମୁଖ୍ୟମନ୍ତ୍ରୀ ଖଟ୍ଟର

author img

By ETV Bharat Odisha Team

Published : Mar 12, 2024, 11:58 AM IST

Updated : Mar 12, 2024, 12:33 PM IST

Haryana CM calls emergency meeting
Haryana CM calls emergency meeting

Haryana Political Crisis: ହରିୟାଣାରେ ରାଜନୈତିକ ସଙ୍କଟ । ଭାଙ୍ଗିଲା ବିଜେପି-ଜେଜେପି ମେଣ୍ଟ ସରକାର । ମୁଖ୍ୟମନ୍ତ୍ରୀ ଡାକିଲେ ଜରୁରୀ ବୈଠକ । ସ୍ବାଧୀନ ବିଧାୟକଙ୍କୁ ନେଇ ନୂଆ ସରକାର ଗଢ଼ିବ ବିଜେପି । ଅଧିକ ପଢନ୍ତୁ

ଚଣ୍ଡିଗଡ: ହରିୟାଣା ରାଜନୀତିରେ ବଡ଼ ଧରଣର ହଲଚଲ । ଲୋକସଭା ନିର୍ବାଚନ ପୂର୍ବରୁ ଭାଙ୍ଗିଲା ବିଜେପି-ଜେଜେପି ମେଣ୍ଟ ସରକାର । ଇସ୍ତଫା ଦେଲେ ମୁଖ୍ୟମନ୍ତ୍ରୀ ମନୋହର ଲାଲ ଖଟ୍ଟର । 7 ସ୍ବାଧୀନ ବିଧାୟକଙ୍କ ସେମତ ଦଳର ସମସ୍ତ ବିଧାୟକଙ୍କୁ ନେଇ ବୈଠକ କରିବା ପରେ ରାଜ୍ୟପାଳଙ୍କୁ ଇସ୍ତଫା ପତ୍ର ଦେଇଛନ୍ତି । ମୁଖ୍ୟମନ୍ତ୍ରୀଙ୍କ ସମେତ ସମସ୍ତ କ୍ୟାବିନେଟ ମନ୍ତ୍ରୀ ମଧ୍ୟ ଇସ୍ତଫା ଦେଇଛନ୍ତି । ରାଜ୍ୟରେ ଏବେ ନୂଆ ସରକାର ଗଠନ ହେବ । ସ୍ବାଧୀନ ବିଧାୟକମାନଙ୍କ ସମର୍ଥନରେ ବିଜେପି ପୁଣି ଥରେ ନୂଆ ସରକାର ଗଠନ କରିବାକୁ ଯୋଜନା କରୁଛି । ଲୋକସଭା ନିର୍ବାଚନ ପାଇଁ ଆସନ ଭାଗବଣ୍ଟା ନେଇ ବିଜେପି ଓ ଜେଜେପି ଦଳ ମଧ୍ୟରେ ବିବାଦ ସୃଷ୍ଟି ହୋଇଥିଲା ।

ବିଜେପି ନେତା କାନୱାର ପାଲ ଗୁଜ୍ଜର କହିଛନ୍ତି, '' ସିଏମ ଏବଂ କ୍ୟାବିନେଟର ସମସ୍ତ ମନ୍ତ୍ରୀ ଇସ୍ତଫା ଦେଇଛନ୍ତି ଏବଂ ରାଜ୍ୟପାଳ ଏହି ଇସ୍ତଫା ଗ୍ରହଣ କରିଛନ୍ତି । ମନୋହର ଲାଲ ଖଟ୍ଟର ପୁଣି ଥରେ ମୁଖ୍ୟମନ୍ତ୍ରୀ ହେବେ । ''

ମୁଖ୍ୟମନ୍ତ୍ରୀଙ୍କ ବାସଭବନରେ ବୈଠକ ପରେ ଖଟ୍ଟରଙ୍କ ଇସ୍ତଫା : ଆଜି ପୂର୍ବହ୍ନରେ ମୁଖ୍ୟମନ୍ତ୍ରୀଙ୍କ କାର୍ଯ୍ୟାଳୟରେ ବସିଥିଲା ଗୁରୁତ୍ବପୂର୍ଣ୍ଣ ବୈଠକ । 7 ଜଣ ସ୍ବାଧୀନ ବିଧାୟକ ସମେତ ସମସ୍ତ ବିଜେପି ବିଧାୟକ ବୈଠକରେ ସାମିଲ ହୋଇଥିଲେ । ବିଧାୟକଙ୍କ ସହ ଆଲୋଚନା ପରେ ଇସ୍ତଫା ପତ୍ର ଧରି ରାଜ ଭବନ ଅଭିମୁଖେ ବାହାରିଥିଲେ । ସେଠାରେ ପହଞ୍ଚିବା ପରେ ରାଜ୍ୟପାଳ ଭଣ୍ଡାରୁ ଦାତ୍ତାତ୍ରେୟାଙ୍କୁ ମୁଖ୍ୟମନ୍ତ୍ରୀ ପଦରୁ ଇସ୍ତଫା ଦେଇଛନ୍ତି ଖଟ୍ଟର । ରାଜ୍ୟ ଏବେ ପୁଣି ନୂତନ ସରକାର ଗଠନ ହେବ ।

ବିଜେପି-ଜେଜେପି ମେଣ୍ଟ ଭାଙ୍ଗିଲା : ଲୋକସଭା ସିଟ ଭାଗବଣ୍ଟାକୁ ନେଇ ବିଜେପି-ଜେଜେପି ମଧ୍ୟ ବିବାଦ ଦେଖା ଦେଇଥିଲା । ଲୋକସଭା ନିର୍ବାଚନ ଲଡିବାକୁ ବିଜେପି ଜେଜପିକୁ ଗୋଟିଏ ଆସନ ଦେବାକୁ ରାଜି ନଥିଲା । ଏହାକୁ ନେଇ ଗତ ସନ୍ଧ୍ୟାରେ ବିଜେପି ରାଷ୍ଟ୍ରୀୟ ଅଧ୍ୟକ୍ଷ ଜେପି ନଡ୍ଡା ଏବଂ ଜେଜେପି ନେତା ତଥା ଉପମୁଖ୍ୟମନ୍ତ୍ରୀ ଦୁଷ୍ୟନ୍ତ ଚୌଟାଲାଙ୍କ ମଧ୍ୟରେ ବୈଠକ ହୋଇଥିଲା । କିନ୍ତୁ କୌଣସି ନିଷ୍କର୍ସ ବାହାରି ପାରିନଥିଲା । ଦିଲ୍ଲୀରେ 45 ମିନିଟ ଧରି ଏହି ବୈଠକ ଚାଲିଥିଲା । ଲୋକସଭା ନିର୍ବାଚନରେ ଏକାଠି ଲଢିଲେ କଣ ଫାଇଦା ଓ କଣ କ୍ଷତି ହେବ ସେନେଇ ବୈଠକରେ ଆଲୋଚନା ହୋଇଥିଲା ।

ଏହା ମଧ୍ୟ ପଢନ୍ତୁ-ରାଜନୀତି ପାଇଁ ହୋଇଥିଲା ଛାଡ଼ପତ୍ର, ଏବେ ନିର୍ବାଚନରେ ହେବେ ମୁହାଁମୁହିଁ

ସ୍ବାଧୀନ ବିଧାୟକଙ୍କ ବଡ ବୟାନ: ହରିୟାଣାର ସ୍ୱାଧୀନ ବିଧାୟକ ନୟନ ପାଲ ରାୱତ ମୁଖ୍ୟମନ୍ତ୍ରୀ ଡାକିଥିବା ବୈଠକ ପୂର୍ବରୁ ଗଣମାଧ୍ୟମକୁ କହିଛନ୍ତି: “ ସୋମବାର ମୁଖ୍ୟମନ୍ତ୍ରୀଙ୍କୁ ମୁଁ ଭେଟିଥିଲି। ମନୋହର ଲାଲ ନେତୃତ୍ୱାଧୀନ ସରକାରକୁ ଆମେ ସମର୍ଥନ କରୁଛୁ । '' ପୂର୍ବରୁ ଉପମୁଖ୍ୟମନ୍ତ୍ରୀ ଦୁଷ୍ୟନ୍ତ ଚୌଟାଲା ଜେଜେପିର ସମନ୍ୱୟ କମିଟି ବୈଠକ ପରେ ଗଣମାଧ୍ୟମକୁ କହିଥିଲେ ଯେ, ଆମ ଦଳ ସମସ୍ତ 10 ଟି ଲୋକସଭା ଆସନରୁ ଏକାକୀ ଲଢିବାକୁ କରିବାକୁ ପ୍ରସ୍ତୁତ ।

ବିଧାନସଭାରେ କେଉଁ ଦଳର କେତେ ବିଧାୟକ ?

2019 ହରିୟାଣା ବିଧାନସଭା ନିର୍ବାଚନରେ ମୋଟ 90 ଆସନ ମଧ୍ୟରୁ ବିଜେପି 40ଟିରେ ବିଜୟୀ ହୋଇଥିଲା । ସେହିପରି ଜେଜପି 10 ଆସନରେ ବିଜୀୟ ହୋଇଥିବା ବେଳେ କଂଗ୍ରେସ ପାଇଥିଲା 31 ଆସନ । ବାକି ୯ଟି ଆସନରେ ସ୍ବାଧୀନ ଏବଂ ଅନ୍ୟାନ୍ୟ ଦଳର ପ୍ରାର୍ଥୀ ବିଜୟୀ ହୋଇଥିଲେ । ରାଜ୍ୟରେ ସରକାର ଗଠନ କରିବାକୁ ମ୍ୟାଜିକ ନମ୍ବର ୪୬ ରହିଛି । ବିଜେପି ପାଖରେ ଏହି ମ୍ୟାଜିକ ନମ୍ବର ନଥିବାରୁ ସେ ଜେଜେପି ସହ ମେଣ୍ଟ ଗଠନ କରି ସରକାର ଗଠନ କରିଥିଲା ।

Last Updated :Mar 12, 2024, 12:33 PM IST
ETV Bharat Logo

Copyright © 2024 Ushodaya Enterprises Pvt. Ltd., All Rights Reserved.