ETV Bharat / politics

ପୂର୍ବତନ ସ୍ବାସ୍ଥ୍ୟମନ୍ତ୍ରୀ କମଳା ଦାସଙ୍କ ପରଲୋକ - Kamala Das Passes Away

author img

By ETV Bharat Odisha Team

Published : Apr 12, 2024, 10:37 AM IST

Updated : Apr 12, 2024, 1:30 PM IST

ପୂର୍ବତନ ସ୍ବାସ୍ଥ୍ୟମନ୍ତ୍ରୀ କମଳା ଦାସଙ୍କ ପରଲୋକ
ପୂର୍ବତନ ସ୍ବାସ୍ଥ୍ୟମନ୍ତ୍ରୀ କମଳା ଦାସଙ୍କ ପରଲୋକ

Ex-minister Kamala Das passes away: ପୂର୍ବତନ ସ୍ବାସ୍ଥ୍ୟମନ୍ତ୍ରୀ କମଳା ଦାସଙ୍କ ପରଲୋକ । ୭୯ ବର୍ଷ ବୟରେ କଟକରଏକ ଘରୋଇ ହସ୍ପିଟାଲରେ ଶେଷନିଶ୍ବାସ ତ୍ୟାଗ କରିଛନ୍ତି । ତିନି ଥରର ବିଧାୟିକା ଥିଲା କମଳା ଦାସ । ଅଧିକ ପଢନ୍ତୁ

କମଳା ଦାସଙ୍କ ପରଲୋକ

ବାଲେଶ୍ୱର/କଟକ: ଆରପାରିରେ ପୂର୍ବତନ ସ୍ବାସ୍ଥ୍ୟମନ୍ତ୍ରୀ କମଳା ଦାସ । ବାଲେଶ୍ବର ଜିଲ୍ଲା ଭୋଗରାଇର ପୂର୍ବତନ ବିଧାୟିକା ତଥା ମନ୍ତ୍ରୀ ଡାକ୍ତର କମଳା ଦାସଙ୍କର ପରଲୋକ ହୋଇଛି । କଟକର ଏକ ଘରୋଇ ହସ୍ପିଟାଲରେ ୭୯ ବର୍ଷ ବୟସରେ ସେ ଶେଷ ନିଶ୍ବାସ ତ୍ୟାଗ କରିଛନ୍ତି । କମଳା ଦାସ ଦୀର୍ଘ ଦିନରୁ ଫୁସଫୁସ ଜନିତ ପୀଡିତ ହୋଇ ମେଡିକାଲରେ ଚିକିତ୍ସିତ ହେଉଥିଲେ । ଚିକିତ୍ସାଧୀନ ଅବସ୍ଥାରେ ଗୁରୁବାର ରାତିରେ ତାଙ୍କର ମୃତ୍ୟୁ ହୋଇଥିବା ସୂଚନା ମିଳିଛି । ସେ ଭୋଗରାଇରୁ ୩ ଥରର ବିଧାୟିକା ଥିଲେ । ଓଡ଼ିଶା ବିଧାନସଭାରେ ବିଧାୟିକା ଭାବେ କାର୍ଯ୍ୟ କରିବା ସହ ମନ୍ତ୍ରୀମଣ୍ଡଳରେ ମଧ୍ୟ ସ୍ଥାନ ପାଇଥିଲେ ।

ମାର୍ଚ୍ଚ ୨୩ ତାରିଖରେ କମଳା ଦାସଙ୍କ ଶରୀର ଅଧିକ ଅସୁସ୍ଥ ହୋଇପଡିବାରୁ ତାଙ୍କୁ ଭୁବନେଶ୍ୱରରୁ କଟକ ସିଡିଏ ସ୍ଥିତ ଏକ ଘରୋଇ ହସ୍ପିଟାଲରେ ଭର୍ତ୍ତି କରାଯାଇଥିଲା । ଚିକିତ୍ସା ଚାଲିଥିବା ସମୟରେ ସେ ନିଶ୍ୱାସ ପ୍ରଶ୍ୱାସ ନେବାରେ ଅଧିକ କଷ୍ଟ ଅନୁଭବ କରିଥିଲେ । ଅବସ୍ଥା ଗୁରୁତର ହେବାରୁ ତାଙ୍କୁ ଆଇସିୟୁକୁ ସ୍ଥାନାନ୍ତର କରାଯାଇଥିଲା l ଡାକ୍ତର ଚିକିତ୍ସା ଜାରି ରଖିଥିବା ବେଳେ ଗୁରୁବାର ରାତିରେ ତାଙ୍କର ପରଲୋକ ହୋଇଥିଲା । ତେବେ ତାଙ୍କର ଶେଷକୃତ୍ୟ ଭୋଗରାଇରେ କରାଯିବ ବୋଲି ଝିଅ ଲିଜା ଦାସ ସୂଚନା ଦେଇଛନ୍ତି ।

ରାଜନୈତିକ କ୍ୟାରିୟର:

କମଳା ଦାସ ଦୁଇ ଥର ଜନତା ଦଳରୁ ଏବଂ ଥରେ ବିଜୁ ଜନତା ଦଳରୁ ବିଧାୟିକା ନିର୍ବାଚିତ ହୋଇଥିଲେ । ୧୯୯୦ ମସିହାରେ ପ୍ରଥମ ଥର କମଳା ଦାସ ଜନତା ଦଳ ଟିକେଟରେ ଭୋଗରାଇରୁ ବିଧାନସଭା ନିର୍ବାଚନ ଲଢିଥିଲେ ଏବଂ ବିଜୟୀ ହୋଇଥିଲେ । ୧୯୯୫ ମସିହାରେ ପୁଣିଥରେ ଜନତା ଦଳରୁ ନିର୍ବାଚିତ ହୋଇଥିଲେ । ଏହାପରେ ୨୦୦୦ ମସିହାରେ ବିଜୁ ଜନତା ଦଳରୁ ଭୋଗରାଇ ବିଧାୟିକା ନିର୍ବାଚିତ ହୋଇଥିଲେ । ୧୯୯୦ ମସିହାରେ କମଳା ଦାସ ଶିକ୍ଷା ଏବଂ ସ୍ବାସ୍ଥ୍ୟ ମନ୍ତ୍ରୀ ଭଳି ଗୁରୁତ୍ବପୂର୍ଣ୍ଣ ବିଭାଗର ମନ୍ତ୍ରୀ ଭାବେ ଦାୟିତ୍ବ ତୁଲାଇଥିଲେ । ବିଜୁ ଜନତା ଦଳର ଗଠନ ପରେ ସେ ବିଜେଡିରେ ଯୋଗ ଦେଇଥିଲେ ।

ପରବର୍ତ୍ତୀ ସମୟରେ ବିଜେଡି ଛାଡି ଭାରତୀୟ ଜାତୀୟ କଂଗ୍ରେସରେ ଯୋଗ ଦେଇଥିଲେ । ୨୦୧୪ ମସିହାରେ ପୁଣି କଂଗ୍ରେସ ଛାଡି ବିଜେଡିରେ ଯୋଗ ଦେଇଥିଲେ । କମଳା ଓଡି଼ଶା ବିଧାନସଭାରେ ବିଜୁ ପଟ୍ଟନାୟକଙ୍କ ମନ୍ତ୍ରୀମଣ୍ଡଳରେ ୧୯୯୦ରୁ ୧୯୯୫ ଯାଏଁ ମନ୍ତ୍ରୀ ରହିଥିଲେ । ପୁଣିଥରେ ନବୀନ ପଟ୍ଟନାୟକଙ୍କ ମନ୍ତ୍ରୀମଣ୍ଡଳରେ ଜଣେ ମନ୍ତ୍ରୀ ଭାବରେ ୨୦୦୦ରୁ ୨୦୦୧ ମସିହା ଯାଏଁ କାର୍ଯ୍ୟ କରିଥିଲେ ।

ଭୋଗରାଇ ବ୍ଲକ ଶଙ୍ଖାରୀ ଗ୍ରାମରେ କମଳା ଦାସଙ୍କ ଘର । ସେ ୧୯୪୫ ମସିହା ଅଗଷ୍ଟ ମାସ ୧୬ ତାରିଖରେ ଜନ୍ମ ଗ୍ରହଣ କରିଥିଲେ । ତାଙ୍କର ବାପାଙ୍କ ନାମ ଥିଲା ଗୟା ପ୍ରସାଦ ପାତ୍ର । ସେ ଡାକ୍ତରୀ ଛାତ୍ରୀ ଭାବରେ ଏମବିବିଏସ କରିଥିଲେ ଓ ପରେ ଏମଏସ କରିଥିଲେ ।

ଏହା ମଧ୍ୟ ପଢନ୍ତୁ: କଣ୍ଠଶିଳ୍ପୀ ଶାନ୍ତିଲତା ବାରିକଙ୍କ ଦେହାନ୍ତରେ ମୁଖ୍ୟମନ୍ତ୍ରୀଙ୍କ ଶୋକ; ରାଷ୍ଟ୍ରୀୟ ମର୍ଯ୍ୟାଦା ସହ ଆଜି ସ୍ୱର୍ଗଦ୍ୱାରରେ ଶେଷକୃତ୍ୟ - Santilata Barik Passes Away

ଇଟିଭି ଭାରତ, ବାଲେଶ୍ବର ଓ କଟକ

Last Updated :Apr 12, 2024, 1:30 PM IST
ETV Bharat Logo

Copyright © 2024 Ushodaya Enterprises Pvt. Ltd., All Rights Reserved.