ETV Bharat / politics

ଖୁବଶୀଘ୍ର ଶଙ୍ଖ ଫୁଙ୍କିବେ ପୂର୍ବତନ ପ୍ରଶାସକ ଡ. ଅଜିତ ମିଶ୍ର; କଳାହାଣ୍ଡିରୁ ହୋଇପାରନ୍ତି ପ୍ରାର୍ଥୀ - Dr Ajit Mishra

author img

By ETV Bharat Odisha Team

Published : Mar 25, 2024, 7:51 PM IST

Dr Ajit Mishra
Dr Ajit Mishra

Dr Ajit Mishra may Join BJD: ଖୁବଶୀଘ୍ର ଶଙ୍ଖ ଫୁଙ୍କିବେ ପୂର୍ବତନ ପ୍ରଶାସକ ଡ. ଅଜିତ ମିଶ୍ର । କଳାହାଣ୍ଡି ପାଇଁ ମିଳିପାରେ ଟିକେଟ । ଅଧିକ ପଢନ୍ତୁ

ଭୁବନେଶ୍ବର: ଆଉ ଜଣେ ପୂର୍ବତନ ପ୍ରଶାସକ ରାଜନୀତିରେ ପ୍ରବେଶ କରିବାକୁ ଯାଉଛନ୍ତି । ସେ ହେଉଛନ୍ତି ପୂର୍ବତନ ପ୍ରଶାସକ ତଥା ପୂର୍ବତନ ପଶ୍ଚିମ ଓଡିଶା ବିକାଶ ପରିଷଦର ସିଇଓ ଡ. ଅଜିତ ମିଶ୍ର । ଖୁବଶୀଘ୍ର ଡ. ଅଜିତ ମିଶ୍ର ବିଜେଡିରେ ସାମିଲ ହେବାକୁ ଯାଉଥିବା ଜଣାପଡିଛି । ଗତ ସପ୍ତାହରେ ପଶ୍ଚିମ ଓଡିଶା ବିକାଶ ପରିଷଦର ସିଇଓ ପଦରୁ ଡ. ଅଜିତ ମିଶ୍ର ଇସ୍ତଫା ଦେଇଛନ୍ତି । କାରଣ ଗତ କିଛିଦିନ ହେବ ଅଜିତଙ୍କୁ ଶଙ୍ଖ ଭବନରେ ଦେଖିବାକୁ ମିଳୁଛି । ବିଜେଡିରେ ସାମିଲ ହୋଇ କଳାହାଣ୍ଡି ଲୋକସଭା କିମ୍ବା ଏହା ଅନ୍ତର୍ଗତ ବିଧାନସଭା ଆସନରୁ ଡ. ଅଜିତ ମିଶ୍ର ନିର୍ବାଚନ ଲଢ଼ିବା ନେଇ ଚର୍ଚ୍ଚା ଲାଗି ରହିଛି ।

ପଶ୍ଚିମ ଓଡିଶା ବିକାଶ ପରିଷଦ ବା ଡବ୍ଲ୍ୟୁଓଡିସି ସିଇଓ ଡ. ଅଜିତ ମିଶ୍ର ଗତ ସପ୍ତାହରେ ନିଜ ପଦରୁ ଇସ୍ତଫା ଦେଇଛନ୍ତି । ଅଜିତ ନିଜ ପଦରୁ ଇସ୍ତଫା ଦେବା ନେଇ ନିଜ ସୋସିଆଲ ମିଡିଆରେ ପୋଷ୍ଟ କରିଛନ୍ତି । ଏହାପରେ ଓଡିଶା ତଥା କଳାହାଣ୍ଡି ରାଜନୀତି ସରଗରମ ହେବାରେ ଲାଗିଛି । ବିଜେଡିରେ ସାମିଲ ହୋଇ ସେ କଳାହାଣ୍ଡି ଲୋକସଭା କିମ୍ବା ନର୍ଲା ବିଧାନସଭା ପାଇଁ ପ୍ରାର୍ଥୀ ହେବେ ବୋଲି ଚର୍ଚ୍ଚା ହେଉଛି । ଇସ୍ତଫା ପରେ ଅଜିତ ମିଶ୍ରଙ୍କୁ ବିଜେଡି କରିଡରରେ ବରାବର ଦେଖିବାକୁ ମିଳୁଛନ୍ତି । ବିଜେଡି ମୁଖ୍ୟାଳୟ ଶଙ୍ଖ ଭବନରେ ସୋମବାର ସନ୍ଧ୍ୟାରେ ଅଜିତଙ୍କୁ ଦେଖିବକୁ ମିଳିଛି । ଖାଲି ଆଜି ନୁହେଁ, ଗତ କିଛିଦିନ ହେବ ଡ. ଅଜିତ ମିଶ୍ର ନବୀନ ନିବାସ, ଶଙ୍ଖ ଭବନକୁ ଯିବା ଆସିବା ବଢି ଯାଇଛି ବୋଲି ବିଜେଡି ନେତା ସୂଚନା ଦେଇଛନ୍ତି ।

Dr Ajit Mishra may Join BJD
Dr Ajit Mishra may Join BJD

ଏହା ବି ପଢନ୍ତୁ- ପଦ୍ମ ଛାଡ଼ି ଶଙ୍ଖ ଫୁଙ୍କିଲେ ଇରାନୀ, କହିଲେ ବିଜେପିରେ ମୋ ପ୍ରତି ଅନ୍ୟାୟ ହୋଇଛି

ବିଜେଡିର ଶକ୍ତି କେନ୍ଦ୍ରର ଅତି ନିକଟତର ଥିବାରୁ ଡ. ଅଜିତ ଖୁବଶୀଘ୍ର ବିଜେଡିରେ ମିଶିବାକୁ ଯାଉଛନ୍ତି ବୋଲି ଦଳ ପକ୍ଷରୁ ସୂଚନା ମିଳିଛି । କଳାହାଣ୍ଡି ଜିଲ୍ଲା ଭବାନୀପାଟଣା ସହରର ଅଧିବାସୀ ଡ. ଅଜିତ ମିଶ୍ର ଦୀର୍ଘ ବର୍ଷର ପ୍ରଶାସନିକ ଅଭିଜ୍ଞତା ରହିଛି । ସେ ନବରଙ୍ଗପୁର ଜିଲ୍ଲାର ଜିଲ୍ଲାପାଳ ଭାବେ ଅବସ୍ଥାପିତ ହୋଇ ସରକାରୀ ଚାକିରିରୁ ଅବସର ନେଇଛନ୍ତି । ପରବର୍ତ୍ତୀ ସମୟରେ ରାଜ୍ୟ ସରକାର ତାଙ୍କୁ ଡବ୍ଲ୍ୟୁଓଡିସି ସିଇଓ ଭାବରେ ନିଯୁକ୍ତି ଦେଇଥିଲେ । ପାୱାର କରିଡରର ନିକଟତର ଥିବାରୁ ଅବସରରେ ପରେ ମଧ୍ୟ ନୂଆ ନିଯୁକ୍ତି ପାଇଥିଲେ ।

ଏହି କାର୍ଯ୍ୟକାଳ ସମୟରେ କଳାହାଣ୍ଡି ଲୋକସଭା ନିର୍ବାଚନମଣ୍ଡଳୀର କଳାହାଣ୍ଡି ଓ ନୂଆପଡ଼ା ଜିଲ୍ଲା ନିମନ୍ତେ ଡବ୍ଲ୍ୟୁଓଡିସି ପାଣ୍ଠିରୁ ବହୁ ପ୍ରକଳ୍ପକୁ ଅନୁଦାନ ପ୍ରଦାନରେ ତାଙ୍କର ପ୍ରମୁଖ ଭୂମିକା ରହିଥିଲା । ଏପରିକି ନର୍ଲା ବିଧାନସଭା ନିର୍ବାଚନମଣ୍ଡଳୀକୁ ମଧ୍ୟ ସେ ବାରମ୍ବାର ଗସ୍ତ କରି ବିଭିନ୍ନ ପ୍ରକଳ୍ପ ନିମନ୍ତେ ଗୁରୁତ୍ବ ଦେଇଥିଲେ ବୋଲି କୁହାଯାଉଛି । ଡ. ଅଜିତ ମିଶ୍ରଙ୍କ ଲିଖିତ ଦ ମ୍ୟାଜିକ ମନ୍ତ୍ରା ଅଫ 5ଟି ଚର୍ଚ୍ଚାରେ ଥିଲା । ଯାହାକୁ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ ଉନ୍ମୋଚନ କରିଥିଲେ ।

ଇଟିଭି ଭାରତ, ଭୁବନେଶ୍ବର

ETV Bharat Logo

Copyright © 2024 Ushodaya Enterprises Pvt. Ltd., All Rights Reserved.