ETV Bharat / politics

ବିଜେପିକୁ ବିଜେଡିର ଟାର୍ଗେଟ୍,'ବିଦେଶାଗତ ପକ୍ଷୀ ପରି ଆସୁଛନ୍ତି ଓ ଗୁଜୁରାଟ ସହ ତୁଳନା କରୁଛନ୍ତି' - BJD Targets BJP

author img

By ETV Bharat Odisha Team

Published : May 12, 2024, 8:20 PM IST

BJD Targets BJP: ମହିଳା ସଶକ୍ତିକରଣ ଓ ମାଗଣା ବିଜୁଳି ପ୍ରସଙ୍ଗକୁ ନେଇ ବିଜେପିକୁ ଟାର୍ଗେଟ୍ କରିଛି ଶାସକ ବିଜେଡି । ଜାଣନ୍ତୁ ପ୍ରେସମିଟରେ କ'ଣ କହିଛନ୍ତି ବିଜେଡି ମୁଖପାତ୍ର ।

BJD Targets BJP
BJD Targets BJP (ETV Bharat Odisha)

BJD Targets BJP (ETV Bharat Odisha)

ଭୁବନେଶ୍ବର: ପୁଣି ବିଜେପିକୁ ବିଜେଡିର ଟାର୍ଗେଟ । "ମହିଳାମାନେ କିପରି ସଶକ୍ତ ହୋଇପାରିବେ, ତାହା ଏଥିରେ ଦର୍ଶାଯାଇଛି । ସମାଜରେ ସ୍ୱତନ୍ତ୍ର ସମ୍ମାନ, ପରିଚୟ ଏବଂ ସେମାନଙ୍କ ବିକାଶ କ୍ଷେତ୍ରରେ ମହିଳାଙ୍କ ସହାଭାଗିତା ଜରୁରୀ ଅଟେ । ୨୦୦୦ ମସିହାରେ ମହିଳାମାନେ ଚାରି କାନ୍ଥ ମଧ୍ୟରେ ସୀମିତ ଥିଲେ । ହେଲେ ଆଜି ମହିଳାମାନଙ୍କୁ ସ୍ୱତନ୍ତ୍ର ପରିଚୟ ମିଳିଛି । ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକଙ୍କ ପାଇଁ ମହିଳାଙ୍କ ଜୀବନ ଶୈଳୀରେ ପରିବର୍ତ୍ତନ ଆସିଛି । ବିଜେଡି ୨୦୦୧ ମସିହାରେ ମିଶନ ଶକ୍ତି ଆରମ୍ଭ ହୋଇଥିଲା । ମଞ୍ଜିରୁ ଏହା ମହାଧ୍ରୁମ ହୋଇଛି । ପେନସନ ଦେବାକୁ ମଧ୍ୟ ମୁଖ୍ୟମନ୍ତ୍ରୀ ଇସ୍ତାହାରରେ ଲେଖିଛନ୍ତି । ଏହା ନବୀନଙ୍କ ନୂଆ ଭେଟି । ବିଜୁଳି ବିଲ ସଂଗ୍ରହ ଦାୟିତ୍ବ SHG ମାନଙ୍କୁ ଦିଆଯାଇଛି । ବ୍ୟାଙ୍କ ସହ ମିଶନ ଶକ୍ତି ମାଆଙ୍କୁ ଲିଙ୍କ କରାଯାଇଛି । ସେମାନଙ୍କୁ ବ୍ୟାଙ୍କ ମିତ୍ର କରାଯାଇଛି । ଧାନ ସଂଗ୍ରହ, ମଧ୍ୟାନ୍ନ ଭୋଜନ ରାନ୍ଧିବା, ଜିଲ୍ଲାରେ ମିଶନ ଶକ୍ତି କ୍ୟାଫେ, ମିଶନ ଶକ୍ତି କ୍ୟାଫେରେ ମାଆମାନଙ୍କ ସହାଭାଗିତା ଅଛି" ବୋଲି କହିଛି ବିଜେଡି ।


ବିଜେଡି ମୁଖପାତ୍ରା ଇପ୍ସିତା ସାହୁ କହିଛନ୍ତି, "ବିଜେପି ଓଡ଼ିଶାର ମହିଳାଙ୍କୁ ଅପମାନିତ କରୁଛି । ସେମାନେ ଶାସନକୁ ଆସିବାକୁ ଚାହୁଁଛନ୍ତି। ହେଲେ ବିଜେପି ମହିଳାଙ୍କୁ ଘରକୁ ଠେଲିବାକୁ ଷଡଯନ୍ତ୍ର କରୁଛି । ଆଶା, ଅଙ୍ଗନବାଡି ମାଆଙ୍କ ବିରୋଧରେ ଷଡଯନ୍ତ୍ର କରାଯାଉଛି। ହେଲେ ବିଜେପି କର୍ମୀ ସେମାନଙ୍କୁ ଧମକ ଦେଉଛନ୍ତି । ମହିଳାଙ୍କ ଚରିତ୍ର ସଂହାର କରୁଛନ୍ତି । ଯାହା ଦଳ ଶିଖାଉଛି, ତାହା ତାଙ୍କ କର୍ମୀ କରୁଛନ୍ତି। ମାଆ ଡରିବାର ଆବଶ୍ୟକତା ନାହିଁ । ମୁଖ୍ୟମନ୍ତ୍ରୀ ମାଆମାନଙ୍କ ମେରୁଦଣ୍ଡ ଭାବେ ଠିଆ ହୋଇଛନ୍ତି । BSKYରେ ମାଆଙ୍କୁ ୧୦ ଲକ୍ଷ ଦିଆଯାଉଛି । ବିଜେପି କହୁଛି କାହିଁକି ଆୟୁଷ୍ମାନ ଲାଗୁ ହେଇନି । ଏହା ଲାଗୁ ହେଉନି କାରଣ ମହିଳା ୫ ଲକ୍ଷ ପାଉଛନ୍ତି ଓ ସମସ୍ତେ ଏଥିରେ କଭର ହେବେନି । ଆୟୁଷ୍ମାନ ଲାଗୁ ହେଲେ, ଅଧାରୁ ଅଧିକ ମାଆମାନଙ୍କୁ କାଟି ଦେବ ବିଜେପି । BSKY ବନ୍ଦ ପାଇଁ ବିଜେପିର ଷଡଯନ୍ତ୍ର । ମୁଖ୍ୟମନ୍ତ୍ରୀ ଶାସନ ଥିବା ଯାଏଁ BSKY ଚଳିବ । BSKY ବୈପ୍ଲବିକ ପରିବର୍ତନ । SHG ଋଣ ଦେବାରେ ଓଡ଼ିଶା ହେବେ ଏକ ନମ୍ବର । ବର୍ତ୍ତମାନ ୧୦ ଲକ୍ଷ ବିନା ସୁଧ ଋଣ ଆଗକୁ ୧୫ ଲକ୍ଷ କରାଯିବ । ମିଶନ ଶକ୍ତି ମାଆମାନେ ପେନସନ ପାଇବେ ।"

ଏହା ବି ପଢନ୍ତୁ...ନବୀନ ଗ୍ୟାରେଣ୍ଟିରେ ବିଜେପିକୁ ଲାଗିଛି ବିଜୁଳି ଝଟକା: ବିଜେଡି - Free Electricity Scheme Politics


"ମମତା ଯୋଜନାର ଦୁର୍ବଳ କପି ହେଉଛି ପ୍ରଧାନମନ୍ତ୍ରୀ ମାତୃ ବନ୍ଦନ ଯୋଜନା । ମମତା ବି ବନ୍ଦ ହେବନି । ପ୍ରଧାନମନ୍ତ୍ରୀ ମାତୃ ବନ୍ଦନ ଯୋଜନା ଓ ଆୟୁଷ୍ମାନ ଯୋଜନାକୁ ଓଡ଼ିଶା ମହିଳା ରିଜେକ୍ଟ କରିଛନ୍ତି । ବ୍ୟାକିଂ ସଂଯୋଗୀକରଣ ଦୁର୍ବଳ । ରାଜ୍ୟ ସରକାର ବ୍ୟାଙ୍କ ସୁବିଧା ଦେଇଛନ୍ତି । ବିଦେଶାଗତ ପକ୍ଷୀ ପରି ନେତା ଆସୁଛନ୍ତି ଓ ଗୁଜୁରାଟ ସହ ତୁଳନା କରୁଛନ୍ତି । ୨ ଲକ୍ଷ କୋଟି ବଜେଟରେ ମାଆମାନଙ୍କ ପାଇଁ ବଜେଟ କରାଯିବ । 100 କୋଟି କରପସ ଫଣ୍ଡ ହେବ" ବୋଲି କହିଛନ୍ତି ବିଜେଡି ମୁଖପାତ୍ର ମହିକ୍ଷୀତା ମିଶ୍ର । ସେପଟେ ମାଗଣା ବିଜୁଳି ପ୍ରସଙ୍ଗରେ ବିଜେପିକୁ ଟାର୍ଗେଟ୍ କରିଛନ୍ତି ବିଜେଡି ମୁଖପାତ୍ର ସସ୍ମିତ ପାତ୍ର ।

ଇଟିଭି ଭାରତ, ଭୁବନେଶ୍ବର

ETV Bharat Logo

Copyright © 2024 Ushodaya Enterprises Pvt. Ltd., All Rights Reserved.