ETV Bharat / politics

ପୁରୀ ଜିଲ୍ଲା ବିଜେଡି ସଭାପତି ହେଲେ ଦିବାକର ପାତ୍ର

author img

By ETV Bharat Odisha Team

Published : Feb 13, 2024, 7:40 AM IST

BJD's Puri District President Appointed: ବରିଷ୍ଠ ବିଜେଡି ନେତା ତଥା ପୁରୀ ସଦର ବ୍ଳକ୍ ଅଧ୍ୟକ୍ଷ ଦିବାକର ପାତ୍ରଙ୍କୁ ମିଳିଛି ପୁରୀ ଜିଲ୍ଲା ବିଜେଡିର ନୂଆ ସଭାପତି ଦାୟିତ୍ୱ । ପୁରୀ ଜିଲ୍ଲାରେ ସଂଗଠନକୁ ଦୃଢ଼ କରିବା ସହ ଜିଲ୍ଲାର 6ଟି ଯାକ ନିର୍ବାଚନ ମଣ୍ଡଳୀରେ ଦଳ ଆସନ ହାତେଇବା ହେବ ମୁଖ୍ୟ ଉଦ୍ଦେଶ୍ୟ । ଅଧିକ ପଢନ୍ତୁ

ଦିବାକର ପାତ୍ର ହେଲେ ପୁରୀ ବିଜେଡି ସଭାପତି, ଗୋଷ୍ଠୀ କନ୍ଦଳକୁ ରୋକିବା ହେବ ମୁଖ୍ୟ ଚ୍ୟାଲେଞ୍ଜ
ଦିବାକର ପାତ୍ର ହେଲେ ପୁରୀ ବିଜେଡି ସଭାପତି, ଗୋଷ୍ଠୀ କନ୍ଦଳକୁ ରୋକିବା ହେବ ମୁଖ୍ୟ ଚ୍ୟାଲେଞ୍ଜt

ଦିବାକର ପାତ୍ର ହେଲେ ପୁରୀ ବିଜେଡି ସଭାପତି, ଗୋଷ୍ଠୀ କନ୍ଦଳକୁ ରୋକିବା ହେବ ମୁଖ୍ୟ ଚ୍ୟାଲେଞ୍ଜ

ପୁରୀ: ପୁରୀ ଜିଲ୍ଲା ବିଜେଡିର ନୂଆ ସଭାପତି ନିଯୁକ୍ତ । ବରିଷ୍ଠ ବିଜେଡି ନେତା ତଥା ପୁରୀ ସଦର ବ୍ଳକ୍ ଅଧ୍ୟକ୍ଷ ଦିବାକର ପାତ୍ରଙ୍କୁ ମିଳିଛି ଏହି ଗୁରୁଦାୟିତ୍ୱ । ବିଜେଡ଼ିର ବରିଷ୍ଠ ନେତା ସ୍ୱର୍ଗତ ମହେଶ୍ଵର ମହାନ୍ତିଙ୍କ ବିୟୋଗ ପରେ ପୁରୀ ଜିଲ୍ଲା ବିଜୁ ଜନତା ଦଳ ସଭପତି ପଦ ଖାଲି ପଡିଥିଲା । ଦିବାକର ପାତ୍ରଙ୍କୁ ପୁରୀ ଜିଲ୍ଲା ବିଜେଡି ସଭାପତି ଭାବେ ବିଜେଡି ସୁପ୍ରିମୋ ତଥା ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ ନିଯୁକ୍ତ କରିଛନ୍ତି । ଆଗାମୀ କିଛି ମାସ ମଧ୍ୟରେ ସାଧାରଣ ନିର୍ବାଚନ ହେବାକୁ ଥିବାବେଳେ ମୁଖ୍ୟମନ୍ତ୍ରୀ ତାଙ୍କ ଉପରେ ଆସ୍ଥାପ୍ରକଟ କରିଥିବାରୁ ସେ କୃତଜ୍ଞତା ଜ୍ଞାପନ କରିଛନ୍ତି ।

ଏକ ସାମ୍ବାଦିକ ସମ୍ମିଳନୀରେ ଦିବାକର ପାତ୍ର କହିଛନ୍ତି ଯେ, ସେ ପୁରୀ ଜିଲ୍ଲାରେ ସଙ୍ଗଠନକୁ ସୁଦୃଢ଼ କରିବା ସହ ଜିଲ୍ଲାର 6ଟି ଯାକ ନିର୍ବାଚନ ମଣ୍ଡଳୀ ଆସନ ଯେଭଳି ବିଜେଡି ହାତକୁ ଆସିବ ସେନେଇ ସ୍ଵତନ୍ତ୍ର ରଣନୀତି କରି କାର୍ଯ୍ୟ କରିବେ । ଜିଲ୍ଲାରେ ଥିବା ଦଳର ବିଧାୟକ, ବରିଷ୍ଠ ନେତା, କର୍ମୀଙ୍କ ସହଯୋଗରେ ସେ କାର୍ଯ୍ୟ କରିବେ । ତେବେ ଜିଲ୍ଲାର ଦୁଇଟି ଗୁରୁତ୍ୱପୂର୍ଣ୍ଣ ଆସନ ପୁରୀ ସଦର ଓ ବ୍ରହ୍ମଗିରିରେ ଗତ 2019 ନିର୍ବାଚନରେ ବିଜେଡ଼ି ପରାସ୍ତ ହୋଇଥିବା ବେଳେ ଏହି ଦୁଇଟି ଆସନ ପୁଣି କିଭଳି ବିଜେଡି ହାତକୁ ଆସିବ ସେ ଦିଗରେ ସେ ଅଧିକ ଫୋକସ କରିବେ ବୋଲି କହିଛନ୍ତି । ସେ କହିଛନ୍ତି, ପୁରୀ ଓ ବ୍ରହ୍ମଗିରିରେ ବିଜେଡିର ସ୍ଥିତି ବେଶ୍ ସୁଦୃଢ଼ ରହିଛି । ଆଗାମୀ ନିର୍ବାଚନରେ ଏହି ଦୁଇ ଆସନରେ ବିଜେଡି ବିପୁଳ ବିଜୟ ହାସଲ କରିବ ।

ଏହା ମଧ୍ୟ ପଢନ୍ତୁ... ପୁରୀରେ ବିଜେଡି ମଧ୍ୟରେ ଛକାପଞ୍ଝା, ମହିଳା ସମାବେଶ କରି ଶକ୍ତି ପ୍ରଦର୍ଶନ କଲେ ଶୁଭାଶିଷ

ପୁରୀ ବିଜେଡିରେ କୁହୁଳୁଥିବା ଗୋଷ୍ଠୀ କନ୍ଦଳ ସମ୍ପର୍କରେ ଦିବାକର କହିଛନ୍ତି ଯେ, ବିଜେଡି ଏକ ଶୃଙ୍ଖଳିତ ଦଳ । ଏଠାରେ ଦଳର ସୁପ୍ରିମୋ ଯାହା ନିର୍ଦ୍ଦେଶ ଦିଅନ୍ତି ତାହା ନେତା ଓ କର୍ମୀ ପାଳନ କରନ୍ତି । ଏଣୁ ଯିଏ ବିଶୃଙ୍ଖଳା କରିବ ତା' ବିରୋଧରେ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ କଡ଼ା କାର୍ଯ୍ୟାନୁଷ୍ଠାନ ନେବେ । ତେବେ ଯାହାବି ଦଳରେ ସମସ୍ୟା ରହିଛି ଦିନେ ଦୁଇ ଦିନ ଭିତରେ ସମାଧାନ ହୋଇଯିବ ବୋଲି ସେ କହିଛନ୍ତି ।

ଇଟିଭି ଭାରତ, ପୁରୀ

ETV Bharat Logo

Copyright © 2024 Ushodaya Enterprises Pvt. Ltd., All Rights Reserved.