ETV Bharat / politics

‘କଂଗ୍ରେସ କ୍ଷମତାକୁ ଆସିଲେ ଅଗ୍ନିବୀର ଯୋଜନା ବନ୍ଦ ହେବ’ - Congress to stop Agniveer scheme

author img

By ETV Bharat Odisha Team

Published : Apr 8, 2024, 10:04 PM IST

Congress will stop Agniveer scheme: କଂଗ୍ରେସ କ୍ଷମତାକୁ ଆସିଲେ ଅଗ୍ନିବୀର ଯୋଜନା ବନ୍ଦ ହେବାକୁ ଘୋଷଣା କଲେ କଂଗ୍ରେସ ମୁଖ୍ୟ ଖଡଗେ । ଅଧିକ ପଢନ୍ତୁ

‘ କଂଗ୍ରେସ କ୍ଷମତାକୁ ଆସିଲେ ଅଗ୍ନିବୀର ଯୋଜନା ବନ୍ଦ ହେବ ’
‘ କଂଗ୍ରେସ କ୍ଷମତାକୁ ଆସିଲେ ଅଗ୍ନିବୀର ଯୋଜନା ବନ୍ଦ ହେବ ’

ନୂଆଦିଲ୍ଲୀ: ସାଧାରଣ ନିର୍ବାଚନ ପାଇଁ ବିଭିନ୍ନ ଦଳ ବିଭିନ୍ନ ପ୍ରସଙ୍ଗରେ ପରସ୍ପରକୁ ଟାର୍ଗେଟ କରିବା ଜାରି ରଖିଛନ୍ତି । କଂଗ୍ରେସ ସେନାରେ ଅସ୍ଥାୟୀ ତଥା ସ୍ବଳ୍ପକାଳୀନ ଭର୍ତ୍ତି ପାଇଁ ବିଜେପି ସରକାର କାର୍ଯ୍ୟକାରୀ କରିଥିବା ‘ଅଗ୍ନିବୀର’ ଯୋଜନା ପ୍ରସଙ୍ଗରେ ଆଜି ସରକାରଙ୍କୁ ଘେରିଛି । ଦଳର ହାଇକମାଣ୍ଡ ମଲ୍ଲିକାର୍ଜୁନ ଖଡଗେ ଏହି ପ୍ରସଙ୍ଗରେ ଏକ ସ୍ପଷ୍ଟ ବୟାନ ଦେଇଛନ୍ତି । ଦେଶରେ କଂଗ୍ରେସ କ୍ଷମତାକୁ ଆସିଲେ ଏହି ‘ଅଗ୍ନିବୀର’ ଯୋଜନାକୁ ସମ୍ପୂର୍ଣ୍ଣ ବନ୍ଦ କରାଯିବ ବୋଲି ଖଡଗେ କହିଛନ୍ତି ।

ଖଡଗେ କହିଛନ୍ତି କେନ୍ଦ୍ର ସରକାର ସେନାରେ ଅସ୍ଥାୟୀ ଭର୍ତ୍ତି ପାଇଁ କାର୍ଯ୍ୟକାରୀ କରିଥିବା ଏହି ଅଗ୍ନିବୀର ଯୋଜନାକୁ ନେଇ ସାରା ଦେଶର ଯୁବପିଢି ମଧ୍ୟରେ ବିରୋଧାଭାଷ ଓ ଅସନ୍ତୋଷ ରହିଛି । ଏହା ସେମାନଙ୍କ କଠିନ ପ୍ରସ୍ତୁତି ପ୍ରତି ଏକ ଅପମାନ । ଏଥିରେ କେବଳ 4ବର୍ଷ କାର୍ଯ୍ୟ କରିବା ପାଇଁ ନିୟମ ରହିଛି । ଏହା କେବଳ ଯୁବପିଢିର କଠିନ ପ୍ରସ୍ତୁତି ପ୍ରତି ଅପମାନ ନୁହେଁ ବରଂ ଜାତୀୟ ସୁରକ୍ଷାରେ ଏକ ତ୍ରୁଟି ମଧ୍ୟ । ମୋଦି ସରକାର ଦ୍ବାରା କାର୍ଯ୍ୟକାରୀ କରାଯାଇଥିବା ଏହି ଯୋଜନାକୁ କଂଗ୍ରେସ କ୍ଷମତାକୁ ଆସିବା ପରେ ତୁରନ୍ତ ବନ୍ଦ କରାଯିବ । ଏହା କଂଗ୍ରେସର ଯୁବପିଢିଙ୍କ ନିକଟରେ ଗ୍ୟାରେଣ୍ଟି ।

ପୂର୍ବରୁ ମଧ୍ୟ ରାହୁଲ ଗାନ୍ଧୀ ‘ଭାରତ ଯୋଡୋ ନ୍ୟାୟ ଯାତ୍ରା’ ବେଳେ ଦେଶର ବିଭିନ୍ନ ସ୍ଥାନରେ ଏହି ଯୋଜନାକୁ ନେଇ ବିଜେପି ଓ ମୋଦି ସରକାରକୁ ଟାର୍ଗେଟ କରିଥିଲେ । ଏହା ଦେଶରେ ଯୁବପିଢି ପ୍ରତି ଏକ ଧୋକା । ଏହି ଯୋଜନାରେ ଭର୍ତ୍ତି ହୋଇ ଦେଶପାଇଁ ପ୍ରାଣବଳି ଦେଉଥିବା ଯବାନଙ୍କୁ ଶହୀଦ ମାନ୍ୟତା ସହ ଅନ୍ୟ ନିୟମିତ ସେନା କର୍ମଚାରୀଙ୍କ ପରି ସମସ୍ତ ମାନ୍ୟତା ଓ ଅଧିକାର ମିଳିବ ନାହିଁ ବୋଲି ରାହୁଲ କହିଥିଲେ ।

ଏହା ମଧ୍ୟ ପଢନ୍ତୁ :- ECI କାର୍ଯ୍ୟାଳୟ ସମ୍ମୁଖରେ ଗଣଧାରଣା ଦେଇଥିବା TMC ନେତାଙ୍କୁ ଉଠାଇନେଲା ପୋଲିସ - TMC Leaders Protesting at EC Office

ଏଠାରେ ଉଲ୍ଲେଖଯୋଗ୍ୟ ଯେ, ଏହି ଯୋଜନା ଘୋଷଣା କରାଯିବା ସମୟରେ ଦେଶବ୍ୟାପୀ ଅସନ୍ତୋଷ ଦେଖାଯାଇଥିଲା । ବିଭିନ୍ନ ସ୍ଥାନରେ ଏହାକୁ ବିରୋଧ କରାଯାଇଥିଲା । କିଛି ସ୍ଥାନରେ ହିଂସା ମଧ୍ୟ ଦେଖାଯାଇଥିଲା । ସେନାରେ ଏହି ସ୍ବଳ୍ପକାଳୀନ ଓ ଅସ୍ଥାୟୀ ଭର୍ତ୍ତି ବ୍ଯବସ୍ଥା କାହିଁକି ବୋଲି ବିରୋଧୀମାନେ ପ୍ରଶ୍ନ କରିଥିଲେ । ମାତ୍ର 4ବର୍ଷ ପରେ ସେବାନିବୃତ୍ତ ହୋଇ ଅଗ୍ନିବୀରମାନେ କଣ କରିବେ ବୋଲି ମଧ୍ୟ ପ୍ରଶ୍ନ ଉଠିଥିଲା । ଏହାକୁ ପରବର୍ତ୍ତୀ ବିଜେପି ସରକାର କାର୍ଯ୍ୟକାରୀ କରିବାରେ ସଫଳ ହୋଇଥିଲା ଓ ଏହି ଯୋଜନାରେ ଭର୍ତ୍ତି ମଧ୍ୟ ଜାରି ରହିଛି । ହେଲେ ନିର୍ବାଚନ ସମୟରେ ପୁଣି ଥରେ ଏହି ପ୍ରସଙ୍ଗରେ ବିରୋଧୀ ସରକାରକୁ ଘେରିଛନ୍ତି ।

ବ୍ୟୁରୋ ରିପୋର୍ଟ, ଇଟିଭି ଭାରତ

ETV Bharat Logo

Copyright © 2024 Ushodaya Enterprises Pvt. Ltd., All Rights Reserved.