ETV Bharat / politics

ଜଗତସିଂହପୁରରେ କଂଗ୍ରେସ ସୁଦୃଢ଼ ସ୍ଥିତିରେ ଅଛି: କଂଗ୍ରେସ ପ୍ରାର୍ଥୀ ପ୍ରତିମା ମଲ୍ଲିକ - Jagatsinghpur Assembly Constituency

author img

By ETV Bharat Odisha Team

Published : Apr 30, 2024, 7:10 AM IST

ଜଗତସିଂହପୁରରେ କଂଗ୍ରେସ ସୁଦୃଢ଼ ସ୍ଥିତିରେ ଅଛି: କଂଗ୍ରେସ ପ୍ରାର୍ଥୀ ପ୍ରତିମା ମଲ୍ଲିକ
ଜଗତସିଂହପୁରରେ କଂଗ୍ରେସ ସୁଦୃଢ଼ ସ୍ଥିତିରେ ଅଛି: କଂଗ୍ରେସ ପ୍ରାର୍ଥୀ ପ୍ରତିମା ମଲ୍ଲିକ

Jagatsinghpur Congress Candidate: ପ୍ରତିମା ମଲ୍ଲିକଙ୍କୁ କଂଗ୍ରେସ ଜଗତସିଂହପୁର ବିଧାୟକ ପ୍ରାର୍ଥୀ କରିଛି । 2019 ସାଧାରଣ ନିର୍ବାଚନରେ କଂଗ୍ରେସ ତାଙ୍କୁ ଜଗତସିଂହପୁର ସଂସଦୀୟ କ୍ଷେତ୍ରରୁ ସାଂସଦ ପ୍ରାର୍ଥୀ କରିଥିଲା । ଅଧିକ ପଢନ୍ତୁ

ଜଗତସିଂହପୁରରେ କଂଗ୍ରେସ ସୁଦୃଢ଼ ସ୍ଥିତିରେ ଅଛି: କଂଗ୍ରେସ ପ୍ରାର୍ଥୀ ପ୍ରତିମା ମଲ୍ଲିକ

ଜଗତସିଂହପୁର: ଜଗତସିଂହପୁର ବିଧାନସଭା ଆସନ ପାଇଁ କଂଗ୍ରେସ ପ୍ରତିମା ମଲ୍ଲିକଙ୍କୁ ପ୍ରାର୍ଥୀ କରିଛି । ଗତ ରବିବାର ଦିନ AICC ପକ୍ଷରୁ ପ୍ରତିମା ମଲ୍ଲିକ ଙ୍କ ନାମ ଘୋଷଣା କରାଯାଇଥିଲା । ପୂର୍ବତନ ପୌରାଧକ୍ଷ ବିପ୍ଳବ ଚୌଧୁରୀ, ଜଗତସିଂହପୁର ପୌର ପରିଷଦର ପୌରାଧ୍ୟକ୍ଷ ଅର୍ଚ୍ଚନା ସିଂ ଆଦି ଆଶାୟୀ ଥିଲେ, ହେଲେ AICC ପକ୍ଷରୁ ପ୍ରତିମାଙ୍କ ନାମରେ ମୋହର ଲାଗିବା ପରେ ସେ ଆଜି ଜିଲ୍ଲା କଂଗ୍ରେସ ସଭାପତି ନଟବର ବାରିକ ଓ ଜିଲାର ଅନ୍ୟ କଂଗ୍ରେସ ନେତାମାନଙ୍କ ସହ ଆଲୋଚନା କରିଛନ୍ତି ।

ପ୍ରତିମା ମଲ୍ଲିକ ତାଙ୍କ ପ୍ରତିକ୍ରିୟାରେ କହିଛନ୍ତି ଯେ ଜଗତସିଂହପୁର ବିଧାନସଭା ନିର୍ବାଚନ ମଣ୍ଡଳୀରେ କଂଗ୍ରେସ ତାଙ୍କୁ ପ୍ରାର୍ଥୀ କରିଥିବାରୁ ସେ ପିସିସି ସଭାପତି ଶରତ ପଟ୍ଟନାୟକ ,ଜିଲ୍ଲା କଂଗ୍ରେସ ସଭାପତି ନଟବର ବାରିକ ଓ କେନ୍ଦ୍ର ନେତୃତ୍ବଙ୍କ ନିକଟରେ ସେ ଚିରଋଣୀ । ସେ ଆହୁରି କହିଥିଲେ ଯେ ତାଙ୍କ ପାଇଁ 2024 ନିର୍ବାଚନ କିଛି ନୂଆ ନୁହେଁ । 2019 ସାଧାରଣ ନିର୍ବାଚନରେ କଂଗ୍ରେସ ତାଙ୍କୁ ଜଗତସିଂହପୁର ସଂସଦୀୟ କ୍ଷେତ୍ରରୁ ସାଂସଦ ପ୍ରାର୍ଥୀ ଭାବେ ସେ ଲଢ଼ିଥିଲେ ଓ କଂଗ୍ରେସର ଭୋଟ୍ ହାର ମଧ୍ୟ ବଢିଥିଲା । ଚଳିତ ସାଧାରଣ ନିର୍ବାଚନରେ ଦଳ ତାଙ୍କୁ ବିଧାୟକ ଭାବରେ ପ୍ରାର୍ଥୀ କରିଛି । ସେ ନିଶ୍ଚିତ ଭାବେ ନିର୍ବାଚିତ ଲଢ଼ିବେ ଓ କଂଗ୍ରେସର ବିଜୟଧାରାକୁ କିଭଳି ବଜାୟ ରଖାଯିବ ସେ ନେଇ ଚେଷ୍ଟା କରିବେ ବୋଲି କହିଥିଲେ ।

ଏହା ମଧ୍ୟ ପଢନ୍ତୁ.... ନାମାଙ୍କନ ବେଳେ ବିଜେପି-ବିଜେଡି ଖଣ୍ଡଯୁଦ୍ଧ, ଜିଲ୍ଲାପାଳଙ୍କ ଅଫିସ ସମ୍ମୁଖରେ ଉତ୍ତେଜନା - BJD AND BJP WORKERS TUSSLE

କଂଗ୍ରେସ ର ବରିଷ୍ଠ ନେତା ଚିରଞ୍ଜୀବ ବିଶ୍ବାଳ ବିଜେଡିରେ ଯୋଗ ଦେବା ପରେ ଜଗତସିଂହପୁରରେ କଂଗ୍ରେସ ଦୁର୍ବଳ ହୋଇଛି କି ବୋଲି ପ୍ରଶ୍ନର ଉତ୍ତରରେ ସେ କହିଥିଲେ ଯେ ଜଗତସିଂହପୁର ବିଧାନସଭା ନିର୍ବାଚନ ମଣ୍ଡଳୀରେ ଗତ 2019 ନିର୍ବାଚନ ସମୟରେ କଂଗ୍ରେସ ପ୍ରାର୍ଥୀ ଚିରଞ୍ଜୀବ ବିଶ୍ବାଳ 61 ହଜାର ରୁ ଅଧିକ ଭୋଟ୍ ପାଇ ଦ୍ବିତୀୟ ସ୍ଥାନରେ ଥିଲେ । ଚଳିତ ନିର୍ବାଚନରେ ସେ ଦଳ ତ୍ୟାଗ କରିଛନ୍ତି, ହେଲେ ଲୋକଙ୍କ କଂଗ୍ରେସ ପ୍ରତି ଆସ୍ଥା ରହିଛି ଓ ସେମାନେ କଂଗ୍ରେସକୁ ଆଗାମୀ ଦିନରେ ଭୋଟ୍ ଦେଇ ଜୟଯୁକ୍ତ କରାଇବେ ବୋଲି ଦୃଢୋକ୍ତି ପ୍ରକାଶ କରିଥିଲେ । ସୂଚନାଯୋଗ୍ୟ ଯେ ଅବିଭକ୍ତ କଟକ ଜିଲ୍ଲା ଥିବା ସମୟରେ ପ୍ରତିମାଙ୍କ ବାପା ଲକ୍ଷ୍ମଣ ମଲ୍ଲିକ ଜଗତସିଂହପୁର ବିଧାନସଭା ଆସନରୁ ଓଡିଶା ବିଧାନସଭାକୁ ଦୁଇ ଦୁଇ ଥର ନିର୍ବାଚିତ ହୋଇଥିବା ବେଳେ ଜଗତସିଂହପୁର ଲୋକସଭା ଆସନରୁ ମଧ୍ୟ ଦୁଇ ଥର ଲୋକସଭାକୁ ନିର୍ବାଚିତ ହୋଇଥିଲେ । ଲକ୍ଷ୍ମଣ ମଲ୍ଲିକଙ୍କ ସମୟରେ ଜଗତସିଂହପୁରର ବହୁତ ଉନ୍ନୟନ ମୂଳକ କାର୍ଯ୍ୟ ହୋଇଥିଲା । ଏହାକୁ ପାଥେୟ କରି ନିର୍ବାଚନ ବୈତରଣୀ ପାର ହେବାକୁ ଲକ୍ଷ୍ୟ ରଖିଛନ୍ତି ପ୍ରତିମା ।

ଇଟିଭି ଭାରତ, ଜଗତସିଂହପୁର

ETV Bharat Logo

Copyright © 2024 Ushodaya Enterprises Pvt. Ltd., All Rights Reserved.