ETV Bharat / politics

'ଜଗତସିଂହପୁରରେ କଂଗ୍ରେସ ସଶକ୍ତ, ଘର ବାହୁଡା ଆରମ୍ଭ କଲେଣି କର୍ମୀ' - Jagatsinghpur Congress

author img

By ETV Bharat Odisha Team

Published : Apr 8, 2024, 8:11 AM IST

Jagatsinghpur Congress
Jagatsinghpur Congress

Jagatsinghpur Congress: ଜଗତସିଂହପୁର ଜିଲ୍ଲାର 2 ହେଭିଓ୍ୱେଟ କଂଗ୍ରେସ ଛାଡିବା ପରେ ଜିଲ୍ଲାରେ ହାତ ଦୁର୍ବଳ ହେଉଥିବା ନେଇ ଚର୍ଚ୍ଚା ଜୋର ଧରିଛି । ଅନ୍ୟପଟେ କଂଗ୍ରେସ ନେତା ବିପ୍ଳବ ଚୌଧୁରୀ କହିଛନ୍ତି ଘର ବାହୁଡା ଆରମ୍ଭ କଲେଣି କଂଗ୍ରେସ କର୍ମୀ । ଜିଲ୍ଲାରେ ସଶକ୍ତ ଅଛି କଂଗ୍ରେସ । ଅଧିକ ପଢନ୍ତୁ

Jagatsinghpur Congress

ଜଗତସିଂହପୁର: 2024 ସାଧାରଣ ନିର୍ବାଚନକୁ ଆଉ କିଛି ଦିନ ବାକି । ଏହାମଧ୍ୟରେ ଦଳଡିଆଁ ରାଜନୀତିକୁ ନେଇ ସରଗରମ ରାଜ୍ୟ ରାଜନୀତି । ତେବେ ଏହି ଦଳ ପରିବର୍ତ୍ତନ ରାଜନୀତି ପାଇଁ ଜଗତସିଂହପୁର ଜିଲ୍ଲାରେ ଦୁର୍ବଳ ହେବାରେ ଲାଗିଛି କଂଗ୍ରେସ । ଜିଲ୍ଲା କଂଗ୍ରେସର 2 ହେଭିଓ୍ୱେଟ ନେତା ବାପି ସର୍ଖେଲ ଓ ଚିରଞ୍ଜୀବ ବିଶ୍ୱାଳ ଦଳ ତ୍ୟାଗ କରିବା ପରେ ଜିଲ୍ଲାରେ ହାତ ଏବେ ନେତୃତ୍ୱହୀନ ହୋଇପଡିଥିବା ନେଇ ଚର୍ଚ୍ଚା ହେଉଛିି ।

ଅନ୍ୟପଟେ ଏହାକୁ ନେଇ ପ୍ରତିକ୍ରିୟା ରଖିଛନ୍ତି ଜିଲ୍ଲାର ଟାଣୁଆ କଂଗ୍ରେସ ନେତା ବିପ୍ଳବ ଚୌଧୁରୀ । ସେ କହିଛନ୍ତି ଯେ, ଜଗତସିଂହପୁରରେ କଂଗ୍ରେସ କର୍ମୀମାନେ ସକ୍ରିୟ ଅଛନ୍ତି । 2019 ସାଧାରଣ ନିର୍ବାଚନରେ ଚିରଞ୍ଜୀବ ବିଶ୍ୱାଳ ନିର୍ବାଚନରେ ହାରିବା ପରେ ସେ ଜଗତସିଂହପୁର ଆସି ନଥିଲେ କିମ୍ବା ଜିଲ୍ଲାରେ କୌଣସି ସାଙ୍ଗଠନିକ କାର୍ଯ୍ୟକ୍ରମରେ ଯୋଗ ଦେଉ ନଥିଲେ । ପଞ୍ଚାୟତ ନିର୍ବାଚନରେ ମଧ୍ୟ ଚିରଞ୍ଜୀବ ବିଶ୍ୱାଳ କଂଗ୍ରେସ ପାଇଁ ପ୍ରଚାର କରିବା ପାଇଁ ଯାଇନଥିଲେ । କିନ୍ତୁ ଗତ ପଞ୍ଚାୟତ ନିର୍ବାଚନରେ କଂଗ୍ରେସର ଭୋଟ ହାର ବୃଦ୍ଧି ପାଇଥିଲା ।

ଏହାମଧ୍ୟ ପଢନ୍ତୁ.. ଟିକେଟ୍‌ ପାଇ ଉତ୍ସାହିତ ଜଗତସିଂହପୁର ବିଜେଡି ପ୍ରାର୍ଥୀ, ଅମରେନ୍ଦ୍ରଙ୍କ ସମର୍ଥକ ନିରାଶ - BJD Candidate List

ସେ ଆଉମଧ୍ୟ କହିଛନ୍ତି, "2024 ସାଧାରଣ ନିର୍ବାଚନ ପୂର୍ବରୁ ଚିରଞ୍ଜୀବ ବିଶ୍ୱାଳ ବିଜେଡିରେ ମିଶିବା ସହିତ ତାଙ୍କ ସହିତ କିଛି କଂଗ୍ରେସ କର୍ମୀ ଶଙ୍ଖ ଭବନରେ ବିଜେଡିରେ ସାମିଲ ହୋଇଥିଲେ । କିନ୍ତୁ ଚିରଞ୍ଜୀବଙ୍କୁ ଜଗତସିଂହପୁର ବିଧାନସଭା ଆସନରୁ ବିଜେଡି ଟିକେଟ ନ ମିଳିବାରୁ ଶଙ୍ଖ ଭବନରେ ମିଶିଥିବା କଂଗ୍ରେସ କର୍ମୀ ପୁଣି ଘର ବାହୁଡା ଆରମ୍ଭ କଲେଣି । ଜଗତସିଂହପୁର ଜିଲ୍ଲା 80 ଦଶକରେ କଂଗ୍ରେସର ଗଡ଼ ଭାବେ ପରିଚିତ ଥିଲା ।"

ଏହାମଧ୍ୟ ପଢନ୍ତୁ.. ଶଙ୍ଖ ଫୁଙ୍କିଲେ ଚିରଞ୍ଜୀବ ବିଶ୍ବାଳ, କହିଲେ କିଛି ସ୍ବାର୍ଥ ନେଇ ବିଜେଡିକୁ ଆସିନି - Chiranjib Biswal Joins BJD

ଏହି ଜଗତସିଂହପୁର ଜିଲ୍ଲା ତିର୍ତ୍ତୋଲ ନିର୍ବାଚନ ମଣ୍ଡଳୀରୁ ବିଜୟୀ ହୋଇ ସ୍ବର୍ଗତ ବସନ୍ତ କୁମାର ବିଶ୍ବାଳ ଓଡ଼ିଶାର ଉପମୁଖ୍ୟ ମନ୍ତ୍ରୀ ଭାବେ ଦାୟିତ୍ୱ ଗ୍ରହଣ କରିଥିଲେ । ଏହି ଅଞ୍ଚଳରୁ ବାସୁଦେବ ମହାପାତ୍ର ବିଧାୟକ ଭାବେ ନିର୍ବାଚିତ ହୋଇ ମନ୍ତ୍ରୀ ଭାର ଗ୍ରହଣ କରିଥିଲେ । ଜଗତସିଂହପୁର ଜିଲ୍ଲାରେ ଆଜିବି କଂଗ୍ରେସ ସଂଗଠନ ରହିଛି । କଂଗ୍ରେସ ଏକ ବିରାଟ ବଟବୃକ୍ଷ ଯେତେ ଯାହା ହେଲେ ମଧ୍ୟ କଂଗ୍ରେସ ଲୋକଙ୍କ ହୃଦୟରେ ରହିଥିବା ନେଇ କହିଛନ୍ତି କଂଗ୍ରେସ ନେତା ବିପ୍ଳବ ଚୌଧୁରୀ ।


ଇଟିଭି ଭାରତ, ଜଗତସିଂହପୁର

ETV Bharat Logo

Copyright © 2024 Ushodaya Enterprises Pvt. Ltd., All Rights Reserved.