ETV Bharat / politics

ଦୁର୍ନୀତି ମାମଲା: ରାଜେନ୍ଦ୍ର ଢୋଲକିଆଙ୍କ ଉପରେ ବର୍ଷିଲା କଂଗ୍ରେସ, ଆରୋପକୁ ଖଣ୍ଡନ କଲେ ମନ୍ତ୍ରୀ

author img

By ETV Bharat Odisha Team

Published : Mar 12, 2024, 10:37 PM IST

Congress Press Meet: ମନ୍ତ୍ରୀ ରାଜେନ୍ଦ୍ର ଢୋଲକିଆଙ୍କ ଇସ୍ତଫା ଦାବି କଲା କଂଗ୍ରେସ । ଆଜି କଂଗ୍ରେସ ଭବନରେ ଏକ ସାମ୍ବାଦିକ ସମ୍ମିଳନୀରେ ମନ୍ତ୍ରୀଙ୍କୁ ଟାର୍ଗେଟ କରାଯାଇଛି । ଅଧିକ ପଢ଼ନ୍ତୁ,

ସାମ୍ବାଦିକ ସମ୍ମିଳନୀରେ ରାଜେନ୍ଦ୍ର ଢୋଲକିଆଙ୍କ ଉପରେ ଗର୍ଜିଲା କଂଗ୍ରେସ
ସାମ୍ବାଦିକ ସମ୍ମିଳନୀରେ ରାଜେନ୍ଦ୍ର ଢୋଲକିଆଙ୍କ ଉପରେ ଗର୍ଜିଲା କଂଗ୍ରେସ

ସାମ୍ବାଦିକ ସମ୍ମିଳନୀରେ ରାଜେନ୍ଦ୍ର ଢୋଲକିଆଙ୍କ ଉପରେ ଗର୍ଜିଲା କଂଗ୍ରେସ

ଭୁବନେଶ୍ବର: ମନ୍ତ୍ରୀ ରାଜେନ୍ଦ୍ର ଢୋଲକିଆଙ୍କ ଇସ୍ତଫା ଦାବି କଲା କଂଗ୍ରେସ । ଆଜି କଂଗ୍ରେସ ଭବନରେ ଏକ ସାମ୍ବାଦିକ ସମ୍ମିଳନୀରେ ମନ୍ତ୍ରୀଙ୍କୁ ଟାର୍ଗେଟ କରାଯାଇଛି । ଯେଉଁଥିରେ କଂଗ୍ରେସ ମୁଖପାତ୍ର ସୁଦର୍ଶନ ଦାସ କହିଛନ୍ତି, ‘‘ବିଜେଡି ସରକାରର ଭ୍ରଷ୍ଟାଚାରର ପ୍ରତିକ ଢୋଲକିଆ । ସେ ଇସ୍ତଫା ନଦେଲେ କଂଗ୍ରେସ ରାଜରାସ୍ତାକୁ ଓହ୍ଲାଇବ । ବିଜେଡିର ଜଣେ ବରିଷ୍ଠ ମନ୍ତ୍ରୀଙ୍କ ବିରୋଧରେ ସଙ୍ଗୀନ ଅଭିଯୋଗ ଆସିଛି । ଦୁର୍ନୀତି ଅଭିଯୋଗରେ ନୂଆପଡା ଜିଲ୍ଲା ବନ୍ଦ ହୋଇଛି । ମନ୍ତ୍ରୀ ରାଜେନ୍ଦ୍ର ଢୋଲକିଆ ସିମେଣ୍ଟ, ବାଲି, ରଡ଼ ଗିଳିଛନ୍ତି ଓ MLA ଫଣ୍ଡକୁ ହରିଲୁଟ କରିଛନ୍ତି ।’’

କଂଗ୍ରେସ ପକ୍ଷରୁ ରାଜେନ୍ଦ୍ରଙ୍କ ବିରୋଧରେ ଅନ୍ବେଶା ଯୋଜନାରେ ସ୍କୁଲକୁ ଦିଆଯାଉଥିବା ଅନୁଦାନକୁ ଚଳୁ କରିବା ସହ ବିଜୁ ସ୍ବାସ୍ଥ୍ୟକାର୍ଡ ଧାରୀ ରୋଗୀଙ୍କୁ ରାୟପୁର ପଠେଇ ଘରୋଇ ମେଡିକାଲ ଠାରୁ ଟଙ୍କା ଲୁଟ ହେବା ଭଳି ଆଭିଯୋଗ ମଧ୍ୟ କରାଯାଇଛି । ମନ୍ତ୍ରୀଙ୍କ ବିରୋଧରେ ଏଭଳି ଅଭିଯୋଗ ଆସିବା ଓ ଲୋକ ଜିଲ୍ଲା ବନ୍ଦ କରିବା ଦୁର୍ଭାଗ୍ୟର କଥା ବୋଲି କଂଗ୍ରେସ କହିଛି । ସେଠାକାର ବିଜେଡି ନେତା ମନ୍ତ୍ରୀଙ୍କ ବିରୋଧରେ କାର୍ଯ୍ୟାନୁଷ୍ଠାନ ମଧ୍ୟ ଦାବି କରିଛନ୍ତି । ତେବେ ଖୋଦ ବିଜେଡିର ଜିଲ୍ଲା ସଭାପତି, ଯୁବ ବିଜେଡି ସଭାପତିଙ୍କ ସମେତ ଜିଲ୍ଲାର ଅନ୍ୟାନ୍ୟ ନେତାମାନଙ୍କ ପକ୍ଷରୁ ଅଭିଯୋଗ କରାଯାଇ ଆଜି ନୂଆପଡ଼ା ବନ୍ଦ ଡାକରା ଦିଆଯାଇଥିଲା । ଯାହାକୁ ନୂଆପଡ଼ାବାସୀ ସମର୍ଥନ ଦେଖାଇଛନ୍ତି । ସୁଦର୍ଶନ ଦାସ କହିଛନ୍ତି, ‘‘ମାର୍ଚ୍ଚ ୨ ତାରିଖରେ କଂଗ୍ରେସ ଏକ ସାମ୍ବାଦିକ ସମ୍ମିଳନୀରେ ବିଜେଡି ସରକାର ୩୦ ପ୍ରତିଶତ ପିସି ସରକାର ବୋଲି ଅଭିଯୋଗ ଆଣିଥିଲା । ପଞ୍ଚାୟତ ଠାରୁ ଆରମ୍ଭ କରି ତୃତୀୟ ମହଲା ପର୍ଯ୍ୟନ୍ତ ଦୁର୍ନୀତିର ଚେର ଲମ୍ବିଛି । ଏହି ଅଭିଯୋଗ ଉପରେ ପ୍ରତିକ୍ରିୟା ରଖି ବିଜେଡି ବିଧାୟକ ସମ୍ବିତ ରାଉତରାୟ କହିଥିଲେ ଯେ କଂଗ୍ରେସ ଏହାର ପ୍ରମାଣ ଦେଉ ।’’

ଏହା ମଧ୍ୟ ପଢ଼ନ୍ତୁ... ଭିନ୍ନକ୍ଷମ ବିଦ୍ୟାର୍ଥୀଙ୍କ ଶିକ୍ଷାରେ ଅବହେଳା କରୁଛନ୍ତି ରାଜ୍ୟ ସରକାର: କଂଗ୍ରେସ

ହେଲେ ଆଜି ଖୋଦ ବିଜେଡି ଜିଲ୍ଲା ସଭାପତି ଓ ଛାମୁଆ ନେତାମାନେ ଦଳର ମନ୍ତ୍ରୀଙ୍କ ବିରୋଧରେ ଏଭଳି ସଙ୍ଗୀନ ଅଭିଯୋଗ ଆଣିଲା ପରେ ଆହୁରି ପ୍ରମାଣର ଆବଶ୍ୟକତା ଅଛି କି ବୋଲି ସୁଦର୍ଶନ ପ୍ରଶ୍ନ କରିଛନ୍ତି । ନୂଆପଡ଼ାର ବିଜେଡି ନେତାମାନେ ଦୁର୍ନୀତି ଓ ଭ୍ରଷ୍ଟାଚାର ବିରୋଧରେ ମୁହଁ ଖୋଲି ଉଦାହରଣ ସୃଷ୍ଟି କରିଛନ୍ତି । ରାଜ୍ୟରେ ଅନ୍ୟ ସ୍ଥାନରେ ସଚ୍ଚା ବିଜେଡି ନେତା ଓ କର୍ମୀମାନେ ଏହିଭଳି ପ୍ରତିବାଦ କରିବାକୁ ସୁଦର୍ଶନ ଦାସ ଆହ୍ବାନ ଦେଇଛନ୍ତି । ସେପଟେ କଂଗ୍ରେସର ଅଭିଯୋଗକୁ ଖଣ୍ଡନ କରିଛନ୍ତି ମନ୍ତ୍ରୀ ରାଜେନ୍ଦ୍ର ଢୋଲକିଆ । ସେ କହିଛନ୍ତି, ‘‘ବିଜେଡିର କିଛି ଆଶାୟୀ ବିଜେପି ଏବଂ କଂଗ୍ରେସ ସହ ମିଶି ମୋର ଅପପ୍ରଚାର କରୁଛନ୍ତି । ଏହାର କୌଣସି ବାସ୍ତବତା ନାହିଁ । ଆଗକୁ ମେଣ୍ଟ ହେଲେ ଏ ସିଟ ବିଜେଡି ହାତକୁ ଯିବ । ତେଣୁ ସେମାନଙ୍କ ଭାଗ୍ୟ ଆଉ ଖୋଲିବ ନାହିଁ । ମୁଖ୍ୟମନ୍ତ୍ରୀ ଯାହା ନିଷ୍ପତ୍ତି ନେବେ ତାକୁ ଗ୍ରହଣ କରିବି ।’’

ଇଟିଭି ଭାରତ, ଭୁବନେଶ୍ବର

ETV Bharat Logo

Copyright © 2024 Ushodaya Enterprises Pvt. Ltd., All Rights Reserved.