ETV Bharat / politics

ନବୀନଙ୍କ ଯୋଜନାର ଗ୍ୟାରେଣ୍ଟି ନାହିଁ କି ୱାରେଣ୍ଟି ନାହିଁ: ବିଜେପି - Bjp targets bjd

author img

By ETV Bharat Odisha Team

Published : Mar 29, 2024, 7:34 PM IST

ନବୀନଙ୍କ ଯୋଜନାର ଗ୍ୟାରେଣ୍ଟି ନାହିଁ କି ୱାରେଣ୍ଟି ନାହିଁ: ବିଜେପି
ନବୀନଙ୍କ ଯୋଜନାର ଗ୍ୟାରେଣ୍ଟି ନାହିଁ କି ୱାରେଣ୍ଟି ନାହିଁ: ବିଜେପି

BJP Targets BJD: ଆଜି ବିଜେପି ଏକ ସାମ୍ବାଦିକ ସମ୍ମିଳନୀ କରି ରାଜ୍ୟ ସରକାରଙ୍କ ସମସ୍ତ ଯୋଜନାର ଅସଫଳତାକୁ ପଦାକୁ ଆଣିଛି । ରାଜ୍ୟରେ ମୋଦି ଗ୍ୟାରେଣ୍ଟି ସଫଳ ହୋଇଥିବା ବେଳେ ନବୀନଙ୍କ ଯୋଜନାର ଗ୍ୟାରେଣ୍ଟି ନାହିଁ କି ୱାରେଣ୍ଟି ନଥିବା ଦଳ ଅଭିଯୋଗ କରିଛି ।ଅଧିକ ପଢନ୍ତୁ

ନବୀନଙ୍କ ଯୋଜନାର ଗ୍ୟାରେଣ୍ଟି ନାହିଁ କି ୱାରେଣ୍ଟି ନାହିଁ: ବିଜେପି

ଭୁବନେଶ୍ବର: ଚଳିତ ସାଧାରଣ ନିର୍ବାଚନ ପାଇଁ ସମୟ ଯେତିକି ପାଖେଇ ଆସୁଛି, ସେତିକି ରାଜ୍ୟ ରାଜନୀତି ସରଗରମ ହୋଉଛି ।ଏହାରି ଭିତରେ ଆଜି (ଶୁକ୍ରବାର) ଦିନ ବିଜେପି ଏକ ପ୍ରେସମିଟ୍ କରି ରାଜ୍ୟର ବିଜେଡ଼ି ସରକାରଙ୍କୁ କଡ଼ା ସମାଲୋଚନା କରିଛି । ମୋଦି ଗ୍ୟାରେଣ୍ଟି ପାଇଁ ଆଜି ଓଡିଶାର ଗରିବ ଲୋକଙ୍କ ଜୀବନ ଧାରଣମାନରେ ପରିବର୍ତ୍ତନ ଆସିଛି । ଏପରି କି ରାଜ୍ୟରେ ମୋଦି ଗ୍ୟାରେଣ୍ଟି ସଫଳ ହୋଇଥିବା ବେଳେ ନବୀନଙ୍କ ଯୋଜନାର ଗ୍ୟାରେଣ୍ଟି ନାହିଁ କି ୱାରେଣ୍ଟି ନଥିବା ଦଳ ଅଭିଯୋଗ କରିଛି । ସେପଟେ ଓଡିଶାକୁ ଦରକାର ବିଜେପିର “ଡବଲ ଇଞ୍ଜିନ ସରକାର”ନବୀନ ବାବୁଙ୍କର ସରକାରର ଇଞ୍ଜିନ ୨୪ ବର୍ଷ ହୋଇଗଲାଣି,ତେଣୁ ଏହା କେବଳ ପଲ୍ୟୁସନ କରୁଥିବା କହି କଡ଼ା ଟାର୍ଗେଟ କରିଛି ବିଜେପି ।

ରାଜ୍ୟ ବିଜେପି ମୁଖପାତ୍ର ଅନୀଲ ବିଶ୍ବାଳ କହିଛନ୍ତି ଯେ, ପ୍ରଧାନମନ୍ତ୍ରୀ ଆବାସ ଯୋଜନାରେ ଓଡିଶାକୁ ୨୯ ଲକ୍ଷ ୨୮ ହଜାରରୁ ଅଧିକ ପକ୍କାଘର ମିଳିଛି ।ସେହିପରି ନବୀନ ସରକାରଙ୍କ ଗ୍ୟାରେଣ୍ଟି ଥିଲା ବିଜୁ ପକ୍କାଘର, ମୋ କୁଡିଆ, ମୋ ଘର ଭଳି ଯୋଜନା । “ମୋ ଘର” ଯୋଜନାରେ ମାତ୍ର ୧୦୩୭ ଜଣଙ୍କୁ ଘର କରିବା ମିଳିଛି ।ଏହା ହିଁ ପ୍ରମାଣିତ କରୁଛି ନବୀନ ବାବୁଙ୍କ କଥାରେ ଗ୍ୟାରେଣ୍ଟି ନାହିଁ । ଯାହା ସମ୍ପୂର୍ଣ୍ଣ ବିଫଳ ହୋଇଛି । ମୋଦି ଗ୍ୟାରେଣ୍ଟି ହେଉଛି ପ୍ରଧାନମନ୍ତ୍ରୀ ଗରିବ କଲ୍ୟାଣ ଯୋଜନା ଯେଉଁଥିରେ ୩ କୋଟି ୨୫ ଲକ୍ଷ ଲୋକଙ୍କୁ ମାସକୁ ମିଳୁଛି ୫ କିଲୋ ଚାଉଳ । ହେଲେ ନବୀନ ବାବୁଙ୍କର ଗ୍ୟାରେଣ୍ଟିରେ ହେଉଛି କେବଳ ୫ଟି ବ୍ୟାଗ ଦେଇ ଲୋକଙ୍କୁ ଭୂଆଁ ବୁଲାଇବା । ୨୦୧୯ ସୁଦ୍ଧା ରାଜ୍ୟରେ ଆଉ କେହି କଚ୍ଚା ଘରେ ରହିବେନି ବୋଲି ମୁଖ୍ୟମନ୍ତ୍ରୀ ୨୦୧୪ରେ କହିଥିଲେ । କୁଆଡେ ଗଲା ସେହି ପ୍ରତିଶୃତି ବୋଲି ସେ ପ୍ରଶ୍ନ କରିଛନ୍ତି ।

ସେ ଆହୁରି ମଧ୍ୟ କହିଛନ୍ତି ଯେ, କେନ୍ଦ୍ର ସରକାରଙ୍କ ପ୍ରଧାନମନ୍ତ୍ରୀ ଆବାସ ଯୋଜନାରେ ବିପୁଳ ସଂଖ୍ୟାରେ ଘର ନିର୍ମାଣ ହେଉଥିବା ବେଳେ ବିଜେଡି ସରକାରଙ୍କ ଯୋଜନାରେ କାହିଁକି ନିର୍ମାଣ ହୋଇ ପାରୁନାହିଁ ବୋଲି ପ୍ରଶ୍ନ କରିଛନ୍ତି ।ସେହିଭଳି ଜଳ ଜୀବନ ମିଶନ ଯୋଜନାରେ ଏବେ ଓଡିଶାରେ ଗ୍ରାମାଞ୍ଚଳରେ ୭୩ ପ୍ରତିଶତ ପରିବାରଙ୍କ ପାଖରେ ଟ୍ୟାପ ଯୋଗେ ପିଇବା ପାଣି ମିଳୁଛି । ୨୦୧୯-୨୪ ଭିତରେ ୧୦୨୧୭ କୋଟି ଟଙ୍କା ବ୍ୟୟ କରାଯାଇ ରାଜ୍ୟରର ୬୦୭୫୧୫୧ଟି ପରିବାରକୁ ଟ୍ୟାପ ଯୋଗେ ପାନୀୟ ଜଳ ଯୋଗାଇ ଦିଆଯାଇଛି । ଏହା ହେଉଛି ମୋଦି ଗ୍ୟାରେଂଟି, କିନ୍ତୁ ରାଜ୍ୟ ସରକାରଙ୍କ ଅପାରଗତା ଓ ଠିକାଦାର ତୋଷଣ ନୀତି ପାଇଁ ଆଜି ୧୮୯ଟି ମେଗା ପ୍ରକଳ୍ପର କାମ ଅସମ୍ପୂଣ୍ଣ ହୋଇ ପଡ଼ିଛି ଯାହା ପାଇଁ କେନ୍ଦ୍ର ସରକାର ଅର୍ଥ ଦେଇସାରିଛନ୍ତି । ମୋଦି ଗ୍ୟାରେଣ୍ଟିରେ ଲୋକେ ପିଇବା ପାଣି ପାଉଥିବା ବେଳେ ନବୀନଙ୍କ ଗ୍ୟାରେଣ୍ଟି ହେଉଛି ଠିକାଦାରଙ୍କ କଲ୍ୟାଣ ।

ସେହିପରି ଓଡିଶାରେ କେନ୍ଦ୍ର ସରକାରଙ୍କର ଦୀନଦୟାଲ ଉପାଧ୍ୟାୟ ଗ୍ରାମୀଣ ବିଦ୍ୟୁତ କରଣ ଯୋଜନାରେ ସମସ୍ତ ରେଭେନ୍ୟୁ ଗାଁକୁ ବିଦ୍ୟୁତ ସଂଯୋଗ ଏବଂ ସୌଭାଗ୍ୟ ଯୋଜନାରେ ୨୪ ଲକ୍ଷ ୫୨ ହଜାର ପରିବାରଙ୍କୁ ମାଗଣା ବିଜୁଳି ସଂଯୋଗ ଯୋଗାଇ ଦେବାର ଖର୍ଚ୍ଚ କେନ୍ଦ୍ର ସରକାର ବହନ କରିଛନ୍ତି । ଏହା ହେଉଛି ମୋଦି ଗ୍ୟାରେଣ୍ଟି, କିନ୍ତୁ ରାଜ୍ୟ ସରକାରଙ୍କ ଯୋଜନା ବିଜୁ ଗ୍ରାମ୍ୟ ଜ୍ୟୋତି ଯୋଜନାରେ ରାଜ୍ୟରେ ଥିବା ନନରେଭିନ୍ୟୁ ଭିଲେଜ ଯଥା ପଡା ଗାଁ, ହାମଲେଟରେ ରହୁଥିବା ପରିବାରଙ୍କୁ ବିଜୁଳି ସଂଯୋଗ ଯୋଗାଇ ଦେବେ ବୋଲି ସରକାର କହିଥିଲେ । ହେଲେ ଆଜି ପର୍ଯ୍ୟନ୍ତ ତାହା ସଂମ୍ପୁର୍ଣ୍ଣ ହେଲା ନାହିଁ ଓ ଅନେକ ଛୋଟ ପଡା ଗାଁ, ହାମଲେଟ ଆଜି ବିଜୁଳି ସଂଯୋଗରୁ ବଞ୍ଚିତ । ନବୀନ ବାବୁଙ୍କର କଥାରେ ଗ୍ୟାରେଣ୍ଟି ନଥିବା କାରଣରୁ ଆଜି ଅନେକ ପରିବାରକୁ ଆଲୁଅ ଦେଖି ପାରିନାହାନ୍ତି ବୋଲି ବିଜେପି ମୁଖପାତ୍ର ଅନୀଲ ବିଶ୍ବାଳ କହିଛନ୍ତି ।

ଏହା ମଧ୍ୟ ପଢନ୍ତୁ......ନବୀନ ନିବାସରେ ନେତାଙ୍କ ଭିଡ଼; ଆର୍ଶୀବାଦ ସହ ନେଲେ ମାର୍ଗଦର୍ଶନ - BJD Candidates Meet CM Naveen

ଓଡିଶାରୁ ୩୦ ଲକ୍ଷ ଲୋକ ଦାଦନ ଯାଉଛନ୍ତି । ବିଜୁ ଆତ୍ମ ନିଯୁକ୍ତି ଯୋଜନା ବନ୍ଦ ପଡିଛି । ୨୦୦୯ରେ ମୁଖ୍ୟମନ୍ତ୍ରୀ କହିଥିଲେ ବର୍ଷକୁ ୧ ଲକ୍ଷ ଯୁବ ଗୋଷ୍ଠୀଙ୍କୁ ଚାକିରି ଦେବେ ।ହେଲେ କୁଆଡେ ଗଲା ସେହି ପ୍ରତିଶୃତି ବୋଲି ପ୍ରଶ୍ନ କରିଛି ବିଜେପି । ନବୀନ ବାବୁଙ୍କ ପ୍ରତିଶୃତିର କୌଣସି ଗ୍ୟାରେଣ୍ଟି ନାହିଁ ବୋଲି କହିଛି ଦଳ ।ସେପଟେ ଓଡିଶାରେ ପ୍ରଧାନମନ୍ତ୍ରୀ କୌଶଳ ବିକାଶ ଯୋଜନା ଓ ଅନ୍ୟ ଯୋଜନାରେ ମୋଟ ୮ ଲକ୍ଷ ଯୁବକ ଯୁବତୀମାନଙ୍କୁ ତାଲିମ ଦିଆଯାଇଛି । ଦୁଇ ଦୁଇଟି ବିଶ୍ୱସ୍ତରୀୟ ସ୍କିଲ ଡେଭେଲପମେଣ୍ଟ ପ୍ରତିଷ୍ଠାନ ପ୍ରତିଷ୍ଠା ହୋଇଛି ବୋଲି ବିଜେପି କହିଛି ।

ଓଡିଶାକୁ ଦରକାର ବିଜେପିର “ଡବଲ ଇଞ୍ଜିନ ସରକାର” । ନବୀନ ବାବୁଙ୍କର ସରକାରର ଇଞ୍ଜିନ ୨୪ ବର୍ଷ ହୋଇଗଲାଣି । ଏହା ଏବେ କେବଳ ପଲ୍ୟୁସନ କରୁଛି, ବେଶି ସାଉଣ୍ଡ କରୁଛି, କିନ୍ତୁ ଇଞ୍ଜିନର ଗତି ନାହିଁ । ପଲ୍ୟୁସନ ମାନେ ହେଲା ଦୁର୍ନୀତି, ଦାଗୀ ନେତାଙ୍କୁ ନିର୍ବାଚନୀ ଟିକେଟ । ସାଉଣ୍ଡ ମାନେ ହେଲା ଅନାବଶ୍ୟକ ଓ ମାତ୍ରା ବହୁଳ ବିଜ୍ଞାପନ ଆଉ ପ୍ରଚାର । ଏବେ ଏହି ଇଞ୍ଜିନ ବଦଳିବା ଦରକାର । ଓଡିଶା ଲୋକ ଏଥର ରାଜ୍ୟରେ ବିଜେପିର ନୂଆ ଇଞ୍ଜିନକୁ ସରକାରକୁ ଆଣିବେ ବୋଲି ଅନୀଲ ବିଶ୍ୱାଳ କହିଛନ୍ତି ।

ଇଟିଭି ଭାରତ, ଭୁବନେଶ୍ବର

ETV Bharat Logo

Copyright © 2024 Ushodaya Enterprises Pvt. Ltd., All Rights Reserved.