ETV Bharat / politics

ଓଡିଶା ସରକାରଙ୍କ ଇନ୍‌ଷ୍ଟାଗ୍ରାମକୁ ପ୍ରଚାରରେ ବ୍ୟବହାର କରୁଛି ବିଜେଡି, ସିଇଓଙ୍କ ଦ୍ବାରସ୍ଥ ହେଲା ବିଜେପି - BJP meet CEO

author img

By ETV Bharat Odisha Team

Published : May 15, 2024, 10:23 PM IST

Violation Of Code Of Conduct: ଓଡିଶା ସରକାରଙ୍କ ଇନ୍‌ଷ୍ଟାଗ୍ରାମକୁ ବିଜେଡି ନିଜ ପ୍ରଚାର ପାଇଁ ବ୍ୟବହାର କରୁଥିବା ଅଭିଯୋଗ ଆଣି ସିଇଓଙ୍କୁ ଭେଟିଲା ବିଜେପି । ଅଧିକ ପଢ଼ନ୍ତୁ

Violation Of Code Of Conduct
Violation Of Code Of Conduct (ETV Bharat Odisha)

Violation Of Code Of Conduct (ETV Bharat Odisha)

ଭୁବନେଶ୍ବର: ରାଜ୍ୟ ମୁଖ୍ୟ ନିର୍ବାଚନ ଅଧିକାରୀଙ୍କୁ ଭେଟିଲା ବିଜେପି । ବିଜେଡି ଓଡିଶା ସରକାରଙ୍କ ଇନ୍‌ଷ୍ଟାଗ୍ରାମକୁ ଦଳୀୟ ପ୍ରଚାରରେ ବ୍ୟବହାର କରୁଥିବା ନେଇ ଅଭିଯୋଗ ଆଣିଛି ବିଜେପି । ନିଜର ଅଭିଯୋଗ ନେଇ ବିଜେପିର ଏକ ପ୍ରତିନିଧି ଦଳ ରାଜ୍ୟ ମୁଖ୍ୟ ନିର୍ବାଚନ ଅଧିକାରୀଙ୍କୁ ଭେଟିଛନ୍ତି । ରାଜ୍ୟ ସରକାରଙ୍କ ଇନଷ୍ଟାଗ୍ରାମରେ ବିଜେଡି ନେତା ପାଣ୍ଡିଆନଙ୍କ ବକ୍ତବ୍ୟ ପ୍ରସାରଣ କରାଯିବା ଆଦର୍ଶ ନିର୍ବାଚନ ଆଚରଣ ବିଧିକୁ ଉଲ୍ଲଘଂନ ବୋଲି ବିଜେପି ଅଭିଯୋଗ କରିଛି । ଏଥିପାଇଁ କଠୋର କାର୍ଯ୍ୟାନୁଷ୍ଠାନ ଗ୍ରହଣ କରିବାକୁ ଭାରତୀୟ ଜନତା ପାର୍ଟିର ରାଜ୍ୟ ପ୍ରତିନିଧିମଣ୍ଡଳୀ ରାଜ୍ୟ ମୁଖ୍ୟ ନିର୍ବାଚନ ଅଧିକାରୀଙ୍କ ନିକଟରେ ଦାବି କରିଛନ୍ତି ।

ରାଜ୍ୟ ବିଜେପିର ଅଭିଯୋଗ ଅନୁସାରେ, "ରାଜ୍ୟ ସରକାରଙ୍କ ଇନଷ୍ଟାଗ୍ରାମ ଓ ପୋର୍ଟାଲକୁ ବିଜେଡି ନେତାମାନେ ଅପବ୍ୟବହାର କରୁଛନ୍ତି । ବିଜେଡି ନେତାଙ୍କ ଏଭଳି କାର୍ଯ୍ୟକଳାପ ପ୍ରମାଣିତ କରୁଛି ଆଜି ମଧ୍ୟ ଓଡ଼ିଶାରେ ବ୍ୟୁରୋକ୍ରେସି ଶାସନ ଚାଲିଛି । ଓଡ଼ିଶାରେ ମୁକ୍ତ, ଅବାଧ ଓ ନିରପେକ୍ଷ ନିର୍ବାଚନ କରିବା ପାଇଁ ବିଜେପି ସର୍ବଦା ନିର୍ବାଚନ ଅଧିକାରୀଙ୍କ ଆଗରେ ଏଭଳି ଘଟଣା ଗୁଡିକୁ ଉପସ୍ଥାପିତ କରୁଛି । ବିଜେଡିର ନେତାମାନେ ସରକାରୀ ପୋର୍ଟାଲ ଓ ସରକାରୀ ଇନଷ୍ଟାଗ୍ରାମରେ ପ୍ରଚାର ପ୍ରସାର କରିବା ନିର୍ବାଚନ ଆଚରଣ ବିରୋଧୀ ।" ତେବେ ତୁରନ୍ତ ଏହି ପ୍ରଚାରକୁ ବନ୍ଦ କରିବା ସହ ପାଣ୍ଡିଆନଙ୍କ ଉପରେ କାର୍ଯ୍ୟାନୁଷ୍ଠାନ ଗ୍ରହଣ କରାଯାଉ ବୋଲି ବିଜେପିର ମୁଖ୍ୟ ମୁଖପାତ୍ର ସଜ୍ଜନ ଶର୍ମା ଦାବି କରିଛନ୍ତି ।

ଏହା ମଧ୍ୟ ପଢ଼ନ୍ତୁ.. 'ନିର୍ବାଚନରେ ବିଜେଡିକୁ ସହଯୋଗ କରୁଛି ପୋଲିସ'; ସିଇଓଙ୍କୁ ଭେଟିଲା ବିଜେପି - BJP MEETS CEO

ସେହିପରି କେନ୍ଦ୍ରାପଡ଼ା ଜିଲ୍ଲା ମାର୍ଶାଘାଇ ବ୍ଲକର ଏବିଇଓ ସୁଶାନ୍ତ କୁମାର ବେଉରା, ବିଜେଡି ସଭାପତି ସଞ୍ଜୟ କୁମାର ଲେଙ୍କା ଓ ଅନ୍ୟ ବିଜେଡି ନେତାଙ୍କ ସହ ମିଶି ବିଜୁ ଜନତା ଦଳ ପାଇଁ କାର୍ଯ୍ୟ କରୁଛନ୍ତି । ସେହିପରି ମହାକାଳପଡ଼ା ବିଧାୟକ ପ୍ରାର୍ଥୀ ଅତନୁ ସବ୍ୟସାଚୀ ନାୟକଙ୍କ ପାଇଁ ଖୁଲମଖୁଲା ନିର୍ବାଚନ ପ୍ରଚାର କରୁଛନ୍ତି ମହାକାଳପଡ଼ା ବ୍ଲକ ଶିଲିପୁର ଗ୍ରାମସସ୍ଥିତ ମା’ ତାରିଣୀ ମହାବିଦ୍ୟାଳୟର କ୍ରୀଡା ଶିକ୍ଷକ ଗଙ୍ଗାଧର ଦାସ । ଯାହାର ଫଟୋ ଓ ଭିଡିଓ ପ୍ରମାଣ ସ୍ୱରୂପ ନିର୍ବାଚନ ଆୟୋଗଙ୍କ ପାଖକୁ ପଠାଯାଇଛି । ଏନେଇ ଉଭୟ ଅଧିକାରୀଙ୍କ ବିରୋଧରେ ନିର୍ବାଚନ ଆଚରଣବିଧି ଉଲ୍ଲଘଂନ ନିୟମ ଅନୁସାରେ କାର୍ଯ୍ୟନୁଷ୍ଠାନ ନେବା ସହ ତାଙ୍କୁ କାର୍ଯ୍ୟରୁ ବହିଷ୍କାର କରିବା ପାଇଁ ଦାବି କରିଛି ବିଜେପି ।

ତେବେ କିଛି ମୁଷ୍ଟିମେୟ ସରକାରୀ ଅଧିକାରୀମାନେ ନିଜ କାର୍ଯ୍ୟ ଛାଡି ବିଜେଡି ପାଇଁ ପ୍ରଚାର କରୁଛନ୍ତି । ଏନେଇ ବିଜେପି ବାରମ୍ବାର ସିଇଓଙ୍କ ଠାରେ ଅଭିଯୋଗ କରିଥିବା କହିଛି । ସରକାରୀ ଅଧିକାରୀମାନେ ନିଜ କାର୍ଯ୍ୟ କରନ୍ତୁ ଓ ଦଳୀୟ ପ୍ରଚାରରୁ ଦୂରେଇ ରୁହନ୍ତୁ ବୋଲି କହିଛି ବିଜେପି । ଏହି ପ୍ରତିନିଧିମଣ୍ଡଳୀରେ ରାଜ୍ୟ ସମ୍ପାଦକ କସ୍ତୁରୀ ମିଶ୍ର, ରାଜ୍ୟ ମୁଖପାତ୍ର ଦିଲୀପ ମଲ୍ଲିକ, ରାଜ୍ୟ ନିର୍ବାଚନ ସେଲ୍ ସଂଯୋଜକ ଜୟନ୍ତ ଜେନା, ମହିଳାମୋର୍ଚ୍ଚା ରାଜ୍ୟ କାର୍ଯ୍ୟକାରିଣୀ ସଦସ୍ୟା ପ୍ରେମଲତା କର ପ୍ରମୁଖ ଉପସ୍ଥିତ ଥିଲେ ।

ଇଟିଭି ଭାରତ, ଭୁବନେଶ୍ବର

ETV Bharat Logo

Copyright © 2024 Ushodaya Enterprises Pvt. Ltd., All Rights Reserved.