ETV Bharat / politics

ବିଜେପିରେ ମିଶିଲେ ରାଜ୍ୟ ବିଜେଡି ସମ୍ପାଦକ ଅଜୟ ନାୟକ - Ajay Nayak Joins BJP

author img

By ETV Bharat Odisha Team

Published : Apr 13, 2024, 5:28 PM IST

Ajay Nayak Joins BJP: ବିଜେପିରେ ମିଶିଲେ ଚାନ୍ଦବାଲି ନିର୍ବାଚନ ମଣ୍ଡଳୀର ବରିଷ୍ଠ ବିଜେଡି ନେତା ତଥା ଚାନ୍ଦବାଲି ବିଧାୟକ ବ୍ୟୋମକେଶ ରାୟଙ୍କ ମାମୁଁ ଅଜୟ ନାୟକ । ବିଜେଡି ରାଜ୍ୟ ସମ୍ପାଦକ ଥିଲେ ଅଜୟ । ଅଧିକ ପଢ଼ନ୍ତୁ

Ajay Nayak Joins BJP
Ajay Nayak Joins BJP

Ajay Nayak Joins BJP

ଭୁବନେଶ୍ବର: ବିଜେପିରେ ମିଶିଲେ ଚାନ୍ଦବାଲି ନିର୍ବାଚନ ମଣ୍ଡଳୀର ବରିଷ୍ଠ ବିଜେଡି ନେତା ଅଜୟ ନାୟକ । ବିଜେଡି ରାଜ୍ୟ ସମ୍ପାଦକ ଥିଲେ ଅଜୟ ନାୟକ । ଆଜି ବିଜେଡିରୁ ଦେଇଥିଲେ ଇସ୍ତଫା । ଚାନ୍ଦବାଲି ବିଧାୟକ ବ୍ୟୋମକେଶ ରାୟଙ୍କ ମାମୁଁ ଅଜୟ । ବ୍ୟୋମକେଶଙ୍କ ଟିକଟକୁ ବିରୋଧ କରୁଥିଲେ ଅଜୟ । ବିଜେପି ରାଜ୍ୟ କାର୍ଯ୍ୟାଳୟରେ ଆୟୋଜିତ ମିଶ୍ରଣ ପର୍ବରେ ପଦ୍ମ ଧରିଲେ ଅଜୟ । ପୂର୍ବତନ ବିଜେପି ରାଜ୍ୟ ସଭାପତି ସମୀର ମହାନ୍ତିଙ୍କ ଉପସ୍ଥିତିରେ ଦଳରେ ଯୋଗ ଦେଲେ ଅଜୟ ନାୟକ ।

ଏହି ଅବସରରେ ଅଜୟ ବିଜେଡି ଉପରେ ବର୍ଷିବା ସହିତ ଦଳରେ ସକ୍ରିୟ ଥିବା କୋଟେରୀ ପାଇଁ ବିଜେଡି ଡଙ୍ଗାରେ ଫାଟ ସୃଷ୍ଟି ହୋଇଛି ଆଉ ଖୁବଶୀଘ୍ର ଡଙ୍ଗା ବୁଡିବ ବୋଲି ସେ କହିଛନ୍ତି । ଅଜୟ ବିଜେପିରେ ଯୋଗ ଦେବା ପରେ ବିଜେଡି ଉପରେ ବର୍ଷିଛନ୍ତି । ସେ କହିଛନ୍ତି, "ବିଜୁ ଜନତା ଦଳରେ ଗଣତନ୍ତ୍ର ନାହିଁ । ଅଣଓଡିଆ କର୍ମଚାରୀଙ୍କ କବଜାରେ ବିଜେଡି । ଦୀର୍ଘ ବର୍ଷର କଠିନ ପରିଶ୍ରମ ବଳରେ ବିଜେଡିକୁ ସୁଦୃଢ କରିଥିବା ପୁରୁଣା ନେତା ଓ କର୍ମୀଙ୍କୁ ଅଣଦେଖା କରାଯାଇ ଆମଦାନୀ ହୋଇଥିବା ନେତାଙ୍କୁ ଅଗ୍ରାଧିକାର ଦିଆଯାଉଛି । କର୍ପୋରେଟ ହାଉସରେ ପରିଣତ ହୋଇଛି ବିଜେଡି । ବିଭିନ୍ନ ଦୁର୍ନୀତି ଓ ଭ୍ରଷ୍ଟାଚାରରେ ଉବୁଟୁବୁ ବିଜେଡି ଡଙ୍ଗା ଖୁବ୍‌ ଶୀଘ୍ର ବୁଡିଯିବ । ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦିଙ୍କ ଦୂରଦୃଷ୍ଟି ଏବଂ ଭାରତବର୍ଷକୁ ବିକଶିତ ରାଷ୍ଟ୍ର ଭାବେ ଗଢି ତୋଳିବାର ସଂକଳ୍ପ ମୋତେ ପ୍ରଭାବିତ କରିଛି । ବିକଶିତ ଓଡିଶା ଗଠନ ପାଇଁ ବିଜେପି ହିଁ ଏକମାତ୍ର ବିକଳ୍ପ । ବିଜେଡି ସହ ଦୀର୍ଘ ବର୍ଷର ସଂପର୍କରେ ପୂର୍ଣ୍ଣଚ୍ଛେଦ ପକାଇ ଆଜି ବିଜେପିରେ ଯୋଗ ଦେଲି ।"

ଏହା ମଧ୍ୟ ପଢ଼ନ୍ତୁ...ଢେଙ୍କାନାଳରେ ବିଜେପିର ମିଶ୍ରଣ ପର୍ବ, ରାଜ୍ୟ ସରକାରଙ୍କୁ ଟାର୍ଗେଟ କଲେ ଧର୍ମେନ୍ଦ୍ର - BJP Joining Program

ମିଶ୍ରଣ ପର୍ବରେ ଅନ୍ୟ ମାନଙ୍କ ମଧ୍ୟରେ ଭଦ୍ରକ ବିଜେପି ଲୋକସଭା ପ୍ରାର୍ଥୀ ଅଭିମନ୍ୟୁ ସେଠୀ, ଧାମନଗର ବିଧାନସଭା ପ୍ରାର୍ଥୀ ସୂର୍ଯ୍ୟବଂଶୀ ସୁରଜ, ଦଳର ରାଜ୍ୟ ଉପସଭାପତି ବିରଞ୍ଚି ତ୍ରିପାଠୀ, ବିଜେପି ରାଜ୍ୟ ସମ୍ପାଦକ ସରୋଜ କର ପ୍ରମୁଖ ଉପସ୍ଥିତ ଥିଲେ ।

ଇଟିଭି ଭାରତ, ଭୁବନେଶ୍ବର

ETV Bharat Logo

Copyright © 2024 Ushodaya Enterprises Pvt. Ltd., All Rights Reserved.