ETV Bharat / politics

BSKY ଓଡିଶାବାସୀଙ୍କୁ କରିଛି ସଶକ୍ତ ଓ ଭରିଛି ଆତ୍ମବିଶ୍ୱାସ: ସସ୍ମିତ - Press Meet on BSKY Card Issue

author img

By ETV Bharat Odisha Team

Published : Apr 16, 2024, 10:49 PM IST

BSKY ହେଲଥ କାର୍ଡ ପ୍ରସଙ୍ଗ
BSKY ହେଲଥ କାର୍ଡ ପ୍ରସଙ୍ଗ

BSKY Card Issue: BSKY ହେଲଥ କାର୍ଡ ପ୍ରସଙ୍ଗକୁ ନେଇ ଧର୍ମେନ୍ଦ୍ରଙ୍କ ଉପରେ ବର୍ଷିଲେ ସସ୍ମିତ । BSKY ଏକ ଖରାପ ଯୋଜନା ବୋଲି କେନ୍ଦ୍ରମନ୍ତ୍ରୀ ଅନୁଭବ କରୁଥିଲେ, ବିଜେପି ନିର୍ବାଚନ ଇସ୍ତାହାରରେ ଲେଖନ୍ତୁ ବୋଲି କହିଲେ ସସ୍ମିତ। ଅଧିକ ପଢ଼ନ୍ତୁ,

BSKY ହେଲଥ କାର୍ଡ ପ୍ରସଙ୍ଗ

ଭୁବନେଶ୍ବର: ସାଧାରଣ ନିର୍ବାଚନ ପୂର୍ବରୁ BSKY ହେଲଥ କାର୍ଡକୁ ନେଇ ଚର୍ଚ୍ଚା ଆରମ୍ଭ ହୋଇଛି । ବିଜେଡି ସରକାରଙ୍କ ଲାଗି BSKY ଟ୍ରମ୍ପ କାର୍ଡ ବୋଲି ଅଭିଯୋଗ କରିଛି ବିଜେପି । ଯୋଜନାକୁ ନେଇ ପ୍ରଶ୍ନ ଉଠେଇଛନ୍ତି କେନ୍ଦ୍ରମନ୍ତ୍ରୀ ଧର୍ମେନ୍ଦ୍ର ପ୍ରଧାନ । ଯାହାକୁ ନେଇ ଧର୍ମେନ୍ଦ୍ରଙ୍କୁ ଘେରିଛନ୍ତି ରାଜ୍ୟସଭା ସାଂସଦ ତଥା ବିଜେଡିର ରାଷ୍ଟ୍ରୀୟ ମୁଖପାତ୍ର ସସ୍ମିତ ପାତ୍ର । ଏକ ସାମ୍ବାଦିକ ସମ୍ମିଳନୀ ଯୋଗେ ଧର୍ମେନ୍ଦ୍ରଙ୍କ ଉପରେ ବର୍ଷିଛନ୍ତି ସସ୍ମିତ ।

ରାଜ୍ୟସଭା ସାଂସଦ ସସ୍ମିତ ପାତ୍ର କହିଛନ୍ତି ଯେ, "BSKY ହେଲଥ କାର୍ଡ ସାଢେ ଚାରି କୋଟି ଓଡିଶାବାସୀଙ୍କୁ ସଶକ୍ତ କରିଛି । ଏହା ସହିତ ଆତ୍ମବିଶ୍ୱାସ ସହ ଏକ ଗ୍ୟାରେଣ୍ଟି ଦେଇଛି । ସେ ଗ୍ୟାରେଣ୍ଟି ହେଉଛି ଯଦି କେତେବେଳେ ଆପଣଙ୍କ ଦେହ ଖରାପ ହୋଇଯାଏ, ତେବେ ଆପଣଙ୍କୁ ଚିନ୍ତା କରିବାର ନାହିଁ । ରାଜ୍ୟ ସରକାର ଅଛନ୍ତି । ପ୍ରତ୍ୟେକ ସରକାରୀ ହସ୍ପିଟାଲରେ ମାଗଣାରେ ଚିକିତ୍ସା ସୁବିଧା ଅଛି । ଯଦି ଘରୋଇ ହସ୍ପିଟାଲ ଯିବେ ତେବେ ମଧ୍ୟ ପ୍ରତି ବର୍ଷ ପାଇଁ ମହିଳାଙ୍କୁ 10 ଲକ୍ଷ ଓ ପୁରୁଷଙ୍କୁ ୫ ଲକ୍ଷ ପର୍ଯ୍ୟନ୍ତ ବିନା ମୂଲ୍ୟରେ ଚିକିତ୍ସା ସୁବିଧା ଅଛି । ଏହା ଉଲ୍ଲେଖନୀୟ ବିଷୟ । ସେଥିପାଇଁ BSKY ଆଜି ସାରା ଦେଶରେ ନୂତନ ଉଦାହରଣ ସୃଷ୍ଟି କରିଛି । BSKY ଯୋଜନାରେ ଓଡିଶାରେ 652 ହସ୍ପିଟାଲ ଅନ୍ତର୍ଭୁକ୍ତ ହୋଇଛନ୍ତି । ଓଡିଶା ବାହାରେ ସାରା ଦେଶରେ 164 ହସ୍ପିଟାଲ BSKYରେ ଅନ୍ତର୍ଭୁକ୍ତ । ଗତ ବର୍ଷେ ମଧ୍ୟରେ କେବଳ ଓଡ଼ିଶାରେ 36 ଲକ୍ଷରୁ ଅଧିକ ରୋଗୀ BSKY ଯୋଜନା ଜରିଆରେ ଚିକିତ୍ସା ପାଇଛନ୍ତି ।"

ଏହା ମଧ୍ୟ ପଢ଼ନ୍ତୁ... ତୁଟିଲା ପୁରୀ ବିଜେଡି କନ୍ଦଳ ! ଗୋଟିଏ ମଞ୍ଚରେ ଏକାଠି ଦୁଇ ବିରୋଧୀ ଯୁବନେତା ଶୁଭାଶିଷ ଓ ସୁନିଲ - Puri BJD

ସେ ଆହୁରି ମଧ୍ୟ କହିଛନ୍ତି "ବିରୋଧୀ କୁହନ୍ତି ସାଢେ ଚାରି କୋଟି ଲୋକରୁ କଣ 36 ଲକ୍ଷ ସୁବିଧା ପାଇଛନ୍ତି ? ଏଥିପାଇଁ ସେମାନଙ୍କୁ ପ୍ରାୟ 3 ହଜାର କୋଟିରୁ ଉର୍ଦ୍ଧ୍ବ ଟଙ୍କା ପକେଟରୁ ଖର୍ଚ୍ଚ କରିବାକୁ ପଡ଼ିଥାନ୍ତା । BSKY ଯୋଜନା ଥିବାରୁ ଏହି 36 ଲକ୍ଷ ଲୋକଙ୍କୁ 3 ହଜାର କୋଟି ଟଙ୍କା ଖର୍ଚ୍ଚ କରିବାକୁ ପଡିଲା ନାହିଁ । ଯେଉଁ ମାନେ ଅଭାବୀ ଲୋକ ଅଛନ୍ତି ସେମାନଙ୍କ ଜୀବନ ଜୀବିକା ବିପର୍ଯ୍ୟସ୍ତ ହୋଇଯାଇଥାନ୍ତା । BSKY ଯୋଜନା ଦ୍ୱାରା ଏହି ଗରିବ ଲୋକଙ୍କ ଜୀବନ ଜୀବିକା ସୁରକ୍ଷା ପାଇଲା । ଓଡିଶା ବାହାରେ ରହୁଥିବା ଦେଢ଼ ଲକ୍ଷରୁ ଉର୍ଦ୍ଧ୍ବ ରୋଗୀ BSKY ଜରିଆରେ ଗତ ବର୍ଷକ ମଧ୍ୟରେ ଚିକିତ୍ସା ପାଇଛନ୍ତି । ଦୁଃଖ ଓ ପରିତାପର ବିଷୟ ବିଜେପିର କିଛି ନେତା ବିଶେଷ କରି କେନ୍ଦ୍ରମନ୍ତ୍ରୀ ଧର୍ମେନ୍ଦ୍ର ପ୍ରଧାନ BSKY ଯୋଜନା ବନ୍ଦ ପାଇଁ ଷଡ଼ଯନ୍ତ୍ର କରୁଛନ୍ତି । BSKY ଯଦି ଏକ ଖରାପ ଯୋଜନା ବୋଲି କେନ୍ଦ୍ରମନ୍ତ୍ରୀ ଅନୁଭବ କରୁଛନ୍ତି ତେବେ, ବିଜେପି ନିର୍ବାଚନ ଇସ୍ତାହାରରେ ଲେଖନ୍ତୁ ଏହାକୁ ବନ୍ଦ କରିଦେବୁ । ଷଡ଼ଯନ୍ତ୍ର କରି BSKY ଯୋଜନାକୁ ବନ୍ଦ କରିବା ଚକ୍ରାନ୍ତ କରିବା ଦୁଃଖଦ ଓ ନିନ୍ଦନୀୟ ।"

ଇଟିଭି ଭାରତ, ଭୁବନେଶ୍ବର

ETV Bharat Logo

Copyright © 2024 Ushodaya Enterprises Pvt. Ltd., All Rights Reserved.