ETV Bharat / politics

ବିଜେପିର ହାତ ମୁଠା ହେଲା ଟାଣ, ସାମିଲ ହେଲେ କାଳନ୍ଦୀ ପ୍ରଧାନଙ୍କ ସମେତ ଶତାଧିକ ସମର୍ଥକ - Kalandi Pradhan joined BJP

author img

By ETV Bharat Odisha Team

Published : Apr 10, 2024, 10:44 PM IST

Bjp Joining Program : ନିର୍ବାଚନ ପାଖେଇ ଆସିବା ସାଙ୍ଗକୁ ଖୋର୍ଦ୍ଧାରେ ବଢ଼ିଲା ବିଜେପି ଶକ୍ତି । ବିଜେଡିର ସାଧାରଣ ସମ୍ପାଦକ କାଳନ୍ଦୀ ପ୍ରଧାନଙ୍କ ସମେତ ଶତାଧିକ ସମର୍ଥକ ଏବଂ ସାଲିଆ ସାହିର ହଜାର ହଜାର ବସ୍ତି ବାସିନ୍ଦା ବିଜେପିର ସାମିଲ ହୋଇଛନ୍ତି । ଅଧିକ ପଢ଼ନ୍ତୁ,

ବିଜେପିର ହାତ ମୁଠା ହେଲା ଟାଣ
ବିଜେପିର ହାତ ମୁଠା ହେଲା ଟାଣ

ବିଜେପିର ହାତ ମୁଠା ହେଲା ଟାଣ

ଭୁବନେଶ୍ବର: ନିର୍ବାଚନ ଯେତିକି ପାଖେଇ ଆସୁଛି ଦଳ ବଦଳ ପର୍ବ ସେତିକି ଜୋର ଧରୁଛି। ଏହିକ୍ରମରେ ଖୋର୍ଦ୍ଧା ଜିଲ୍ଲାର ବିଜେପିର ଶକ୍ତିବୃଦ୍ଧି ହୋଇଛି। ସୂଚନା ଯୋଗ୍ୟ ଯେ, ବିଜେପି ରାଜ୍ୟ କର୍ଯ୍ୟଳୟରେ ମିଶ୍ରଣ ପର୍ବ ଆୟୋଜିତ ହୋଇଥିଲା। ଯେଉଁଥିରେ ଉତ୍ତର ଭୁବନେଶ୍ୱର ବିଧାୟକ ପ୍ରାର୍ଥୀ ପ୍ରିୟଦର୍ଶୀ ମିଶ୍ରଙ୍କ ନେତୃତ୍ୱରେ ବିଜେଡିର ପୂର୍ବତନ ଖୋର୍ଦ୍ଧା ଜିଲ୍ଲା ସାଧାରଣ ସମ୍ପାଦକ କାଳନ୍ଦୀ ପ୍ରଧାନଙ୍କ ସମେତ ଶତାଧିକ ସମର୍ଥକ ବିଜେପିରେ ଯୋଗ ଦେଇଛନ୍ତି। କେବଳ ସେତିକି ନୁହେଁ ସାଲିଆ ସାହିର ହଜାର ହଜାର ବସ୍ତି ବାସିନ୍ଦା ମଧ୍ୟ ଆଜି ବିଜେପିରେ ସାମିଲ ହୋଇଛନ୍ତି ।

ଭାରତୀୟ ଜନତା ପାର୍ଟି କାର୍ଯ୍ୟାଳୟରେ ସାଂସଦ ଅପରାଜିତା ଷଡ଼ଙ୍ଗୀ, ରାଜ୍ୟ ସଭାପତି ମନମୋହନ ସାମଲ ଏବଂ ଉତ୍ତର ବିଧାୟକ ପ୍ରାର୍ଥୀ ପ୍ରିୟଦର୍ଶୀ ମିଶ୍ରଙ୍କ ଉପସ୍ଥିତିରେ ଏହି ମିଶ୍ରଣ ପର୍ବ ଆୟୋଜିତ ହୋଇଛି । ସେପଟେ ମିଶ୍ରଣ ପର୍ବରେ ପୁଣି ରାଜ୍ୟ ସରକାରଙ୍କୁ ଅପରାଜିତା ଷଡ଼ଙ୍ଗୀ ଟାର୍ଗେଟ କରିଛନ୍ତି । ସେ କହିଛନ୍ତି,’’ ଯେହେତୁ ଜନତା ଜନାର୍ଦ୍ଦନ ଚାହୁଁଛନ୍ତି ପରିବର୍ତ୍ତନ,ଏଥର ପରିବର୍ତ୍ତନ ନିଶ୍ଚିତ ହେବ। ଆଜି ସଲିଆ ସାହିର ଅନେକ ଲୋକ ଆମ ସହ ମିଶିଛନ୍ତି । ଆମେ ପ୍ରତିଶୃତି ଦେଇଛୁ ବିଜେପି ସରକାର ଆସିଲେ ଭୁବନେଶ୍ଵରର ବସ୍ତିବାସିନ୍ଦାଙ୍କୁ ଜମି ପଟ୍ଟା ଦେବୁ । 150sq ଫୁଟ ଘର ଚଳିବନି, ବିଜେପି ସରକାର ଆସିଲେ ଆମେ 650 sq ଫୁଟ ଘର ପାଇଁ ପଟ୍ଟା ଦେବୁ । କେହି ଭୂମିହୀନ ହୋଇ ରହିବେ ନାହିଁ ।’’

ଏହା ମଧ୍ୟ ପଢ଼ନ୍ତୁ... ବିଜେପିରେ ରାଣୀ ସୁଜ୍ଞାନୀ ଦେଓଙ୍କ ଶତାଧିକ ସମର୍ଥକ, ପୀତବାସ ଓ ସୀତାରାମ ବି ଧରିଲେ ପଦ୍ମ - BJP Joining Program

ସେପଟେ ରାଜ୍ୟ ସଭାପତି ମଧ୍ୟ ସମାନ କଥାକୁ ଦୋହରାଇବା ସହ ପଇସା ନେଇ ପଟ୍ଟା ଦିଆ ଯିବନାହିଁ ବୋଲି କହି ସରକାରଙ୍କୁ ଟାର୍ଗେଟ କରିଛନ୍ତି । ବିନା ପଇସାରେ ପଟ୍ଟା ଦିଆଯିବ । ବସ୍ତି ବାସିନ୍ଦାଙ୍କୁ ଭୋଟ ବ୍ୟାଙ୍କ ପରି ବ୍ୟବହାର କରାଯିବ ନାହିଁ । କେହି ମଧ୍ୟ ବସ୍ତି ବାସିନ୍ଦାଙ୍କୁ ନାଲି ଆଖି ଦେଖେଇପାରିବେ ନାହିଁ ବୋଲି ରାଜ୍ୟ ସଭାପତି କହିଛନ୍ତି। ସୂର୍ଯ୍ୟମଣୀ ବୈଦଙ୍କୁ ପ୍ରାର୍ଥୀ କରିବା ପରେ ବିଜେପିରେ ସାମିଲ ହେଲେ ପୂର୍ବତନ ବିଧାୟିକା ତଥା ରାଣୀ ସ୍ବର୍ଗତ ସୁଜ୍ଞାନ କୁମାରୀ ଦେଓଙ୍କ ଶତାଧିକ ସମର୍ଥକ । ଖଲ୍ଲିକୋଟ ବ୍ଲକ ଉପାଧ୍ୟକ୍ଷଙ୍କ ସମେତ ଏକାଧିକ ପଞ୍ଚାୟତର ସରପଞ୍ଚ ନିଜ ନିଜର ସମର୍ଥକଙ୍କ ସହ ଆଜି ବିଜେପିରେ ସମିଲ ହୋଇଛନ୍ତି । ରାଜ୍ୟ ବିଜେପି କାର୍ଯ୍ୟଳୟରେ ଦଳର ରାଜ୍ୟ ସଭାପତି ମନମୋହନ ସାମଲ, ବ୍ରହ୍ମପୁର ସାଂସଦ ପ୍ରାର୍ଥୀ ପ୍ରଦୀପ ପାଣିଗ୍ରାହୀ, ଆସ୍କା ସାଂସଦ ପ୍ରାର୍ଥୀନୀ ଅନିତା ଶୁଭଦର୍ଶିନୀଙ୍କ ଉପସ୍ଥିତିରେ ସମସ୍ତେ ବିଜେପିରେ ସାମିଲ ହୋଇଛନ୍ତି ।

ଇଟିଭି ଭାରତ, ଭୁବନେଶ୍ବର

ETV Bharat Logo

Copyright © 2024 Ushodaya Enterprises Pvt. Ltd., All Rights Reserved.