ETV Bharat / politics

ଗଜପତିରେ ସୁରକ୍ଷାକର୍ମୀଙ୍କ ଗାଡି ଦୁର୍ଘଟଣା, ଭୁଲ ବିବୃତି ପାଇଁ ବିଜୟଙ୍କୁ ବିଜେଡିର ସମାଲୋଚନା

author img

By ETV Bharat Odisha Team

Published : Jan 24, 2024, 7:39 PM IST

ଗଜପତିରେ ସୁରକ୍ଷାକର୍ମୀଙ୍କ ଗାଡି ଦୁର୍ଘଟଣା, ଭୁଲ ବିବୃତି ପାଇଁ ବିଜୟ ପଟ୍ଟନାୟକଙ୍କୁ ବିଜେଡିର ସମାଲୋଚନା
ଗଜପତିରେ ସୁରକ୍ଷାକର୍ମୀଙ୍କ ଗାଡି ଦୁର୍ଘଟଣା, ଭୁଲ ବିବୃତି ପାଇଁ ବିଜୟ ପଟ୍ଟନାୟକଙ୍କୁ ବିଜେଡିର ସମାଲୋଚନା

BJD Critisizes OPCC Campaign Committee Chairman : ଗଜପତିରେ ସୁରକ୍ଷାକର୍ମୀଙ୍କ ଗାଡି ଧକ୍କାରେ ମୃତ୍ୟୁକୁ ନେଇ ପିସିସି ପ୍ରଚାର କମିଟି ମୁଖ୍ୟ ବିଜୟ ପଟ୍ଟନାୟକଙ୍କ ୫ଟି ଅଧ୍ୟକ୍ଷ ଭି କେ ପାଣ୍ଡିଆନ ଙ୍କୁ ଟାର୍ଗେଟ । ବିଜୟଙ୍କ ଅଭିଯୋଗର କଡା ଜବାବ ରଖିଛନ୍ତି ବିଜେଡି ମୁଖପାତ୍ର ଇପ୍ସିତା ସାହୁ । ଅଧିକ ପଢନ୍ତୁ

ଗଜପତିରେ ସୁରକ୍ଷାକର୍ମୀଙ୍କ ଗାଡି ଦୁର୍ଘଟଣା, ଭୁଲ ବିବୃତି ପାଇଁ ବିଜୟ ପଟ୍ଟନାୟକଙ୍କୁ ବିଜେଡିର ସମାଲୋଚନା

ଭୁବନେଶ୍ବର : ଗଜପତିରେ ସୁରକ୍ଷାକର୍ମୀଙ୍କ ଗାଡି ଧକ୍କାରେ ଜଣେ ବ୍ୟକ୍ତି ଙ୍କ ମୃତ୍ୟୁ କୁ ନେଇ ରାଜ୍ୟ ରାଜନୀତିରେ ବିଜେଡି ଓ କଂଗ୍ରେସ ମଧ୍ୟରେ ଦୋଷ ଲଦାଲଦି । ଗଜପତି ଦୁର୍ଘଟଣାରେ ଜଣଙ୍କ ମୃତ୍ୟୁ ପ୍ରସଙ୍ଗରେ ପିସିସି ପ୍ରଚାର କମିଟି ମୁଖ୍ୟ ବିଜୟ ପଟ୍ଟନାୟକଙ୍କୁ କାଉଣ୍ଟର କରିଛି ବିଜେଡି । ବିଜୟଙ୍କ ଅଭିଯୋଗର କଡା ଜବାବ ରଖିଛନ୍ତି ବିଜେଡି ମୁଖପାତ୍ର ଇପ୍ସିତା ସାହୁ । ବିଜେଡି ମୁଖପାତ୍ର କହିଛନ୍ତି ଯେ, ଗଜପତି ଜିଲ୍ଲାରେ ଜଣେ ସୁରକ୍ଷା କର୍ମୀଙ୍କ ଗାଡି ଦ୍ବାରା ଦୁର୍ଘଟଣାରେ ଜଣଙ୍କର ମୃତ୍ୟୁ ଘଟିଛି । ସେଥିପାଇଁ ଅତ୍ୟନ୍ତ ଦୁଃଖିତ ଏବଂ ମର୍ମାହତ । ଶୋକ ସନ୍ତପ୍ତ ପରିବାର ପ୍ରତି ସମବେଦନା ଜ୍ଞାପନ କରୁଛି । କିନ୍ତୁ ଅତ୍ୟନ୍ତ ଦୁଃଖ ଓ ଆଶ୍ଚର୍ଯ୍ୟଜନକ ବିଷୟ ଯେ ପୂର୍ବତନ ମୁଖ୍ୟ ଶାସନ ସଚିବ ତଥା ବର୍ତ୍ତମାନ ନୂଆ କରି ରାଜନୀତିରେ ପାଦ ଥାପିଥିବା ବିଜୟ ପଟ୍ଟନାୟକ କିଛି ନ ଜାଣି ରାଜନୀତି କରିବାକୁ ଆଗେଇ ଆସିଛନ୍ତି ।

ଭୁବନେଶ୍ଵରରେ ବସି କୌଣସି ବିଷୟରେ ସତ କଥା ନ ଜାଣି ମିଡ଼ିଆ ଆଗରେ ମିଛ କଥା କହିବାରେ ବିଜୟ ପଟ୍ଟନାୟକ ପିଏଚଡି କରିଛନ୍ତି । ହଜାର ହଜାର ଗଜପତି ବାସୀ ଉପସ୍ଥିତିରେ 5ଟି ଅଧ୍ୟକ୍ଷ ସେଠାରେ ହେଲିକପ୍ଟର ଯୋଗେ ଭୁବନେଶ୍ବରରୁ ଗଜପତିରେ ପହଞ୍ଚି ଥିଲେ । ସେଠାରୁ 2 ଟା 15 ମିନିଟରେ ଗଜପତିରୁ ଭୁବନେଶ୍ବରକୁ ସେହି ହେଲିକପ୍ଟର ଯୋଗେ ଫେରିଥିଲେ । ଯେଉଁ ଦୁର୍ଘଟଣା ଟି ଘଟିଛି ତାହା ପ୍ରାୟ ଅପରାହ୍ନ ୨ ଟା ୪୫ ପାଖାପାଖି । ଏହି ଦୁଇ ସମୟ ଭିତରେ ଅଧା ଘଣ୍ଟାର ସମୟ ଗ୍ୟାପ ରହିଛି । ମୃତ୍ୟ ଘଟିଲେ ତାକୁ ନେଇ ଖେଳ ଖେଳିବାକୁ ବିରୋଧୀଙ୍କୁ ବହୁତ ଭଲ ଲାଗେ । ସେଥିରୁ ବିଜୟ ପଟ୍ଟନାୟକ ଆଜି ବାଦ ପଡି ନାହାନ୍ତି । ଦୁଃଖ ସମୟରେ ବିଜୟ ସେହି ପରିବାର ସହିତ ଠିଆ ନ ହୋଇ ସେ ଘଟଣାକୁ ଯେଭଳି ଉପସ୍ଥାପନ କରୁଛନ୍ତି, ତାହା ଅତ୍ୟନ୍ତ ନିନ୍ଦନୀୟ ।

ଏହା ମଧ୍ୟ ପଢନ୍ତୁ ... ବାଙ୍ଗିରିପୋଷି ଯାତ୍ରାପାର୍ଟି ଟ୍ରକ ଦୁର୍ଘଟଣାରେ ମୁଖ୍ୟମନ୍ତ୍ରୀଙ୍କ ଶୋକ, ଅନୁକମ୍ପା ରାଶି ଘୋଷଣା


ଦୁଃଖ ଲାଗୁଛି ଏଭଳି ନେତୃବୁନ୍ଦ ରାଜନୀତିକୁ ଆସୁଛନ୍ତି । ଦୁର୍ଘଟଣା ଅକସ୍ମାତ ଘଟିଛି । କେହି ଭାବିଚିନ୍ତି ଦୁର୍ଘଟଣା କରେନାହିଁ । ଦୁର୍ଘଟଣାରେ ଯାହା ପରିବାର ଲୋକର ମୃତ୍ୟୁ ହୋଇଥିବ ତାଙ୍କର କଣ ବିତୁଥିବ, ସେ ସମୟରେ ସତ କଥା ନ ଜାଣି ମିଡ଼ିଆ ଆଗରେ ରାଜନୀତି କରିବା ଅତ୍ୟନ୍ତ ଲଜ୍ୟାଜନକ କଥା । ଏହାକୁ ରାଜନୀତି ନୁହେଁ ହୀନ ନୀତି କୁହାଯାଏ । ହଜାର ହଜାର ଗଜପତିବାସୀ ଏହାର ସାକ୍ଷୀ ଅଛନ୍ତି । 5ଟି ଅଧ୍ୟକ୍ଷ କେତେବେଳେ ଓ କେଉଁ ବିମାନରେ ଯାଇଥିଲେ ଓ ଆସିଥିଲେ । ନିଜ ଘର ନ ସଜାଡ଼ି ଏପରି ହୀନ ରାଜନୀତି କରିବାକୁ ବିଜୟ ପଟ୍ଟନାୟକ ଆସିଛନ୍ତି, ଏହାର ଜବାବ ଗଜପତିବାସୀ ଆଗକୁ ଦେବେ ।

ସୂଚନାଯୋଗ୍ୟ ଯେ ପୂର୍ବରୁ ସାମ୍ବାଦିକ ସମ୍ମିଳନୀ ଜରିଆରେ କଂଗ୍ରେସ ପ୍ରଚାର କମିଟି ଅଧ୍ୟକ୍ଷ ବିଜୟ ପଟ୍ଟନାୟକ ଅଭିଯୋଗ କରିଥିଲେ ଯେ ଗଜପତି ଜିଲ୍ଲାରେ ବିଜେଡି ନେତା ଭିକେ ପାଣ୍ଡିଆନଙ୍କ ସୁରକ୍ଷାକର୍ମୀଙ୍କ ଗାଡ଼ି ଧକ୍କାରେ ଜଣେ ବ୍ୟକ୍ତିଙ୍କ ମୃତ୍ୟୁ ହୋଇଛି । ପାଣ୍ଡିଆନଙ୍କ ସୁରକ୍ଷା କର୍ମୀଙ୍କ ଗାଡ଼ି ଯେହେତୁ ଦୁର୍ଘଟଣା ଘଟାଇଛି ତାଙ୍କର ପ୍ରଥମ କର୍ତ୍ତବ୍ୟ ଥିଲା ଯେ ସେ ମୃତ ବ୍ୟକ୍ତିଙ୍କ ପରିବାରକୁ ଭେଟିବା କଥା । ହେଲେ ଘଟଣାସ୍ଥଳରୁ ଚାଲି ଆସିବା ଦୁର୍ଭାଗ୍ୟଜନକ ଓ ଅମାନବୀୟ । ଏହି ଘଟଣାରେ ହିଟ୍ ଏଣ୍ଡ ରନ୍ କେସ ଲାଗୁ ହେବା ଉଚିତ । ପାଣ୍ଡିଆନଙ୍କ ବିରୁଦ୍ଧରେ ମାମଲା ସହ ଗିରଫ କରାଯିବା ସହ ମୃତକ ଙ୍କ ପରିବାର କୁ କ୍ଷତିପୂରଣ ଦେବା ପାଇଁ କଂଗ୍ରେସ ଦାବି କରିଛି ।

ଇଟିଭି ଭାରତ, ଭୁବନେଶ୍ବର

ETV Bharat Logo

Copyright © 2024 Ushodaya Enterprises Pvt. Ltd., All Rights Reserved.