ETV Bharat / politics

ସରକାରୀ ଅଧିକାରୀଙ୍କ ମନୋବଳ ଭାଙ୍ଗୁଛି ବିଜେପି ! ବିଜେଡି କହିଲା କାର୍ଯ୍ୟାନୁଷ୍ଠାନ ନିଅନ୍ତୁ ସିଇଓ - BJD MEETS CEO

author img

By ETV Bharat Odisha Team

Published : Apr 24, 2024, 6:24 PM IST

ସରକାରୀ ଅଧିକାରୀଙ୍କ ମନୋବଳ ଭାଙ୍ଗୁଛି ବିଜେପି: କାର୍ଯ୍ୟାନୁଷ୍ଠାନ ନିଅନ୍ତୁ ସିଇଓ :- ବିଜେଡି
ସରକାରୀ ଅଧିକାରୀଙ୍କ ମନୋବଳ ଭାଙ୍ଗୁଛି ବିଜେପି: କାର୍ଯ୍ୟାନୁଷ୍ଠାନ ନିଅନ୍ତୁ ସିଇଓ :- ବିଜେଡି

BJD MEETS CEO: ବିଡ଼ିଓ, ତେହସିଲଦାର, ଡିଏସପି ଓ ଆଇଆଇସି ମାନଙ୍କୁ ଜାତୀୟ ନିର୍ବାଚନ କମିସନଙ୍କ ନାଁ ନେଇ ବିଜେପି ଧମକାଉଥିବା ଅଭିଯୋଗ ଆଣିଛି ବିଜେଡି । ସେପଟେ ବିଜେପି ବିରୋଧରେ ନିର୍ବାଚନ ଅଧିକାରୀଙ୍କ ଦ୍ବାରସ୍ଥ ହେଲା ଦଳ । ଅଧିକ ପଢନ୍ତୁ

ସରକାରୀ ଅଧିକାରୀଙ୍କ ମନୋବଳ ଭାଙ୍ଗୁଛି ବିଜେପି: କାର୍ଯ୍ୟାନୁଷ୍ଠାନ ନିଅନ୍ତୁ ସିଇଓ :- ବିଜେଡି

ଭୁବନେଶ୍ବର: ବିଜେପି ନେତା ଓ କର୍ମୀ ସବୁବେଳେ ଆଇନ୍ ଉଲ୍ଲଙ୍ଘନ କରୁଛନ୍ତି । ଖାସ କରି କାର୍ଯ୍ୟରତ ସରକାରୀ ଅଧିକାରୀ ବିଡ଼ିଓ, ତହସିଲଦାର, ଡିଏସପି ଓ ଆଇଆଇସି ମାନଙ୍କୁ ଜାତୀୟ ନିର୍ବାଚନ କମିସନଙ୍କ ନାଁ ନେଇ ଧମକାଉଛନ୍ତି । ଯଦି ସେମାନେ ବିଜେପି ପାଇଁ କାମ ନ କରନ୍ତି, ବଦଳି ଧମକ ମିଳୁଛି । ଧମକଚମକ ଦ୍ୱାରା ସରକାରୀ ଅଧିକାରୀଙ୍କ ମନୋବଳ ଭାଙ୍ଗି ଯାଉଛି । ତେଣୁ ଆଜି ବିଜେଡିର ଏକ ପ୍ରତିନିଧି ଦଳ ରାଜ୍ୟ ମୁଖ୍ୟ ନିର୍ବାଚନ ଅଧିକାରୀଙ୍କ ଦ୍ୱାରସ୍ଥ ହୋଇଛନ୍ତି । ବିଜେପି ନେତାଙ୍କ ବିରୋଧରେ ଦୃଢ କାର୍ଯ୍ୟାନୁଷ୍ଠାନ ନେବାକୁ ବିଜେଡି ଦାବି କରିଛି ।

ବିଜେଡି ମୁଖପାତ୍ର ମଧୁସ୍ମିତା ନାୟକ କହିଛନ୍ତି,"ନିର୍ବାଚନ ସମୟରେ ବିଜେପି ନେତା ଓ କର୍ମୀ ସଦାସର୍ବଦା ଆଇନ ଉଲ୍ଲଙ୍ଘନ କରନ୍ତି । ନିର୍ବାଚନ ପ୍ରକ୍ରିୟାର 4 ମାସରେ ଲଗାତର ଭାବେ ଆଇନ ଉଲ୍ଲଙ୍ଘନ କରନ୍ତି । ଏହା ଆମେ ସମସ୍ତେ ଦେଖିଛେ । ଏଥର ମଧ୍ୟ କରୁଛନ୍ତି । ବିଜେପି ନେତା ଓ କର୍ମୀ ମାନେ ସରକାରୀ ଅଧିକାରୀ ତଥା ବିଡ଼ିଓ, ତହସିଲଦାର, ଆଇଆଇସି ଓ ଡିଏସପିଙ୍କୁ ଧମକ ଚମକ ଦେଉଛନ୍ତି । ଇସିଆଇଙ୍କ ନାଁ ନେଇ ଏହି ଧମକ ମିଳୁଛି । ବିଜେପି ଦଳ ଓ ବିଜେପି ପ୍ରାର୍ଥୀଙ୍କ ଲାଗି କାର୍ଯ୍ୟ କରିବାକୁ କୁହାଯାଉଛି । ଓଡ଼ିଶା ବିଜେପି ନେତା ଓ କର୍ମୀଙ୍କ ପାଇଁ କାମ ନକଲେ ସେମାନଙ୍କ ମନୋବଳ ଭାଙ୍ଗିବାକୁ ଚେଷ୍ଟା କରାଯାଉଛି । ସେମାନଙ୍କୁ ବ୍ୟକ୍ତିଗତ ଆକ୍ଷେପ କରୁଛନ୍ତି । ଟ୍ରାନ୍ସଫର କରି ଦେବାକୁ ଧମକ ଦିଆଯାଉଛି ।"

ଏହା ମଧ୍ୟ ପଢନ୍ତୁ .....ବାରମ୍ବାର ଆଚରଣ ବିଧି ଲଙ୍ଘୁଛନ୍ତି ଅପରାଜିତା, ପୁଣି ସିଇଓଙ୍କୁ ଭେଟିଲା ବିଜେଡି - BJD Meet CEO


ସେ ଆହୁରି ମଧ୍ୟ କହିଛନ୍ତି ଯେ, ଅବାଧ, ନିରପେକ୍ଷ ନିର୍ବାଚନ ପରିଚାଳନା କରିବା ପାଇଁ ସରକାରୀ ଅଧିକାରୀ ମାନେ କାର୍ଯ୍ୟ କରୁଛନ୍ତି । ତାଙ୍କୁ ଏଭଳି ଭାବେ କୁତ୍ସାରଟନା ଦ୍ୱାରା ସେମାନଙ୍କର ମନୋବଳ ଭାଙ୍ଗି ଯାଇଛି । ନିର୍ବାଚନ ପ୍ରକ୍ରିୟା କିଛି ମାସ ପରେ ସରିଯିବ । ସରକାରୀ ଅଧିକାରୀଙ୍କର ଭାଙ୍ଗି ଯାଇଥିବା ମନୋବଳକୁ ବିଜେପି ନେତା ଫେରାଇ ଆଣିପାରିବେ କି ?

ତେଣୁ ଆଜି ବିଜେଡିର ଏକ ପ୍ରତିନିଧି ଦଳ ରାଜ୍ୟ ମୁଖ୍ୟ ନିର୍ବାଚନ ଅଧିକାରୀଙ୍କୁ ଭେଟିଛୁ । ଏହା ଉପରେ ଗୁରୁତ୍ୱ ଦେଇ ତ୍ୱରିତ କାର୍ଯ୍ୟାନୁଷ୍ଠାନ ପାଇଁ ଦାବି କରିଛୁ । ଯାହା ଦ୍ୱାରା ବିଜେପି ନେତା ଓ କର୍ମୀ ଏଥିରୁ ନିବୃତ୍ତ ରହିବେ । ଏହି ପ୍ରତିନିଧି ଦଳରେ ରାଜ୍ୟସଭା ସାଂସଦ ସସ୍ମିତ ପାତ୍ର, ସ୍ବୟଂ ପ୍ରକାଶ ମହାପାତ୍ର, ଅମିତ ମଲ୍ଲିକ, ଇପ୍ସିତା ସାହୁ, ପ୍ରିୟବ୍ରତ ମାଝୀ, ଓମ୍ ପ୍ରକାଶ ସାହୁ ଉପସ୍ଥିତ ଥିଲେ ।

ଇଟିଭି ଭାରତ, ଭୁବନେଶ୍ବର

ETV Bharat Logo

Copyright © 2024 Ushodaya Enterprises Pvt. Ltd., All Rights Reserved.