ETV Bharat / politics

କେଜ୍ରିୱାଲଙ୍କ ବଡ଼ ଅଭିଯୋଗ; 7 ଆପ୍ ବିଧାୟକଙ୍କୁ ୨୫ କୋଟି ଲେଖାଏଁ ଦେଇ କିଣିବାକୁ ଚାହୁଁଛି ବିଜେପି

author img

By ETV Bharat Odisha Team

Published : Jan 27, 2024, 4:12 PM IST

BJP tried to poach AAP MLAs: " ଆପ୍ ବିଧାୟକମାନଙ୍କୁ ୨୫ କୋଟି ଟଙ୍କା ଲେଖାଏଁ ଦେଇ କିଣିବାକୁ ଚେଷ୍ଟା କରୁଛି ଭାରତୀୟ ଜନତା ପାର୍ଟି " । ଏଭଳି ସାଂଘାତିକ ଅଭିଯୋଗ ଆଣିଲେ ଦିଲ୍ଲୀ ମୁଖ୍ୟମନ୍ତ୍ରୀ ଅରବିନ୍ଦ କେଜ୍ରିୱାଲ । ଅଧିକ ପଢନ୍ତୁ

BJP tried to poach AAP MLAs
BJP tried to poach AAP MLAs

ନୂଆଦିଲ୍ଲୀ: ''ଆମ୍ ଆଦମୀ ପାର୍ଟି (ଆପ୍) ବିଧାୟକମାନଙ୍କୁ କିଣିବାକୁ ଚେଷ୍ଟା କରୁଛି ଭାରତୀୟ ଜନତା ପାର୍ଟି । ଆପ୍‌ର ୭ ଜଣ ବିଧାୟକଙ୍କୁ ବିଜେପି ନିଜ ଦଳକୁ ନେବାକୁ ଚାହୁଁଛି । ଦଳବଦଳ କରିବାକୁ ସେ ବିଧାୟକମାନଙ୍କୁ ୨୫ କୋଟି ଟଙ୍କା ଲେଖାଏଁ ଅଫର ଦେଇଛି । ଏମିତିକି ଆସନ୍ତା ନିର୍ବାଚନରେ ଟିକେଟ୍ ଦେବାର ପ୍ରଲୋଭନ ମଧ୍ୟ ଦେଖାଇଛି ।'' ଆଜି (ଶନିବାର) ବିଜେପି ବିରୋଧରେ ଏଭଳି ସାଂଘାତିକ ଅଭିଯୋଗ ଆଣିଛନ୍ତି ଦିଲ୍ଲୀ ମୁଖ୍ୟମନ୍ତ୍ରୀ ଅରବିନ୍ଦ କେଜ୍ରିୱାଲ । ଏନେଇ ସେ ସୋସିଆଲ ମିଡିଆ ଏକ୍ସରେ ଗୋଟିଏ ଲମ୍ବା ପୋଷ୍ଟ କରିଛନ୍ତି ।

କେଜ୍ରିୱାଲ ଅଭିଯୋଗ କରିଛନ୍ତି, ''କିଛି ଦିନ ତଳେ ବିଜେପି ୭ ଜଣ ଆପ୍ ବିଧାୟକଙ୍କ ସହ ଯୋଗାଯୋଗ କରିଥିଲା । ବିଜେପି ସେମାନଙ୍କୁ କହିଥିଲା ଯେ, ଦିଲ୍ଲୀ ମଦ ଦୁର୍ନୀତି ମାମଲାରେ ମୁଖ୍ୟମନ୍ତ୍ରୀ ଅରବିନ୍ଦ କେଜ୍ରିୱାଲଙ୍କୁ ଶୀଘ୍ର ଗିରଫ କରାଯିବ । ଏହାକୁ ନେଇ ସେମାନେ ୨୧ ଜଣ ବିଧାୟକଙ୍କ ସହ କଥା ହୋଇସାରିଛନ୍ତି । ଆଗକୁ ଅନ୍ୟ ବିଧାୟକଙ୍କ ସହ ମଧ୍ୟ କଥା ହେବେ । ଏହାପରେ ଦିଲ୍ଲୀରେ ଆପ୍ ସରକାର ଭାଙ୍ଗିଯିବ । ତେଣୁ ସେମାନେ ଆପ୍ ଛାଡି ବିଜେପିର ସାମିଲ ହୁଅନ୍ତୁ । ଦଳ ସେମାନଙ୍କୁ ୨୫ କୋଟି ଟଙ୍କା ଲେଖାଏଁ ଦେବା ସହ ଆସନ୍ତା ନିର୍ବାଚନରେ ପ୍ରାର୍ଥୀ କରିବ ।''

ଏହା ମଧ୍ୟ ପଢନ୍ତୁ: "କେନ୍ଦ୍ର ସରକାରଙ୍କ ଚାପରେ କେଜ୍ରିୱାଲଙ୍କୁ ସମନ କରିଛି ଇଡ଼ି"


ଦିଲ୍ଲୀ ମୁଖ୍ୟମନ୍ତ୍ରୀ ଆହୁରି ମଧ୍ୟ କହିଛନ୍ତି ଯେ, "ବିଜେପି ୨୧ ଜଣ ଆପ୍ ବିଧାୟକଙ୍କ ସହ ସମ୍ପର୍କ କରିଥିବା ଦାବି କରୁଥିବା ବେଳେ ଏ ପର୍ଯ୍ୟନ୍ତ କେବଳ ୭ ଜଣ ବିଧାୟକଙ୍କ ସହ ଯୋଗାଯୋଗ କରିଥିବାର ଆମ ପାଖରେ ଖବର ଅଛି । ତେବେ ସେହି ବିଧାୟକମାନେ ବିଜେପିର ଅଫର୍ ପ୍ରତ୍ୟାଖାନ କରିଦେଇଛନ୍ତି । କାରଣ ସେମାନେ ଜାଣିଛନ୍ତି ଆମ ସରକାର ଲୋକଙ୍କୁ ପାଇଁ କେତେ କାମ କରିଛି । ବିଜେପି ଦ୍ବାରା ସୃଷ୍ଟି କରାଯାଉଥିବା ନାନା ବାଧାବିଘ୍ନ ସତ୍ତ୍ବେ ଆପ୍ ବହୁତ କିଛି ହାସଲ କରିଛି । ଦିଲ୍ଲୀରେ ଆପ୍ ସରକାରକୁ ହଟାଇବା ବିଜେପିର କ୍ଷମତା ବାହାରେ । ତେଣୁ ଜାଣିଶୁଣି ମିଛ ମଦ ଦୁର୍ନୀତି ମାମଲାରେ ସେ ମୋତେ ଗିରଫ କରି ସରକାର ଭାଙ୍ଗିବାକୁ ଚେଷ୍ଟା କରୁଥିବା ଅଭିଯୋଗ କରିଛନ୍ତି କେଜ୍ରିୱାଲ ।"

ସେହିପରି ବିଜେପି ଦିଲ୍ଲୀରେ ରାଜନୈତିକ ଅସ୍ଥିରତା ସୃଷ୍ଟି କରିବାକୁ ଚେଷ୍ଟା କରୁଥିବା ଦିଲ୍ଲୀ ମନ୍ତ୍ରୀ ଅତିଶି ମଧ୍ୟ ଅଭିଯୋଗ କରିଛନ୍ତି । ଯେଉଁଠି ବିଜେପି ଜିତିପାରେ ନାହିଁ, ସେଠାରେ ସରକାର ଭାଙ୍ଗିବାକୁ ଚେଷ୍ଟା କରେ ବୋଲି ମନ୍ତ୍ରୀ କହିଛନ୍ତି । ଏହାପୂର୍ବରୁ ମଧ୍ୟ ମୁଖ୍ୟମନ୍ତ୍ରୀ କେଜ୍ରିୱାଲ ବିଜେପି ବିରୋଧରେ ଏଭଳି ଅଭିଯୋଗ ଆଣିଥିଲେ ।

ବ୍ୟୁରୋ ରିପୋର୍ଟ, ଇଟିଭି ଭାରତ

ETV Bharat Logo

Copyright © 2024 Ushodaya Enterprises Pvt. Ltd., All Rights Reserved.