ETV Bharat / opinion

ଭୂକମ୍ପ ବିଷୟରେ ଗବେଷଣାକୁ ନେଇ ଆସୁଛି 'ଦ ରମ୍ବଲିଂ ଆର୍ଥ' ପୁସ୍ତକ

author img

By ETV Bharat Odisha Team

Published : Mar 19, 2024, 7:01 AM IST

The Rumbling Earth
The Rumbling Earth

The Rumbling Earth: ଭୂକମ୍ପ କିପରି ହୁଏ ଓ କାହିଁକି ହୁଏ ଏହାର ଗବେଷଣା କରିଛନ୍ତି ବୈଜ୍ଞାନିକ ଦମ୍ପତି । ଯାହାକି ଖୁବଶୀଘ୍ର 'ଦ ରମ୍ବଲିଂ ଆର୍ଥ' ପୁସ୍ତକରେ ପ୍ରକାଶିତ ହେବ । ପଢନ୍ତୁ ଆଲେଖ୍ୟ

ଲେଖକ- ସିପି ରାଜେନ୍ଦ୍ରନ, ସହକାରୀ ପ୍ରଫେସର, ନ୍ୟାସନାଲ ଇନଷ୍ଟିଚ୍ୟୁଟ୍ ଅଫ୍ ଆଡଭାନ୍ସ ଷ୍ଟଡିଜ୍, ବେଙ୍ଗାଲୁରୁ

ଏବଂ କୁସାଲା ରାଜେନ୍ଦ୍ରନ, ପୂର୍ବତନ ପ୍ରଫେସର, ଇଣ୍ଡିଆନ ଇନଷ୍ଟିଚ୍ୟୁଟ ଅଫ୍ ସାଇନ୍ସ, ବେଙ୍ଗାଲୁରୁ

ହାଇଦ୍ରାବାଦ: ଭୂକମ୍ପ କିପରି ହୁଏ ଓ କାହିଁକି ହୁଏ, ଏହା ଜାଣିବା ଆମର ନିହାତି ଆବଶ୍ୟକ । 80 ଦଶକର ପ୍ରାରମ୍ଭରେ ଆମର ବିବାହ କେବଳ ଦୁଇ ଜଣଙ୍କ ମଧ୍ୟରେ ହୋଇଥିଲା ତାହା ନୁହେଁ, ବରଂ ଉଭୟ ପତିପତ୍ନୀଙ୍କ ପରସ୍ପର ପ୍ରତି ଥିବା ସହଯୋଗ ଓ ଅବଦାନକୁ ନେଇ ଦୁଇ ମନର ମିଳନ ହୋଇଥିଲା । ଭୂକମ୍ପ ପଛର ସତ୍ୟତା ବିଷୟରେ ଜାଣିବାକୁ ଆମେ ଅନବରତ ଗବେଷଣା କରିଥିଲୁ ।

The Rumbling Earth
The Rumbling Earth

ଆମର ଅନୁସନ୍ଧାନ 1886 ମସିହାରେ ଏକ ରହସ୍ୟମୟ ଭୂକମ୍ପ ସହିତ ଆରମ୍ଭ ହୋଇଥିଲା । ଯାହା ଦକ୍ଷିଣ କାରୋଲିନାର କଲମ୍ବିଆରେ ଥିବା ବିଶ୍ୱବିଦ୍ୟାଳୟଠାରୁ କିଛି ଦୂରରେ ହୋଇଥିଲା । ଏହି ଭୂକମ୍ପରେ ଚାର୍ଲଷ୍ଟୋନର ଐତିହାସିକ ସହରକୁ ଧ୍ବଂସ କରିଦେଇଥିଲା । କାଳ୍ପନିକ ଚରିତ୍ର (ପ୍ରସିଦ୍ଧ ଚଳଚ୍ଚିତ୍ରର ଚରିତ୍ର ଇଣ୍ଡିଆନା ଜୋନ୍ସ) ଦକ୍ଷିଣ କାରୋଲିନାର ଉପକୂଳବର୍ତ୍ତୀ ଅଞ୍ଚଳରେ ଭୂକମ୍ପ ପଛର କାରଣ ଖୋଜିବାକୁ ଯେମିତି ଚେଷ୍ଟା କରିଥିଲେ । ଠିକ୍ ସେହିଭଳି ଆମେ ମଧ୍ୟ ବୃତ୍ତିଗତ ଜୀବନରେ ଭୂକମ୍ପ ଅନୁସନ୍ଧାନ କରିବା ଦିଗରେ ସମସ୍ତ ପ୍ରଚେଷ୍ଟା ଜାରି ରଖିଥିଲୁ । ଯୁକ୍ତରାଷ୍ଟ୍ରରେ 5 ବର୍ଷ କାର୍ଯ୍ୟ କରିବା ପରେ ଭାରତକୁ ଫେରିଥିଲୁ । ଦେଶକୁ ଫେରିବା ପରେ ଆମେ ଗଭୀରତମ ଭୂକମ୍ପ ସହିତ ଜଡିତ ରହସ୍ୟମୟ ତଥ୍ୟର ଉନ୍ମୋଚନ କରିଚାଲିଥିଲୁ ।

ଖୁବଶୀଘ୍ର ପ୍ରକାଶ ପାଇବାକୁ ଯାଉଛି 'ଦ ରମ୍ବଲିଂ ଆର୍ଥ' (The Rumbling Earth-The Story Of Indian Earthquakes)। ପେଙ୍ଗୁଇନ୍ ରାଣ୍ଡମ ଡୋଙ୍କ ଦ୍ବାରା ପ୍ରକାଶ ପାଇବାକୁ ଯାଉଥିବା ଏହି ପୁସ୍ତକରେ ଭୂକମ୍ପ ବାବଦରେ ବିସ୍ତୃତ ଭାବେ ସୂଚନା ପ୍ରଦାନ କରାଯାଇଛି । ଅଜ୍ଞାତ ଅଞ୍ଚଳରେ ଆମର ଦୁଃସାହସିକ କାର୍ଯ୍ୟ ସମ୍ପର୍କରେ ଉଲ୍ଲେଖ ରହିଛି । ଏହାସହ ଭୂକମ୍ପର ଗୁପ୍ତ ସଙ୍କେତକୁ ବୁଝିବା ପାଇଁ ଭୂକମ୍ପ ବିଶେଷଜ୍ଞ ଭାବରେ ଗତ ତିନି ଦଶନ୍ଧି ମଧ୍ୟରେ ଆମର ଅନୁଭୂତିର ବର୍ଣ୍ଣନା ହୋଇଛି ।

ଭୂକମ୍ପର ଇତିହାସର ଅନୁସନ୍ଧାନ ତଥା ପ୍ରତ୍ନତାତ୍ତ୍ବିକ ଆବିଷ୍କାର ଏକ ନୂଆ ଇତିହାସ ସୃଷ୍ଟି କରିବ । ଏହି ପୁସ୍ତକରେ ଥିବା ତଥ୍ୟ ବିଷୟରେ ଜାଣିବା ପରେ ଭୂକମ୍ପ ବିଷୟରେ ଅଧ୍ୟୟନ ପାଇଁ ସମସ୍ତଙ୍କ ମଧ୍ୟରେ ଏକ ନୂଆ ଉନ୍ମାଦନା ସୃଷ୍ଟି ହେବ । ଭୂକମ୍ପର ପ୍ରଭାବକୁ କିପରି ହ୍ରାସ କରିହେବ, କିପରି ଜୀବନ ରକ୍ଷା କରାଯାଇପାରିବ ସେ ବିଷୟରେ ଗବେଷଣା କରାଯାଇଛି । ଏହାସହ ଯେଉଁମାନେ ଭୂବିଜ୍ଞାନ ବିଷୟରେ ରିପୋର୍ଟିଂ କରିବାକୁ ଉତ୍ସାହିତ ଥିବେ ସେମାନଙ୍କୁ ଅନେକ ଗୁରୁତ୍ବପୂର୍ଣ୍ଣ ତଥ୍ୟ ମିଳିପାରିବ । ସେହିପରି ଛାତ୍ରଛାତ୍ରୀଙ୍କୁ ମଧ୍ୟ ଏ ସମ୍ପର୍କରେ ଏହି ପ୍ରାକୃତିକ ବିପର୍ଯ୍ୟୟ ବିଷୟରେ ସୂଚନା ମିଳିପାରିବ ।

ପୁସ୍ତକରେ ପ୍ରାରମ୍ଭରୁ ପ୍ରଥମେ ମୌଳିକ ଧାରଣାମାନ ଦିଆଯାଇଛି । ଏହାପରେ ସମ୍ପୂର୍ଣ୍ଣ ବିଷୟରେ ଉଲ୍ଲେଖ ରହିଛି । ଏଥିରେ ବ୍ୟାଖ୍ୟା କରାଯାଇଥିବା ଶବ୍ଦ ପୁସ୍ତକଙ୍କୁ ଆକର୍ଷିତ କରିବ । ପ୍ଲେଟ୍ ଟେକ୍ଟୋନିକ୍ସ (Plate Tectonics) ବିଷୟରେ ଉଲ୍ଲେଖ ରହିଛି । ଏହାସହ ଭୂବିଜ୍ଞାନର ମୂଳତତ୍ତ୍ବ ଓ ଐତିହାସିକ ଦୃଷ୍ଟିକୋଣ ବିଷୟରେ ସୂଚନା ପ୍ରଦାନ କରାଯାଇଛି । ଭୂକମ୍ପ ସବୁବେଳେ ଆଶ୍ଚର୍ଯ୍ୟଜନକ ଘଟଣା ସାମ୍ନାକୁ ଆଣିଥାଏ । 2001ରେ ହୋଇଥିବା ଭୂକମ୍ପ ଭୁଜ୍ ସହରର ନିକଟରେ ହୋଇଥିଲା । ମାଳଦ୍ବୀପରେ ଏକାସହ ଦୁଇ ଦୁଇଟି ଭୂକମ୍ପ ହୋଇଥିଲା । ପ୍ରାୟ 180 ବର୍ଷ ମଧ୍ୟରେ ଆଭ୍ୟନ୍ତରୀଣ ଅଞ୍ଚଳରେ ଦୁଇ ଦୁଇ ଭୂକମ୍ପ ଏକା ସହ ହେବା ଭଳି ଘଟଣା ଦେଖିବାକୁ ମିଳିଛି । ଦେଶର ପଶ୍ଚିମ ସୀମାରେ 1819 ଭୂକମ୍ପକୁ ନେଇ ଆମର ଅଭିଯାନ ବିଷୟରେ ବର୍ଣ୍ଣନା କରାଯାଇଛି । ଏହାପରେ ପୁଣି 2001ର ଭୂକମ୍ପକୁ ଫେରି ଆସିବେ ପାଠକ । ବିଭିନ୍ନ ଅଧ୍ୟାୟଗୁଡ଼ିକରେ ଏହିଭଳି ଉଲ୍ଲେଖ କରାଯାଇ ଭୌଗୋଳିକ ପଦ୍ଧତିଗୁଡ଼ିକ ବିଷୟରେ ଦର୍ଶାଯାଇଛି ।

ଏହା ବି ପଢନ୍ତୁ...ଅଧ୍ୟୟନ: କ୍ରମାଗତ ନିମ୍ନମାନର ବାୟୁ ସଂସ୍ପର୍ଶରେ ଆସିଲେ ବୃଦ୍ଧି ପାଏ ହୃତଘାତ ଆଶଙ୍କା

ସେହିପରି ଉତ୍ତର-ପୂର୍ବ ଭାରତରେ ଦୁଇଟି ବଡ଼ ବଡ଼ ଭୂକମ୍ପ ଝଟକା ଅନୁଭୂତ ହୋଇଥିଲା । 1897 ମସିହାରେ ମାଳଭୂମି ଏବଂ 1950ରେ ଆସାମରେ ହୋଇଥିବା ଭୂକମ୍ପ ଉପରେ ଆଲୋକପାତ କରାଯାଇଛି । 2004ର ଖ୍ରୀଷ୍ଟମାସ ପରଦିନ ଭାରତ ମହାସାଗର ନିକଟବର୍ତ୍ତୀ ଦେଶରେ ଲୋକଙ୍କ ପାଇଁ ଏକ ସ୍ମରଣୀୟ ଦିନ । କାରଣ ସେହି ଦିନ ଇଣ୍ଡୋନେସିଆରେ ଏକ ବଡ଼ ଭୂକମ୍ପ ସୃଷ୍ଟି ହୋଇଥିଲା । ଆସିଥିବା ସୁନାମି ମଧ୍ୟ ବିଶ୍ବର ବୈଜ୍ଞାନିକମାନଙ୍କ ପାଇଁ ଏକ ନୂତନ ଅନୁଭୂତି ଥିଲା । ପରବର୍ତ୍ତୀ ଭୂକମ୍ପର ପୂର୍ବାନୁମାନ, ଏହାର ମୁକାବିଲା ପାଇଁ ପ୍ରସ୍ତୁତି ଏବଂ ଏହାର ପରୀକ୍ଷଣ ଆଦି ନେଇ ଥିବା ଅନେକ ପ୍ରଶ୍ନ ପାଠକଙ୍କ ମନକୁ ଆନ୍ଦୋଳିତ କରିବ । ତେବେ କୃତିମ ବୁଦ୍ଧିମତା ପ୍ରୟୋଗ କରାଯାଇ ବିପର୍ଯ୍ୟୟ ବିଷୟରେ ଉନ୍ନତମାନର ଗବେଷଣା କରାଯାଇପାରିବ ।

(ଏହା ଲେଖକଙ୍କର ନିଜସ୍ବ ମତ)

ETV Bharat Logo

Copyright © 2024 Ushodaya Enterprises Pvt. Ltd., All Rights Reserved.