ETV Bharat / international

ପାକିସ୍ତାନରେ ଆତ୍ମଘାତୀ ବିସ୍ଫୋରଣ, 5 ଚୀନ ନାଗରିକଙ୍କ ସମେତ 6 ମୃତ - suicide bomb attack in Pakistan

author img

By ETV Bharat Odisha Team

Published : Mar 26, 2024, 5:16 PM IST

Updated : Mar 26, 2024, 7:46 PM IST

ପାକିସ୍ତାନରେ ଆତ୍ମଘାତୀ ବିସ୍ଫୋରଣ, 5 ଚୀନ ନାଗରିକ ମୃତ
ପାକିସ୍ତାନରେ ଆତ୍ମଘାତୀ ବିସ୍ଫୋରଣ, 5 ଚୀନ ନାଗରିକ ମୃତ

Several Chinese Nationals killed in suicide bomb attack in Pakistan: ପାକିସ୍ତାନରେ ଆତ୍ମଘାତୀ ବିସ୍ଫୋରଣରେ 6 ଜଣ ଚୀନ ଇଞ୍ଜିନିୟରଙ୍କ ମୃତ୍ୟୁ । ଅଧିକ ପଢନ୍ତୁ

ହାଇଦ୍ରାବାଦ: ପାକିସ୍ତାନରେ ଆତ୍ମଘାତୀ ଆତଙ୍କବାଦୀ ବିସ୍ଫୋରଣରେ 5 ଜଣ ଚୀନ ନାଗରିକଙ୍କ ସମେତ ମୋଟ 6ଜଣ ପ୍ରାଣ ହରାଇଛନ୍ତି । ଖାଇବର ପାଖତୁନ ପ୍ରଦେଶରେ ଏହି ବିସ୍ଫୋରଣ ଘଟିଛି । ମୃତକମାନଙ୍କ ମଧ୍ୟରେ ଚୀନର 5 ଇଞ୍ଜିନିୟର ଓ ଜଣେ ପାକିସ୍ତାନୀ ଥିବା ପ୍ରାଥମିକ ଭାବେ ଜଣାପଡିଛି । ବିଦେଶୀ ଇଞ୍ଜିନିୟରମାନେ ଏକ କାରରେ ଯାଉଥିବା ବେଳେ ଅନ୍ୟ ଏକ କାରରେ ବିପୁଳ ପରିମାଣର ବିସ୍ଫୋରକ ରଖାଯାଇ ଏହାକୁ ଧକ୍କା ଦିଆଯାଇଥିଲା । ଗାଡିଟି ଘଟଣାସ୍ଥଳରେ ଉଡି ଯାଇଛି । କାରରେ ଡ୍ରାଇଭରଙ୍କ ସମେତ ଥିବା 6 ଜଣଙ୍କର ମୃତ୍ୟୁ ହୋଇଯାଇଥିବା ପ୍ରାଥମିକ ଭାବେ ସୂଚନା ସାମ୍ନାକୁ ଆସିଛି । ପୋଲିସ ଓ ସେନା ଘଟଣାସ୍ଥଳରେ ପହଞ୍ଚିଛନ୍ତି । ଏହି ଆକ୍ରମଣ ପାଇଁ କୌଣସି ଆତଙ୍କବାଦୀ ସଂଗଠନ ଏପର୍ଯ୍ୟନ୍ତ ନିଜକୁ ଦାୟୀ କରିନାହାଁନ୍ତି ।

ଅନ୍ତର୍ଜାତୀୟ ଗଣମାଧ୍ୟମରେ ପ୍ରସାରିତ ଖବର ଅନୁସାରେ, ଚୀନ ଇଞ୍ଜିନିୟରଙ୍କ ଏକ ଟିମ ଇସାଲାମାବାଦରୁ ଦାସୁ ଅଭିମେଖ ଯାଉଥିଲେ । ଖାଇବର ପାଖତୁନ ନିକଟବର୍ତ୍ତୀ ଦାସୁରେ ଏହି କମ୍ପାନୀ ଏକ ହାଇଡ୍ରୋ ପାଓ୍ବାର ପ୍ରକଳ୍ପ ନିର୍ମାଣ କାର୍ଯ୍ୟରେ ନିୟୋଜିତ ରହିଛି । ଏକ କାରରେ 5 ବିଦେଶୀ ଇଞ୍ଜିନିୟରଙ୍କ ସମେତ ଜଣେ ପାକିସ୍ତାନୀ ଡ୍ରାଇଭର ଥିଲେ । ପାଖତୁନଖୱା ପ୍ରଦେଶରେ ଆତଙ୍କବାଦୀଙ୍କ ଏକ ବିସ୍ଫୋରକ ବୋଝେଇ କାର ଏହି ଇଞ୍ଜିନିୟରଙ୍କ କାରକୁ ଧକ୍କା ଦେଇଥିଲା । ଘଟଣାସ୍ଥଳରେ କାରଟି ଜଳିଯିବା ଯିବା ସହ ଖାଇକୁ ଖସି ପଡିଥିଲା । ଏଥିରେ ସମସ୍ତ 6ଜଣଙ୍କ ମୃତ୍ୟୁ ହୋଇଥିବା ଜଣାପଡିଛି । ଚୀନର ଏକ କମ୍ପାନୀ ଏକ ହାଇଡ୍ରୋ-ଇଲେକ୍ଟ୍ରିକ ପ୍ରକଳ୍ପ ନିର୍ମାଣ ଜାରି ରଖିଛି । ଇଞ୍ଜିନିୟର୍ସଙ୍କ ଏହି ଟିମ ସେହି ପ୍ରକଳ୍ପର ଅଂଶ ଥିବା ନେଇ ମଧ୍ୟ ଜଣାପଡିଛି ।

ଏହା ମଧ୍ୟ ପଢନ୍ତୁ :- କଂଗ୍ରେସ ଭବନରେ ହୋଲି ଆସର, ଫଗୁ ରଙ୍ଗରେ ରଙ୍ଗୀନ ହେଲେ ସୁର ରାଉତରାୟ - Holi 2024

ପାକିସ୍ତାନ ରାଷ୍ଟ୍ରପତି ଅସିଫ ଅଲ୍ଲୀ ଜର୍ଦ୍ଦାରୀ ଆକ୍ରମଣକୁ ନିନ୍ଦା କରିବା ସହ ମୃତ ଚୀନ ନାଗରିକଙ୍କ ପ୍ରତି ସମବେଦନ ବ୍ୟକ୍ତି କରିଛନ୍ତି । ଏହି ଆକ୍ରମଣ ପାକିସ୍ତାନ-ଚୀନର ସୁସମ୍ପର୍କକୁ ପ୍ରଭାବିତ କରିପାରିବ ନାହିଁ ।ଆକ୍ରମଣକାରୀଙ୍କ ବିରୋଧରେ କଡା କାର୍ଯ୍ୟାନୁଷ୍ଠାନ ଗ୍ରହଣ କରାଯିବା ନେଇ ମଧ୍ୟ ସେ କହିଛନ୍ତି । ତେବେ 2021 ମହିସାରେ ମଧ୍ୟ ସମାନ ପ୍ରକଳ୍ପ ଓ ସମାନ କମ୍ପାନୀର କର୍ମଚାରୀଙ୍କୁ ଆକ୍ରମଣ କରାଯାଇଥିଲା । 3 ବର୍ଷ ପରେ ପୁଣି ଥରେ ଏହି କମ୍ପାନୀର କର୍ମଚାରୀ ଆତଙ୍କବାଦୀ ଆକ୍ରମଣର ଶିକାର ହୋଇଛନ୍ତି ।

ବ୍ୟୁରୋ ରିପୋର୍ଟ, ଇଟିଭି ଭାରତ

Last Updated :Mar 26, 2024, 7:46 PM IST
ETV Bharat Logo

Copyright © 2024 Ushodaya Enterprises Pvt. Ltd., All Rights Reserved.