ମଧ୍ୟପ୍ରାଚ୍ୟରେ ଘନେଇଲା ଯୁଦ୍ଧ ଅଶଙ୍କା ! ଇରାନ ବିମାନ ବନ୍ଦର ଉପରେ ଇସ୍ରାଏଲର ମିଶାଇଲ ମାଡ - Israel Attack Iran

author img

By ETV Bharat Odisha Team

Published : Apr 19, 2024, 10:38 AM IST

Updated : Apr 19, 2024, 11:46 AM IST

Israel Attack Iran
Israel Attack Iran ()

Israel Attack Iran: ଅଶାନ୍ତ ମଧ୍ୟପ୍ରାଚ୍ୟ । ମାନିଲେନି ନେତ୍ୟାନେହୁ । ଇରାନ ଧମକକକୁ ଖାତିର ନକରି ଇରାନ ଉପରେ ମିଶାଇଲ ମାଡ କଲା ଇସ୍ରାଏଲ । ଅଧିକ ପଢନ୍ତୁ

ହାଇଦ୍ରାବାଦ: ମଧ୍ୟପ୍ରାଚ୍ୟରେ ବଢିଲା ଯୁଦ୍ଧ ଭୟ । ମାନିଲେନି ନେତାନ୍ୟାହୁ । ଶେଷରେ ଇରାନ ଉପରେ ଆକ୍ରମଣ କଲା ଇରାନ । ନିକଟରେ ଇରାନ ଇସ୍ରାଏଲ ଉପରେ ମିଶାଇଲ ଏବଂ ଡ୍ରୋନ ଆକ୍ରମଣ କରିଥିବା ବେଳେ ଆଜି ବଦଲା ନେଇଛି ଇସ୍ରାଏଲ । ଇରାନର ଧମକକୁ ଖାତିର କରିଲାନି ଇସ୍ରାଏଲ । ଇରାନର ଅନେକ ସହରରେ ଇସ୍ରାଏଲ ମିଶାଇଲ ମାଡ କରିଛି । ଏନେଇ ଇରାନ ପକ୍ଷରୁ ସ୍ପଷ୍ଟ କରାଯାଇଛି ।

ଇରାନର ବିମାନବନ୍ଦରରେ ଏକ ବଡ ଧରଣର ବିସ୍ଫୋରଣ ଶୁଣିବାକୁ ମିଳିଛି । ଇରାନର ଇସଫାହନ ସିଟିରେ ଥିବା ବିମାନବନ୍ଦରରରେ ଉପରେ ମିଶାଇଲ ମାଡ କରିଛି ଇସ୍ରାଏଲ । ସେହିପରି ଇରାନର ନ୍ୟୁକ୍ଲିୟର ପ୍ଲାଣ୍ଟ ଉପରେ ମଧ୍ୟ ମିଶାଇଲ ମାଡ ହୋଇଥିବା ନେଇ ଦାବି କରାଯାଇଛି । ତେବେ ବିସ୍ଫରଣରେ କ୍ଷୟକ୍ଷତି ନେଇ ବର୍ତ୍ତମାନ ସୁଦ୍ଧା ସ୍ପଷ୍ଟ କରାଯାଇ ନାହିଁ । ଗତ 13 ତାରିଖରେ ଇରାନ ଇସ୍ରାଏଲ ଉପରେ ଆକ୍ରମଣ କରିଥିବା ବେଳେ ବର୍ତ୍ତମାନ ଏହାର ବଦଲା ନେଇ ପାଲଟା ଆକ୍ରମଣ କରିଛି ଇସ୍ରାଏଲ ।

ଏହା ମଧ୍ୟ ପଢନ୍ତୁ: ଘନେଇଲା ଯୁଦ୍ଧ ଆଶଙ୍କା; ଇସ୍ରାଏଲ ଉପରେ ଘନ ଘନ ମିଶାଇଲ ମାଡ କଲା ଇରାନ - Iran Israel Tensions

ଆକ୍ରମଣ ହୋଇଛି କହିଲା ଇରାନ: ଇରାନ ଉପରେ ଆକ୍ରମଣ ହୋଇଥିବା ନେଇ ଇସ୍ରାଏଲ ପକ୍ଷରୁ ବର୍ତ୍ତମାନ ସୁଦ୍ଧା କୌଣସି ସ୍ପଷ୍ଟ ସୂଚନା ଦିଆଯାଇ ନାହିଁ । ଅନ୍ୟପଟେ ଏନେଇ ଇରାନ କହିଛି ଯେ, ଏକ ଆକ୍ରମଣ ହୋଇଛି । ଇରାନ ବାୟୁସେନାର ସୁରକ୍ଷା ବ୍ୟବସ୍ଥାକୁ କଡାକଡି କରିଛି । ଇରାନର ନ୍ୟୁଜ ଏଜେନ୍ସି ପକ୍ଷରୁ କୁହାଯାଇଛି, ଇରାନର ଅନେକ ଅଞ୍ଚଳରେ ବିସ୍ଫୋରଣ କରାଯାଇଛି । ଇରାନର ବିମାନବନ୍ଦର ଏବଂ ଏୟାର ନେଭିଗେସନ୍ କମ୍ପାନୀ ଅନୁଯାୟୀ, ଇରାନ ତେହେରାନ, ଇସଫାହାନ ଏବଂ ଶିରାଜ ବିମାନବନ୍ଦର ସମେତ ଅନେକ ଅଞ୍ଚଳରେ ବିମାନ ଚଳାଚଳ ସ୍ଥଗିତ ରଖିଛି ।

ଏହା ମଧ୍ୟ ପଢନ୍ତୁ: ଇରାନ-ଇସ୍ରାଏଲ ମଧ୍ୟରେ ବଢୁଛି ତିକ୍ତତା, ବଦଳିଲା ବାଇଡେନଙ୍କ ସ୍ବର - US On Iran

ଇସ୍ରାଏଲ ଉପରେ ମିଶାଇଲ ମାଡ କରିଥିଲା ଇରାନ: ଗତ 13 ତାରିଖ ବିଳମ୍ବିତ ରାତିରେ ଇରାନ ଇସ୍ରାଏଲ ଅଞ୍ଚଳରେ ଘନ ଘନ ମିଶାଇଲ ମାଡ ସହ ଡ୍ରୋନ ଆକ୍ରମଣ କରିଛି । ପ୍ରାୟ ୨୦୦ରୁ ଊର୍ଦ୍ଧ୍ବ ଡ୍ରୋନ ସହ ବାଲାଷ୍ଟିକ ଓ କ୍ରୁଜ ମିଶାଇଲ ମାଡ କରିଥିଲା । ଏହି ଆକ୍ରମଣ ପରେ ହାଇଆଲର୍ଟରେ ରହିଥିଲା ଇସ୍ରାଏଲ ବାୟୁ ଓ ନୌସେନା । ଇରାନର ମୁକାବିଲା ନିମନ୍ତେ ଲଢୁଆ ଜେଟ ଏବଂ ନୌସେନା ଜାହାଜ ତୟାର ରଖାଯାଇଥିଲା ।

ପଶ୍ଚିମ ଏସିଆର ଚିନ୍ତା ବୃଦ୍ଧି: ମିଳିତ ଜାତିସଂଘ ସୁରକ୍ଷା ପରିଷଦରେ ଇରାନ ଏବଂ ଇସ୍ରାଏଲ ମଧ୍ୟରେ ତିକ୍ତତାର ଏହି ପ୍ରସଙ୍ଗ ମଧ୍ୟ ଉଠିଥିଲା । ବୈଠକରେ ଇସ୍ରାଇଲ ଦାବି କରି କହିଥିଲା ଯେ, ଇରାନର ସେନାକୁ ଆତଙ୍କବାଦୀ ସଂଗଠନ ଭାବେ ଘୋଷଣା କରାଯାଉ । ଅନ୍ୟପଟେ ଇରାନ ଇସ୍ରାଏଲକୁ ଚେତାବନୀ ଦେଇଥିଲା । ଯଦି ଇରାନ ଉପରେ ଆକ୍ରମଣ କରିବାକୁ ଚେଷ୍ଟା କରେ ତେବେ ଏହାର ପରିଣାମ ଭୟଙ୍କର ହେବ । ଆମେରିକା ମଧ୍ୟ ଦୁଇ ଦେଶ ମଧ୍ୟରେ ନ ଆସିବାକୁ ଇରାନ ପକ୍ଷରୁ ଚେତାବନୀ ଦେଇଥିଲା । ଜାତିସଂଘର ମହାସଚିବ ଉଭୟ ଦେଶକୁ ନିବେଦନ କରିଥିଲେ ଯେ ପଶ୍ଚିମ ଏସିଆ ଅନ୍ୟ ଯୁଦ୍ଧର ସମ୍ମୁଖୀନ ହେବା ସ୍ଥିତିରେ ନାହିଁ । ଅନେକ ବିଶେଷଜ୍ଞ ଆଶଙ୍କା କରିଛନ୍ତି ଯେ, ଇସ୍ରାଏଲ-ହମାସ ଯୁଦ୍ଧ ପରେ ଇସ୍ରାଏଲ-ଇରାନର ଉତ୍ତେଜନା ସମଗ୍ର ଆରବ କ୍ଷେତ୍ର ପାଇଁ ଚିନ୍ତାର କାରଣ ସାଜିଛି । ଏଭଳି ପରିସ୍ଥିତିରେ ବିବାଦ କେଉଁ ମୋଡ ନେଉଛି ତାହା ଦେଖିବାକୁ ବାକି ରହିଲା ।

Last Updated :Apr 19, 2024, 11:46 AM IST
ETV Bharat Logo

Copyright © 2024 Ushodaya Enterprises Pvt. Ltd., All Rights Reserved.