ETV Bharat / health

ଆବଶ୍ୟକତାଠୁ ଅଧିକ ଖାଆନ୍ତୁନି ତରଭୁଜ, ଦେଖାଦେବ ଏସବୁ ସ୍ବାସ୍ଥ୍ୟ ସମସ୍ୟା - SIDE EFFECTS OF WATERMELON

author img

By ETV Bharat Odisha Team

Published : Apr 28, 2024, 5:18 PM IST

ଅଧିକ ତରଭୁଜ ଖାଉଥିଲେ ହୁଅନ୍ତୁ ସାବଧାନ! ହୋଇପାରେ ଏହି ସ୍ୱାସ୍ଥ୍ୟ ସମସ୍ୟା
ଅଧିକ ତରଭୁଜ ଖାଉଥିଲେ ହୁଅନ୍ତୁ ସାବଧାନ! ହୋଇପାରେ ଏହି ସ୍ୱାସ୍ଥ୍ୟ ସମସ୍ୟା

Side Effects Of Eating Too Much Watermelon: ଗ୍ରୀଷ୍ମ ଋତୁରେ ଲୋକମାନେ ତରଭୁଜ ଖାଇବାକୁ ଲୋକେ ବେଶ ଭଲପାଆନ୍ତି । କାରଣ ଏଥିରେ ଜଳର ମାତ୍ରା ଅଧିକ ଥିବାରୁ ଶରୀର ଡିହାଇଡ୍ରେଟ୍ ହୋଇନଥାଏ । ଏହାରି ମଧ୍ୟରେ ସ୍ୱାସ୍ଥ୍ୟ ବିଶେଷଜ୍ଞମାନେ କହିଛନ୍ତି ଯେ ଅଧିକ ତରଭୁଜ ଖାଇବା ଦ୍ୱାରା କିଛି ସ୍ୱାସ୍ଥ୍ୟ ସମସ୍ୟା ମଧ୍ୟ ହୋଇପାରେ । ତେବେ କେଉଁ ସମସ୍ୟା ହୁଏ ? ଜାଣନ୍ତୁ

ହାଇଦ୍ରାବାଦ: ଦେଶରେ ଗ୍ରୀଷ୍ମ ପ୍ରବାହ ଜାରି ରହିଛି । ଯାହା ଫଳରେ ଅନେକ ସ୍ଥାନରେ ତାପମାତ୍ରା ୪୦ ଡିଗ୍ରୀ ଉପରେ ରହୁଥିବା ବେଳେ ପ୍ରବଳ ଗରମ ଅନୁଭୂତ ହେଉଛି । ଫଳରେ ଅତ୍ୟଧିକ ଗରମରୁ ଶରୀର ଡିହାଇଡ୍ରେସନ ହୋଇଯାଏ । ତେବେ ଡିହାଇଡ୍ରେସନ ନ ହେବା ଏବଂ ଗରମରୁ ମୁକ୍ତି ପାଇବା ପାଇଁ ଲୋକେ ପ୍ରାୟତଃ ପଇଡ଼, ବିଭିନ୍ନ ପ୍ରକାରର ଫଳ ରସ ଏବଂ ତରଭୁଜ ଖାଇଥାନ୍ତି । ବିଶେଷକରି ଅନେକ ଲୋକ ଗ୍ରୀଷ୍ମ ସମୟରେ ତରଭୁଜ ଖାଇବାକୁ ବେଶ ଭଲପାଆନ୍ତି । ଏଥିରେ ଜଳର ମାତ୍ରା ଅଧିକ ଥିବାରୁ ଶରୀର ଡିହାଇଡ୍ରେଟ୍ ହୋଇନଥାଏ । ତେବେ ବିଶେଷଜ୍ଞମାନେ କହିଛନ୍ତି ଯେ ଅଧିକ ତରଭୁଜ ଖାଇବା ଦ୍ୱାରା ଶରୀର କୁପ୍ରଭାବ ପଡିଥାଏ । ତେବେ ତରଭୁଜ ଖାଇବାର ପାର୍ଶ୍ୱ ପ୍ରତିକ୍ରିୟା କ'ଣ ହୋଇପାରେ ? ଜାଣନ୍ତୁ,

ତରଭୁଜ
ତରଭୁଜ
  • ଶର୍କରା ସ୍ତର ବୃଦ୍ଧି କରେ: ତରଭୁଜରେ ପ୍ରାକୃତିକ ଶର୍କରା ଭରପୂର ଅଟେ । ତଥାପି, ମଧୁମେହରେ ପୀଡ଼ିତ ଲୋକମାନେ ଯଦି ଅଧିକ ମାତ୍ରାରେ ଏହାକୁ ଖାଆନ୍ତି ତେବେ ରକ୍ତରେ ଶର୍କରା ସ୍ତର ଦ୍ରୁତ ଗତିରେ ବୃଦ୍ଧି ପାଇପାରେ । ତେଣୁ, ବିଶେଷଜ୍ଞମାନେ ମଧୁମେହ ରୋଗୀଙ୍କୁ ଏକ କିମ୍ବା ଦୁଇ ଖଣ୍ଡ ତରଭୁଜ ଖାଇବାକୁ ପରାମର୍ଶ ଦିଅନ୍ତି ।
  • ଝାଡ଼ା ହୁଏ: ତରଭୁଜରେ ପାଣି, ପ୍ରାକୃତିକ ଶର୍କରା ଏବଂ ଫ୍ରୁଟକୋଜ୍ ଅଧିକ ମାତ୍ରାରେ ଥାଏ । ତେବେ ବିଶେଷଜ୍ଞମାନେ କହିଛନ୍ତି ଯେ ଅଧିକ ତରଭୁଜ ଖାଇବା ଦ୍ୱାରା ଝାଡ଼ା ହୋଇପାରେ । ତେଣୁ ତରଭୁଜକୁ ଅଳ୍ପ ପରିମାଣରେ ଖାଇବାକୁ ପରାମର୍ଶ ଦିଆଯାଇଛି ।
ତରଭୁଜ
ତରଭୁଜ
  • ହଜମ ପ୍ରକ୍ରିୟାରେ ସମସ୍ୟା: ତରଭୁଜରେ ଜଳର ମାତ୍ରା ଏବଂ ଫାଇବରରେ ଅଧିକ ଥାଏ । ବିଶେଷଜ୍ଞମାନେ କହିଛନ୍ତି ଯେ ଏହାକୁ ଅଧିକ ଖାଇବା ଦ୍ୱାରା ପେଟ ଫୁଲିବା ଏବଂ ଗ୍ୟାସ୍ ଭଳି ହଜମ ପ୍ରକ୍ରିୟା ଭଳି ସମସ୍ୟା ହୋଇପାରେ ।
  • ହାର୍ଟ ସମସ୍ୟା: ତରଭୁଜ ପୋଟାସିୟମର ଏକ ଉତ୍ତମ ଉତ୍ସ ଭାବରେ ବିବେଚନା କରାଯାଏ ଯାହା ଶରୀରକୁ ସୁସ୍ଥ ରଖିବାରେ ଏକ ପ୍ରମୁଖ ଭୂମିକା ଗ୍ରହଣ କରିଥାଏ । ଏହା ଇଲେକ୍ଟ୍ରୋଲାଇଟ୍ କାର୍ଯ୍ୟକୁ ବଜାୟ ରଖିବାରେ ସାହାଯ୍ୟ କରେ । ଆମ ହୃଦୟକୁ ସୁସ୍ଥ ରଖେ, କିନ୍ତୁ ଅତ୍ୟଧିକ ପୋଟାସିୟମ୍ ମଧ୍ୟ ହାର୍ଟ ସମସ୍ୟାକୁ ଆମନ୍ତ୍ରଣ କରିଥାଏ ।

ଏହା ମଧ୍ୟ ପଢନ୍ତୁ: କୋଲଡ୍ରିଙ୍କସ ପିଉଛନ୍ତି କି ? ହୋଇପାରନ୍ତି ଗମ୍ଭୀର ରୋଗର ଶିକାର

ଏହା ବ୍ୟତୀତ ଅତ୍ୟଧିକ ତରଭୁଜ ଖାଇବା ଦ୍ୱାରା ଶରୀରରେ ଇଲେକ୍ଟ୍ରୋଲାଇଟ୍ (ଯେପରିକି ସୋଡିୟମ୍, ପୋଟାସିୟମ୍ ଏବଂ ମ୍ୟାଗ୍ନେସିୟମ୍)ର ଅସନ୍ତୁଳନ ହୋଇପାରେ । ବିଶେଷଜ୍ଞମାନେ କହିଛନ୍ତି ଯେ ଅତ୍ୟଧିକ ତରଭୁଜ ଖାଇବା ହେତୁ ବହୁତ କମ୍ ଲୋକ ଆଲର୍ଜି, କୁଞ୍ଚନ ଭଳି ଲକ୍ଷଣ ଅନୁଭବ କରନ୍ତି ଏବଂ ଶ୍ୱାସ ନେବାରେ ଅସୁବିଧା ମଧ୍ୟ ହୁଏ । ଏଣୁ ପ୍ରତିଦିନ ତରଭୁଜ ମଧ୍ୟମ ପରିମାଣରେ ଖାଇବା ଉଚିତ୍ ।

ETV Bharat Logo

Copyright © 2024 Ushodaya Enterprises Pvt. Ltd., All Rights Reserved.