ETV Bharat / health

୨୦୫୦ ସୁଦ୍ଧା ଚିହ୍ନଟ ହେବେ ୩୫ ମିଲିୟନରୁ ଅଧିକ କ୍ୟାନ୍ସର ରୋଗୀ: ହୁ

author img

By ETV Bharat Odisha Team

Published : Feb 2, 2024, 10:54 AM IST

Cancer Report
Cancer Report

Cancer Report: କ୍ୟାନ୍ସର ନେଇ ଚେତାବନୀ ଦେଲା ବିଶ୍ବ ସ୍ବାସ୍ଥ୍ୟ ସଂଗଠନ । 2050 ସୁଦ୍ଧା କର୍କଟ ରୋଗୀଙ୍କ ସଂଖ୍ୟା 35 ମିଲିୟନରୁ ଅଧିକ ହେବା ନେଇ ଆକଳନ । ଅଧିକ ପଢନ୍ତୁ

ହାଇଦ୍ରାବାଦ: ବିଶ୍ୱରେ ବୃଦ୍ଧିପାଉଥିବା ଗୁରୁତର ସ୍ୱାସ୍ଥ୍ୟ ସମସ୍ୟା ମଧ୍ୟରୁ କର୍କଟ ରୋଗ ହେଉଛି ଅନ୍ୟତମ । ଏହା ଏକ ଗମ୍ଭୀର ଏବଂ ଭୟାନକ ରୋଗ । ଏହି ମାରାତ୍ମକ ରୋଗରେ ପ୍ରତିବର୍ଷ ଲକ୍ଷ ଲକ୍ଷ ଲୋକଙ୍କ ମୃତ୍ୟୁ ହେଉଛି । ଆଧୁନିକ ଚିକିତ୍ସା ପଦ୍ଧତି ହେତୁ କର୍କଟ ରୋଗର ଚିକିତ୍ସା ସହଜ ହୋଇପାରିଛି । ତଥାପି ଅନେକ ଲୋକଙ୍କର ପ୍ରାଣ ଯାଉଛି । ବିପଜ୍ଜନକ କର୍କଟ ରୋଗ ଯାହା ଶରୀରର ଯେକୌଣସି ସ୍ଥାନରେ ମଧ୍ୟ ହୋଇପାରେ । ସ୍ୱାସ୍ଥ୍ୟ ବିଶେଷଜ୍ଞଙ୍କ କହିବା ଅନୁସାରେ, ଯେକୌଣସି ବୟସ ଏବଂ ଲିଙ୍ଗର ଲୋକମାନେ କର୍କଟ ରୋଗରେ ଆକ୍ରାନ୍ତ ହୋଇପାରନ୍ତି । ଏହାରି ଭିତରେ କ୍ୟାନ୍ସରକୁ ନେଇ ଏକ ଆର୍ଶ୍ଚଯ୍ୟଜନକ ତଥ୍ୟ ସାମ୍ନାକୁ ଆସିଛି ।

ହୁର ତଥ୍ୟ ମୁତାବକ, 2050 ସୁଦ୍ଧା କର୍କଟ ରୋଗୀଙ୍କ ସଂଖ୍ୟା 35 ମିଲିୟନରୁ ଅଧିକ ହେବ । 2022 ମସିହା ତୁଳନାରେ 77 ପ୍ରତିଶତ ବୃଦ୍ଧି ପାଇବ ବୋଲି କୁହାଯାଇଛି । ଗତକାଲି(ଗୁରୁବାର) ବିଶ୍ବ ସ୍ବାସ୍ଥ୍ୟ ସଂଗଠନ ପକ୍ଷରୁ ଚେତାବନୀ ଜାରି କରାଯାଇଛି । ତମାଖୁ, ମଦ୍ୟପାନ, ମେଦବହୁଳତା ଏବଂ ବାୟୁ ପ୍ରଦୂଷଣ ଏହାର ମୁଖ୍ୟ କାରଣ ସାଜିବା ନେଇ କୁହାଯାଇଛି ।

ସୂଚନା ଅନୁସାରେ, 2022 ମସିହାରେ 20 ମିଲିୟନ ବ୍ୟକ୍ତି କ୍ୟାନ୍ସରରେ ଆକ୍ରାନ୍ତ ହୋଇଥିଲେ । ସେମାନଙ୍କ ମଧ୍ୟରୁ 9.7 ମିଲିୟନ ଲୋକଙ୍କର ମୃତ୍ୟୁ ମଧ୍ୟ ହୋଇଥିଲା । କର୍କଟ ରୋଗ ଚିହ୍ନଟ ହେବା ପରେ 5 ବର୍ଷ ପର୍ଯ୍ୟନ୍ତ ଜୀବିତ ରହିଥିବା ବ୍ୟକ୍ତିଙ୍କ ସଂଖ୍ୟା 53.5 ମିଲିୟନ ବୋଲି ଦର୍ଶାଯାଇଛି । ପ୍ରାୟ 5 ଜଣଙ୍କ ମଧ୍ୟରୁ ଜଣେ କର୍କଟ ରୋଗରେ ଆକ୍ରାନ୍ତ ହୁଅନ୍ତି । ସେହିପରି 9ଜଣ ପୁରୁଷଙ୍କ ମଧ୍ୟରୁ ଜଣେ ଏବଂ 12ଜଣ ମହିଳାଙ୍କ ମଧ୍ୟରୁ ଜଣଙ୍କର କର୍କଟ ରୋଗରେ ମୃତ୍ୟୁ ହୋଇଥାଏ ।

ହୁର ଅନ୍ତର୍ଜାତୀୟ କ୍ୟାନ୍ସର ଅନୁସନ୍ଧାନ ଏଜେନ୍ସି(IARC) ପକ୍ଷରୁ ଏହି ତଥ୍ୟ ପ୍ରକାଶିତ ହୋଇଛି । 2022 ମସିହାରେ ବିଶ୍ବର ପ୍ରାୟ 10 ପ୍ରକାରର କର୍କଟରେ ଦୁଇ ତୃତୀୟାଂଶ ନୂଆ ରୋଗ ହୋଇଥିଲା ଏବଂ ମୃତ୍ୟୁ ପାଇଁ ଦାୟୀ ହୋଇଥିଲା । 185 ଦେଶରୁ 36 ପ୍ରକାରର କ୍ୟାନ୍ସରକୁ ନେଇ ଏହି ଅନୁସନ୍ଧାନ କରାଯାଇଥିଲା ।

ଏହା ମଧ୍ୟ ପଢନ୍ତୁ: Cancer Risk: ଯୁବପିଢିଙ୍କ ମଧ୍ୟରେ ବୃଦ୍ଧିପାଉଛି କ୍ୟାନ୍ସର, ମୁଖ୍ୟ କାରଣ କହିଲେ ବୈଜ୍ଞାନିକ

ଫୁସଫୁସ କର୍କଟରେ ପ୍ରାୟ ଅନେକ ବ୍ୟକ୍ତି ଆକ୍ରାନ୍ତ ହେଉଥିବା ତଥ୍ୟରୁ ଜଣାପଡିଛି । ବିଶ୍ବ ସ୍ତରରେ ଏହି କ୍ୟାନ୍ସରରେ ପ୍ରାୟ 2.5 ମିଲିୟନ ଲୋକ ଆକ୍ରାନ୍ତ ହୋଇଥିଲେ । ଏହାପରେ ଦ୍ବିତୀୟରେ ରହିଛି ସ୍ତନ କର୍କଟ(2.3 ମିଲିୟନ), କୋଲେଷ୍ଟ୍ରଲ କ୍ୟାନ୍ସର(1.9 ମିଲିୟନ), ପ୍ରୋଷ୍ଟେଟ କ୍ୟାନ୍ସର(1.5 ମିଲିୟନ), ପେଟ କର୍କଟ(970 000)ରେ ଆକ୍ରାନ୍ତ ହୋଇଛନ୍ତି । 2050 ସୁଦ୍ଧା କର୍କଟ ରୋଗୀଙ୍କ ସଂଖ୍ୟା 35 ମିଲିୟନରୁ ଅଧିକ ହେବା ସହିତ ମୃତ୍ୟୁ ସଂଖ୍ୟା ମଧ୍ୟ ଦୁଇଗୁଣା ହେବା ନେଇ ଆକଳନ କରାଯାଉଛି ।

ବ୍ୟୁରୋ ରିପୋର୍ଟ, ଇଟିଭି ଭାରତ

ETV Bharat Logo

Copyright © 2024 Ushodaya Enterprises Pvt. Ltd., All Rights Reserved.