ETV Bharat / entertainment

31 ବର୍ଷରେ ପାଦ ଦେଲେ ବଲିଉଡର ଚୁଲବୁଲି ଆଲିଆ, ପରିବାର ସହ ପାଳିଲେ ଜନ୍ମଦିନ

author img

By ETV Bharat Odisha Team

Published : Mar 15, 2024, 11:15 AM IST

31 ବର୍ଷରେ ଆଲିଆ; ପରିବାର ସହ ପାଳିଲେ ଜନ୍ମଦିନ,  ଇଶା-ଆକାଶ ଅମ୍ୱାନୀ ବି ହେଲେ ସାମିଲ
31 ବର୍ଷରେ ଆଲିଆ; ପରିବାର ସହ ପାଳିଲେ ଜନ୍ମଦିନ, ଇଶା-ଆକାଶ ଅମ୍ୱାନୀ ବି ହେଲେ ସାମିଲ

Alia Bhatt Birthday: ଆଜି 31 ବର୍ଷରେ ପାଦ ଥାପିଛନ୍ତି ଆଲିଆ ଭଟ୍ଟ । ସେ ନିଜ ପରିବାର ସହ ଜନ୍ମଦିନ ପାଳନ କରିଥିବା ବେଳେ ଇଶା ଏବଂ ଆକାଶ ଅମ୍ୱାନୀ ମଧ୍ୟ ଏଥିରେ ସାମିଲ ହୋଇଛନ୍ତି ।

ହାଇଦ୍ରାବାଦ: ହିନ୍ଦୀ ସିନେମାର ଟପ୍ ଅଭିନେତ୍ରୀଙ୍କ ମଧ୍ୟରେ ଆଲିଆ ଭଟ୍ଟ ଅନ୍ୟତମ । କମ ବୟସରେ ବେଶ ଖ୍ୟାତି ଅର୍ଜନ କରିବା ସହ ଲୋକପ୍ରିୟତା ସାଉଁଟିଛନ୍ତି ଆଲିଆ । ଆଜି ଅର୍ଥାତ ମାର୍ଚ୍ଚ 15ରେ ଆଲିଆ ନିଜ 31ତମ ଜନ୍ମଦିନ ପାଳନ କରୁଛନ୍ତି । ଏହି ଅବସରରେ ସେ ନିଜ ପରିବାର ସହ ଧୁମଧାମରେ ନିଜ ଜନ୍ମଦିନ ପାଳନ କରିଛନ୍ତି । ଏହି ଜନ୍ମଦିନ ପାର୍ଟିରେ ଅମ୍ୱାନୀ ପରିବାରର କିଛି ସଦସ୍ୟ ମଧ୍ୟ ସାମିଲ ହୋଇଥିଲେ । ଯାହାର ଭିଡିଓ ଏବେ ସୋସିଆଲ ମିଡିଆରେ ଖୁବ ଭାଇରାଲ ହେଉଛି ।

ଗୁରୁବାର ରାତିରେ ମୁମ୍ୱାଇ ସ୍ଥିତ ହୋଟେଲ ତାଜରେ ଆଲିଆ ଭଟ୍ଟ ତାଙ୍କ ଜନ୍ମଦିନ ପାଳନ କରିଥିଲେ । ସ୍ୱାମୀ ତଥା ଅଭିନେତା ରଣବୀର କପୁର, ଶାଶୁ ତଥା ଅଭିନେତ୍ରୀ ନୀତୁ କପୁର ଏବଂ ଆଲିଆଙ୍କ ମାଆ ସୋନି ରଜଦାନୀ ଏହି ପାର୍ଟିରେ ଯୋଗ ଦେଇଛନ୍ତି । ଏଥିସହ ଆଲିଆଙ୍କ ଭଲ ବନ୍ଧୁ ଇଶା ଅମ୍ବାନୀ ତାଙ୍କ ସ୍ୱାମୀ ଆନନ୍ଦ ପିରାମଲଙ୍କ ସହ ଏହି ବର୍ଥ ଡେ ପାର୍ଟିରେ ଯୋଗ ଦେଇଥିଲେ । ଏହି ସମୟରେ ଆକାଶ ଅମ୍ବାନୀଙ୍କୁ ତାଙ୍କ ପତ୍ନୀ ଶ୍ଲୋକା ମେହେତାଙ୍କ ସହ ଆଲିଆଙ୍କ ପାର୍ଟିରେ ମଧ୍ୟ ସାମିଲ ହୋଇଥିଲେ ।

କହିରଖୁଛୁ କି, ଗତବର୍ଷ ଆଲିଆ ନିଜ ଜନ୍ମଦିନ ଲଣ୍ଡନରେ ସ୍ୱାମୀ ରଣଭୀରଙ୍କ ସହ ପାଳନ କରିଥିବା ବେଳେ ଯାହାର ଝଲକ ସେ ସୋସିଆଲ ମିଡିଆରେ ଦେଖାଇଥିଲେ । ତେବେ ଚଳିତ ବର୍ଷ ମଧ୍ୟ ଆଲିଆଙ୍କ ଜନ୍ମଦିନ ଖାସ୍ ରହିଛି । ପରିବାର ସହ ମୁମ୍ୱାଇରେ ହିଁ ନିଜ ଜନ୍ମଦିନ ପାଳନ କରିଛନ୍ତି ଆଲିଆ । ତେବେ ଆଲିଆ ଭଟ୍ଟ ଏହି ସମୟରେ ଗୋଲ୍ଡେନ ରଙ୍ଗର ଏକ ସାର୍ଟ ଏବଂ ବ୍ଲୁ ଜିନ୍ସରେ ନଜର ଆସିଥିବା ବେଳେ ଖୁବ ସୁନ୍ଦର ଦେଖାଯାଉଥିଲେ ।

ଏହା ମଧ୍ୟ ପଢନ୍ତୁ: ସଂଜୟ ଲୀଲା ବଂଶାଲୀଙ୍କ ଆଗାମୀ ଫିଲ୍ମ 'ଲଭ ଆଣ୍ଡ ୱାର'; ଏହି ତାରକା ଆସିବେ ନଜର

ଆଲିଆଙ୍କ ୱାର୍କପ୍ରଣ୍ଟ କଥା କହିବାକୁ ଗଲେ, ଆଲିଆଙ୍କୁ ଖୁବ୍ ଶୀଘ୍ର 'ଜିଗ୍ରା'ରେ ଦେଖିବାକୁ ମିଳିବ । ଆଲିଆ ଭଟ୍ଟ ଏହି ଫିଲ୍ମରେ ଅଭିନୟ କରିବା ସହ ନିର୍ମାତା ମଧ୍ୟ ଅଟନ୍ତି । ଏହି ଚଳଚ୍ଚିତ୍ର ମାଧ୍ୟମରେ ଆଲିଆ ଭଟ୍ଟ ପ୍ରଥମ ଥର ପାଇଁ ନିର୍ମାତା ଭାବରେ କରଣ ଜୋହରଙ୍କ ସହ ହାତ ମିଳାଇଛନ୍ତି । ଏହି ଚଳଚ୍ଚିତ୍ରଟି ଧର୍ମା ପ୍ରଡକ୍ସନ୍ସ ଏବଂ ଆଲିଆଙ୍କ ଇଣ୍ଟରନାଲ ସନ୍‌ସାଇନ ପ୍ରଡକ୍ସନ୍ ହାଉସ୍ ଦ୍ୱାରା ନିର୍ମିତ । 27 ସେପ୍ଟେମ୍ବର 2024ରେ 'ଜିଗ୍ରା' ପ୍ରେକ୍ଷାଳୟରେ ମୁକ୍ତିଲାଭ କରିବ । ଏହି ଚଳଚ୍ଚିତ୍ରର ନିର୍ଦ୍ଦେଶନା ଦେଇଛନ୍ତି ଭସନ ବାଲା । ଏହା ବ୍ୟତୀତ ସେ ସଞ୍ଜୟ ଲୀଲା ବଂଶାଲୀଙ୍କ ସହ ଫିଲ୍ମ 'ଲଭ ଆଣ୍ଡ ୱାର'ରେ ଦେଖିବାକୁ ମିଳିବ । ଏଥିରେ ସେ ରଣବୀର କପୁର ଏବଂ ବିକି କୌଶଲଙ୍କ ସହ ସ୍କ୍ରିନ୍ ସେୟାର କରିବେ ।

ETV Bharat Logo

Copyright © 2024 Ushodaya Enterprises Pvt. Ltd., All Rights Reserved.