ETV Bharat / entertainment

ପ୍ୟାପ୍ସଙ୍କ ଏହି କାମରେ ଖୁସିହେଲେ ବିରୁଷ୍କା, ଧନ୍ୟବାଦ ନୋଟ ସହ ପଠାଇଲେ ଗିଫ୍ଟ - ANUSHKA VIRAT GIFTS TO PAPARAZZI

author img

By ETV Bharat Odisha Team

Published : May 14, 2024, 6:09 PM IST

Anushka Sharma and Virat Kohli: ଅନୁଷ୍କା ଶର୍ମା ଏବଂ ବିରାଟ କୋହଲି ପ୍ୟାପ୍ସକୁ ଏକ ଧନ୍ୟବାଦ ଉପହାର ପଠାଇଛନ୍ତି । ଜଣେ ପାପାରାଜି ଦମ୍ପତିଙ୍କଠାରୁ ପାଇଥିବା ଉପହାରର ଝଲକ ସେୟାର କରିଛନ୍ତି । ତେବେ ଜାଣନ୍ତୁ, ଦମ୍ପତି କ’ଣ ପାଇଁ ଧନ୍ୟବାଦ ଜଣାଇଛନ୍ତି ? ଅଧିକ ପଢନ୍ତୁ

ପ୍ୟାପ୍ସଙ୍କୁ ଧନ୍ୟବାଦ ସହ ଗିପ୍ଟ ପଠାଇଲେ ବିରୁଷ୍କା
ପ୍ୟାପ୍ସଙ୍କୁ ଧନ୍ୟବାଦ ସହ ଗିପ୍ଟ ପଠାଇଲେ ବିରୁଷ୍କା (Pics Credit(anushkasharma Instagram))

ହାଇଦ୍ରାବାଦ: ବଲିଉଡର ଲୋକପ୍ରିୟ ଦମ୍ପତି ଅନୁଷ୍କା ଶର୍ମା ଏବଂ ବିରାଟ କୋହଲି ନିଜ ବ୍ୟକ୍ତିଗତ ଗୋପନୀୟତାକୁ ନେଇ ବେଶ ସତର୍କ ରୁହନ୍ତି । ନିକଟରେ ଏହି ଦମ୍ପତି ସେମାନଙ୍କର ଦ୍ୱିତୀୟ ସନ୍ତାନର ପିତାମାତା ହୋଇଥିଲେ, ଯାହାର ନାମ ସେମାନେ ଅକାୟ ଦେଇଛନ୍ତି । ତେବେ ଅଭିନେତ୍ରୀ ନିଜ ପ୍ରେଗନ୍ସି ସମୟକୁ ଗୁପ୍ତ ରଖିବା ପାଇଁ ଗଣମାଧ୍ୟମକୁ ନିବେଦନ କରିଥିଲେ । ଯେଉଁଥିରେ ମିଡିଆ ଏବଂ ପ୍ୟାପ୍ସ ଏହି ବିଶେଷ ସହଯୋଗ କରିଥିଲେ । ବର୍ତ୍ତମାନ ଏନେଇ ଦମ୍ପତି ମିଡିଆକୁ ଖାସ୍ ଅନ୍ଦାଜରେ କୃତଜ୍ଞତା ଜଣାଇଛନ୍ତି । ବିରୁଷ୍କା ପାପାରାଜିଙ୍କୁ ଧନ୍ୟବାଦ ନୋଟ୍ ସହ ଏକ ଉପହାର ପଠାଇଛନ୍ତି, ଯାହାର ଝଲକ ସୋସିଆଲ ମିଡିଆରେ ଦେଖିବାକୁ ମିଳିଛି ।

ଆଜି (ମଙ୍ଗଳବାର) ଅନୁଷ୍କା ଶର୍ମା ଏବଂ ବିରାଟ କୋହଲି ମୁମ୍ବାଇର ପାପାରାଜିଙ୍କୁ ଏକ ବିଶେଷ ଉପହାର ଦେଇଛନ୍ତି, ଯାହାର ଏକ ଫଟୋ ସୋସିଆଲ ମିଡିଆରେ ଭାଇରାଲ ହେଉଛି । ବିରୁଷ୍କା ଦେଇଥିବା ଗିଫ୍ଟ ବକ୍ସରେ ଏକ ପାୱାର ବ୍ୟାଙ୍କ, ସ୍ମାର୍ଟ ୱାଚ୍, ୱାଟର ବୋତଲ ଏବଂ ବ୍ୟାଗ ଦେଖିବାକୁ ମିଳିଛି । ଏତିସହ ଉଭୟ ଏକ ଧନ୍ୟବାଦ ନୋଟ୍ ମଧ୍ୟ ଦେଇଛନ୍ତି, ଯେଉଁଥିରେ ଲେଖା ଅଛି, ''ଆମ ପିଲାମାନଙ୍କର ଗୋପନୀୟତାକୁ ସମ୍ମାନ ଦେଇଥିବାରୁ ଏବଂ ଆମକୁ ସର୍ବଦା ସମର୍ଥନ କରିଥିବାରୁ ଧନ୍ୟବାଦ । ଅନୁଷ୍କା ଏବଂ ବିରାଟ ।''

ରିପୋର୍ଟ ଅନୁଯାୟୀ, ଏପ୍ରିଲ ମାସରେ ବିରାଟ ଏବଂ ଅନୁଷ୍କା ବିମାନବନ୍ଦରରେ ପାପାରାଜିରେ ପୁଅ ଅକାୟଙ୍କ ଚେହେରା ଦେଖାଇଥିଲେ ଏବଂ ସେମାନଙ୍କ ପିଲାମାନଙ୍କର ଫଟୋ କ୍ଲିକ୍ ନ କରିବାକୁ ମଧ୍ୟ ଅନୁରୋଧ କରିଥିଲେ । କେବଳ ଏତିକି ନୁହେଁ, ଏହି ଦମ୍ପତି ମଧ୍ୟ ପ୍ରତିଶ୍ରୁତି ଦେଇଥିଲେ ଯେ ସେମାନେ ଖୁବଶୀଘ୍ର ଗଣମାଧ୍ୟମ ସହ ଏକାଠି ହେବେ । ତେବେ ପାପରାଜି ତାଙ୍କୁ କଥାକୁ ସମ୍ମାନ ଦେଇଥିବାରୁ ଉଭୟ ବେଶ ଖୁସିବ୍ୟକ୍ତ କରିବା ସହ ଧନ୍ୟବାଦ ଜଣାଇଛନ୍ତି ।

ଏହା ମଧ୍ୟ ପଢନ୍ତୁ: କୋହଲିଙ୍କ ଘରକୁ ଆସିଛି ନୂଆ ଅତିିଥି, ଖୁସି ଖବର ଦେଲେ ବିରୁଷ୍କା

ପ୍ରକାଶ ଥାଉ କି, ବିରାଟ କୋହଲି ଓ ଅନୁଷ୍କା ଶର୍ମାଙ୍କ ବିବାହ ୨୦୧୭ ମସିହା ଡିସେମ୍ବର ୧୧ ତାରିଖରେ ହୋଇଥିଲା । ଏହାପରେ ଗତ ୨୦୨୧ ମସିହା ଜାନୁଆରୀ ୧୧ ତାରିଖରେ ଏହି ଷ୍ଟାର ଦମ୍ପତ୍ତି ଏକ କନ୍ୟା ସନ୍ତାନ ଜନ୍ମ ଦେଇଥିଲେ । ଝିଅର ନାଁ ଭାମିକା ରଖିଥିଲେ । ଚଳିତ ବର୍ଷ ଫେବୃଆରୀ ୧୫ ତାରିଖରେ ଅନୁଷ୍କା ଏକ ପୁତ୍ର ସନ୍ତାନ 'ଅକାୟ'ଙ୍କୁ ଜନ୍ମ ଦେଇଥିଲେ । ଲଣ୍ଡନରେ ଅନୁଷ୍କାଙ୍କ ପ୍ରସବ ହୋଇଥିବା ବେଳେ ଫେବୃଆରୀ ୨୦ରେ ଦମ୍ପତି ଫ୍ୟାନ୍ସଙ୍କୁ ଏହି ଖୁସି ଖବର ଦେଇଥିଲେ ।

ବ୍ୟୁରୋ ରିପୋର୍ଟ, ଇଟିଭି ଭାରତ

ETV Bharat Logo

Copyright © 2024 Ushodaya Enterprises Pvt. Ltd., All Rights Reserved.