ETV Bharat / entertainment

ବିଜୟ@୩୫: ଜନ୍ମଦିନରେ ଫ୍ୟାନ୍ସଙ୍କୁ ଭେଟି, ଏକାଥରେ ଦୁଇଟି ଫିଲ୍ମର ହେଲା ଘୋଷଣା - Vijay Deverakonda Birthday

author img

By ETV Bharat Odisha Team

Published : May 9, 2024, 1:01 PM IST

ବିଜୟ ଦେବରକୋଣ୍ଡାଙ୍କ ଜନ୍ମଦିନ
ବିଜୟ ଦେବରକୋଣ୍ଡାଙ୍କ ଜନ୍ମଦିନ (Pics Credit(@Mythri Movie Makers/storytellerkola))

Vijay Deverakonda Birthday: ଆଜି ୩୫ ବର୍ଷରେ ପାଦ ଥାପିଲେ ଅଭିନେତା ବିଜୟ ଦେବରକୋଣ୍ଡା । ଏହି ଅବସରରେ ସେ ତାଙ୍କ ଫ୍ୟାନ୍ସଙ୍କୁ ଉପହାର ଦେଇଛନ୍ତି । ଅଭିନେତାଙ୍କ ଦୁଇଟି ଫିଲ୍ମ SVC59 ଏବଂ Vd14 ଘୋଷଣା ହୋଇଛି । ଅଧିକ ପଢନ୍ତୁ

ହାଇଦ୍ରାବାଦ: ଲୋକପ୍ରିୟ ସାଉଥ ତାରକା ବିଜୟ ଦେବରକୋଣ୍ଡାଙ୍କ ଆଜି (ଏପ୍ରିଲ 9) ଜନ୍ମଦିନ । ୩୫ ବର୍ଷରେ ପାଦ ଥାପିଛନ୍ତି ଅଭିନେତା । ଏହି ଅବସରରେ ସେ ତାଙ୍କ ଫ୍ୟାନ୍ସଙ୍କୁ ଜନ୍ମଦିନ ଉପହାର ଦେଇଛନ୍ତି । ଅଭିନେତାଙ୍କ ଦୁଇଟି ଫିଲ୍ମ SVC59 ଏବଂ Vd14 ଘୋଷଣା ହୋଇଛି । ପୁଷ୍ପା ଫେମ ନିର୍ମାତା ରାହୁଲ ସଂକ୍ରିତ୍ରୟନ ଦ୍ୱାରା 'Vd14' ନିର୍ମାଣ ହେଉଥିବା ବେଳେ ନିର୍ମାତା ଦିଲ ରାଜୁ 'SVC59' ଫିଲ୍ମ ପ୍ରସ୍ତୁତ କରୁଛନ୍ତି । ତେବେ ଫ୍ୟାନ୍ସଙ୍କୁ ତାରକା ଦୁଇଟି ଫିଲ୍ମ ଭେଟି ଦେଇଥିବାବେଳେ ସମସ୍ତେ ଉତ୍ସାହିତ ହେବା ସହ ତାଙ୍କୁ ଜନ୍ମଦିନ ଶୁଭେଚ୍ଛା ଜଣାଇଛନ୍ତି ।

'SVC59' ଫିଲ୍ମର ଘୋଷଣା

ବର୍ତ୍ତମାନ ଫିଲ୍ମର ନାମ ସ୍ଥିର ହୋଇନାହିଁ । ନାମ ଚୂଡାନ୍ତ ନହେବା ପର୍ଯ୍ୟନ୍ତ ଏହା 'SVC59' ଭାବରେ ଜଣାଶୁଣା । ଏହାର ନିର୍ଦ୍ଦେଶନା ଦେବେ ରବି କିରଣ କୋଲା । ନିର୍ଦ୍ଦେଶକ ଆଜି ନିଜ ଇନଷ୍ଟାଗ୍ରାମରେ ଫିଲ୍ମରୁ ଦମଦାର ପୋଷ୍ଟର ସେୟାର କରି ଏହାର ଘୋଷଣା କରିଛନ୍ତି । ଏହି ପୋଷ୍ଟରରେ ବିଜୟ ହାତରେ ଏକ ଅସ୍ତ୍ର ଧରିଥିବାର ନଜର ଆସିଛନ୍ତି । ଏହା ସେୟାର କରି ନିର୍ମାତା ତାଙ୍କୁ ଜନ୍ମଦିନ ଶୁଭେଚ୍ଛା ଜଣାଇଛନ୍ତି ।

'SVC 59' ଶ୍ରୀଭେଙ୍କଟେଶ୍ୱର କ୍ରିଏସନ୍ସ ବ୍ୟାନରରେ ଦିଲ ରାଜୁ ଏବଂ ଶିରିଶଙ୍କ ଦ୍ୱାରା ପ୍ରସ୍ତୁତ କରାଯାଉଛି । ଦିଲ ରାଜୁ ପୂର୍ବରୁ ମଧ୍ୟ ବିଜୟଙ୍କ ସହ କାମ କରିଛନ୍ତି । ବିଜୟ ଦେବରାକୋଣ୍ଡାଙ୍କ ବ୍ୟତୀତ ଅନ୍ୟ କେଉଁ କଳାକାର ଅଭିନୟ କରିବେ ସେ ସମ୍ପର୍କରେ କୌଣସି ସୂଚନା ପ୍ରକାଶ କରାଯାଇନାହିଁ । ରିପୋର୍ଟ ଅନୁଯାୟୀ, ଏହା ଏକ ଗ୍ରାମୀଣ ପୃଷ୍ଠଭୂମି ସହ ଆକ୍ସନ୍ ଡ୍ରାମା ଫିଲ୍ମ ହେବ । ଏହି ଚଳଚ୍ଚିତ୍ର ତେଲୁଗୁ ସମେତ ହିନ୍ଦୀ, ମାଲାୟାଲମ୍, କନ୍ନଡ ଏବଂ ତାମିଲ ଭାଷାରେ ମୁକ୍ତିଲାଭ କରିବ ।

'Vd14' ଫିଲ୍ମର ଘୋଷଣା

'SVC 59' ପିଲ୍ମର ଘୋଷଣା ପରେ ମୈଥ୍ରୀ ମୁଭ୍ସି ଏକ୍ସରେ ନୂଆ ଫିଲ୍ମର ସୂଚନା ଦେଇଥିଲେ । ସେ ଫିଲ୍ମର ନାମ ସହ ବିଜୟ ଦେବରାକୋଣ୍ଡାଙ୍କୁ ଜନ୍ମଦିନରେ ଶୁଭେଚ୍ଛା ଜଣାଇଛନ୍ତି । VD14ର ଏକ ପୋଷ୍ଟର ସେୟାର କରି ଲେଖିଛନ୍ତି, ''ମହାନତା ଲେଖାଯାଏ ନାହିଁ, କିନ୍ତୁ ହିରୋ ଏହା ସହ ଜନ୍ମ ନିଏ । VD14 ଦ ଲିଜେଣ୍ଡ ଅଫ୍ ଦି କ୍ରସଡ ଲ୍ୟାଣ୍ଡ । ବିଜୟ ଦେବରାକୋଣ୍ଡାଙ୍କୁ ଜନ୍ମଦିନର ଶୁଭେଚ୍ଛା ।'' 'Vd14' ଫିଲ୍ମ ବିଷୟରେ କହିବାକୁ ଗଲେ, ଏହି ଚଳଚ୍ଚିତ୍ରର ରାହୁଲ ସଂକ୍ରିତୟନ ନିର୍ଦ୍ଦେଶନା ସହ ଫିଲ୍ମର ନିର୍ମାତା ଅଟନ୍ତି ଏବଂ ମୈଥ୍ରୀ ମୁଭ୍ସି ଏହି ଫିଲ୍ମକୁ ପ୍ରସ୍ତୁତ କରୁଛି । ରିପୋର୍ଟ ଅନୁୟାୟୀ, ଏହା ଏକ ପିରିୟଡ୍ ଡ୍ରାମା ଚଳଚ୍ଚିତ୍ର ଅଟେ । ଯାହା ଏହାର ପୋଷ୍ଟରରେ ଦେଖାଯାଇଥିବା ପରି ୧୮୫୮ରୁ ୧୮୭୮ ପର୍ଯ୍ୟନ୍ତ ସମୟ ଉପରେ ଆଧାରିତ ହେବ ।

ଏହା ମଧ୍ୟ ପଢନ୍ତୁ: ବିଜୟ ଦେବରକୋଣ୍ଡାଙ୍କ ସହ ପୁଣି ଫିଲ୍ମ କରିବେ ରଶ୍ମିକା, ସ୍କ୍ରିପ୍ଟ ଖୋଜୁଛୁ କହିଲେ ଅଭିନେତ୍ରୀ

ବ୍ୟୁରୋ ରିପୋର୍ଟ, ଇଟିଭି ଭାରତ

ETV Bharat Logo

Copyright © 2024 Ushodaya Enterprises Pvt. Ltd., All Rights Reserved.