ETV Bharat / entertainment

ଟ୍ରୋଲର୍ସଙ୍କ ଟାର୍ଗେଟରେ ବିଜୟ ଓ ଦ ଫ୍ୟାମିଲି ଷ୍ଟାର ଟିମ୍, ସାଇବର କ୍ରାଇମରେ ମାମଲା - Vijay Deverakonda Cyber Crime Case

author img

By ETV Bharat Odisha Team

Published : Apr 8, 2024, 8:23 PM IST

ଟ୍ରୋଲର୍ସଙ୍କ ଟାର୍ଗେଟରେ ବିଜୟ ଓ ଦ ଫ୍ୟାମିଲି ଷ୍ଟାର ଟିମ୍, ସାଇବର କ୍ରାଇମରେ ମାମଲା ରୁଜୁ
ଟ୍ରୋଲର୍ସଙ୍କ ଟାର୍ଗେଟରେ ବିଜୟ ଓ ଦ ଫ୍ୟାମିଲି ଷ୍ଟାର ଟିମ୍, ସାଇବର କ୍ରାଇମରେ ମାମଲା ରୁଜୁ

Vijay Deverakonda Cyber Crime Case: ବିଜୟ ଦେବରକୋଣ୍ଡା ଏବଂ ତାଙ୍କ ଚଳଚ୍ଚିତ୍ର 'ଦ ଫ୍ୟାମିଲି ଷ୍ଟାର' ବିଷୟରେ ଏକ ବଡ଼ ଖବର ସାମ୍ନାକୁ ଆସିଛି । ରିପୋର୍ଟ ଅନୁସାରେ, ଫିଲ୍ମ ଏବଂ ଅଭିନେତାଙ୍କ ବିରୋଧରେ ନକାରାତ୍ମକ ପ୍ରଚାର ଚାଲିଥିବା ଅଭିଯୋଗ ହୋଇଛି । ଯାହାକୁ ନେଇ ବର୍ତ୍ତମାନ ଅଭିନେତାଙ୍କ ଟିମ୍ କାର୍ଯ୍ୟାନୁଷ୍ଠାନ ଗ୍ରହଣ କରିଛି।

ହାଇଦ୍ରାବାଦ: ସାଉଥ ଲୋକପ୍ରିୟ ଅଭିନେତା ବିଜୟ ଦେବରକୋଣ୍ଡା କ୍ରମାଗତ ଭାବରେ ଟ୍ରୋଲର୍ସଙ୍କ ଟାର୍ଗେଟରେ ରହିଆସୁଛନ୍ତି । ନିକଟରେ ଅଭିନେତାଙ୍କ ଫିଲ୍ମ 'ଦ ଫ୍ୟାମିଲି ଷ୍ଟାର' ରିଲିଜ ହୋଇଛି । ସୂଚନା ଅନୁସାରେ, ରିଲିଜ୍ ହେବାର ମାତ୍ର କିଛି ଦିନ ମଧ୍ୟରେ ଫିଲ୍ମ ଏବଂ ବିଜୟ ଦେବରକୋଣ୍ଡାଙ୍କୁ ସମାଲୋଚନା କରାଯାଉଛି । ସୋସିଆଲ ମିଡିଆରେ ନକଲି ଆଇଡି ତିଆରି କରି ସେମାନଙ୍କୁ ଟାର୍ଗେଟ କରାଯାଉଥିବା ଅଭିଯୋଗ ହୋଇଛି । ଏଭଳି ପରିସ୍ଥିତିରେ ଅଭିନେତା ଟିମ୍ କିଛି ଲୋକଙ୍କ ବିରୋଧରେ ଆଇନଗତ କାର୍ଯ୍ୟାନୁଷ୍ଠାନ ଗ୍ରହଣ କରିଛନ୍ତି । ଏନେଇ ଅଭିନେତାଙ୍କ ଟିମର ଜଣେ ବ୍ୟକ୍ତି ସୋସିଆଲ ମିଡିଆ ମାଧ୍ୟମରେ ଏହି ସୂଚନା ଦେଇଛନ୍ତି ।

ଟ୍ରୋଲର୍ସଙ୍କ ବିରୋଧରେ ମାମଲା ରୁଜୁ

ବିଜୟ ଦେବରକୋଣ୍ଡାଙ୍କ ଟିମର ଜଣେ ବ୍ୟକ୍ତି ଏକ୍ସରେ ଅଭିଯୋଗ ଦାଖଲ କରିଥିବା ସମୟର ଏକ ଫଟୋ ସେୟାର କରିଛନ୍ତି । ଏହା ସହ କ୍ୟାପସନରେ ଲେଖାଅଛି, "ଦ ଫ୍ୟାମିଲି ଷ୍ଟାର ଫିଲ୍ମ ତଥା ଅଭିନେତା ବିଜୟ ଦେବରକୋଣ୍ଡାଙ୍କୁ ଟାର୍ଗେଟ କରିଥିବା ବ୍ୟକ୍ତିଙ୍କ ବିରୋଧରେ ସାଇବର କ୍ରାଇମରେ ମାମଲା ପଞ୍ଜିକୃତ ହୋଇଛି ଏବଂ ତାଙ୍କ ବିରୋଧରେ ନକାରାତ୍ମକ ପ୍ରଚାର ଅଭିଯାନ ଚାଲିଥିବା ଅଭିଯୋଗରେ ମାମଲା ରୁଜୁ ହୋଇଛି । ପୋଲିସ ଅଧିକାରୀମାନେ କାର୍ଯ୍ୟାନୁଷ୍ଠାନ ଆରମ୍ଭ କରିସାରିଛନ୍ତି । ନକଲି ପରିଚୟ ଏବଂ ବ୍ୟବହାରକାରୀଙ୍କୁ ଚିହ୍ନଟ କରିବା ଏବଂ ଉପଯୁକ୍ତ କାର୍ଯ୍ୟାନୁଷ୍ଠାନ ଗ୍ରହଣ କରିବାକୁ ଆଶ୍ୱସନା ଦେଇଛନ୍ତି ।"

'ଦ ଫ୍ୟାମିଲି ଷ୍ଟାର'ର କଲେକ୍ସନ ଉପରେ ପ୍ରଭାବ

ସେପଟେ ଫ୍ୟାମିଲି ଷ୍ଟାରର ନିର୍ମାତାମାନେ ଦାବି କରିଛନ୍ତି ଯେ ଫିଲ୍ମ ଏବଂ ଅଭିନେତାଙ୍କୁ ଟ୍ରୋଲ କରିବା ଫଳରେ ଫିଲ୍ମର ବ୍ୟବସାୟ ପ୍ରଭାବିତ ହେଉଛି । ଦ ଫ୍ୟାମିଲି ଷ୍ଟାର ବିପକ୍ଷରେ ଚାଲିଥିବା ନକାରାତ୍ମକ ପ୍ରଚାର ଅଭିଯାନ ବକ୍ସ ଅଫିସରେ ବ୍ୟବସାୟକୁ ଖରାପ କରିଦେଇଛି । ସୂଚନା ଥାଉ କି, ଗତ ଶୁକ୍ରବାର ଦିନ ପ୍ରେକ୍ଷାଳୟରେ 'ଦ ଫ୍ୟାମିଲି ଷ୍ଟାର' ମୁକ୍ତିଲାଭ କରିଥିବା ବେଳେ ସାକନିକଙ୍କ ରିପୋର୍ଟ ଅନୁସାରେ, ଫିଲ୍ମ ତିନି ଦିନ ମଧ୍ୟରେ ବକ୍ସ ଅଫିସରେ ପ୍ରାୟ 11.95 କୋଟି ରୋଜଗାର କରିଛି ।

ଏହା ମଧ୍ୟ ପଢନ୍ତୁ: ବିଜୟ ଦେବରକୋଣ୍ଡାଙ୍କ ସହ ପୁଣି ଫିଲ୍ମ କରିବେ ରଶ୍ମିକା, ସ୍କ୍ରିପ୍ଟ ଖୋଜୁଛୁ କହିଲେ ଅଭିନେତ୍ରୀ

'ଦ ଫ୍ୟାମିଲି ଷ୍ଟାର' ଫିଲ୍ମ ଷ୍ଟାରକାଷ୍ଟ

'ଦ ଫ୍ୟାମିଲି ଷ୍ଟାର' ନିର୍ଦ୍ଦେଶନା ଦେଇଛନ୍ତି ପର୍ଶୁରାମ ପେଟଲା । 2018 ହିଟ୍ ଗୀତା ଗୋବିନ୍ଦମ୍ ପରେ ନିର୍ଦ୍ଦେଶକଙ୍କ ସହ ବିଜୟ ଦେବରାକୋଣ୍ଡାଙ୍କର ଏହା ଦ୍ୱିତୀୟ ଚଳଚ୍ଚିତ୍ର । ଏହି ଚଳଚ୍ଚିତ୍ରରେ ବିଜୟଙ୍କ ବିପକ୍ଷରେ ଅଭିନେତ୍ରୀ ମୃଣାଲ ଠାକୁର ଅଭିନୟ କରିଛନ୍ତି । ସୀତା ରମମ ଏବଂ ହାଏ ନାନ୍ନାଙ୍କ ସଫଳତା ପରେ ଏହା ଅଭିନେତ୍ରୀଙ୍କ ତୃତୀୟ ତେଲୁଗୁ ଚଳଚ୍ଚିତ୍ର ହୋଇଥିବା ବେଳେ ଏହି ଫିଲ୍ମରେ ସେ ପ୍ରଥମ ଥର ପାଇଁ ବିଜୟଙ୍କ ସହ ସ୍କ୍ରିନ ସେୟାର କରିଛନ୍ତି ।

ETV Bharat Logo

Copyright © 2024 Ushodaya Enterprises Pvt. Ltd., All Rights Reserved.