ETV Bharat / entertainment

ଗଣତନ୍ତ୍ର ଦିବସରେ 'ଫାଇଟର' ଟିମକୁ ଉପହାର; ଲକ୍ଷେ ଫୁଟ ଉଚ୍ଚରେ 'ଫାଇଟର' ସହ ତ୍ରିରଙ୍ଗା ଉଡାଇଲେ କୁନି ଫ୍ୟାନ୍ସ

author img

By ETV Bharat Odisha Team

Published : Jan 26, 2024, 8:33 PM IST

ଗଣତନ୍ତ୍ର ଦିବସରେ 'ଫାଇଟର' ଟିମକୁ ଉପହାର; ଲକ୍ଷେ ଫୁଟ ଉଚ୍ଚରେ 'ଫାଇଟର' ସହ ତ୍ରିରଙ୍ଗା ଉଡାଇଲେ କୁନି ଫ୍ୟାନ୍ସ
ଗଣତନ୍ତ୍ର ଦିବସରେ 'ଫାଇଟର' ଟିମକୁ ଉପହାର; ଲକ୍ଷେ ଫୁଟ ଉଚ୍ଚରେ 'ଫାଇଟର' ସହ ତ୍ରିରଙ୍ଗା ଉଡାଇଲେ କୁନି ଫ୍ୟାନ୍ସ

Fighter Tiranga 118300 Feet: ଗଣତନ୍ତ୍ର ଦିବସରେ 'ଫାଇଟର୍'ର ଫ୍ୟାନ୍ସଙ୍କ କମାଲ । ନିଆରା ଢଙ୍ଗରେ ଗଣତନ୍ତ୍ର ଦିବସ ପାଳନ କରିବା ସହ 'ଫାଇଟର' ଟିମକୁ ଧନ୍ୟବାଦ ଜଣାଇଛନ୍ତି । ଯାହାର ଭିଡିଓ ସୋସିଆଲ ମିଡିଆରେ 'ଫାଇଟର୍' ନିର୍ମାତା ସେୟାର କରି ଝଲକ ଦେଖାଇଛନ୍ତି ।

ହାଇଦ୍ରାବାଦ: ଗଣତନ୍ତ୍ର ଦିବସର ଗୋଟିଏ ଦିନ ପୂର୍ବରୁ ଜାନୁଆରୀ ୨୫ ରେ ହ୍ରିତିକ ରୋଶନ ଏବଂ ଦୀପିକା ପାଦୁକୋନଙ୍କ ନୂଆ ଚଳଚ୍ଚିତ୍ର 'ଫାଇଟର୍' ପ୍ରେକ୍ଷାଳୟରେ ମୁକ୍ତିଲାଭ କରିଛି । ଏହି ଚଳଚ୍ଚିତ୍ରକୁ ପ୍ରଶଂସକ, ଦର୍ଶକ ଏବଂ ସମାଲୋଚକଙ୍କ ଠାରୁ ସକରାତ୍ମକ ପ୍ରତିକ୍ରିୟା ମିଳୁଛି। ଫିଲ୍ମକୁ ନେଇ ସବୁଠି ଭିନ୍ନ କ୍ରେଜ ଦେଖିବାକୁ ମିଳିଥିବା ବେଳେ କୁନି ପ୍ରଶଂସକମାନେ ନିଆରା ଢଙ୍ଗରେ ଗଣତନ୍ତ୍ର ଦିବସ ପାଳନ କରିଛନ୍ତି । ୧ ଲକ୍ଷ ୧୮ ହଜାର ୩୦୦ଫୁଟ ଉଚ୍ଚରେ ଫାଇଟର ସହ ଜାତୀୟ ପତାକା ଉତ୍ତୋଳନ କରିଛନ୍ତି କୁନି ଫ୍ୟାନ୍ସମାନେ । ଏଥିସହ ଫାଇଟର ଟିମକୁ ଧନ୍ୟବାଦ ଜଣାଇଛନ୍ତି । ନିର୍ମାତାମାନେ ଏହି ସୁନ୍ଦର ମୁହୂର୍ତ୍ତର ଭିଡିଓ ନିଜ ସୋସିଆଲ ମିଡିଆରେ ସେୟାର କରି ଝଲକ ଦେଖାଇଛନ୍ତି ।

Viacom18 ଷ୍ଟୁଡିଓ ନିଜ ଅଫିସିଆଲ୍ ଇନଷ୍ଟାଗ୍ରାମରେ ଏକ ଭିଡିଓ ସେୟାର କରିଛନ୍ତି । ଭିଡିଓରେ, ତ୍ରିରଙ୍ଗା ଏବଂ ଫାଇଟର ବିମାନକୁ ଏକ ବେଲୁନ୍ ସହ ମହାକାଶକୁ ପଠାଯାଉଥିବା ଦେଖିବାକୁ ମିଳିଛି । ଏହି ବିଶେଷ ଧନ୍ୟବାଦ ଉପହାର ଯୁଦ୍ଧବିମାନର ଛୋଟ ପ୍ରଶଂସକମାନଙ୍କ ଦ୍ୱାରା ପ୍ରସ୍ତୁତ କରାଯାଇଛି । ଏହି ଭିଡିଓ ସେୟାର କରି ନିର୍ମାତାମାନେ କ୍ୟାପସନରେ ଲେଖିଛନ୍ତି, 'ଏହି ଗଣତନ୍ତ୍ର ଦିବସରେ ଫାଇଟର ୧ ଲକ୍ଷ ୧୮ ହଜାର ୩୦୦ଫୁଟ ଉଚ୍ଚରେ ତ୍ରିରଙ୍ଗାକୁ ଉଡାଇ ମହାକାଶକୁ ଯିବ। ଜୟ ହିନ୍ଦ। '

ଭିଡିଓରେ, କିଛି ସ୍କୁଲ ପିଲା ଏକ ବେଲୁନ୍ ସାହାଯ୍ୟରେ ତ୍ରିରଙ୍ଗାକୁ ଏବଂ 'ଫାଇଟର' କୁ ମହାକାଶକୁ ପଠାଉଥିବା ଦେଖିବାକୁ ମିଳିଛି । ପିଲାମାନେ ଏହା ସହ କ୍ୟାମେରା ମଧ୍ୟ ଲଗାଇଛନ୍ତି । ଯାହା ଏହି ଫାଇଟର ମହାକାଶକୁ ଯିବା ରାସ୍ତାରେ ମହାକାଶର ସୁନ୍ଦର ଦୃଶ୍ୟର ଝଲକ ମଧ୍ୟ ଦେଖିବାକୁ ମିଳିଛି । ପ୍ରଶଂସକମାନେ ଏହି ଭିଡିଓକୁ ବହୁତ ପସନ୍ଦ କରିଛନ୍ତି । ସେହିପରି ନିର୍ମାତା ଏକ ଭିଡିଓ ସେୟାର କରି ଦେଶବାସୀଙ୍କୁ ସାଧାରଣତନ୍ତ୍ର ଦିବସର ଶୁଭେଚ୍ଛା ଜଣାଇଛନ୍ତି । ଏହି ଭିଡିଓରେ ଫାଇଟର ଫିଲ୍ମର ଝଲକ ଦେଖିବାକୁ ମିଳିଛି ।

ଏହା ମଧ୍ୟ ପଢନ୍ତୁ: ବକ୍ସ ଅଫିସରେ 'ଫାଇଟର' ଜଲୱା, ପ୍ରଥମ ଦିନରେ କଲା ଏତିକି କଲେକ୍ସନ

ସୂଚନା ଥାଉ କି, ସିଦ୍ଧାର୍ଥ ଆନନ୍ଦଙ୍କ ନିର୍ଦ୍ଦେଶନାରେ ନିର୍ମିତ ଏହି ଏରିୟଲ ଆକ୍ସନ ଫିଲ୍ମର କାହାଣୀ ଭାରତୀୟ ବାୟୁସେନା ଯୁଦ୍ଧ ବିମାନ ପାଇଲଟଙ୍କ ଉପରେ ଆଧାରିତ । ଏଥିରେ ବାୟୁସେନା ମାନଙ୍କ ମଧ୍ୟରେ ବନ୍ଧୁତା, ସାହାସ ଏବଂ ବଳିଦାନ ଦେଖିବାକୁ ମିଳିଛି । ଭିଆକମ୍ 18 ଷ୍ଟୁଡିଓ ଏବଂ ମାର୍ଫ୍ଲିକ୍ସ ପିକ୍ଚର୍ସ ଦ୍ୱାରା ଏହି ଚଳଚ୍ଚିତ୍ରଟି ପ୍ରସ୍ତୁତ କରାଯାଇଛି । ଏହି ଫିଲ୍ମରେ ଦୀପିକା ପାଦୁକୋନ, ହ୍ରିତିକ ରୋଶନ, କରଣ ସିଂ ଗ୍ରୋଭର ଏବଂ ଅନୀଲ କପୁର, ଅକ୍ଷୟ ଅବରୋଏ ନଜର ଆସିଛନ୍ତି । ତେବେ ଦୀପିକା, ଅନୀଲଙ୍କ ସହ ପ୍ରଥମ ଥର ପାଇଁ ସ୍କ୍ରିନ ସେୟାର କରିଛନ୍ତି ହ୍ରିତିକ ।

ETV Bharat Logo

Copyright © 2024 Ushodaya Enterprises Pvt. Ltd., All Rights Reserved.