ETV Bharat / entertainment

ଅଲଗା ହେବେ କି ଦୀପଭୀର ? ବିବାହ ଫଟୋ ସୋସିଆଲ ମିଡିଆରୁ ହଟାଇଲେ ରଣଭୀର - Ranveer Singh Delete Wedding Post

author img

By ETV Bharat Odisha Team

Published : May 8, 2024, 4:24 PM IST

Ranveer Singh Deletes Wedding Post: ରଣଭୀର ସିଂ ଓ ଦୀପିକା ପାଦୁକୋନଙ୍କ ବିବାହରେ ପଡିବ କି ପୂର୍ଣ୍ଣଚ୍ଛେଦ ? ଅଭିନେତା ବର୍ତ୍ତମାନ ନିଜ ବିବାହର ସମସ୍ତ ଫଟୋ ଏବଂ ଭିଡିଓ ସୋସିଆଲ ମିଡିଆରୁ ଡିଲିଟ କରିଛନ୍ତି । ଯାହା ପରେ ଉଭୟଙ୍କ ବିବାହ ବିଚ୍ଛେଦ ଚର୍ଚ୍ଚା ଜୋର ଧରିଛି । ତେବେ ପୁରା ମାମଲା କ'ଣ ? ଜାଣନ୍ତୁ

ବିବାହ ଫଟୋ ସୋସିଆଲ ମିଡିଆରୁ ହଟାଇଲେ ରଣଭୀର
ବିବାହ ଫଟୋ ସୋସିଆଲ ମିଡିଆରୁ ହଟାଇଲେ ରଣଭୀର (Pic Credit@deepikapadukone)

ହାଇଦ୍ରାବାଦ: ଖୁବଶୀଘ୍ର ପିତାମାତା ହେବାକୁ ଯାଉଛନ୍ତି ବଲିଉଡର ଲୋକପ୍ରିୟ ଦମ୍ପତି ଦୀପିକା ପାଦୁକୋନ ଏବଂ ରଣଭୀର ସିଂ । ହେଲେ ଏହାରି ମଧ୍ୟରେ ବର୍ତ୍ତମାନ ରଣଭୀର ସିଂ ନିଜ ସୋସିଆଲ ମିଡିଆ ଇନଷ୍ଟାଗ୍ରାମ ହ୍ୟାଣ୍ଡେଲରୁ ବିବାହର ସମସ୍ତ ଫଟୋ ଏବଂ ଭିଡିଓ ସୋସିଆଲ ମିଡିଆରୁ ଡିଲିଟ କରିଛନ୍ତି । କାରଣ ଏହି ଦମ୍ପତି ଖୁବଶୀଘ୍ର ଖୁସି ଖବର ଦେବାକୁ ଯାଉଥିବା ବେଳେ ଅଭିନେତା କାହିଁକି ଏପରି କରିଛନ୍ତି ସେନେଇ ଅନେକ ଦ୍ୱନ୍ଦ୍ୱରେ ରହିଛନ୍ତି ଫ୍ୟାନ୍ସ । ଅନେକ ଉଭୟଙ୍କ ମଧ୍ୟରେ ଫାଟ ସୃଷ୍ଟି ହୋଇଥିବା ଆଲୋଚନା କରୁଛନ୍ତି ।

ବିବାହ ଫଟୋ ମଧ୍ୟ ଡିଲିଟ୍ କଲେ ରଣଭୀର

ରଣଭୀର ସିଂ ୨୦୧୪ରେ ଇନଷ୍ଟାଗ୍ରାମ ଆକାଉଣ୍ଟ ଖୋଲିଥିଲେ । ଏହି ପ୍ଲାଟଫର୍ମରେ ୪୭.୪ ମିଲିୟନ ଲୋକ ତାଙ୍କୁ ଫୋଲର୍ସ କରନ୍ତି । ରଣଭୀର ସିଂ ଦୀର୍ଘ ବର୍ଷ ଧରି ଇନଷ୍ଟାଗ୍ରାମରେ ସକ୍ରିୟ ଥିବା ବେଳେ ବର୍ତ୍ତମାନ ତାଙ୍କ ହ୍ୟାଣ୍ଡେଲରେ ମାତ୍ର ୧୩୩ଟି ପୋଷ୍ଟ ଦେଖିବାକୁ ମିଳିଛି । ସେ ୨୦୨୩ ପୂର୍ବରୁ ସେୟାର କରିଥିବା ସମସ୍ତ ଫଟୋ ମଧ୍ୟ ହଟାଇ ଦେଇଛନ୍ତି । ସେଥିରେ ସେ ତାଙ୍କ ବିବାହର ଫଟୋ ମଧ୍ୟ ହଟାଇ ଦେଇଛନ୍ତି । ଯାହା ସମସ୍ତଙ୍କୁ ଆଶ୍ଚର୍ଯ୍ୟ କରିଛି । ଫ୍ୟାନ୍ସ ଉଭୟଙ୍କ ସମ୍ପର୍କକୁ ନେଇ ଚର୍ଚ୍ଚା କରୁଥିବା ବେଳେ ସେପଟେ ଉଭୟଙ୍କ ମଧ୍ୟରେ ସବୁଠିକ ଥିବା କହିଛନ୍ତି ଅଭିନେତାଙ୍କ ଟିମ ।

ବିବାହ ଫଟୋ ଡିଲିଟ ନେଇ ରଣଭୀରଙ୍କ ଟିମର ସ୍ପଷ୍ଟୀକରଣ

ବର୍ତ୍ତମାନ ରଣଭୀର ଏବଂ ଦୀପିକାଙ୍କ ବିବାହ ବିଚ୍ଛେଦ ଖବର ଉପରେ ଅଭିନେତାଙ୍କ ଟିମ ଜବାବ ଦେଇଛନ୍ତି । ଟିମ କହିଛି, ଏହା ସ୍ପଷ୍ଟ କରିବା ଜରୁରୀ ଯେ ରଣଭୀର- ଦୀପିକାଙ୍କ ମଧ୍ୟରେ ସବୁକିଛି ଠିକ ଅଛି । ରଣଭୀର ୨୦୨୩ ପୂର୍ବର ବିବାହ ସମେତ ସମସ୍ତ ପୁରୁଣା ପୋଷ୍ଟକୁ ହାଇଡ(Hide) କରିଦେଇଛନ୍ତି । କିନ୍ତୁ ଏହି ସମୟରେ ଦୀପିକା ପାଦୁକୋନ ତାଙ୍କ ଇନଷ୍ଟାଗ୍ରାମରେ ସେମାନଙ୍କ ବିବାହ ଫଟୋ ବଜାୟ ରଖିଛନ୍ତି । ଅନ୍ୟପଟେ ଦୀପିକା ଏବଂ ରଣଭୀର ବେବି ମୁନ ଉପଭୋଗ କରୁଛନ୍ତି । ନିକଟରେ ଉଭୟଙ୍କୁ ଏୟାରପୋର୍ଟରେ ଦେଖିବାକୁ ମିଳିଥିଲା । ରଣଭୀରଙ୍କ ଏପରି ହଠାତ ପଦକ୍ଷେପ ସମସ୍ତଙ୍କୁ ଚକିତ କରିଥିବା ବେଳେ ଟିମର ପ୍ରତିକ୍ରିୟା ପରେ କଳ୍ପନାଜଳ୍ପନାର ଅନ୍ତ ହୋଇଛି ।

ସୂଚନା ଥାଉ କି, ରଣଭୀର ସିଂ ଏବଂ ଦୀପିକା ପାଦୁକୋନଙ୍କ ମଧ୍ୟରେ ପ୍ରେମସମ୍ପର୍କ ୨୦୧୨ରେ ଆରମ୍ଭ ହୋଇଥିଲା । ଦୀର୍ଘ ବର୍ଷର ଡେଟିଂ ପରେ ଏହି ଦମ୍ପତି ୨୦୧୮ରେ ବିବାହ କରିଥିଲେ । ତେବେ ବିବାହର ୬ ବର୍ଷ ପରେ ପିତାମାତା ହେବାକୁ ଯାଉଛନ୍ତି ଅଭିନେତ୍ରୀ ଦୀପିକା ପାଦୁକୋନ ଏବଂ ଅଭିନେତା ରଣଭୀର ସିଂ । ନିକଟରେ ଏହି ଖୁସି ଖବର ଦେବା ସହ ଚଳିତ ସେପ୍ଟେମ୍ୱରରେ ତାଙ୍କ ଘରକୁ ନୂଆ ଅତିଥି ଆସିବେ ବୋଲି କହିଥିଲେ ।

ଏହା ମଧ୍ୟ ପଢନ୍ତୁ: ଦୀପଭୀରଙ୍କ ଘରକୁ ଆସିବେ ନୂଆ ଅତିଥି, ଫ୍ୟାନ୍ସଙ୍କୁ ଦେଲେ ଖୁସି ଖବର

ଏହି ଫିଲ୍ମରେ ଦୀପଭୀର ଏକାଠି ନଜର ଆସିବେ ନଜର

'ସିଙ୍ଘମ ଏଗେନ'ରେ ଦୀପିକା ପାଦୁକୋନଙ୍କ ସ୍ୱାମୀ ତଥା ଅଭିନେତା ରଣଭୀର ସିଂଙ୍କ ସହ ଏକାଠି ନଜର ଆସିବେ । ଏହା ଏକ ଆକ୍ସନ୍ ଏବଂ ଥ୍ରୀଲର ଚଳଚ୍ଚିତ୍ର ଅଟେ । ଏଥିରେ ଦୀପିକା, ରଣଭୀର ବ୍ୟତୀତ ମଲ୍ଟି ଷ୍ଟାର ଅକ୍ଷୟ କୁମାର, ଅଜୟ ଦେବଗନ, କରୀନା କପୁର ଖାନ, ଟାଇଗର ଶ୍ରଫ ଏବଂ ଅର୍ଜୁନ କପୁରଙ୍କୁ ଦେଖିବାକୁ ମିଳିବ । 'ସିଙ୍ଘମ ଏଗେନ' ୧୫ ଅଗଷ୍ଟ ୨୦୨୪ରେ ପ୍ରେକ୍ଷାଳୟରେ ମୁକ୍ତିଲାଭ କରିବ ।

ETV Bharat Logo

Copyright © 2024 Ushodaya Enterprises Pvt. Ltd., All Rights Reserved.