ETV Bharat / entertainment

ଭାରତୀୟ ଫ୍ୟାନ୍ସଙ୍କ ମନ ଜିତିଲେ ନିକ୍‌ ଜୋନସ, ମୁମ୍ବାଇବାସୀଙ୍କୁ ଧନ୍ୟବାଦ ଦେଲେ ପ୍ରିୟଙ୍କା

author img

By ETV Bharat Odisha Team

Published : Jan 28, 2024, 5:40 PM IST

ଭାରତୀୟ ଫ୍ୟାନ୍ସଙ୍କ ମନ ଜିତିଲେ ନିକ ଜୋନାସ, ମୁମ୍ବାଇବାସୀଙ୍କୁ ଧନ୍ୟବାଦ ଦେଲେ ପ୍ରିୟଙ୍କା
ଭାରତୀୟ ଫ୍ୟାନ୍ସଙ୍କ ମନ ଜିତିଲେ ନିକ ଜୋନାସ, ମୁମ୍ବାଇବାସୀଙ୍କୁ ଧନ୍ୟବାଦ ଦେଲେ ପ୍ରିୟଙ୍କା

Priyanka Chopra thanks Mumbai: ପ୍ରିୟଙ୍କା ଚୋପ୍ରାଙ୍କ ସ୍ୱାମୀ ନିକ ଜୋନସ ଭାରତରେ ପ୍ରଥମ ଥର ପାଇଁ ଫରଫର୍ମ କରିଥିଲେ, ଏହି ସମୟରେ ଫ୍ୟାନ୍ସ ନିକଙ୍କ ଦିୱାନା ହୋଇଥିଲେ । ତେବେ ସ୍ୱାମୀଙ୍କ ପରଫର୍ମରେ ଫ୍ୟାନ୍ସଙ୍କ ଉତ୍ସାହ ଦେଖି ପ୍ରିୟଙ୍କା ଚୋପ୍ରା ମୁମ୍ବାଇବାସୀଙ୍କୁ ଧନ୍ୟବାଦ ଜଣାଇଛନ୍ତି । ଅଧିକ ପଢନ୍ତୁ

ହାଇଦ୍ରାବାଦ: ଶନିବାର ଦିନ ଜୋନସ୍ ବ୍ରଦର୍ସଙ୍କ ଭାରତରେ ଏକ କନସର୍ଟ କରିଥିଲେ । ମୁମ୍ବାଇର ଆୟୋଜିତ ଏକ କାର୍ଯ୍ୟକ୍ରମରେ ସେମାନଙ୍କର ଗୀତ ସହ ଦର୍ଶକଙ୍କୁ ଆକର୍ଷିତ କରିଥିଲେ । ଜୋନସ୍ ବ୍ରଦର୍ସ- କେଭିନ ଜୋନସ, ଜୋ ଜୋନସ ଏବଂ ନିକ ଜୋନସ ନିଜ ବିଦେଶୀ ଗୀତ ସହ 'ତୁ ମାନ ମେରି ଜାନ' ଗୀତରେ ଫ୍ୟାନ୍ସଙ୍କ ମନ ଜିତିଥିଲେ । ଜୋନସ ବଦର୍ସଙ୍କ ଏହା ଭାରତରେ ପ୍ରଥମ ପରଫର୍ମ ହୋଇଥିବା ବେଳେ ଫ୍ୟାନ୍ସ ଏହାକୁ ଖୁବ ଉପଭୋଗ କରିଥିଲେ । ତେବେ ବର୍ତ୍ତମାନ ଦେଶୀ ଗାର୍ଲ ପ୍ରିୟଙ୍କା ଚୋପ୍ରା ସ୍ୱାମୀଙ୍କ ପରଫର୍ମରେ ଫ୍ୟାନ୍ସଙ୍କ ଉତ୍ସାହିତ ଦେଖି ମୁମ୍ବାଇବାସୀଙ୍କୁ ଧନ୍ୟବାଦ ଦେଇଛନ୍ତି ।

ପ୍ରିୟଙ୍କା ଚୋପ୍ରାଙ୍କ ପୋଷ୍ଟ
ପ୍ରିୟଙ୍କା ଚୋପ୍ରାଙ୍କ ପୋଷ୍ଟ

ମହାଲକ୍ଷ୍ମୀ ରେସକୋର୍ସରେ ଆୟୋଜିତ ଲୋଲାପାଲୋଜା ଇଣ୍ଡିଆର ଦ୍ୱିତୀୟ ସଂସ୍କରଣର ପ୍ରଥମ ଦିନରେ ଜୋନସ ବଦର୍ସ ଏହି ଫରଫର୍ମ କରିଥିଲେ । ପ୍ରିୟଙ୍କା ଚୋପ୍ରା ଏହି କନସର୍ଟରେ ସାମିଲ ହୋଇନଥିଲେ । କିନ୍ତୁ ସ୍ୱୀମୀଙ୍କ ପାଇଁ ଫ୍ୟାନ୍ସଙ୍କ ଭଲପାଇବା ଦେଖି ସେ ମୁମ୍ବାଇବାସୀଙ୍କୁ ଧନ୍ୟବାଦ ଦେଇଛନ୍ତି । ପ୍ରିୟଙ୍କା ନିଜ ଇନଷ୍ଟାଗ୍ରାମର ଷ୍ଟୋରୀରେ ନିକଙ୍କ କନସର୍ଟର ଏକ ଛୋଟ କ୍ଲିପ୍ ସେୟାର କରିଛନ୍ତି । ଯେଉଁଥିରେ ନିକ ପରଫର୍ମ କରୁଥିବା ବେଳେ ଫ୍ୟାନ ତାଙ୍କୁ 'ଜିଜୁ ଜିଜୁ' ବୋଲି ନାରା ଦେଇ ଉତ୍ସାହିତ କରୁଛନ୍ତି । ଭିଡିଓ ସେୟାର କରି ସେ ଲେଖିଛନ୍ତି, "ମାଇଁ ହାର୍ଟ । ମୁମ୍ବାଇକୁ ଧନ୍ୟବାଦ ।"

କହିରଖୁଛୁ କି, ଏହାପୂର୍ବରୁ ଭାରତରେ ନିକଙ୍କ ଡେବ୍ୟୁ ପ୍ରଦର୍ଶନକୁ ନେଇ ଉତ୍ସାହ ସେୟାର କରିଥିଲେ । ସେ କହିଥିଲେ, 'ଏହା ଭାରତରେ ମୋର ପ୍ରଥମ ପ୍ରଦର୍ଶନ । ମ୍ୟୁଜିକର କିଛି ଗଣନା ନାହିଁ । ଗୋଟିଏ ପରିବାର ଭାବରେ ଆମର ଦେଶ ସହ ଆମର ଗଭୀର ସମ୍ପର୍କ ଅଛି । ଆମ ସହ ରହିଥିବାରୁ ସମସ୍ତଙ୍କୁ ଧନ୍ୟବାଦ।"

ଏହା ମଧ୍ୟ ପଢନ୍ତୁ: ପ୍ରଥମ ଥର ପାଇଁ ମୁମ୍ବାଇରେ ନିକ ଜୋନାସ ବଦର୍ସଙ୍କ କନସର୍ଟ; ଭିଣେଇଙ୍କୁ ଚିଅରଅପ କଲେ ତାପସୀ

ସୂଚନା ଥାଉ କି, ପ୍ରିୟଙ୍କା ଚୋପ୍ରା ଏବଂ ନିକ ଜୋନସ୍ ମେଟ୍‌ ଗାଲା ୨୦୧୭ରେ ପରସ୍ପରକୁ ଭେଟିଥିଲେ । ପରେ ଉଭୟ ଡେଟିଂ କରିବା ଆରମ୍ଭ କରିଥିଲେ ଏବଂ ୨୦୧୮ରେ ରାଜସ୍ଥାନର ଉମୈଦ ଭବନ ପ୍ୟାଲେସରେ ବିବାହ କରିଥିଲେ । ବର୍ତ୍ତମାନ ପ୍ରିୟଙ୍କା, ନିକ ଜୋନସଙ୍କ ସହ ବିବାହ ପରେ ଲଣ୍ଡନରେ ରହୁଛନ୍ତି । ପ୍ରିୟଙ୍କା ଏବଂ ନିକ୍‌ ୨୦୨୨ ମସିହାରେ ସରୋଗେସି ମାଧ୍ୟମରେ ଏକ କନ୍ୟା ସନ୍ତାନକୁ ଜନ୍ମ ଦେଇଥିଲେ । ଯାହାଙ୍କ ନାମ ମାଳତୀ ମେରି । ନିକ୍‌ ଏବଂ ପ୍ରିୟଙ୍କା ଏହାକୁ ନେଇ ସୋସିଆଲ ମିଡିଆ ମାଧ୍ୟମରେ ସୂଚନା ଦେଇଥିଲେ ।

ETV Bharat Logo

Copyright © 2024 Ushodaya Enterprises Pvt. Ltd., All Rights Reserved.