ETV Bharat / entertainment

ୟୁରୋପ ଟ୍ରିପରେ ସାଉଥ ସୁପରଷ୍ଟାର ମହେଶ ବାବୁ, ଝିଅ ସହ ସେୟାର କଲେ ପ୍ରେମଭରା ପୋଷ୍ଟ - Mahesh Babu Europe Tour

author img

By ETV Bharat Odisha Team

Published : Apr 13, 2024, 12:32 PM IST

Mahesh Babu Europe Tour: ସାମ୍ନାକୁ ଆସିଲା ମହେଶ ବାବୁଙ୍କ ପରିବାର ସହିତ ୟୁରୋପ ଟ୍ରିପର ଲାଟେଷ୍ଟ ଫଟୋ । ଏହି ଫଟୋରେ ସେ ଝିଅ ସହ ନଜର ଆସିଛନ୍ତି । ଅଧିକ ପଢନ୍ତୁ

Mahesh Babu Europe Tour
Mahesh Babu Europe Tour

ହାଇଦ୍ରାବାଦ: ସାଉଥ ସୁପରଷ୍ଟାର ମହେଶ ବାବୁ ତାଙ୍କ ପରିବାର ସହିତ ନିକଟରେ ସ୍ବିଜରଲ୍ୟାଣ୍ଡ ଛୁଟି କାଟିବାକୁ ଯାଇଥିଲେ । ଏହି ୟୁରୋପ ଟ୍ରିପରେ ଅଭିନେତାଙ୍କ ସହ ତାଙ୍କ ପତ୍ନୀ ନମ୍ରତା ସିରୋଦକର, ଝିଅ ସିତାରା ଓ ପୁଅ ଗୌତମଙ୍କୁ ଦେଖିବାକୁ ଦେଖିବାକୁ ମିଳିଥିଲା । ଏଥିସହ ନମ୍ରତାଙ୍କ ଷ୍ଟାର ଭଉଣୀ ଶିଳ୍ପା ଶିରୋଦକରଙ୍କ ପରିବାର ମଧ୍ୟ ଏହି ଟ୍ରିପରେ ସାମିଲ ଥିଲେ । ତେବେ ଟ୍ରିପରୁ ଫେରିବା ପରେ ମହେଶ ବାବୁ ଓ ତାଙ୍କ ପରିବାର ସୋସିଆଲ ମିଡିଆରେ ସେମାନଙ୍କର ୟୁରୋପ ଯାତ୍ରାର ଫଟୋ ସେୟାର କରିଛନ୍ତି । ଯାହାକୁ ଫ୍ୟାନ୍ସ ବହୁତ ପସନ୍ଦ କରିଛନ୍ତି ।

ସେହିପରି ମହେଶ ବାବୁ ନିଜ ଝିଅ ସହିତ ଫଟୋ ସେୟାର କରି କ୍ୟାପସନରେ ଲେଖିଛନ୍ତି, ୟୁରୋପ ୨୦୨୪ । ସେହି ଫଟୋରେ ସେ ନିଜ ଝିଅକୁ ଅତି ଶ୍ରଦ୍ଧା ଓ ପ୍ରେମଭାବ ସହିତ ଚୁମ୍ବନ କରୁଥିବା ଦେଖିବାକୁ ମିଳିଛି । ସେହିପରି ଅନ୍ୟ ଏକ ଫଟୋରେ ମହେଶଙ୍କ ପୁଅ ଓ ଝିଅ ଏକାଠି ଥିବା ଦେଖିବାକୁ ମିଳିଛି । ତୃତୀୟ ଫଟୋରେ ବରଫ ଥିବା ଦେଖିବାକୁ ମିଳିଛି । ଅନ୍ୟପଟେ ସିତାରା ଗତକାଲି ଅର୍ଥାତ ୧୨ ତାରିଖରେ ନିଜର ଷ୍ଟାର ପିତା ମହେଶ ବାବୁଙ୍କ ସହିତ ଫଟୋ ସେୟାର କରିଛନ୍ତି । ଏହି ଫଟୋ ଅଭିନେତା ଝିଅ ସିତାରାକୁ ସ୍ନେହ କରୁଥିବା ଦେଖିବାକୁ ମିଳିଛି ।

ଏହା ମଧ୍ୟ ପଢନ୍ତୁ-ଧମାଲ କରୁଛି 'ଗୁଣ୍ଟୁର କାରମ', ଶାହରୁଖ କହିଲେ ବକ୍ସ ଅଫିସରେ ଲଗାଇବ ନିଆଁ

ଏହା ମଧ୍ୟ ପଢନ୍ତୁ -'ଗୁଣ୍ଟୁର କରମ' ସୁଟ୍ ବେଳେ ମାଇଗ୍ରେନ ଶିକାର ହୋଇଥିଲେ ମହେଶ ବାବୁ

ଏହା ପୂର୍ବରୁ ନମ୍ରତା ସିରୋଦକର ନିଜ ଫ୍ୟାମିଲି ସହିତ ୟୁରୋପ ଟ୍ରିପର ଫଟୋ ସେୟାର କରିଥିଲେ । ଯେଉଁଥିରେ ତାଙ୍କ ଭଉଣୀ ଶିଳ୍ପା ସିରୋଦକରଙ୍କୁ ଦେଖିବାକୁ ମିଳିଛି । ଅନ୍ୟପଟେ ସିତାରା F1 ଡ୍ରାଇଭର କାର୍ଲୋଜ ସୈଜଙ୍କ ସହିତ ମଧ୍ୟ ୟୁରୋପ ଟ୍ରିପରୁ ଫଟୋ ସେୟାର କରିଥିଲେ । ତେବ ମହେଶ ବାବୁଙ୍କ ଓ୍ବାର୍କଫ୍ରଣ୍ଟ କଥା କହିବାକୁ ଗଲେ ତାଙ୍କୁ ଗତ ମକର ସଂକ୍ରାନ୍ତିରେ ରିଲିଜ ହୋଇଥିବା ଫିଲ୍ମ ଗୁଣ୍ଟୁର କାରମରେ ଦେଖିବାକୁ ମିଳିଥିଲା । ରିଲିଜର ପ୍ରଥମ ଦିନରେ ଫିଲ୍ମ ୯୪ କୋଟିରୁ ଊର୍ଦ୍ଧ୍ବ ଆୟ କରିଥିଲା । ଏହି ଫିଲ୍ମ ଏବେ ନେଟଫ୍ଲିକ୍ସରେ ହିନ୍ଦୀରେ ଉପଲବ୍ଧ ଅଛି । ଫିଲ୍ମ ଗୁଣ୍ଟୁର କାରମ ତେଜ୍ଜା ସଜ୍ଜାଙ୍କ ଷ୍ଟାରର ଫିଲ୍ମ ହନୁମାନ ସହିତ ମୁକାବିଲା ହୋଇଥିଲା । ସେହିପରି ମହେଶ ବାବୁ ଆରଆରଆର ନିର୍ଦ୍ଦେଶକ ଏସ.ଏସ ରାଜମୌଲିଙ୍କ ଫିଲ୍ମ SSMB28ରେ ନଜର ଆସିବେ ।

ETV Bharat Logo

Copyright © 2024 Ushodaya Enterprises Pvt. Ltd., All Rights Reserved.