ETV Bharat / entertainment

ବିବାହକୁ 16 ବର୍ଷ; ରୋମାଣ୍ଟିକ ଫଟୋ ସେୟାର କରି ସଞ୍ଜୟଙ୍କୁ ଶୁଭେଚ୍ଛା ଜଣାଇଲେ ପତ୍ନୀ

author img

By ETV Bharat Odisha Team

Published : Feb 11, 2024, 12:58 PM IST

Sanjay Dutt 16th Wedding Anniversary: ଆଜି ସଞ୍ଜୟ ଦତ୍ତଙ୍କ ୧୬ତମ ବିବାହ ବାର୍ଷିକୀ । ପତ୍ନୀ ମାନ୍ୟତା ଦତ୍ତ ସୋସିଆଲ ମିଡିଆରେ ଫଟୋ ସେୟାର କରି ଜଣାଇଲେ ଶୁଭେଚ୍ଛା । ଅଧିକ ପଢନ୍ତୁ

Sanjay Dutt 16th Wedding Anniversary
Sanjay Dutt 16th Wedding Anniversary

ହାଇଦ୍ରାବାଦ: ବଲିଉଡର କ୍ୟୁଟ କପଲ ମଧ୍ୟରେ ସଞ୍ଜୟ ଦତ୍ତ ଓ ମାନ୍ୟତାଙ୍କ ଯୋଡି ଅନ୍ୟତମ । ଏହି ଯୋଡିକୁ ଫ୍ୟାନ୍ସ ବହୁତ ପସନ୍ଦ କରିଥାନ୍ତି । ଏହାରି ମଧ୍ୟରେ ଆଜି ଏହି ଲଭବାର୍ଡ ତାଙ୍କର 16ତମ ବିବାହ ବାର୍ଷିକୀ ପାଳନ କରୁଛନ୍ତି । ଏହି ଅବସରରେ ମାନ୍ୟତା ଦତ୍ତ ସୋସିଆଲ ମିଡିଆରେ ଏକ ପୋଷ୍ଟ ସେୟାର କରି ସ୍ବାମୀ ସଞ୍ଜୟ ଦତ୍ତଙ୍କୁ ଶୁଭେଚ୍ଛା ଜଣାଇଛନ୍ତି ।

ମାନ୍ୟତା ସଞ୍ଜୟଙ୍କ ସହ ଏକ ଫଟୋ ସେୟାର କରି କ୍ୟାପସନରେ ଲେଖିଛନ୍ତି, 'Sweet Sixteen!! ଆମ ଜୀବନର ଖଟାମିଠା ଅନୁଭୂତି । ତୁମକୁ ସବୁବେଳେ ଭଲ ପାଏ ।' ଦତ୍ତ ପରିବାର 2024 ନୂଆବର୍ଷକୁ ବହୁତ ଉତ୍ସାହର ସହିତ ପାଳନ କରିଥିଲେ । ସଞ୍ଜୟ ଦତ୍ତ ତାଙ୍କ ପିଲା ଏବଂ ପତ୍ନୀଙ୍କ ସହ ଏକ ନୂଆବର୍ଷ ପାର୍ଟି କରିଥିଲେ । ଏଥିରେ ମଧ୍ୟରେ ତାଙ୍କ ବଡ଼ ଝିଅ ତ୍ରିଶାଲା ଅଂଶଗ୍ରହଣ କରିଥିଲେ । ପରିବାରର ସୁଖ ପାଇଁ ପ୍ରାର୍ଥନା କରିଥିଲେ ।

ମାନ୍ୟତା ଦତ୍ତଙ୍କ ସହ ସଞ୍ଜୟ ଦତ୍ତଙ୍କ ପ୍ରେମ କାହାଣୀ ଅନେକ ଚର୍ଚ୍ଚାରେ ଥିଲା । ଉଭୟେ 2008ରେ ବିବାହ କରିଥିଲେ । ସେତେବେଳେ ସଞ୍ଜୟ ଦତ୍ତ ତାଙ୍କ ବ୍ୟକ୍ତିଗତ ଜୀବନରେ ଅସୁବିଧାର ସମ୍ମୁଖୀନ ହୋଇଥିଲେ । ଉଭୟଙ୍କ ପ୍ରେମ କାହାଣୀ 'ଲଭର୍ସ ଲାଇକ୍ ଅସ୍' ଚଳଚ୍ଚିତ୍ର ସମୟରେ ଆରମ୍ଭ ହୋଇଥିଲା । ଏହି ସମୟ ମଧ୍ୟରେ ଉଭୟ ଅନେକ ଥର ଭେଟିଥିଲେ । କୁହାଯାଏ ଯେ, ସଜୟ ଦତ୍ତ ମାନ୍ୟତାଙ୍କ କେୟାରିଂ ପ୍ରକୃତି ଦେଖିବା ପରେ ପ୍ରେମରେ ପଡିଯାଇଥିଲେ । ଯେତେବେଳେ ସଞ୍ଜୟ ଦତ୍ତ ମାନ୍ୟତାଙ୍କୁ ବିବାହ କରିଥିଲେ, ସେତେବେଳେ ତାଙ୍କୁ 50 ବର୍ଷ ହୋଇଥିଲା । ଉଭୟ ବର୍ତ୍ତମାନ ଦୁଇ ସନ୍ତାନର ପିତାମାତା ଅଟନ୍ତି ।

ଏହା ମଧ୍ୟ ପଢନ୍ତୁ-ପ୍ରଥମ ବିବାହ ବାର୍ଷିକୀ ପାଳିଲେ ସିଡ-କିଆରା, ପରସ୍ପରକୁ ଏମିତି ଜଣାଇଲେ ଶୁଭେଚ୍ଛା

ମାନ୍ୟତା ସୋସିଆଲ ମିଡିଆ ବହୁତ ଆକ୍ଟିଭ ରୁହନ୍ତି । ସେ ତାଙ୍କର ବ୍ୟକ୍ତିଗତ ଜୀବନରେ ଜଡିତ ସମସ୍ତ ଘଟଣାକୁ ଫ୍ୟାନ୍ସଙ୍କ ସହ ସେୟାର କରନ୍ତି । ମାନ୍ୟତା ନିଜର ଫ୍ୟାଶନ ସେନ୍ସ ପାଇଁ ମଧ୍ୟ ବେଶ୍ ପରିଚିତ । ତାଙ୍କୁ ସୋସିଆଲ ମିଡିଆରେ ୪ ମିଲିଅନରୁ ଅଧିକ ଲୋକ ଫଲୋ କରୁଛନ୍ତି ।

ETV Bharat Logo

Copyright © 2024 Ushodaya Enterprises Pvt. Ltd., All Rights Reserved.