ETV Bharat / entertainment

ପୁରୁଷଙ୍କୁ ପ୍ଲାଷ୍ଟିକ ବ୍ୟାଗ ସହ ତୁଳନା କଲେ ଟ୍ୱିଙ୍କଲ ଖନ୍ନା, ବର୍ଷିଲେ କୁଇନ୍

author img

By ETV Bharat Odisha Team

Published : Feb 22, 2024, 1:13 PM IST

Updated : Feb 22, 2024, 1:20 PM IST

Kangana Ranaut Slams Twinkle Khanna: ଟ୍ୱିଙ୍କଲ ଖନ୍ନାଙ୍କ ଏକ ପୁରୁଣା ଭିଡିଓ ଉପରେ କଙ୍ଗନା ରାଣାୱତ ପ୍ରତିକ୍ରିୟା ଦେଇଛନ୍ତି । ଯେଉଁଠାରେ ସେ ଥଟ୍ଟା କରି ପୁରୁଷମାନଙ୍କୁ 'ପଲିଥିନ ବ୍ୟାଗ' ସହ ତୁଳନା କରିଥିଲେ । କୁଇନ ଏହି ଭିଡିଓକୁ ନିଜ ଇନଷ୍ଟାଗ୍ରାମ ଷ୍ଟୋରୀରେ ସେୟାର କରିବା ସହ ଟ୍ୱିଙ୍କଲଙ୍କ ଉପରେ ବର୍ଷିଛନ୍ତି । ଅଧିକ ପଢନ୍ତୁ

ପୁରୁଷଙ୍କୁ ପ୍ଲାଷ୍ଟିକ ବ୍ୟାଗ ସହ ତୁଳନା କଲେ ଟ୍ୱିଙ୍କଲ ଖନ୍ନା, ବର୍ଷିଲେ କୁଇନ୍
ପୁରୁଷଙ୍କୁ ପ୍ଲାଷ୍ଟିକ ବ୍ୟାଗ ସହ ତୁଳନା କଲେ ଟ୍ୱିଙ୍କଲ ଖନ୍ନା, ବର୍ଷିଲେ କୁଇନ୍

ହାଇଦ୍ରାବାଦ: ବଲିଉଡ କୁଇନ କଙ୍ଗନା ରାଣାୱତ ରାଜନୈତିକ ହେଉ ଅବା ଇଣ୍ଡଷ୍ଟ୍ରି କିମ୍ୱା ସମାଜ ସହ ଜଡ଼ିତ କଥା ହେଉ, ସେ ସମସ୍ତ କ୍ଷେତ୍ରରେ ନିଜ ମତ ଦେବାକୁ କେବେ ପଛାନ୍ତି ନାହିଁ । ଏହିପରି ସେ ଅନେକ ବୟାନ ଦେଇ ଅନେକ ଥର ବିବାଦ ଘେରରେ ମଧ୍ୟ ଛନ୍ଦି ହୋଇଛନ୍ତି । ଅନନ୍ୟା ପାଣ୍ଡେଙ୍କ ଠାରୁ ଆରମ୍ଭ କରି ଆଲିଆ ଭଟ୍ଟ ଭଳି ଅନେକ ସେଲିବ୍ରିଟିଙ୍କ ପରେ ଏବେ କଙ୍ଗନାଙ୍କ ଟାର୍ଗେଟରେ ଅକ୍ଷୟ କୁମାରଙ୍କ ପତ୍ନୀ ତଥା ଅଭିନେତ୍ରୀ ଟ୍ୱିଙ୍କଲ ଖନ୍ନା । ସୋସିଆଲ ମିଡିଆରେ ଅଭିନେତ୍ରୀ ଟ୍ୱିଙ୍କଲଙ୍କ ଏକ ପୁରୁଣା ଭିଡିଓ ସେୟାର କରି ପ୍ରତିକ୍ରିୟା ଦେଇଛନ୍ତି ।

କଙ୍ଗନା ରାଣାୱତଙ୍କ ପୋଷ୍ଟ
କଙ୍ଗନା ରାଣାୱତଙ୍କ ପୋଷ୍ଟ

ଏକ ପୁରୁଣା ସାକ୍ଷାତକାରରେ ଟ୍ୱିଙ୍କଲଙ୍କୁ ଯେତେବେଳେ ପଚରାଯାଇଥିଲା ଯେ ସେ କିପରି ଜଣେ ନାରୀବାଦୀ ବୋଲି ଅନୁଭବ କରୁଛନ୍ତି । ଟ୍ୱିଙ୍କଲ ଏକ ମଜାଦାର ଉତ୍ତର ଦେଇ କହିଥିଲେ ଯେ, 'ମହିଳାଙ୍କୁ ପୁରୁଷଙ୍କ ଆବଶ୍ୟକତା ନାହିଁ । ଜଣେ ପୁରୁଷ ରହିବା ଏକ ସୁନ୍ଦର ହ୍ୟାଣ୍ଡବ୍ୟାଗ୍ ରଖିବା ସହ ସମାନ । କିନ୍ତୁ ଯଦି ଆପଣଙ୍କର ଏକ ପ୍ଲାଷ୍ଟିକ୍ ବ୍ୟାଗ୍ ଅଛି, ତାହା ମଧ୍ୟ କାମ କରିବ । ଏହି ଭିଡିଓକୁ ବର୍ତ୍ତମାନ କୁଇନ ସେୟାର କରି ଏହାକୁ ନିନ୍ଦା କରିବା ସହ ଟ୍ୱିଙ୍କଲଙ୍କ ଉପରେ ବର୍ଷିଛନ୍ତି ।

କଙ୍ଗନା ଲେଖିଛନ୍ତି, "ଏମାନେ କେବଳ ସୁବିଧାଜନକ ଲୋକ, ଯେଉଁମାନେ ସେମାନଙ୍କର ପୁରୁଷମାନଙ୍କୁ ପଲିଥିନ ବ୍ୟାଗ ବୋଲି ଭାବନ୍ତି । ଏହା କହି ସେ କ'ଣ ଭଲ ହେବାକୁ ଚେଷ୍ଟା କରୁଛନ୍ତି । ନେପୋ ପିଲାମାନେ ଏକ ସିଲଭର ଚାମଚ ସହ ଜନ୍ମ ହୁଅନ୍ତି, ଯେଉଁମାନେ ସେମାନଙ୍କର ଚଳଚ୍ଚିତ୍ର କ୍ୟାରିଅରକୁ ଏକ ସୁବର୍ଣ୍ଣ ଥାଳିରେ ସଜାଇଥାନ୍ତି । ଟ୍ୱିଙ୍କଲ ମଧ୍ୟ ସେହି ସେଲିବ୍ରିଟିଙ୍କ ମଧ୍ୟରେ ଜଣେ ।

ଏହା ମଧ୍ୟ ପଢନ୍ତୁ: ଦେଶର ପ୍ରଧାନମନ୍ତ୍ରୀ ହେବାକୁ ଚାହାଁନ୍ତି କି କୁଇନ ? ଏପରି ଜବାବ ଦେଲେ ଅଭିନେତ୍ରୀ

କଙ୍ଗନାଙ୍କ ୱାର୍କପ୍ରଣ୍ଟ ବିଷୟରେ କହିବାକୁ ଗଲେ, କଙ୍ଗନାଙ୍କୁ ଖୁବଶୀଘ୍ର 'ଏମରଜେନ୍ସି'ରେ ଦେଖିବାକୁ ମିଳିବ । ଏହି ଫିଲ୍ମରେ କଙ୍ଗନା ଅଭିନୟ କରିବା ସହ ନିର୍ଦ୍ଦେଶନା ମଧ୍ୟ ଦେଇଛନ୍ତି । ଏହି ଫିଲ୍ମରେ କଙ୍ଗନା ପୂର୍ବତନ ଭାରତୀୟ ପ୍ରଧାନମନ୍ତ୍ରୀ ଇନ୍ଦିରା ଗାନ୍ଧୀଙ୍କ ଭୂମିକାରେ ନଜର ଆସିବେ । ଏହି ଚଳଚ୍ଚିତ୍ରରେ ଅନୁପମ ଖେର ଏବଂ ଦିବଙ୍ଗତ ଅଭିନେତା ସତୀଶ କୌଶିକ, ମିଲିନ୍ଦ ସୋମନ, ଶ୍ରେୟସ ତଲପଡେ, ବିଶକ ନାୟର ମଧ୍ୟ ଅଭିନୟ କରିଛନ୍ତି । ଏହି ଫିଲ୍ମ ଚଳିତ ବର୍ଷ ଜୁନ ୧୪ରେ ରିଲିଜ ହେବ ।

Last Updated : Feb 22, 2024, 1:20 PM IST
ETV Bharat Logo

Copyright © 2024 Ushodaya Enterprises Pvt. Ltd., All Rights Reserved.