ETV Bharat / entertainment

ସୁକେଶଙ୍କ ବିରୋଧରେ ଆବେଦନ ପ୍ରତ୍ୟାହାର କଲେ ଜ୍ୟାକଲିନ

author img

By ETV Bharat Odisha Team

Published : Feb 14, 2024, 1:31 PM IST

Updated : Feb 14, 2024, 2:50 PM IST

ସୁକେଶଙ୍କ ବିରୋଧରେ ଆବଦେନକୁ ପ୍ରତ୍ୟାହର କଲେ ଜ୍ୟାକଲିନ
ସୁକେଶଙ୍କ ବିରୋଧରେ ଆବଦେନକୁ ପ୍ରତ୍ୟାହର କଲେ ଜ୍ୟାକଲିନ

Jacqueline Fernandez On Sukesh Chandrashekhar: ଜ୍ୟାକଲିନ ଜ୍ୟାକଲିନ ଫର୍ଣ୍ଣାଣ୍ଡିଜ ମହାଠକ ସୁକେଶ ଚନ୍ଦ୍ରଶେଖରଙ୍କ ବିରୋଧରେ ଦାଖଲ କରିଥିବା ଆବେଦନକୁ ପ୍ରତ୍ୟାହାର କରିନେଇଛନ୍ତି । ଜେଲରେ ରହି ସୁକେଶ ତାଙ୍କୁ ଧମକ ଦେଇଥିବା ଅଭିଯୋଗ କରିଥିଲେ ଜ୍ୟାକଲିନ । ଅଧିକ ପଢନ୍ତୁ

ହାଇଦ୍ରାବାଦ: ସୁକେଶ ଚନ୍ଦ୍ରଶେଖରଙ୍କ ବିରୋଧରେ ଦାଖଲ କରିଥିବା ଆବେଦନକୁ ପ୍ରତ୍ୟାହାର କରିଛନ୍ତି ଅଭିନେତ୍ରୀ ଜ୍ୟାକଲିନ ଫର୍ଣ୍ଣାଣ୍ଡିଜ । ଜେଲ ଭିତରୁ ତାଙ୍କୁ ନିରନ୍ତର ହଇରାଣ ଓ ଧମକ ଦେଉଥିବା ନେଇ ସୁକେଶ ଚନ୍ଦ୍ରଶେଖରଙ୍କ ବିରୋଧରେ ଦିଲ୍ଲୀ କୋର୍ଟରେ ଏକ ମାମଲା ଦାୟର କରିଥିଲେ । ବର୍ତ୍ତମାନ ରିପୋର୍ଟରୁ ଜଣାପଡିଛି ଯେ, ଅଭିନେତ୍ରୀ ବର୍ତ୍ତମାନ ଏହି ଆବେଦନ ପ୍ରତ୍ୟାହାର କରିନେଇଛନ୍ତି ।

ଜ୍ୟାକଲିନ ସୁକେଶଙ୍କ ବିରୋଧରେ ଆବେଦନ ପ୍ରତ୍ୟାହାର କରିନେଲେ

ସୂଚନା ଅନୁସାରେ, ଜ୍ୟାକଲିନ ଦିଲ୍ଲୀ ହାଇକୋର୍ଟରେ ଅଭିଯୁକ୍ତ ସୁକେଶ ଚନ୍ଦ୍ରଶେଖରଙ୍କ ବିରୋଧରେ ଏକ ପିଟିସନ ଦାଖଲ କରିଥିଲେ । ଏଥିରେ ସୁକେଶ ତାଙ୍କ ସହ ଜଡିତ କୌଣସି ଚିଠି ଗଣମାଧ୍ୟମରେ ପ୍ରକାଶ ନକରିବାକୁ ନିର୍ଦ୍ଦେଶ ଦେବାକୁ କହିଥିଲେ ଜ୍ୟାକଲିନ । ଯାହାକୁ ବର୍ତ୍ତମାନ ଜ୍ୟାକଲିନ ପ୍ରତ୍ୟାହାର କରିନେଇଛନ୍ତି । ଏହି ଆବେଦନ ନେଇ ଅତିରିକ୍ତ ସେସନ୍ସ ଜଜ୍ ଚନ୍ଦର ଜିତ ସିଂ କହିଛନ୍ତି ଯେ, ଅଭିନେତ୍ରୀଙ୍କ ପକ୍ଷରୁ ଦାଖଲ ହୋଇଥିବା ଆବେଦନ ପ୍ରତ୍ୟାହାର କରି ମାମଲାର ସମାଧାନ କରାଯିବ ।

କହିରଖୁଛୁ ଯେ, ସୁକେଶ ଚନ୍ଦ୍ରଶେଖର ଅନେକ ସମୟରେ ଜେଲରୁ ଗଣମାଧ୍ୟମକୁ ଚିଠି ଲେଖନ୍ତି । ଜ୍ୟାକଲିନ୍ ଫର୍ଣ୍ଣାଣ୍ଡିଜ ସହ ଜଡିତ ବିବୃତ୍ତିଗୁଡ଼ିକରେ ଏହା ପ୍ରାୟତଃ ଅନ୍ତର୍ଭୁକ୍ତ । ତାଙ୍କ ଅଭିଯୋଗରେ ଏହି ଚିଠିଗୁଡ଼ିକ ବିଷୟରେ ଉଲ୍ଲେଖ କରି ଅଭିନେତ୍ରୀ କହିଛନ୍ତି ଯେ ଅନେକ ଥର ସୁକେଶ ଚନ୍ଦ୍ରଶେଖର ତାଙ୍କ ନାମରେ ବିବୃତ୍ତି ଦେଇଛନ୍ତି, ଯାହା ସର୍ବସାଧାରଣରେ ତାଙ୍କ ସମ୍ମାନ କ୍ଷୁର୍ଣ୍ଣ କରୁଛି । ଜ୍ୟାକଲିନ ଏହା ମଧ୍ୟ ଦାବି କରିଛନ୍ତି ଯେ ତାଙ୍କ ନାମରେ ଗଣମାଧ୍ୟମକୁ ଏପରି ଚିଠି ଲେଖି ତାଙ୍କୁ ଭୟଭୀତ କରୁଛନ୍ତି । ଯାହାଦ୍ୱାରା ସେ କୋର୍ଟରେ ଅଭିଯୁକ୍ତଙ୍କ ବିରୁଦ୍ଧରେ ସାକ୍ଷ୍ୟ ଦେବେ ନାହିଁ ଏବଂ ସତ୍ୟ ପ୍ରକାଶ କରିପାରିବେ ନାହିଁ ।

ଏହା ମଧ୍ୟ ପଢନ୍ତୁ: ଜେଲ ଭିତରୁ ଜ୍ୟାକଲିନଙ୍କୁ ଧମକ ଦେଉଛି ମହାଠକ ସୁକେଶ, ‘ଖୋଲିଦେବି ସବୁ ରାଜ୍‌’

ସୂଚନା ଥାଉକି, ଡିସେମ୍ବର ୨୦୨୧ରେ ମହାଠକ ସୁକେଶ ଚନ୍ଦ୍ରଶେଖରଙ୍କ ସହ ୨୦୦କୋଟି ମନିଂ ଲଣ୍ଡରିଂ ମାମଲାରେ ଜ୍ୟାକଲିନ ସାମ୍ନାକୁ ଆସିଥିଲେ । ପ୍ରବର୍ତ୍ତନ ନିର୍ଦ୍ଦେଶାଳୟ ଏହି ମାମଲାର ଯାଞ୍ଚ କରି ଅଭିନେତ୍ରୀ ଏଥିରେ ଜଡିତ ଥିବା ନେଇ ତାଙ୍କୁ ଅନେକ ଥର ପଚରାଉଚରା କରିଥିଲା, ଯେଉଁଥିରେ ଜଣାପଡିଥିଲା ​​ଯେ ଜ୍ୟାକଲିନ ସୁକେଶଙ୍କ ସହ ସମ୍ପର୍କ ରଖିଥିଲେ ଏବଂ ତାଙ୍କୁ ଜେଲରେ ଦେଖା କରୁଥିଲେ । ସୁକେଶ ତାଙ୍କୁ ଦାମୀ ଉପହାର ଦେଉଥିଲେ । ଉଭୟଙ୍କ ଏକାଠି ଅନେକ ଫଟୋ ମଧ୍ୟ ଭାଇରାଲ ହୋଇଥିଲା । ବର୍ତ୍ତମାନ ସୁଦ୍ଧା ଏହି ମାମଲା ବିଚାରାଧୀନ ରହିଛି ।

Last Updated :Feb 14, 2024, 2:50 PM IST
ETV Bharat Logo

Copyright © 2024 Ushodaya Enterprises Pvt. Ltd., All Rights Reserved.