ETV Bharat / entertainment

ପରିଚୟର ଅପବ୍ୟବହାର ନେଇ ଚିନ୍ତାରେ ଜ୍ୟାକି ଶ୍ରଫ, ପହଞ୍ଚିଲେ ଦିଲ୍ଲୀ ହାଇକୋର୍ଟ - JACKIE SHROFF IN DELHI HIGH COURT

author img

By ETV Bharat Odisha Team

Published : May 14, 2024, 5:25 PM IST

Jackie Shroff High Court: ବଲିଉଡ ଅଭିନେତା ଜ୍ୟାକି ଶ୍ରଫ ଦିଲ୍ଲୀ ହାଇକୋର୍ଟରେ ଏକ ପିଟିସନ ଦାଖଲ କରିଛନ୍ତି ଯେଉଁଥିରେ ସେ ତାଙ୍କର ପରିଚୟ ତଥା ପ୍ରଚାର ଅଧିକାରର ସୁରକ୍ଷା ଦାବି କରିଛନ୍ତି । ଅଧିକ ପଢନ୍ତୁ,

ପରିଚୟର ଅପବ୍ୟବହାର ନେଇ ଚିନ୍ତାରେ ଜ୍ୟାକି ଶ୍ରଫ, ପହଞ୍ଚିଲେ ଦିଲ୍ଲୀ ହାଇକୋର୍ଟ
ପରିଚୟର ଅପବ୍ୟବହାର ନେଇ ଚିନ୍ତାରେ ଜ୍ୟାକି ଶ୍ରଫ, ପହଞ୍ଚିଲେ ଦିଲ୍ଲୀ ହାଇକୋର୍ଟ (Pics Credit@IANS)

ହାଇଦ୍ରାବାଦ: ବଲିଉଡର ଶ୍ରେଷ୍ଠ ଅଭିନେତା ଜ୍ୟାକି ଶ୍ରଫ ତାଙ୍କର ଭିନ୍ନ ଶୈଳୀ ପାଇଁ ଜଣାଶୁଣା । ତାଙ୍କ ଷ୍ଟାଇଲ ଏବଂ କଥାବାର୍ତ୍ତା ଶୈଳୀ ଯାହା ତାଙ୍କୁ ଅନ୍ୟ ବଲିଉଡ ଅଭିନେତାମାନଙ୍କଠାରୁ ଭିନ୍ନ କରିଛି । ଯେତେବେଳେ ଜ୍ୟାକି କାହା ସହିତ କଥାବାର୍ତ୍ତା କରନ୍ତି, ସେ ନିଶ୍ଚିତ ଭାବରେ 'ଭିଡୁ' ଶବ୍ଦ ବ୍ୟବହାର କରନ୍ତି । ସମସ୍ତେ ଜ୍ୟାକି ଶ୍ରଫଙ୍କ ଏହି ଶବ୍ଦ ବ୍ୟବହାର କରିବାକୁ ବା ତାଙ୍କ ନକଲ କରିବାକୁ ଭଲପାଆନ୍ତି । ତେବେ ବର୍ତ୍ତମାନ ଅଭିନେତା ସେହି ଲୋକଙ୍କ ବିରୋଧରେ ଦିଲ୍ଲୀ ହାଇକୋର୍ଟଙ୍କ ଦ୍ୱାରସ୍ଥ ହୋଇଛନ୍ତି । ଜ୍ୟାକି ଶ୍ରଫ ହାଇକୋର୍ଟରେ ଏକ ପିଟିସନ ଦାଖଲ କରିଛନ୍ତି । ଏହି ଆବେଦନରେ ସେ ତାଙ୍କର ବ୍ୟକ୍ତିଗତ ତଥା ପ୍ରଚାର ଅଧିକାରର ସୁରକ୍ଷା ଦାବି କରିଛନ୍ତି ।

ଜ୍ୟାକି ଶ୍ରଫଙ୍କ ବିନା ଅନୁମତିରେ ତାଙ୍କ ନାମ, ଫଟୋ, ସ୍ୱର ଏବଂ 'ଭିଡୁ' ଶବ୍ଦ ବ୍ୟବହାର କରୁଥିବା ସଂସ୍ଥା ବିରୋଧରେ ଜ୍ୟାକି ଶ୍ରଫ ଏକ ମକଦ୍ଦମା ଦାୟର କରିଛନ୍ତି । ଜ୍ୟାକି ଶ୍ରଫ ଆବେଦନରେ ଦର୍ଶାଇଛନ୍ତି ଯେ ସୋସିଆଲ ମିଡିଆ ଏବଂ ଏଆଇ(AI) ଆପ୍‌ ବ୍ୟତୀତ ଅନ୍ୟ କୌଣସି ପ୍ଲାଟଫର୍ମରେ ତାଙ୍କ ସ୍ୱର, ଚିତ୍ର କିମ୍ବା ତାଙ୍କ ସହ ଜଡିତ କିଛି ଜିନିଷ ବ୍ୟବହାର କରିବା ଉପରେ ପ୍ରତିବନ୍ଧକ ଲଗାଇବାକୁ ଦାବି କରିଛନ୍ତି । ଏଥିସହ କେହି ଯଦି ଏହାକୁ ବ୍ୟବହାର କରିବାକୁ ଚାହେଁ, ତେବେ ତା' ପୂର୍ବରୁ ସେ ତାଙ୍କଠାରୁ ଅନୁମତି ନିଆଯିବା ଉଚିତ ବୋଲି କୋର୍ଟ ନିର୍ଦ୍ଦେଶ ଦେବା ଉଚିତ । ସେମାନଙ୍କ ଅନୁମତି ବିନା କିଛି ବ୍ୟବହାର କରନ୍ତୁ ନାହିଁ । ବର୍ତ୍ତମାନ ଏହି ମାମଲାର ସମ୍ପୂର୍ଣ୍ଣ ଶୁଣାଣି ମେ ୧୫ରେ ହେବ ।

ପୂର୍ବରୁ ଅମିତାଭ ବଚ୍ଚନ ବି ହୋଇଥିଲେ କୋର୍ଟଙ୍କ ଦ୍ବାରସ୍ଥ:- ଜ୍ୟାକି ଶ୍ରଫ ପ୍ରଥମ ଅଭିନେତା ନୁହଁନ୍ତି ଯିଏ ତାଙ୍କ ଅଧିକାର ସମ୍ବନ୍ଧରେ ଏକ ଆବେଦନ କରିଛନ୍ତି । ଏହାପୂର୍ବରୁ ବିଗ ବି ଅମିତାଭ ବଚ୍ଚନ ମଧ୍ୟ ତାଙ୍କ ଅଧିକାର ସମ୍ପର୍କରେ ଏକ ପିଟିସନ ଦାଖଲ କରିଥିଲେ । ସେ ୨୦୨୨ ମସିହାରେ ଦିଲ୍ଲୀ ହାଇକୋର୍ଟରେ ଏକ ପିଟିସନ ଦାଖଲ କରିଥିଲେ । ଯେଉଁଥିରେ ସେ ତାଙ୍କ ଅନୁମତି ବିନା ତାଙ୍କ ଛବି, ନାମ, ସ୍ୱର ଏବଂ ବ୍ୟକ୍ତିତ୍ୱ ବ୍ୟବହାର ନକରିବାକୁ ସେ ଦାବି କରିଥିଲେ । ଏହି ନିର୍ଦ୍ଦେଶ ଦେବାବେଳେ ଦିଲ୍ଲୀ ହାଇକୋର୍ଟ ବ୍ୟକ୍ତିତ୍ୱ ଅଧିକାରର ସୁରକ୍ଷା ପାଇଁ ମଧ୍ୟବର୍ତ୍ତୀକାଳୀନ ନିର୍ଦ୍ଦେଶ ଜାରି କରିଥିଲେ ।

ଏହା ମଧ୍ୟ ପଢନ୍ତୁ: ଶ୍ରେଷ୍ଠ ବାପାଙ୍କୁ ଜନ୍ମଦିନ ଶୁଭେଚ୍ଛା, ଏମିତି କହି ଭାବବିହ୍ବଳ ହେଲେ ଟାଇଗର

ETV Bharat Logo

Copyright © 2024 Ushodaya Enterprises Pvt. Ltd., All Rights Reserved.