ETV Bharat / entertainment

3ଦିନ ଅସହ୍ୟ ଯନ୍ତ୍ରଣା ପରେ ହସ୍ପିଟାଲରେ ଭର୍ତ୍ତି ଭାରତୀ ସିଂ, ହେବ ଗଲବ୍ଲାଡର ଅପରେସନ - Bharti Singh Hospitalised

author img

By ETV Bharat Odisha Team

Published : May 3, 2024, 2:14 PM IST

ହସ୍ପିଟାଲରେ ଭର୍ତ୍ତି ଭାରତୀ ସିଂ, ଗଲବ୍ଲାଡର ହେବ ଅପରେସନ
ହସ୍ପିଟାଲରେ ଭର୍ତ୍ତି ଭାରତୀ ସିଂ, ଗଲବ୍ଲାଡର ହେବ ଅପରେସନ (Pic Credit@bharti.laughterqueen)

Bharti Singh Hospitalised: ହାସ୍ୟ ଅଭିନେତ୍ରୀ ଭାରତୀ ସିଂ ଡାକ୍ତରଖାନାରେ ଭର୍ତ୍ତି ହୋଇଛନ୍ତି । ଗତ କିଛି ଦିନ ହେବ ପେଟ ଯନ୍ତ୍ରଣା ହେଉଥିବା ବେଳେ ଏବେ ଅଭିନେତ୍ରୀଙ୍କ ଗଲବ୍ଲାଡର ଅପରେସନ କରିବେ । ଅଭିନେତ୍ରୀ ନିଜ ବ୍ଲଗରେ ସ୍ୱାସ୍ଥ୍ୟବସ୍ଥା ନେଇ ସୂଚନା ଦେଇଛନ୍ତି ।

ହାଇଦ୍ରାବାଦ: ବଲିଉଡର ଲୋକପ୍ରିୟ ହାସ୍ୟ ଅଭିନେତ୍ରୀ ଭାରତୀ ସିଂ ହସ୍ପିଟାଲରେ ଭର୍ତ୍ତି ହୋଇଛନ୍ତି । ଭାରତୀ ପେଟରେ ଯନ୍ତ୍ରଣା ଅନୁଭବ କରିବା ପରେ ମେଡିକାଲ ଯାଇଥିଲେ । ସେଠାରେ ସେ ତାଙ୍କ ପିତ୍ତକୋଷ ବା ଗାଲବ୍ଲାଡରରେ ଷ୍ଟୋନ ହୋଇଥିବା ଜାଣିବାକୁ ପାଇଥିଲେ । ତେବେ ବର୍ତ୍ତମାନ ତାଙ୍କର ଗାଲବ୍ଲାଡର ସର୍ଜରୀ କରାଯିବ ବୋଲି ସେ କହିଛନ୍ତି । ସେ ଏନେଇ ନିଜ ବ୍ଲଗରେ ସୂଚନା ଦେଇଛନ୍ତି ।

  • " class="align-text-top noRightClick twitterSection" data="">

ଭାରତୀ ହସ୍ପିଟାଲରୁ ଏକ ଭିଡିଓ ସେୟାର କରିଛନ୍ତି ଯେଉଁଥିରେ ସେ ପ୍ରଶଂସକମାନଙ୍କୁ ତାଙ୍କ ଅବସ୍ଥା ବିଷୟରେ କହିଛନ୍ତି । ଭାରତୀ ସିଂ କହିଛନ୍ତି ଯେ ତାଙ୍କର ତିନି ଦିନ ପେଟରେ ଯନ୍ତ୍ରଣା ହୋଇଥିଲା ଏବଂ ସେ ଶୋଇପାରୁନଥିଲେ । ପ୍ରଥମେ ସେମାନେ ଭାବୁଥିଲେ ଏହା ଏସିଡିଟି କାରଣରୁ ହେଉଛି । କିନ୍ତୁ ଯେତେବେଳେ ଭାରତୀଙ୍କ ଯନ୍ତ୍ରଣା ଅଧିକ ହେଲା, ସେତେବେଳେ ସେ ଡାକ୍ତରଖାନାରେ ଭର୍ତ୍ତି ହୋଇଥିଲେ ଏବଂ ସେଠାରେ ସେ ଜାଣିବାକୁ ପାଇଲେ ଯେ ତାଙ୍କ ଗଲ୍ ବ୍ଲାଡରରେ ଏକ ଷ୍ଟୋନ ଅଛି । ବର୍ତ୍ତମାନ ଭାରତୀ ସିଂଙ୍କୁ ଏଥିପାଇଁ ଅପରେସନ୍ କରିବାକୁ ପଡିବ । ତାଙ୍କୁ କୋକିଲାବେନ୍ ହସ୍ପିଟାଲରେ ଭର୍ତ୍ତି କରାଯାଇଛି ।

ଭାରତୀ ସିଂ ଏହି ସମୟରେ ତାଙ୍କ ପୁଅ ଗୋଲାଙ୍କୁ ବେଶ ମନେ ପକାଉଥିବା କହିଛନ୍ତି । ସେ କହିଛନ୍ତି ଯେ ଜନ୍ମରୁ ସେ ଏତେ ଦିନ ପର୍ଯ୍ୟନ୍ତ ନିଜ ପୁଅଠାରୁ କେବେ ଦୂରରେ ରହିନାହାଁନ୍ତି । ଏଣୁ ଏହା ତାଙ୍କ ପାଇଁ କଷ୍ଟକର ହୋଇପଡୁଛି । ମୁଁ ଭଗବାନଙ୍କ ନିକଟରେ ପ୍ରାର୍ଥନା କରୁଛି ଯେ, ମୁଁ ଶୀଘ୍ର ସୁସ୍ଥ ହୋଇ ତା ପାଖତୁ ଫେରିବି । ଏହାସହ ସେ ସମସ୍ତ ପ୍ରଶଂସକଙ୍କୁ ପରାମର୍ଶ ମଧ୍ୟ ଦେଇଛନ୍ତି ଯେ, ଯଦି କୌଣସି ସ୍ଥାନରେ ଯନ୍ତ୍ରଣା ହୁଏ ଏବଂ ଏହା କ୍ରମାଗତ ଭାବରେ ଘଟୁଛି ତେବେ ତୁରନ୍ତ ଡାକ୍ତରଙ୍କ ସହ ପରାମର୍ଶ କରି ଯାଞ୍ଚ କରିବା ଉଚିତ୍ । ସେପଟେ ଏହା ଶୁଣି ଫ୍ୟାନ୍ସ ଚିନ୍ତିତ ହୋଇଥିବା ବେଳେ ଅଭିନେତ୍ରୀଙ୍କ ଶୀଘ୍ର ସୁସ୍ଥତା କାମନା କରିଛନ୍ତି ।

ଏହା ମଧ୍ୟ ପଢନ୍ତୁ: ପୁଅର ପ୍ରଥମ ଜନ୍ମଦିନର ଏମିତି ପାଳିଲେ ମାଆ ଭାରତୀ ସିଂ

ଭାରତୀ ସିଂଙ୍କ ୱାର୍କପ୍ରଣ୍ଟ କଥା କିବାକୁ ଗଲେ, ଆଜିକାଲି 'ଡ୍ୟାନ୍ସ ଦିୱାନେ ସିଜନ 4'ରେ ହୋଷ୍ଟ କରୁଛନ୍ତି । ଏହି ଶୋ'ରେ ମାଧୁରୀ ଦୀକ୍ଷିତ ଏବଂ ସୁନୀଲ ଶେଟ୍ଟୀ ଜଜ ରହିଛନ୍ତି । ତେବେ ହାସ୍ୟ ଅଭିନେତ୍ରୀ ଭାରତୀ ସିଂ ଏହା ପୂର୍ବରୁ 'ସା ରେ ଗା ମା ପା ଲିଟିଲ ଚାମ୍ପସ୍', 'ଖତରା ଖତରା', 'ଇଣ୍ଡିଆନ ଗଟ୍ ଟ୍ୟାଲେଣ୍ଟ୍' ଭଳି ଅନେକ ଟିଭି ଶୋ'ରେ ହୋଷ୍ଟ ଭାବେ କାମ କରିସାରିଛନ୍ତି ।

ETV Bharat Logo

Copyright © 2024 Ushodaya Enterprises Pvt. Ltd., All Rights Reserved.